ଆଲୋଚନା:ରଥଯାତ୍ରା

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ ବଦଳ[ସମ୍ପାଦନା]

  • ପୁରୀର ଗୁଣ୍ଡିଚା ଯାତକୁ ମିଶାଇ ଆଉ ତିନୋଟି ପ୍ରାଚୀନ ରଥଯାତ୍ର ଓଡ଼ିଶାରେ ଅନୁଷ୍ଠିତ ହୁଏ । ଯଥା କୋଣାର୍କର ସୌର / ସୂର୍ଯ୍ୟ ରଥଯାତ୍ରା, ଭୁବନେଶ୍ଵରର ରୁକୁଣା ରଥଯାତ୍ର, ଯାଜପୁରର ଦୁର୍ଗା / ବିରଜା ରଥଯାତ୍ରା ଓ ପୁରୀର ଗୁଣ୍ଡିଚା ରଥଯାତ୍ରା ।
  • ଅତୀତରେ ରଥଯାତ୍ରା କହିଲେ କେବଳ ଗୁଣ୍ଡିଚା ଯାତ୍ରା ବୁଝାଉଥିବାର ନଜିର ନାହିଁ ।
  • ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ ତିନୋଟି ରଥଯାତ୍ରାକୁ ଗୌଣ କରିଦେବା ଉଚିତ ନୁହେଁ । ଏହା ଆମ ଐତିହ୍ୟ ଓ ପରମ୍ପରାର କଥା । ଜଣାଯାଏ ପୁରୀର ରଥଯାତ୍ରା ଠାରୁ ଆହୁରି ପ୍ରାଚୀନ ହେଉଛି ସୌର ରଥଯାତ୍ରା ଏବଂ ଅନ୍ୟ ଯାତ୍ରା ଗୁଡ଼ିକ ସେଇ ପୁରୁଣା ସମୟର ।

ପୃଷ୍ଠା ସୂଚନାରୁ ଦେଖିବାକୁ ପାଇଲି ୧୨ଟିରୁ ୪ଟି ଗୁଣ୍ଡିଚା ରଥଯାତ୍ରାରୁ ପୁନଃ ପ୍ରେରଣ ହୋଇଛି । ଗୁଣ୍ଡିଚା ରଥଯାତ୍ରା ବର୍ତ୍ତମାନ ସମୟରେ ଅନେକଙ୍କ ମୁହଁରୁ ଶୁଣିବାକୁ ମିଳେ । ମୁଁ ଭାବୁଛି ଏଇ ନାମ ପୁରୀର ରଥଯାତ୍ରାକୁ ଠିକ ସୂଚାଇ ପାରିବ । ଏଣୁ ରଥଯାତ୍ରା ପୃଷ୍ଠାକୁ ଗୁଣ୍ଡିଚା ରଥଯାତ୍ରକୁ ଘୁଞ୍ଚାଇ, ମୂଳ ରଥଯାତ୍ରା ପୃଷ୍ଠାକୁ ବହୁବିକଳ୍ପ ପୃଷ୍ଠରେ ପରିଣତ କରିବା ଠିକ ରହିବ । -ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୩:୦୪, ୮ ଜାନୁଆରୀ ୨୦୧୭ (IST)[reply]

ସହମତି[ସମ୍ପାଦନା]

ଭିନ୍ନ ମତ[ସମ୍ପାଦନା]

ଉଭୟ ଏକମତ ଓ ଭିନ୍ନ ମତଟିଏ ବି ମୁଣ୍ଡରେ ଉଙ୍କିମାରୁଛି । ଯୁକ୍ତିରେ ଏକମତ ଯେ ବାକି ରଥଯାତ୍ରା ବାବଦରେ ରଥଯାତ୍ରା (ବହୁବିକଳ୍ପ) ପୃଷ୍ଠାଟିଏ ରହିବା କଥା । କିନ୍ତୁ ଲାଣ୍ଡି ପୃଷ୍ଠା ଭାବେ ସବୁଠୁ ଅଧିକ ଲୋକପ୍ରିୟ ପୁରୀ ରଥଯାତ୍ରା ରହିପାରିବ (ଉଦାହରଣ) ଆଉ ରଥଯାତ୍ରା (ବହୁବିକଳ୍ପ) ପୃଷ୍ଠାରେ ୧୪ଟି ଯାକ ରଥଯାତ୍ରା ରହିପାରିବ । --ସୁଭାସିସ ପାଣିଘରି (ଆଳାପ) ୧୧:୦୭, ୯ ଜାନୁଆରୀ ୨୦୧୭ (IST)[reply]