ଉଇକିପିଡ଼ିଆ ଆଲୋଚନା:କର୍ମଶାଳା/କିସ/୧

Page contents not supported in other languages.
ଉଇକିପିଡ଼ିଆ‌ରୁ

--Preeti.roy (ମୋ ଆଲୋଚନା) ୧୬:୪୦, ୯ ଜାନୁଆରୀ ୨୦୧୪ (UTC)== ଲାଞ୍ଜିଆ ସଉରା ଆଦିମ ଜନ ଜାତି ର ଗୃହ ==

                                                                  ପ୍ରତ୍ୟେକ ମନୁଷ୍ୟ ନିଜର ସୁରକ୍ଷା ପାଇଁ ଗୃହ ର ଆବଶ୍ୟକତା ଅନୁଭବ କରିଥାଏ । ଗୃହ ମନୁଷ୍ୟକୁ ପ୍ରତିକୂଳ ପରିବେଶ ତଥା   ଶତୃ ଦାଉରୁ ରକ୍ଷା କରିଥାଏ । ଆଜିର ବିଜ୍ଞାନ ଯୁଗରେ ମନୁଷ୍ୟ  ଯେ କେବଳ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଗୃହ ନିର୍ମାଣ କରୁଛି ତା ନୁହେଁ ବରଂ  ଆଜିର ଗୃହ ବିଳାସ ଏବଂ ସଂଭ୍ରାନ୍ତତାର ପ୍ରତୀକ ରେ ପରିଣତ ହୋଇଛି । ଏହି ବିଜ୍ଞାନ ଯୁଗରେ ମଧ୍ୟ ଲାଞ୍ଜିଆ ସଉରା  ଆଦିମ ଜନ ଜାତି ର ଆଦିବାସୀ ମାନେ ସଭ୍ୟତା ଠାରୁ ବହୁତ  ଦୁର ରେ ରହିଛନ୍ତି । ଯଦିଓ ସେମାନେ ନିରକ୍ଷର, ତଥାପି  ସେମାନଙ୍କର ଗୃହ ଓ ଏହାର ନି ରମାଣ ଶୈଳୀ ଦେଖିଲେ ମନେ ହୁଏ ସତେ ଯେପରି ପ୍ରକୃତି ସେମାନଙ୍କୁ ବିଜ୍ଞାନ ର ସମସ୍ତ କୌଶଳ ଶିଖାଇ ଦେଇଛି ।
                                                               
                                                                   "ପ୍ରିମିଟିଭ‌‌‌ ଟ୍ରାଇବ" ବା ଆଦିମ ଜନ ଜାତି ମଧ୍ୟ ରୁ ଓଡିଶା ର ଲାଞ୍ଜିଆ ସଉରା ଅନ୍ୟତମ । ଏମାନେ ମୁଖ୍ୟତଃ ଓଡିଶାର ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ରେ ବସବାସ କରନ୍ତି । ଏମାନେ ଚାଳ ଛପର ଓ ମାଟିର ବ୍ୟବହାର କରି ଘର ତିଆରି କରିଥାନ୍ତି ।  ଘର ର କାନ୍ଥ ରେ ଗୋବର ର ଲେପ ଦେଇଥାନ୍ତି । ଘରର ଲମ୍ବ ୧୫ ଫୁଟ, ପ୍ରସ୍ଥ ୧୦ ଫୁଟ ଓ ଉଚତା ୫ଫୁଟ ହୋଇଥାଏ । ଘରର ମୂଖ୍ୟ ଦ୍ୱାର କାନ୍ଥ ର ମଝିଆ ମଝି ରହିଥାଏ ।