ଚୁମ୍ବନ

ଉଇକିପିଡ଼ିଆ‌ରୁ
A Little Coaxing
A painting by William Bouguereau (1890).

ବିଭିନ୍ନ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଚୁମ୍ବନ ପ୍ରେମ,ରୋମାନ୍ସ,ଯୌନ ଆକର୍ଷଣ,ସମ୍ମାନ,ବନ୍ଧୁତା,ସ୍ନେହ ଓ ଶାନ୍ତିର ପ୍ରତୀକ ।

ଇତିହାସ[ସମ୍ପାଦନା]

ଚୁମ୍ବନ ଶବ୍ଦର ପ୍ରୟୋଗ ବେଦ,ସଂସ୍କୃତ ଲେଖାମାନ,ବୁଦ୍ଧ ଧର୍ମ ,ହିନ୍ଦୁ ଧର୍ମରେ ପ୍ରାୟ ୩୫୦୦ ବର୍ଷ ତଳୁ ବ୍ୟବହାର ହୋଇ ଆସୁଛି । ପରେ ଶାସ୍ତ୍ରୀୟ ଯୁଗରେ ମୁଖ ଚୁମ୍ବନ କଥା ପ୍ରଥମେ ସର୍ବପ୍ରଥମେ ହିନ୍ଦୁ ମହାକାବ୍ୟ ମହାଭାରତରେ ବର୍ଣ୍ଣନା କରାଯାଇଥିଲା ।[୧] ରୋମାନମାନେ ଚୁମ୍ବନ ଶବ୍ଦକୁ ପ୍ରଚାରିତ କରିଥିଲେ । ସେମାନେ ମୁଖ ଚୁମ୍ବନକୁ ବଶିଉମ ଓ କାମନାକୁ ମନରେ ରଖି ଚୁମ୍ବନକୁ ସେମାନେ ସୁଆଭିଉମ କହୁଥିଲେ ।

ପ୍ରକାର[ସମ୍ପାଦନା]

ଯୌନ ବା ରୋମାଣ୍ଟିକ ଚୁମ୍ବନ[ସମ୍ପାଦନା]

A romantic kiss.

ଚୁମ୍ବନ ହେଉଛି ପ୍ରେମର ଗୁରୁତ୍ୱପୂର୍ଣ ଆଧାର । ଏଥିରେ ପ୍ରେମୀ ଯୁଗଳ ବହୁ ସମୟ ଧରି ମୁଖ ଚୁମ୍ବନ କରିଥାନ୍ତି । ସେଇ ମୂହୁର୍ତ୍ତରେ ସେମାନେ ପରସ୍ପରକୁ ତିଳେ ମାତ୍ର ଭୁଲି ଯିବାକୁ ଚାହାନ୍ତି ନାହିଁ ।

Lovers kissing in the park

ସ୍ନେହର ଚୁମ୍ବନ[ସମ୍ପାଦନା]

ଏହି ଚୁମ୍ବନ ମନୁଷ୍ୟ ନିଜ ମନରେ ଥିବା ଆକୁଳ ମମତା,ଆବିଳତା ପ୍ରକାଶ ପାଇଁ ଦେଇଥାଏ । ବାପା ମାମାନେ ତାଙ୍କ ପିଲାମାନଙ୍କୁ ଏହି ଚୁମ୍ବନ ଦେଇଥାନ୍ତି ।

ଧର୍ମ[ସମ୍ପାଦନା]

ଖ୍ରୀଷ୍ଟିୟାନ ଧର୍ମ , ଇସଲାମ ଧର୍ମରେ ଚୁମ୍ବନ ଗୋଟିଏ ପାରମ୍ପରିକ ରିତି ଅଟେ ।

Denis Thatcher, husband of Margaret Thatcher, kissing the hand of Nancy Reagan wife of US President in 1988

ବନ୍ଧୁତ୍ୱର ଚୁମ୍ବନ[ସମ୍ପାଦନା]

