ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ପ୍ରେସ

ଉଇକିପିଡ଼ିଆ‌ରୁ

ପ୍ରେସ ବିଜ୍ଞପ୍ତି[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

ଓଡ଼ିଶା ଦିବସ: ଓଡ଼ିଆ ଭାଷା ଭିତ୍ତିରେ ରାଜ୍ୟ ଗଠନର ୭୯ ବର୍ଷ

ଭୁବନେଶ୍ୱର, ମାର୍ଚ୍ଚ ୨୯, ୨୦୧୪: ଓଡ଼ିଆ ଉଇକିପିଡ଼ିଆର ସମ୍ପାଦକମାନଙ୍କ ତରଫରୁ ଭୁବନେଶ୍ୱରଠାରେ ଏହି ୨୯ ତାରିଖରେ "ଓଡ଼ିଶା ଦିବସ ୨୦୧୪" ପାଳନ କରାଯାଉଛି । ଏହି ଦିନ ଓଡ଼ିଆ ଶିଶୁ ସାହିତ୍ୟିକ ଡଃ ଜଗନ୍ନାଥ ମହାନ୍ତିଙ୍କ ୧୧ ଖଣ୍ଡ ପୁସ୍ତକର ଡିଜିଟାଲ ରୂପ ପ୍ରସ୍ତୁତ କରିବା ନିମନ୍ତେ ଏକ ପ୍ରକଳ୍ପର ଆରମ୍ଭ କରାଯିବ । ପାଖାପାଖି ୩୦୦୦ ପୃଷ୍ଠା ଡିଜିଟାଇଜ ହେବାକୁ ଥିବା ଏହି ପ୍ରକଳ୍ପଟି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ତରଫରୁ ସ୍କୁଲ ପିଲାଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆଗାମୀ କିଛି ମାସ ଭିତରେ ଆରମ୍ଭ କରାଯିବ । ଏହି ବ‌ହିଗୁଡ଼ିକ ମଧ୍ୟରେ ରହିଛି କିଛି ଶିଶୁସାହିତ୍ୟ ବହି, ଡଃ ମହାନ୍ତିଙ୍କ ଆମୋଦଦାୟକ ଅନେକ ଭ୍ରମଣ କାହାଣୀ ଓ ଓଡ଼ିଆ ଶିଶୁସାହିତ୍ୟର ଇତିହାସ । ଏହି ଦିନ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ପ୍ରକାଶିତ ଓଡ଼ିଆ ଭାଷା ଓ ଜନଜୀବନର ସମ୍ପୂର୍ଣ୍ଣ ଇତିହାସ ସଂକଳିତ ତିନୋଟି ବହି-"ଜାତି, ଜାଗୃତି ଓ ପ୍ରଗତି", "ଭାଷା ଓ ଜାତୀୟତା" ଓ ଏକ ଇଂରାଜୀ ବହି "Classical Odia"କୁ ଇଣ୍ଟରନେଟରେ ଉପଲବ୍ଧ କରାଇବା ନିମନ୍ତେ ଆଉ ଏକ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଓଡ଼ିଆ ଭାଷାର ଅନେକ ପୁସ୍ତକ ଇଣ୍ଟରନେଟରେ ଉପଲବ୍ଧ ନ ଥିବା ପାଠକମାନଙ୍କ ପାଇଁ ଓଡ଼ିଆରେ ତଥ୍ୟ ଖୋଜିବା ଓ ଜ୍ଞାନ ଆହରଣ ପାଇଁ ଏକ ବିଶାଳ ପ୍ରତିବନ୍ଧକ ବୋଲି ବିଶିଷ୍ଠ ଓଡ଼ିଆ ଭାଷାବିଦ ପଦ୍ମଶ୍ରୀ ଡଃ ଦେବୀପ୍ରସାଦ ପଟ୍ଟନାୟକ କହିଛନ୍ତି । ଆଗରୁ ସୃଜନିକା ଅନୁଷ୍ଠାନ ତରଫରୁ ଓଡ଼ିଆ ଭାଷାର ପାଖାପାଖି ୭୪୦ ଖଣ୍ଡ ପୁରାତନ ପୁସ୍ତକର ଡିଜିଟାଲ ସଂସ୍କରଣ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ କେବଳ ସ୍କାନ କରାଯାଇଥିବା ଏହି ସମସ୍ତ ପୁସ୍ତକର ଲେଖାସବୁ ଖୋଜିବା ସମ୍ଭବ ନୁହେଁ । ଓଡ଼ିଆ ଉଇକିପିଡ଼ିଆ ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ କର୍ମଶାଳା ମାଧ୍ୟମରେ ଏହି ଉପାଦେୟ ବହିକୁ ପୁନଃ-ଟାଇପ କରି ମାଗଣାରେ ବିନା କପିରାଇଟରେ ଇଣ୍ଟରନେଟରେ ପାଠକମାନଙ୍କ ପାଇଁ ରଖାଯିବ । ଓଡ଼ିଆରେ ଏଥିନିମନ୍ତେ ଉଇକି-ପାଠାଗାର ନାମକ ପ୍ରକଳ୍ପ ବ୍ୟବହାର କରାଯିବ ।

ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ସରକାର ଓ ଅନେକ ସଙ୍ଗଠନମାନଙ୍କ ତରଫରୁ ଭାଷାର ବିକାଶ ନିମନ୍ତେ ଅନେକ ନୂଆ ନୂଆ ଯୋଜନା ଆରମ୍ଭ ହୋଇଛି । ତେବେ ଓଡ଼ିଆ ଭାଷାର ଲେଖାମାନ ଏବେ ମଧ୍ୟ ଇଣ୍ଟରନେଟରେ ଅନେକ ପରିମାଣରେ ଉପଲବ୍ଧ ଯାହା ବିଶ୍ୱଦରବାରରେ ଓଡ଼ିଆର ସ୍ଥିତିକୁ ଯଥେଷ୍ଟ ଦୁର୍ବଳ କରିରଖିଛି । ବର୍ତ୍ତମାନର ଅନେକ ଶିଶୁ କମ୍ପ୍ୟୁଟରରୁ ଶିଖିବା ପସନ୍ଦ କଲେଣି ଯାହା ଭାଷା ଶିକ୍ଷଣର ମାଧ୍ୟମରେ ବିରାଟ ପରିବର୍ତ୍ତନର ଆବଶ୍ୟକତାକୁ ଦୃଢ଼ୀଭୂତ କରିଛି । ଏହି ସମସ୍ତ ବିଷୟକୁ ଆଖିରେ ରଖି ଓଡ଼ିଆରେ କମ୍ପ୍ୟୁଟରରେ ବନାନ ସୁଧାରିବା, ଓଡ଼ିଆ ଗଣମାଧ୍ୟମରେ ଓ ଅନ୍ୟନ୍ୟ ମାଧ୍ୟମ ଭାଷାର ବିକାଶରେ କି କି ପଦଃକ୍ଷେପ ନେଇପାରିବେ ସେ ବାବଦରେ ପ୍ରଫେସର ଉଦୟନାଥ ସାହୁ, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ଓଡ଼ିଶା ରିଭିଉ ପତ୍ରିକାର ସମ୍ପାଦକ ଓ ସାହିତ୍ୟିକ ଡଃ ଲେନିନ ମହାନ୍ତି ପ୍ରମୁଖ ଆଲୋଚନା କରିବେ ।

ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରନେଟରେ or.wikipedia.org ଠାରେ ଉପଲବ୍ଧ ଏକ ଅନଲାଇନ ଜ୍ଞାନକୋଷ । ଏଥିରେ ଅନ୍ୟ ଜ୍ଞାନକୋଷ ଭଳି କିଛି ହାତଗଣତି ସମ୍ପାଦକ ନଥାଏ ଏଥିରେ ସମସ୍ତଙ୍କୁ ସମ୍ପାଦନାର ସୁବିଧା ଦିଆଯାଇଥାଏ । ତେବେ କେତେକ ନୀତିନିୟମ ଦ୍ୱାରା ଏଥିରେ ଅଦରକାରୀ ଲେଖା ସବୁକୁ ଅଭିଜ୍ଞ ସମ୍ପାଦକମାନେ ସୁଧାରିଥାନ୍ତି । ଓଡ଼ିଆରେ ଅଧୁନା ୨୦ ଜଣ ସମ୍ପାଦକ ସକ୍ରିୟ ଭାବେ ଓଡ଼ିଶାର ଭାଷା, କଳା, ଲୋକସଂସ୍କୃତି ଓ ଜଗତର ବାକି ଅନେକ ବିଷୟରେ ପ୍ରସଙ୍ଗମାନ ସ୍ୱେଚ୍ଛାରେ ସମ୍ପାଦନା କରୁଛନ୍ତି । ୫୦୦୦ ଗୋଟି ପ୍ରସଙ୍ଗରେ ସମୃଦ୍ଧ ପ୍ରଥମ ଭାରତୀୟ ଭାଷାର ପ୍ରକଳ୍ପ ଭାବେ ବାକି ତିନୋଟି ଭାଷା-ଅସମୀୟା, ପଞ୍ଜାବୀ ଓ ମାଲାୟାଲାମ ସହ ୨୦୦୨ରେ ଆରମ୍ଭ ହୋଇଥିଲା । ତେବେ ୯ରୁ ଅଧିକ ବର୍ଷ ଧରି ଏହା ସମ୍ପାଦକଙ୍କ ଅଭାବରୁ ସ୍ଥାଣୂ ହୋଇ ରହିଥିଲା । ୨୦୧୧ରେ କିଛି ଯୁବା ଏହାକୁ ଆଉଥରେ ସକ୍ରିୟ କରିଥିଲେ । ତା'ପରଠାରୁ ଓଡ଼ିଆ ଉଇକିପିଡ଼ିଆ ୧୦ରୁ ଅଧିକ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସହରରେ ୨୦ରