ଟିଟାନସ୍ ଟିକା
Clinical data | |
---|---|
MedlinePlus | a682198 |
ATC code | |
Identifiers | |
ChemSpider | |
(what is this?) (verify) |
ଟିଟାନସ୍ ଟିକା ବା ଟିଟାନସ୍ ଭାକ୍ସିସନ ବା ଟିଟାନସ୍ ଟକ୍ସଏଡ (TT) ଏକ ପ୍ରକାର ଟିକା ଯାହା ଟିଟାନସ୍ ରୋଗର ପ୍ରତିଷେଧ ନିମନ୍ତେ ଦିଆଯାଏ ।[୧] ଶିଶୁ ଅବସ୍ଥରେ ୫ ମାତ୍ରା ବା ଡୋଜ ଦିଆଯାଏ ଓ ତାପରେ ପ୍ରତି ଦଶ ବର୍ଷରେ ଥରେ ଦିଆଯାଏ । ତିନି ଡୋଜ ପରେ ପ୍ରାୟ ସମସ୍ତେ ଇମ୍ମ୍ୟୁନ ହୋଇଯାଆନ୍ତି ।[୧] ନିୟମିତ ଟିକା ନେଉ ନଥିଲେ ଖଣ୍ଡିଆ/ଆଘାତ ହେବାର ୪୮ ଘଣ୍ଟା ମଧ୍ୟରେ ଅଧିକ ଏକ ଡୋଜ ଟିକା ଦିଆଯାଏ ।[୨] ସମ୍ପୁର୍ଣ୍ଣ ଇମ୍ମ୍ୟୁନାଇଜେସନ ନ ହୋଇଥିଲେ ସଙ୍କଟାପନ୍ନ କେଶରେ ଟିଟାନସ୍ ଆଣ୍ଟିଟକ୍ସିନ ଦିଆଯାଏ । ଗର୍ଭିଣୀ ମହିଳାଙ୍କର ଟିକା ନେବା ନିଶ୍ଚିତ କରିବା କଥା, ନ ହୋଇଥିଲେ ଟିକା ନେଲେ ନିଓନାଟାଲ ଟିଟାନସ୍ ପ୍ରତିରୋଧ ହୁଏ ।[୧]
ଗର୍ଭାବସ୍ଥାରେ ବା ଏଚଆଇଭି/ଏଡ୍ସ୍ ଥିଲେ ମଧ୍ୟ ଏହି ଟିକା ସମ୍ପୁର୍ଣ୍ଣ ନିରାପଦ । ଟିକା ନେବା ପରେ ୨୫ରୁ ୮୫ % ଲୋକଙ୍କର ଇଞ୍ଜେକସନ ନେବା ସ୍ଥାନରେ ଲାଲ ପଡ଼ିଯାଏ ଓ କଷ୍ଟ ହୁଏ । ଜ୍ୱର, ଥକ୍କା ଲାଗିବା, ସାମାନ୍ୟ ପେଶୀ ଯନ୍ତ୍ରଣା ୧ % ଲୋକଙ୍କର ହୁଏ । ଅତ୍ୟଧିକ ଆଲର୍ଜି ପ୍ରତିକ୍ରିୟା ହୁଏ ଲକ୍ଷେରେ ଜଣକୁ । [୧]
କେତେଗୁଡ଼ିଏ ମିଶ୍ରିତ ଟିକା ମିଳେ: ଡିଟିଏପି ଓ ଟିଡିଏପି (DTaP and Tdap) ଯେଉଁଥିରେ ଡିଫଥେରିଆ, ଟିଟାନସ୍, ଓ ପର୍ଟୁସିସ୍ ଟିକା; ଡିଟ ଓ ଟିଡି ଯେଉଁଥିରେ ଡିଫଥେରିଆ ଓ ଟିଟାନସ୍ ଟିକା ଦିଆଯାଏ । ଡିଟିଏପି ଓ ଡିଟି ଟିକା ୭ ବର୍ଷ ବୟସରୁ କମ ପିଲାଙ୍କୁ ଦିଆଯାଏ ଓ ଟିଡିଏପି ଓ ଟିଡି ୭ ବା ତଦୁର୍ଦ୍ଧ୍ୱ ବୟସରେ ଦିଆଯାଏ ।[୩] ଇଂରାଜୀରେ ଛୋଟ ଡି(d) ଓ ଛୋଟ ପି(p) ଅଳ୍ପ ଶକ୍ତିର ଡିଫଥେରିଆ ଓ ପର୍ଟୁସିସ୍ ଟିକାକୁ ବୁଝାର ।[୩]
ଟିଟାନସ୍ ଟିକା ସନ ୧୯୨୭ରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଆମେରିକାରେ ସନ ୧୯୪୦ରେ ଉପଲବ୍ଧ ହେଲା । [୪][୧] ଏହି ଟିକା ଦେବା ଫଳରେ ଟିଟାନସ୍ ରୋଗ ୯୫ % କମିଗଲା । [୧]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୦.୧୭ରୁ ୦.୬୫ ଆମେରିକିୟ ଡଲାର ଥିଲା ।[୬] ଆମେରିକାର ଏହାର ମୂଲ୍ୟ ୨୫ରୁ ୫୦ ଡଲାର ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Tetanus vaccine: WHO position paper" (PDF). Weekly epidemiological record. 20 (81): 197–208. May 19, 2006.
- ↑ "Puncture wounds: First aid". Mayo Clinic. Feb. 04, 2015. Retrieved 6 December 2015.
{{cite web}}
: Check date values in:|date=
(help) - ↑ ୩.୦ ୩.୧ "Vaccines: VPD-VAC/Tetanus/main page". Centers for Disease Control. Retrieved February 10, 2015.
- ↑ Macera, Caroline (2012). Introduction to Epidemiology: Distribution and Determinants of Disease. Nelson Education. p. 251. ISBN 9781285687148.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Vaccine, Tetanus Toxoid". International Drug Price Indicator Guide. Retrieved 6 December 2015.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 317. ISBN 9781284057560.