ସ୍ୱତଃ ଗର୍ଭପାତ

ଉଇକିପିଡ଼ିଆ‌ରୁ
ସ୍ୱତଃ ଗର୍ଭପାତ
ଆଠ ସପ୍ତାହ ବିଶିଷ୍ଟ ଭୃଣ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics and gynecology
ଆଇସିଡ଼ି-୧୦O03.
ଆଇସିଡ଼ି-୯-ସିଏମ୍634
ରୋଗ ଡାଟାବେସ29
ମେଡ଼ିସିନ-ପ୍ଲସ001488
ଇ-ମେଡ଼ିସିନtopic list
Patient UKସ୍ୱତଃ ଗର୍ଭପାତ
MeSHD000022

ସ୍ୱତଃ ଗର୍ଭପାତ, (en|ଇଂରାଜୀରେ Miscarriage, ବା spontaneous abortion ବା pregnancy loss), କୁହାଯାଏ ଯେତେବେଳେ ଗର୍ଭସ୍ଥ ଭୃଣର/ଫିଟସର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ପ୍ରାକୃତିକ ମୃତ୍ୟୁ ହୁଏ ।[୧][୨] ଗର୍ଭ ୨୦ ସପ୍ତାହ ହେବା ପର୍ଯ୍ୟନ୍ତ ଏହି ମୃତ୍ୟୁ ହେଲେ ସ୍ୱତଃ ଗର୍ଭପାତ ଓ ଏହା ପରେ ହେଲେ ସ୍ଟିଲ ବାର୍ଥ କୁହାଯାଏ ।[୨] ଯୋନୀପଥରୁ ରକ୍ତସ୍ରାବ ଏହାର ମୂଖ୍ୟ ଲକ୍ଷଣ । [୧] ଏହା ଯନ୍ତ୍ରଣାଦାୟକ ହୋଇପାରେ ବା ନ ହୋଇପାରେ ।[୧] ଯୋନୀପଥରୁ ମୁଣ୍ଡାରକ୍ତ ଓ ତନ୍ତୁ ନିର୍ଗତ ହୁଏ । [୩] ବିଷାଦ, ଉତ୍କଣ୍ଠା ଓ ଅପରାଧୀ ଭଳି ଭାବନା ହୋଇପାରେ । [୪]

ସ୍ୱତଃ ଗର୍ଭପାତ କେତେକ ସଙ୍କଟଦାୟକ ଅବସ୍ଥା ଥିଲେ ହୁଏ ଯଥା :- ବୟସ୍କ ପିତାମାତା, ପୂର୍ବ ସ୍ୱତଃ ଗର୍ଭପାତ ଇତିହାସ, ଧୁମ୍ରପାନ, ମୋଟାପଣ, ଡାଏବେଟିସ ଓ ନିଶା ସେବନ ତ‌ଥା ମଦ୍ୟପାନ ।[୫][୬] ୩୫ ବର୍ଷ ପୂର୍ବରୁ ସ୍ୱତଃ ଗର୍ଭପାତ ସଙ୍କଟ ୧୦ %, ୪୦ ବର୍ଷ ବୟସ ପରେ ଏହା ୪୫ % ହୁଏ । [୧] ବୟସ ୩୦ ପରେ ସଙ୍କଟ ବଢ଼ିଯାଏ । [୫] ପ୍ରଥମ ତ୍ରୈମାସିକରେ ୮୦ % ସ୍ୱତଃ ଗର୍ଭପାତ ହୁଏ । ଏହାର ଅନ୍ତର୍ନିହିତ କାରଣ ମଧ୍ୟରେ ଅସ୍ୱାଭାବିକ କ୍ରୋମୋଜୋମ ସଂପୃକ୍ତ ଥାଏ । ସମାନ ଲକ୍ଷଣ ଥିବା ଅନ୍ୟ ରୋଗମାନଙ୍କ ନାମ ଏକ୍ଟୋପିକ ପ୍ରେଗନାନସିଇମ୍ପ୍ଲାଣ୍ଟେସନ ବ୍ଲିଡିଙ୍ଗ[୧] ଜରାୟୁ ମୁଖ ଖୋଲା ବା ବନ୍ଦ ଅଛି, ରକ୍ତରେ ହ୍ୟୁମାନ କୋରିଓନିକ ଗୋନାଡ଼ୋଟ୍ରଫିନ (ଏଚସିଜି) ଉପସ୍ଥିତି ଓ ଅଲଟ୍ରାସାଉଣ୍ଡ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୭]

