ଆଲୋଚନା:ବୃକ୍‌କ

Page contents not supported in other languages.
ଉଇକିପିଡ଼ିଆ‌ରୁ

କିଡନୀର ଓଡ଼ିଆ ବୃକ‌କ ନୁହେଁ, ବୃକ୍‌କ । ସୁତରାଂ ବୃକ୍‌କ ନ ଲେଖି ବୃକକ ଲେଖିଲେ ଭୁଲ ହେବ କିନ୍ତୁ କିଡନୀ ଲେଖିଲେ ବ୍ୟବହାରକାରୀମାନଙ୍କୁ ସୁବିଧା ହେବ । ସେମାନେ ଡାକ୍ତରମାନଙ୍କଠାରୁ କିଡନୀ ଶୁଣି ଆସି ଖୋଜିବେ । ଆଉ ମଧ୍ୟ ପ୍ରମୋଦ ଅଭିଧାନ ଅନୁସାରେ ଏହି ଶବ୍ଦଟି କିଡନୀ ନୁହେଁ, କିଡ଼ନି । ଏହି ବିଦେଶୀ ଶବ୍ଦର ହ୍ରସ୍ଵ ବା ଦୀର୍ଘ ବାଛିଲେ ବ୍ୟବହାରକାରୀଙ୍କୁ ଅସୁବିଧା ହେବ । --Subas Chandra Rout (ମୋ ଆଲୋଚନା) ୦୯:୫୯, ୧୪ ଫେବୃଆରୀ ୨୦୧୪ (UTC)

ମୋ ମତରେ ଲେଖାର ନାମ "ବୃକ୍‌କ" ଦେବା ଠିକ ହେବ । କାରଣ ଏହା ଓଡ଼ିଆ ଶବ୍ଦ କିନ୍ତୁ ମୃତ-ଶବ୍ଦ ନୁହେଁ , ଏବେ ବି ବ୍ୟବହାର ହେଉଛି । ଆଉ କିଡନୀ ରୁ ଲେଉଟାଣି ରଖିଦେଲେ ପାଠକ ମାନଙ୍କୁ ବି ଅସୁବିଧା ହେବନାହିଁ ଖୋଜିବା ବେଳେ । ଏତେ ଭଲ ଓଡ଼ିଆ ଶବ୍ଦଟିଏ ଥାଉ ଥାଉ ଇଂରାଜୀ ନାମ କାହିଁକି ଦେବା । ଅବଶ୍ୟ ଏହା ମୋର ବ୍ୟକ୍ତି ଗତ ମତ; ଲେଖକ ତଥା ଅନ୍ୟ ଉଇକିଆଳିଙ୍କୁ ନିଜ ମତ ରଖିବା ପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୦୮:୪୨, ୨୨ ଫେବୃଆରୀ ୨୦୧୪ (UTC)
ଠିକ ବନାନଟି ହେଲା 'ବୃକକ, ଓଡ଼ିଆ ପଢ଼ା ବହିରେ ବି ଏହି ନାଁ ଅଛି । ତେଣୁ ମୋ ମତରେ ବୃକକ ହେଲେ ଭଲ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୩:୪୭, ୧୯ ଅପ୍ରେଲ ୨୦୧୪ (UTC)
ମୋର ପିଲାଦେନେ ମୁଁ ବୃକ୍‌କ ପଢ଼ିଥିଲି । ମେଡିକାଲ ପଢ଼ିବା ବେଳେ ମଜାରେ ମଜାରେ ବୃକ୍‌କ କହୁ । ଅଳ୍ପ ଦିନ ତଳେ ସମ୍ଵାଦରେ କିଡନୀ ବିଷୟରେ ଗୋଟିଏ ଲେଖା ବାହାରିଥିଲା । ସେଥିରେ ବୃକ୍କ ଲେଖାଥିଲା । ପ୍ରମୋଦ ଅଭିଧାନରେ ବୃକ୍‌କ ଲେଖାଅଛି । ଏହା ପରେ ଆପଣ ଯାହା ମନେକରୁଛନ୍ତି ଲେଖନ୍ତୁ । ମୋର କିଛି କହିବାର ନାହିଁ । --Subas Chandra Rout (ମୋ ଆଲୋଚନା) ୧୪:୩୫, ୧୯ ଅପ୍ରେଲ ୨୦୧୪ (UTC)
  • ବୃକ୍‌କ ଲେଖିଲେ କିଛି ଅସୁବିଧା ନାହିଁ । ଏହିପରି ଅନ୍ୟ ଶବ୍ଦଟି ପକ୍‌କା ସଡକ, ପକ୍‌କା ଘର ।--Dsasanka (ମୋ ଆଲୋଚନା) ୧୭:୪୭, ୧୯ ଅପ୍ରେଲ ୨୦୧୪ (UTC)
 Done ବୃକ୍‌କ ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୦୫, ୨୧ ଅପ୍ରେଲ ୨୦୧୪ (UTC)