ଶୁଦ୍ଧସୁଆର

ଉଇକିପିଡ଼ିଆ‌ରୁ

ଶୁଦ୍ଧସୁଆର ଜଗନ୍ନାଥଙ୍କ ସେବକ ଓ ଏମାନେ ବର୍ଷସାରା ଜଗନ୍ନାଥ ମନ୍ଦିରରେ ବିଭିନ୍ନ ସେବା କରିଥାନ୍ତି । ଅଣସର ବେଳେ ସ୍ୱତନ୍ତ୍ର ସେବା ଥାଏ । ଅଣସର ସମୟରେ ଜଗନ୍ନାଥଙ୍କୁ ଲାଗି ହେଉଥିବା ସ୍ୱତନ୍ତ୍ର ପଣା "ପାଚନ ପାଣି" ଏହି ସେବକମାନେ ତିଆରି କରିଥାନ୍ତି । ଅଣସର ୧୫ଦିନ ହୋଇଥିବାରୁ ତିନିବାଡ଼ର ମୁଖ୍ୟମାନେ ୫, ୭ ଓ ୩ ଦିନ ବାଣ୍ଡି ପଣା ପ୍ରସ୍ତୁତ କରିଥାନ୍ତି । ୨୦୧୫ ନବକଳେବର ସମୟରେ ୪୫ ଦିନ ଅଣସର ପଡ଼ିଥିବାରୁ ଏହି କ୍ରମରେ ପ୍ରସ୍ତୁତିର ପୁନରାବୃତ୍ତି ହୋଇଥିଲା । ଅଣସର ସମୟରେ ଏହି ସେବକମାନେ ଓଷୁଅ ଓ ଖଳି । ଦେବସ୍ନାନ ପୂର୍ଣ୍ଣିମା ଆରମ୍ଭ ହେବା ଆଗରୁ ଏମାନେ ଓଷୁଅ ତିଆରି ଆରମ୍ଭ କରିଥାନ୍ତି । ଦେବସ୍ନାନ ପୂର୍ଣ୍ଣିମା ପରେ ଜଗନ୍ନାଥଙ୍କୁ ଜର ହେଉଥିବାରୁ ତାଙ୍କୁ ଶାରୀରିକ ଯନ୍ତ୍ରଣା ଉପଶମ କରିବା ପାଇଁ ଏହି ଓଷୁଅ ଲାଗି କରାଯାଇଥାଏ ।[୧]

ଓଷୁଅ ତିଆରି ବିଧି[ସମ୍ପାଦନା]

ଦେବସ୍ନାନ ପୂର୍ଣ୍ଣିମାର ୩ ଦିନ ଆଗରୁ ଓଷୁଅ ତିଆରି ଆରମ୍ଭ ହୋଇଛି । ଓଡ଼ିଆ ଭାଷାରେ "ଓଷୁଅ"ର ଅର୍ଥ ଔଷଧ । ଶୁଦ୍ଧସୁଆର ଘରର ଉଭୟ ମହିଳା ପୁରୁଷ ସଦସ୍ୟ ମିଶି ଏହା ତିଆରି କରିଥାନ୍ତି । ଏହାକୁ ତିଆରି କରିବା ପୂର୍ବରୁ ଏହି ସେବକଙ୍କ ପରିବାର ବର୍ଗ ହବିଷ୍ୟ ଅନ୍ନ ଭୋଜନ କରିବା ସହ ଶୁଦ୍ଧପୂତ ରହିଥାନ୍ତି । ଓଷୁଅ ତିଆରି ଘରେ ପଶିବାରେ କେବଳ ପ୍ରସ୍ତୁତକର୍ତ୍ତାଙ୍କ ଛଡ଼ା ଆଉ ସମସ୍ତଙ୍କୁ କଟକଣା ରହିଥାଏ । ଏହି ଓଷୁଅ ତିଆରି କାଳରେ ଏହି ସେବକମାନେ ବାହାରେ ପାଣି ମଧ୍ୟ ଛୁଅଁନ୍ତି ନାହିଁ । ଜଗନ୍ନାଥଙ୍କ ଏହି ସେବା ଏକ ଗୁପ୍ତ ସେବା ହୋଇଥିବାରୁ "ସୁତ ସଂହିତା" ମୁତାବକ ଗୁପ୍ତ ସେବାକୁ ପ୍ରଘଟ କଲେ ମହାପାପ ବୋଲି ବିବେଚନା କରାଯାଇଥାଏ । ୨୦୧୫ ମସିହାରେ ଗୋବିନ୍ଦଚନ୍ଦ୍ର, ଶ୍ରୀଧର ଓ ରାମଚନ୍ଦ୍ର, ବନମାଳି ଓ ଲୋକନ ଗୋଟିଏ ଘରର ୫ ଜଣ ଶୁଦ୍ଧସୁଆର ଏହି ଗୁପ୍ତସେବା ତିଆରି କରୁଥିଲେ । ଏହା ପୁରୁଷାନୁକ୍ରମେ ଚାଲିଆସିଛି । ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ପ୍ରଶାସନ ସହଯୋଗରେ ଏହି ସେବା ହୋଇଥାଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଯବ ମାପରେ ଗଢ଼ା ହୁଅନ୍ତି ଠାକୁର" (PDF). ପ୍ରମେୟ (ପୃଷ୍ଠା-୨). ୨୯ ମେ ୨୦୧୫. Retrieved 12 September 2015. {{cite news}}: Check date values in: |date= (help)[permanent dead link]

ଅଧିକ ପଠନ[ସମ୍ପାଦନା]