ରମଣୀ ରଞ୍ଜନ ଜେନା

ଉଇକିପିଡ଼ିଆ‌ରୁ
ରମଣୀ ରଞ୍ଜନ ଜେନା
Born(1941-08-15)୧୫ ଅଗଷ୍ଟ ୧୯୪୧
Died୨୬ ମାର୍ଚ୍ଚ ୨୦୧୬(2016-03-26) (ବୟସ ୭୪)
Nationalityଭାରତୀୟ
Educationସ୍ନାତକ(କଥକ ନୃତ୍ୟ)
Occupationଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ନୃତ୍ୟ ଗୁରୁ
Organization(s)କମଳା କଳାପୀଠ, ତ୍ରିବେଣୀ କଳା ସଙ୍ଗମ
Childrenବିଶ୍ୱରଞ୍ଜନ, ରଶ୍ମି ରଞ୍ଜନ (ପୁତ୍ର), ଇତିଶ୍ରୀ ଜେନା (ପୁତ୍ରବଧୂ)
Parent(s)ଘନଶ୍ୟାମ ଜେନା, ସାଧବାଣୀ ଜେନା[୧]
Relativesତରଣୀ ରଞ୍ଜନ (ଭାଇ)

ରମଣୀ ରଞ୍ଜନ ଜେନା (୧୫ ଅଗଷ୍ଟ ୧୯୪୧- ୨୬ ମାର୍ଚ୍ଚ ୨୦୧୬) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏବଂ ନୃତ୍ୟ ଗୁରୁ । [୨]

ରମଣୀ ରଞ୍ଜନ, ୧୯୪୧ ମସିହା ଅଗଷ୍ଟ ୧୫ ତାରିଖରେ ବାଲେଶ୍ୱର ଜିଲ୍ଲାର, ରେମୁଣା ନିକଟସ୍ଥ ଉଡ଼ମ୍ବର ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ନୃତ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ନିଜେ ଗଢିଥିବା, ଯାତ୍ରାଦଳରେ ଅଭିନୟ ଆରମ୍ଭ କରି,ସେ କଟକର ଜନତା ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । ୧୧ ବର୍ଷ ବୟସରୁ, ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ରମଣୀ ରଞ୍ଜନ, ଗୁରୁ ଗୟାଧର ପଣ୍ଡା, ରାମସ୍ୱାମୀ, ରାମଗୋପାଳ ମିଶ୍ର, ରଘୁନାଥ ଦତ୍ତ ଓ ମାୟାଧର ରାଉତଙ୍କଠାରୁ ବିଭିନ୍ନ ସମୟରେ ନୃତ୍ୟ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସି, କଟକର କଳାବିକାଶ କେନ୍ଦ୍ରରେ ଯୋଗଦାନ କରିଥିଲେ ଏବଂ ଏହିଠାରେ ତାଙ୍କର ଓଡ଼ିଶୀ ନୃତ୍ୟଶିକ୍ଷାର ମୂଳଦୂଆ ପଡ଼ିଥିଲା । ଏହି କେନ୍ଦ୍ରରୁ ସେ କଥକ ନୃତ୍ୟରେ ମଧ୍ୟ ସ୍ନାତକତା ଲାଭକରିଥିଲେ ।

ଓଡ଼ିଶୀ ଅଭିନୟରେ ନିପୂଣ, ରମଣୀ ରଞ୍ଜନ ପରବର୍ତ୍ତୀ ସମୟରେ, ଦେଶବିଦେଶର ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଶିଳ୍ପୀର ମର୍ଯ୍ୟଦା ଲାଭକରିଥିଲେ । କଟକର କଳାବିକାଶ କେନ୍ଦ୍ରରେ, ସେ ୬ ବର୍ଷ କାଳ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ୧୯୭୩ ମସିହାରେ ସେ, ରୁକ୍ମିଣୀ ଦେବୀ ଅରୁନ୍ଦଲେ କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ଭାବରେ ଯୋଗଦାନ କରିଥିଲେ ଓ ଏଠାରେ ୪ ବର୍ଷ ଶିକ୍ଷାଦାନକରିବା ପରେ, ପୁଣି କଟକ ଫେରିଆସିଥିଲେ । ୧୯୮୩ ମସିହାରେ, କଟକରେ ସେ ନିଜର ନୃତ୍ୟଶିକ୍ଷା ଅନୁଷ୍ଠାନ, କମଳା କଳାପୀଠ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ଶିକ୍ଷାଦାନ କରିଥିଲେ । ୧୯୮୯ ମସିହାରେ, ସେ ଦିଲ୍ଲୀଯାଇ, ପ୍ରଥମେ ସେଠାର ଜଗନ୍ନାଥ ମନ୍ଦିର ଓ ପରେ ତ୍ରିବେଣୀ କଳା ସଙ୍ଗମରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ସେ ବେଙ୍ଗାଳୁରୁସ୍ଥିତ ପ୍ରତିମା ବେଦୀଙ୍କ ନୃତ୍ୟଗ୍ରାମରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।

ନୃତ୍ୟ ନିର୍ଦ୍ଦେଶନା[ସମ୍ପାଦନା]

ନୃତ୍ୟାଭିନୟ[ସମ୍ପାଦନା]

  • ପ୍ରେମ ସୂଧାନିଧୀ
  • ଋତୁସମ୍ହାର
  • ଋତୁରାଜ
  • କଲୁରୀ ବେଣ୍ଟ

ଓଡ଼ିଆ କଥାଚିତ୍ର[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୮୫-୮୬[୩]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୮[୪]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୮[୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୨୦୦୯[୬]
  • ଗୁରୁ ରଘୁନାଥ ଦତ୍ତ ସମ୍ମାନ - ୨୦୧୪[୭]

୨୦୧୬ ମସିହା ମାର୍ଚ୍ଚ ୨୬ ତାରିଖରେ ରମଣୀ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା । [୮]

ଆଧାର[ସମ୍ପାଦନା]

  1. ବେହେରା, ସୁକେଶ. "ଓଡ଼ିଶୀ ନୃତ୍ୟର ସୂକ୍ଷ୍ମତା ନଷ୍ଟ ହେଉଛି". ଧରିତ୍ରୀ. p. ୧୧. Retrieved 28 April 2016.
  2. Mr. Reginald Massey (4 January 2014). India's Dances Their History Technique & Repertoire. Abhinav Publications. pp. 273–. GGKEY:7HZYQ0H4C22.[permanent dead link]
  3. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  4. http://sangeetnatak.gov.in/sna/sna-awards2008/ramani-ranjan-jena.htm
  5. http://www.thehindu.com/todays-paper/tp-national/tp-otherstates/kelucharan-mohapatra-awards-announced/article1330139.ece
  6. http://www.srjan.com/moreaward.aspx?awardid=34&events=4[permanent dead link]
  7. "ରମଣୀରଞ୍ଜନ ଜେନାଙ୍କୁ ଗୁରୁ ରଘୁନାଥ ଦତ୍ତ ସମ୍ମାନ". ଧରିତ୍ରୀ. p. ୧୨. Retrieved 28 April 2016.
  8. ସମ୍ବାଦ ୨୮/୦୩/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬ http://sambadepaper.com/Details.aspx?id=242482&boxid=23735434. Retrieved 28 March 2016. {{cite news}}: Missing or empty |title= (help)[permanent dead link]

ଅଧିକ ତଥ୍ୟ[ସମ୍ପାଦନା]