ଲହରା କାଶ ଟିକା

ଉଇକିପିଡ଼ିଆ‌ରୁ
ଲହରା କାଶ ଟିକା
Vaccine description
Target diseaseBordetella pertussis
Type?
Clinical data
MedlinePlusa682198
ATC code
Legal status
Legal status
  • ℞ (Prescription only)
Identifiers
ChemSpider
  • none
 ☒NcheckY (what is this?)  (verify)

ଲହରା କାଶ ଟିକା ଏକ ପ୍ରକାର ଟିକା ଯାହା ଲହରା କାଶ ବା ହୁପିଙ୍ଗ କଫ୍‌ରୁ ସୁରକ୍ଷା ଦିଏ ।[୧] ଏହା ଦୁଇ ପ୍ରକାର ମିଳେ: ସମୁଦାୟ ଜୀବକୋଷ ଟିକା ଓ କୋଷନିହୀନ ଟିକା ।[୧] ସମୁଦାୟ ଜୀବକୋଷ ଟିକା ପ୍ରାୟ ୭୮ % ଓ କୋଷନିହୀନ ଟିକା ୭୧ରୁ ୮୫ % ପ୍ରଭାବଶାଳୀ ।[୧][୨] ଟିକାମାନଙ୍କର ଉପାଦେୟତା ପ୍ରତି ବର୍ଷ ୨ରୁ ୧୦% କମୁଛି ବିଶେଷତଃ କୋଷବିହୀନ ଟିକା । ଗର୍ଭାବସ୍ଥାରେ ଟିକା ଦେଲେ ଶିଶୁକୁ ସୁରକ୍ଷା ମିଳେ ।[୧] ସନ ୨୦୦୨ରେ ଏହି ଟିକା ଯୋଗୁ ଅଧ ନିୟୁତ ଜୀବନ ରକ୍ଷା ପାଇଯାଇଥିଲା । [୩]

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ସମସ୍ତ ପିଲାମାନଙ୍କୁ ଏହି ଟିକା ଦେବାକୁ ଓ ରୁଟିନ ଟିକା ଭାବରେ ଦେବାକୁ ସୁପାରସ କରନ୍ତି ।[୧][୪] ଏଚାଆଇଭି/ଏଆଇଡିଏସ ଥିଲେ ମଧ୍ୟ ଏହି ଟିକା ଦିଆଯାଇପାରେ । ୬ ସପ୍ତାହ ବୟସରୁ ଆରମ୍ଭ କରି ୩ ଡୋଜ ଦେବାକୁ ସୁପାରିସ କରାଯାଏ । ବଡ଼ ପିଲା ଓ ଯୁବକମାନଙ୍କୁ ଅଧିକ ଡୋଜ ଦିଆଯାଇପାରେ । ଏହା ଅନ୍ୟ ଟିକା ସ‌ହିତ ମିଶ୍ରିତ ଭାବରେ ମିଳେ । [୧]

ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ କୋଷନିହୀନ ଟିକା ବିକଶିତ ଦେଶମାନଙ୍କରେ ସାଧାରଣତଃ ବ୍ୟବ‌ହୃତ ହୁଏ । ସମୁଦାୟ ଜୀବକୋଷ ଟିକା ନେଉଥିବା ୧୦ରୁ ୫୦% ଲୋକଙ୍କର ଟିକା ନେବା ସ୍ଥାନ ଲାଲ ହୋଇଯାଏ ଓ ଜ୍ୱର ହୁଏ । ୧ % ପିଲାଙ୍କର ଜ୍ୱର ଜନିତ ବାତ ହୁଏ ଓ ଦୀର୍ଘ ସମୟ ଧରି କାନ୍ଦନ୍ତି । କୋଷନିହୀନ ଟିକା ନେଲେ ସାମୟିକ ବାହୁ ଫୁଲା ହୁଏ କିନ୍ତୁ ଏହା ବିପଦଜନ‌‌କ ନୁହେଁ । ଉଭୟ ପ୍ରକାର ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ହୁଏ ବିଶେଷତଃ ସମୁଦାୟ ଜୀବକୋଷ ଟିକା ନେଲେ କିନ୍ତୁ ବୟସ କମ ଥିଲେ ଅଳ୍ପ ପ୍ରତିକ୍ରିୟା ହୁଏ । ସମୁଦାୟ ଜୀବକୋଷ ଟିକା ୬ ବର୍ଷ ବୟସ ପରେ ଦେବା ଉଚିତ ନୁହେଁ । ଦୀର୍ଘକାଳିନ ସ୍ନାୟୁଗତ ସମସ୍ୟା ଏହି ଟିକା ସ‌ହିତ ହୁଏ ନାହିଁ । [୧]

ଲହରା କାଶ ଟିକା ସନ ୧୯୨୬ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[୫]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଗୋଟିଏ ଟିକା ସଂସ୍କରଣରେ ଟିଟାନସ୍, ଲହରା କାଶ, ପୋଲିଓ, ଓ ଏଚଆଇବି ଟିକାର ମୂଲ୍ୟ ଡୋଜ୍ ପିଛା ୧୫.୪୧ ଡଲାର ଥିଲା । [୭]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pertussis vaccines: WHO position paper - September 2015" (PDF). Wkly Epidemiol Rec. 90 (35): 433-58. 2015 Aug. PMID 26320265. {{cite journal}}: Check date values in: |date= (help)
  2. Zhang, L; Prietsch, SO; Axelsson, I; Halperin, SA (Sep 17, 2014). "Acellular vaccines for preventing whooping cough in children". The Cochrane database of systematic reviews. 9: CD001478. doi:10.1002/14651858.CD001478.pub6. PMID 25228233.
  3. "Annex 6 whole cell pertussis" (PDF). World Health Organization. Retrieved 5 June 2011.
  4. "Pertussis: Summary of Vaccine Recommendations". Centre for Disease Control and Prevention. Retrieved 12 Dec 2015.
  5. Macera, Caroline (2012). Introduction to Epidemiology: Distribution and Determinants of Disease. Nelson Education. p. 251. ISBN 9781285687148.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "Vaccine, Pentavalent". International Drug Price Indicator Guide. Archived from the original on 25 January 2020. Retrieved 8 December 2015.