ବ୍ୟବହାରକାରୀଙ୍କ ଆଲୋଚନା:Pmsarangi

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Pmsarangi, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୦୬:୦୩, ୧୯ ଜୁନ ୨୦୧୪ (UTC)

ରଜିଆ ସୁଲତାନ ଲେଖାରେ ଆପଣଙ୍କ ସମ୍ପାଦନା[ସମ୍ପାଦନା]

ଅପା, ଆପଣଙ୍କ "ଓଡ଼ିଆରେ ଟାଇପ କିପରି କରିବେ" ପୃଷ୍ଠାର ସମ୍ପାଦନା କାଗି ଅଶେଷ ସାଧୁବାଦ । ରଜିଆ ସୁଲତାନ ଲେଖାଟି ଦେଖିଲି । ଏକ ଛୋଟ ସୂଚନା, ଆପଣ କୌଣସି ଇଂରାଜୀ ଉଇକିପିଡ଼ିଆ ଲେଖା ଅନୁବାଦ କଲାବେଳେ ସିଧାସଳଖ ବାକ୍ୟ ଅନୁବାଦ ନ କରି ଇଂରାଜୀ ଉଇକିପିଡ଼ିଆ ଲେଖାଟି ଖୋଲି [Edit] ଉପରେ କ୍ଲିକ କରିବେ । ତା'ପରେ ଲେଖାଟି କିଛି କୋଡ଼ ସହିତ ଦିଶିବ । ତା' ଉପରେ ଆଖି ପକାଇଲେ ଆପଣ ଜାଣିପାରିବେ କେଉଁ କେଉଁ ଅଂଶ ଆପଣଙ୍କୁ ଅନୁବାଦ କରିବାକୁ ପଡ଼ିବ । ସେ ଅଂଶଗୁଡ଼ିକ ଅନୁବାଦ କରି ଓଡ଼ିଆ ଉଇକିପିଡ଼ିଆରେ ଲେଖିପାରିବେ । --ସୁଭାସିସ ପାଣିଗାହି (ଆଳାପ) ୦୭:୦୫, ୨୫ ଜୁନ ୨୦୧୫ (UTC)

ସୁଭ, ମୁଁ ବ‌ହୁତ କମ ଟାଇପ କରିଛି ତୁମେ କ‌ହିବା ଅନୁଯାୟୀ । ଏଇଟା କ'ଣ ଠିକ୍ । ତୁମେ ଜଣାଇବ ମୁଁ ତା ପରେ ଆଗକୁ ବଢ଼ିବି। Pmsarangi (ମୋ ଆଲୋଚନା) ୦୯:୪୭, ୨୫ ଜୁନ ୨୦୧୫ (UTC)

Screenshot of moving a page title in Odia Wikipedia.
ହଁ ଅପା, ଆପଣ ଟାଇପ କରିଚାଲନ୍ତୁ ଅଚିନ୍ତା, ସୁଧାରିବାକୁ ଆମେ ଅଛୁ! ତେବେ ରଜିଆ ସୁଲତାନ‎; ଲେଖାର ନାମଟିର ବନାନ ସୁଧାରି ଆପଣ ଠିକ ନାମକୁ ଘୁଞ୍ଚାଇପାରିଥାନ୍ତେ । (ଛବିଟି ଦେଖନ୍ତୁ, ଆଗକୁ କାମରେ ଲାଗିବ) ।  :) --ସୁଭାସିସ ପାଣିଗାହି (ଆଳାପ) ୧୧:୧୩, ୨୫ ଜୁନ ୨୦୧୫ (UTC)

ସୁଭ, କିନ୍ତୁ ଦେଖଣା ଓଡିଆ ଟେମ୍ପଲେଟ ଓ ଇଂରାଜୀ ଟେମ୍ପଲେଟ ଅଲଗା ଅଲଗା ଲାଗୁଛି । ଏଥିପାଇଁ କଣ ଅଲଗା ଟେମ୍ପଲେଟ ଅଛିକି ନା ତାର ଦରକାର ନାହିଁ ଯେମିତି ଦିଶିଲେ ଭି ଚଳିବ ।Pmsarangi (ମୋ ଆଲୋଚନା) ୧୧:୦୦, ୨୬ ଜୁନ ୨୦୧୫ (UTC) ସୁଭ, ଆମ ସାଇନ କରିବା ପରେ ଯେଉଁ ସମୟ ଆସୁଛି ସେଇଟା ଭୁଲ ଆସୁଛି ମୁଁ କାଲି ତୁମକୁ ପ୍ରଶ୍ନ ପଚାରିଥିଲି ଅପରାହ୍ନରେ କିନ୍ତୁ ସମୟ ଦେଖାଉଛି ୧୧:୧୩ ସେଇଟା ଭି ବଦଳେଇଦିଅ ।Pmsarangi (ମୋ ଆଲୋଚନା) ୧୧:୦୦, ୨୬ ଜୁନ ୨୦୧୫ (UTC)