ଉତ୍ତମ ପ୍ରିନାଟାଲ ଯତ୍ନ ସ୍ୱତଃ ଗର୍ଭପାତର ପ୍ରତିଷେଧ କାମ କରେ । ନିଶା ଦ୍ରବ୍ୟ ଓ ମଦ୍ୟ ପରିତ୍ୟାଗ, ସଂକ୍ରମଣ ନ ହେବା ନିମନ୍ତେ ଯତ୍ନ ଓ ରାଡିଏସନଠାରୁ ଦୂରରେ ରହିଲେ ପ୍ରତିଷେଧ କାମ କରେ । [୮] କୌଣସି ନିଧାର୍ଯ୍ୟ ଚିକିତ୍ସା ପ୍ରଥମ ୭ରୁ ୧୪ ଦିନ ମଧ୍ୟରେ ଆବଶ୍ୟକ ହୁଏ ନାହିଁ ।[୬][୯] ଅଧିକାଂଶ ମହିଳା ବିନା ଚିକିତ୍ସାରେ ରହ‌ନ୍ତି ।[୬] ବେଳେ ବେଳେ ମିସୋପ୍ରୋସ୍ଟୋଲ ଔଷଧ ଦିଆଯାଏ ଓ ଜରାୟୁରେ ରହିଯାଇଥିବା ପଦାର୍ଥ ଡାଇଲାଟେସନ ଓ କ୍ୟୁରେଟେଜ (ଡିସି) ଅପରେଶନ କରି ବାହାର କରିଦିଆଯାଏ । [୯] ଆର ଏଚ ନେଗେଟିଭ ଥିବା ମହିଳା [[ଆର ଏଚ ଓ (ଡି) ଇମ୍ମ୍ୟନ‌ଗ୍ଲୋବ୍ୟୁଲିନ}} ଆବଶ୍ୟକ କରନ୍ତି । [୬] ଯନ୍ତ୍ରଣାଦୂରକାରୀ ଔଷଧ ଓ ସ‌ହାନୁଭୁତି ଉପକାରୀ ସାବ୍ୟସ୍ତ ହୁଏ । [୯]

ପ୍ରାକ୍ ଗର୍ଭାବସ୍ଥାର ସର୍ବାଧିକ ଜଟିଳ ସମସ୍ୟା ହେଉଛି ସ୍ୱତଃ ଗର୍ଭପାତ । [୧୦] ନିଜର ଗର୍ଭ ଥିବା ଜାଣିଥିବା ମହିଳାଙ୍କର ସ୍ୱତଃ ଗର୍ଭପାତ ହାର ୧୦ %ରୁ ୨୦ % ଓ ସମସ୍ତ ଗର୍ଭିଣି ମହିଳାଙ୍କର ଏହି ହାର ୩୦ %ରୁ ୫୦ % । [୧][୫] ପ୍ରାୟ ୫ % ମହିଳାଙ୍କର କ୍ରମାନ୍ୱୟରେ ଦୁଇଟି ସ୍ୱତଃ ଗର୍ଭପାତ ହୁଏ । [୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ The Johns Hopkins Manual of Gynecology and Obstetrics (4 ed.). Lippincott Williams & Wilkins. 2012. pp. 438–439. ISBN 9781451148015.
  2. ୨.୦ ୨.୧ "What is pregnancy loss/miscarriage?". www.nichd.nih.gov/. 2013-07-15. Retrieved 14 March 2015.
  3. "What are the symptoms of pregnancy loss/miscarriage?". www.nichd.nih.gov/. 2013-07-15. Retrieved 14 March 2015.
  4. Robinson, GE (January 2014). "Pregnancy loss". Best practice & research. Clinical obstetrics & gynaecology. 28 (1): 169–78. doi:10.1016/j.bpobgyn.2013.08.012. PMID 24047642.
  5. ୫.୦ ୫.୧ ୫.୨ "How many people are affected by or at risk for pregnancy loss or miscarriage?". www.nichd.nih.gov. 2013-07-15. Retrieved 14 March 2015.
  6. ୬.୦ ୬.୧ ୬.୨ ୬.୩ Oliver, A; Overton, C (May 2014). "Diagnosis and management of miscarriage". The Practitioner. 258 (1771): 25–8, 3. PMID 25055407.
  7. "How do health care providers diagnose pregnancy loss or miscarriage?". www.nichd.nih.gov/. 2013-07-15. Retrieved 14 March 2015.
  8. "Is there a cure for pregnancy loss/miscarriage?". www.nichd.nih.gov/. 2013-10-21. Retrieved 14 March 2015.
  9. ୯.୦ ୯.୧ ୯.୨ "What are the treatments for pregnancy loss/miscarriage?". www.nichd.nih.gov. 2013-07-15. Retrieved 14 March 2015.
  10. National Coordinating Centre for Women's and Children's Health (UK) (December 2012). "Ectopic Pregnancy and Miscarriage: Diagnosis and Initial Management in Early Pregnancy of Ectopic Pregnancy and Miscarriage". NICE Clinical Guidelines, No. 154. Royal College of Obstetricians and Gynaecologists. Retrieved 4 July 2013.
  11. Garrido-Gimenez, C; Alijotas-Reig, J (March 2015). "Recurrent miscarriage: causes, evaluation and management". Postgraduate Medical Journal. 91 (1073): 151–162. doi:10.1136/postgradmedj-2014-132672. PMID 25681385.