ଏହି ଚୁମ୍ବନ ସାଧାରଣତଃ ଆମେରିକା, ଇଉରୋପ ସଂସ୍କୃତିରେ ବନ୍ଧୁ ମାନଙ୍କ ଭିତରେ ବ୍ୟବହାର କରାଯାଏ । ଆଗରୁ ଏହା ମହିଳା ମାନଙ୍କ ଭିତରେ ସୀମିତ ଥିଲା କିନ୍ତୁ ଏବେ ତାହା ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ହେଉଛି ।

ସମକାଳୀନ ପ୍ରଥା[ସମ୍ପାଦନା]

ପଶ୍ଚ୍ୟତ ସଭ୍ୟତାରେ ଓଠ ଚୁମ୍ବନ ମମତା ଆଦାନ ପ୍ରଦାନର ଏକ ମାଧ୍ୟମ ଅଟେ । ମୁହଁ ଖୋଲି,ଓଠରେ ଓଠ ମିଶାଇ ଓ ଜିଭରେ ଜିଭ ଛୁଇଁ ଚୁମ୍ବନର ଅଭ୍ୟାସକୁ ଫରାସୀ ଚୁମ୍ବନ ବୋଲି କୁହାଯାଏ ।

ଚଳଚ୍ଚିତ୍ରରେ ଚୁମ୍ବନ[ସମ୍ପାଦନା]

ପ୍ରଥମ ଚୁମ୍ବନ ଆମେରିକାର ରୋମାଣ୍ଟିକ ଫିଲ୍ମ The kiss(୧୮୯୬)ରେ ହୋଇଥିଲା । ଏହି ଚୁମ୍ବନ ୩୦ ସେକେଣ୍ଡ ଧରି ଚାଲିଥିଲା । ପରେ ପରେ ପ୍ରଯୋଜକମାନେ ରୋମାଣ୍ଟିକ ନାୟକ ଓ ନାୟିକାଙ୍କଦ୍ୱାରା ଚୁମ୍ବନ ଥିବା ଚଳଚ୍ଚିତ୍ର ପ୍ରଯୋଜନା କଲେ । ଏକ ଫିଲ୍ମରେ ରୋନାଲ୍ଡ କୋଲମାନ ପ୍ରଥମେ ଭ୍ୟାଲିଣ୍ଟିନୋଙ୍କ ହାତ ଛୁଇଁ,ହାତ ଉପରକୁ ଉଠାଇ ତାଙ୍କ ବେକ,ପିଠି ଓ ଓଠକୁ ଚୁମ୍ବନ କରି ଚର୍ଚାକୁ ଆସିଥିଲେ ।

Rock Hudson and Julie Andrews kissing in film Darling Lilli (1968)

ଉପକାରିତା[ସମ୍ପାଦନା]

  • ଚୁମ୍ବନ ଚାପ ମୁକ୍ତ କରାଏ ।
  • ସମ୍ପର୍କକୁ ସୁଦୃଢ କରାଏ ।
  • କୋଲେଷ୍ଟ୍ରୋଲ ସ୍ତର କମାଇଥାଏ ।
  • ଚୁମ୍ବନଦ୍ୱାରା adrenal gland epinephrine ଓ norepinephrine ରକ୍ତରେ ପ୍ରବାହିତ କରାଇଥାଏ । ଯାହାଦ୍ୱାରା ହାର୍ଟରୁ ରକ୍ତ ଜଲ୍ଦି ପମ୍ପ ହୁଏ ।

ରୋଗ ସଂକ୍ରମଣ[ସମ୍ପାଦନା]

ଓଠ ଚୁମ୍ବନଦ୍ୱାରା infectious mononucleosis ଓ herpes simplex ଆଦି ରୋଗ ସଂକ୍ରମିତ ହୋଇଥାଏ ।

ଆଧାର[ସମ୍ପାଦନା]