ରିଉମାଟଏଡ ଆର୍ଥ୍ରାଇଟିସ

ଉଇକିପିଡ଼ିଆ‌ରୁ
ରିଉମାଟଏଡ ଆର୍ଥ୍ରାଇଟିସ
ଗୋଟିଏ ହାତରେ ରିଉମାଟଏଡ ଆର୍ଥ୍ରାଇଟିସ ହୋଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିRheumatology
ଆଇସିଡ଼ି-୧୦M05.-M06.
ଆଇସିଡ଼ି-୯-ସିଏମ୍714
ଓଏମ୍‌ଆଇଏମ୍180300
ରୋଗ ଡାଟାବେସ11506
ମେଡ଼ିସିନ-ପ୍ଲସ000431
ଇ-ମେଡ଼ିସିନarticle/331715 article/1266195 article/305417 article/401271 article/335186 article/808419
Patient UKରିଉମାଟଏଡ ଆର୍ଥ୍ରାଇଟିସ
MeSHD001172

ରିଉମାଟଏଡ ଆର୍ଥ୍ରାଇଟିସ (ଆରଏ) ଏକ ଦୀର୍ଘସ୍ଥାୟୀ ଅଟୋଇମ୍ମ୍ୟୁନ ବିକାର ଯାହା ମୂଖ୍ୟତଃ ସାଇନୋଭିଆଲ ଗଣ୍ଠିମାନଙ୍କୁ ଆକ୍ରମଣ କରେ । ଏହି ରୋଗରେ ଗଣ୍ଠି ଉଷୁମ ହୁଏ, ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ବିଶ୍ରାମ ପରେ ଗଣ୍ଠି ଅଧିକ ଶକ୍ତ ହୋଇଯାଏ ଓ ଅଧିକ କଷ୍ଟ ହୁଏ । ସାଧାରଣତଃ ମଣିବନ୍ଧ/କଚଟିରେ ଓ ହାତରେ ଏହି ରୋଗ ଅଧିକ ହୁଏ ଓ ଦୁଇ ପାଖରେ ସମାନ ଗଣ୍ଠିରେ ରୋଗ ହୁଏ । ଦେହର ଅନ୍ୟ ସ୍ଥାନରେ ମଧ୍ୟ ଏହି ରୋଗ ହୁଏ । ଏହି ରୋଗ ଫଳରେ ଅଳ୍ପ ସଂଖ୍ୟକ ଲୋହିତ ରକ୍ତ କଣିକା, ଫୁସଫୁସ ଚାରିପାଖରେ ପ୍ରଦାହହୃତ୍‌ପିଣ୍ଡ ଚାରିପାଖରେ ପ୍ରଦାହ ହୁଏ । ଜ୍ୱର ଓ ଶକ୍ତିହୀନତା ଦେଖାଯାଏ । [୧] ଏହାର ଲକ୍ଷଣମାନ ଧୀରେ ଧୀରେ ସପ୍ତାହ ଓ ମାସ ବ୍ୟାପି ଦେଖାଯାଏ । [୨]

ରିଉମାଟଏଡ ଆର୍ଥ୍ରାଇଟିସ ରୋଗର କାରଣ ଜଣାଯାଉନଥିଲେ ମଧ୍ୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହେବା ବିଶ୍ୱାସ କରାଯାଏ । ଗଣ୍ଠିମାନଙ୍କୁ ଆକ୍ରମଣ କରିବାକୁ ଦେହର ଅନ୍ତର୍ନିହିତ ପ୍ରକ୍ରିୟା (mechanism) ଇମ୍ମ୍ୟୁମ ସିସ୍ଟମକୁ ପ୍ରଭାବିତ କରାଏ । ଏହା ଫଳରେ ଗଣ୍ଠି ସାଇନୋଭିଆଲ ଆବରଣ ମୋଟା ହୋଇଯାଏ । ଗଣ୍ଠି ମଧ୍ୟରେ ଥିବା ଅସ୍ଥିଉପାସ୍ଥି ମଧ୍ୟ ଆକ୍ରମଣର ଶୀକାର ହୁଅନ୍ତି । [୧] ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୨] ଏକ୍ସ‌ରେ ଓ ଲାବୋରେଟରି ପରୀକ୍ଷାଦ୍ୱାରା ଏହା ନିର୍ଣ୍ଣୟାତ୍ମକ ହୁଏ ଓ ସମାନ ଧରଣର ଲକ୍ଷଣ ଥାଇ ଅନ୍ୟ ରୋଗମାନଙ୍କୁ ପୃଥକ କରାଯାଏ । [୧] ସେହି ପୃଥକ ରୋଗମାନଙ୍କ ନାମ: ସିସ୍ଟେମିକ ଲୁପସ ଏରିଦେମାଟସ, ସୋରିଆଟିକ ଆର୍ଥ୍ରାଇଟିସଫାଇବ୍ରୋମ୍ୟାଲଜିଆ[୨]

ରିଉମାଟଏଡ ଚିକିତ୍ସାର ଲକ୍ଷ କଷ୍ଟ ଲାଘବ କରିବା, ପ୍ରଦାହ କମେଇବା ଓ ଲୋକର କାର୍ଯ୍ୟକ୍ଷମତା ବୃଦ୍ଧି କରିବା । ବିଶ୍ରାମ, ବ୍ୟାୟାମ, ସ୍ପ୍ଲିଣ୍ଟ ଓ ବ୍ରେସ ଭଳି ସାହାଯ୍ୟକାରୀ ଉପକରଣ ବ୍ୟବ‌ହାର କରି ଲୋକ‌କୁ କାର୍ଯ୍ୟକ୍ଷମ କରାଯାଏ । କଷ୍ଟ ନିବାରକ ଔଷଧ, ସ୍ଟିରଏଡଏନଏସଆଇଡି ଇତ୍ୟାଦି ବ‌ହୁଳ ଭାବରେ ବ୍ୟବ‌ହାର କରାଯାଏ । ରୋଗ ପରିବର୍ତ୍ତନକ୍ଷମ ଆଣ୍ଟିରିଉମାଟକ ଔଷଧ (ଡିଏମଏଆରଡି) ବ୍ୟବ‌ହାରକରି ରୋଗର ପ୍ରଗତିକୁ ଧୀର କରିବାକୁ ଚେଷ୍ଟା କରାଯାଏ । ଏହିଭଳି ଔଷଧଗୁଡ଼ିକର ନାମ ହାଇଡ୍ରୋକ୍ସିକ୍ଲୋରୋକ୍ୱିନମେଥୋଟେକ୍‌ସେଟ[୧] କିଛି ଔଷଧ କାମ ନ କଲେ ଜୈବିକ ଡିଏମଏଆରଡି ବ୍ୟବ‌ହାର କରାଯାଏ,[୩] କିନ୍ତୁ ଏହି ଔଷଧମାନଙ୍କର ପାର୍ଶ୍ୱପ୍ରତିକ୍ରିୟା ହାର ଅଧିକ ଥାଏ । [୪] ଗଣ୍ଠି ମରାମତ ଅପରେଶନ, ଗଣ୍ଠି ବଦଳ ଅପରେଶନ ଓ କେତେକ କେଶରେ ଗଣ୍ଠି ଜୋଡ଼େଇ ଅପରେଶନ ସାହାଯ୍ୟ କରେ । [୧] ଅଧିକାଂଶ ଅଲଟରନେଟିଭ ମେଡିସିନର କାର୍ଯ୍ୟକ୍ଷମତା ପ୍ରମାଣିତ ହୋଇନାହିଁ । [୫][୬]