ଆପଣଙ୍କ ଦେଇ ତିଆରି ନୂଆ ଲେଖା ଯଶୋଧାରା ମିଶ୍ର ବାବଦରେ[ସମ୍ପାଦନା]

ଅପା, ଆପଣ ଯଶୋଧାରା ମିଶ୍ରଙ୍କ ବାବଦରେ ଆପଣ ନୂଆ ଲେଖାଟିଏ ତିଆରି କରିଥିବା ଦେଖି ଖୁସି ଲାଗିଲା । ତେବେ ବ୍ୟକ୍ତିବିଶେଷଙ୍କ ବାବଦରେ (ବିଶେଷ କରି ସାହିତ୍ୟିକଙ୍କ ବାବଦରେ) ଲେଖିବାର ଏକ ସୁବିଧା ବାଟ ହେଉଛି ଆଗରୁ ଥିବା ସାହିତ୍ୟିକଙ୍କ ବାବଦରେ ଲେଖାରୁ ଦେଖି ଲେଖିବା । ଆପଣ ପ୍ରତିଭା ରାୟ କି ନନ୍ଦିନୀ ଶତପଥୀଙ୍କ ବାବଦରେ ଥିବା ଲେଖା ଦେଖିଲେ ଏବେର ଲେଖାରେ ନୂଆ ବିଭାଗ କିଛି ଯୋଡ଼ିହେଇଯିବ । ନହେଲେ ଲେଖାଟା ଖାଲି ଖାଲି ଲାଗୁଛି ! --ସୁଭାସିସ ପାଣିଗାହି (ଆଳାପ) ୧୧:୦୯, ୧୫ ଜୁଲାଇ ୨୦୧୬ (IST)[reply]

ପଞ୍ଜାବ ଗଣ-ସମ୍ପାଦନା ୨୦୧୬[ସମ୍ପାଦନା]

ସମ୍ପାଦନା ପାଇଁ ଧନ୍ୟବାଦ ଓ ଅଭିନନ୍ଦନ । ଆପଣଙ୍କ ଅବଦାନ ପାଇଁ ବ୍ରାଉନ୍ ବାର୍ଣ୍ଣ ଷ୍ଟାର୍ -- Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୧୬:୨୧, ୧୧ ଅଗଷ୍ଟ ୨୦୧୬ (IST) --Abha S Pradhan ବ‌ହୁତ ଧନ୍ୟବାଦ ଆଭା । ପ୍ରଥମ ଥର ମୁଁ ଷ୍ଟାର ପାଇଲି ତୁମଠାରୁ । --Pmsarangi (ମୋ ଆଲୋଚନା) ୧୭:୦୭, ୧୧ ଅଗଷ୍ଟ ୨୦୧୬ (IST)[reply]

Rio Olympics Edit-a-thon[ସମ୍ପାଦନା]

Dear Friends & Wikipedians, Celebrate the world's biggest sporting festival on Wikipedia. The Rio Olympics Edit-a-thon aims to pay tribute to Indian athletes and sportsperson who represent India at Olympics. Please find more details here. The Athlete who represent their country at Olympics, often fail to attain their due recognition. They bring glory to the nation. Let's write articles on them, as a mark of tribute.

For every 20 articles created collectively, a tree will be planted. Similarly, when an editor completes 20 articles, a book will be awarded to him/her. Check the main page for more details. Thank you. Abhinav619 (sent using MediaWiki message delivery (ମୋ ଆଲୋଚନା) ୨୨:୨୪, ୧୬ ଅଗଷ୍ଟ ୨୦୧୬ (IST), subscribe/unsubscribe)[reply]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)[reply]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ ।

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)