ବିକଶିତ ଦେଶମାନଙ୍କରେ ରିଉମାଟଏଡ ଆର୍ଥ୍ରାଇଟିସ ୦.୫ରୁ ୧% ବୟଃପ୍ରାପ୍ତ ଲୋକଙ୍କୁ ଆକ୍ରମଣ କରେ ଓ ତନ୍ମଧ୍ୟରୁ ବାର୍ଷିକ ପ୍ରତି ୧୦୦,୦୦୦ରେ ୫ରୁ ୫୦ ଜଣ ନୂଆ ରୋଗ ଚିହ୍ନଟ ହୁଏ । [୩] ମଧ୍ୟ ବୟସରେ ଏହି ରୋଗ ଅଧିକ ହୁଏ ଓ ପରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ୨.୫ ଗୁଣ ଅଧିକ ରୋଗ ହୁଏ । [୧] ସନ ୧୯୯୦ରେ ରୋଗମୃତ୍ୟୁ ୨୮,୦୦୦ ହୋଇଥିଲା ବେଳେ ସନ ୨୦୧୩ରେ ଏହି ବଢ଼ିଯାଇ ୩୮,୦୦୦ ହୋଇଥିଲା । [୭] ପ୍ୟାରିସରେ ରହୁଥିବା ଡାଃ ଅଗଷ୍ଟିନ ଜାକବ ଲାଣ୍ଡ୍ରେ-ବିଉଭେସ (୧୭୭୨–୧୮୪୦) ପ୍ରଥମେ ୧୮୦୦ ମସିହାରେ ଏହି ରୋଗର ବର୍ଣ୍ଣନା କରିବା ଜଣାଯାଇଛି । [୮] ଗ୍ରୀକ ଭାଷାର ଜଳୀୟ ଓ ପ୍ରଦାହସମ୍ପର୍ଣ୍ଣ ଗଣ୍ଠି ଉପରେ ରିଉମାଟଏଡ ଆର୍ଥ୍ରାଇଟିସ ପର୍ଯ୍ୟବସିତ । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Handout on Health: Rheumatoid Arthritis". National Institute of Arthritis and Musculoskeletal and Skin Diseases. August 2014. Retrieved 2 July 2015.
  2. ୨.୦ ୨.୧ ୨.୨ Majithia V, Geraci SA (2007). "Rheumatoid arthritis: diagnosis and management". Am. J. Med. 120 (11): 936–9. doi:10.1016/j.amjmed.2007.04.005. PMID 17976416.
  3. ୩.୦ ୩.୧ Scott DL, Wolfe F, Huizinga TW (Sep 25, 2010). "Rheumatoid arthritis". Lancet. 376 (9746): 1094–108. doi:10.1016/S0140-6736(10)60826-4. PMID 20870100.{{cite journal}}: CS1 maint: multiple names: authors list (link)
  4. Singh, JA; Wells, GA; Christensen, R; Tanjong Ghogomu, E; Maxwell, L; Macdonald, JK; Filippini, G; Skoetz, N; Francis, D; Lopes, LC; Guyatt, GH; Schmitt, J; La Mantia, L; Weberschock, T; Roos, JF; Siebert, H; Hershan, S; Lunn, MP; Tugwell, P; Buchbinder, R (16 February 2011). "Adverse effects of biologics: a network meta-analysis and Cochrane overview". The Cochrane database of systematic reviews (2): CD008794. PMID 21328309.
  5. Efthimiou P, Kukar M (2010). "Complementary and alternative medicine use in rheumatoid arthritis: proposed mechanism of action and efficacy of commonly used modalities". Rheumatology international. 30 (5): 571–86. doi:10.1007/s00296-009-1206-y. PMID 19876631.
  6. "Rheumatoid Arthritis and Complementary Health Approaches". National Center for Complementary and Integrative Health. Retrieved July 1, 2015.
  7. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  8. Landré-Beauvais AJ (1800). La goutte asthénique primitive (doctoral thesis). Paris. reproduced in Landré-Beauvais AJ (2001). "The first description of rheumatoid arthritis. Unabridged text of the doctoral dissertation presented in 1800". Joint Bone spine. 68 (2): 130–43. doi:10.1016/S1297-319X(00)00247-5. PMID 11324929.
  9. Paget, Stephen A.; Lockshin, Michael D.; Loebl, Suzanne (2002). The Hospital for Special Surgery Rheumatoid Arthritis Handbook Everything You Need to Know. New York: John Wiley & Sons. p. 32. ISBN 9780471223344.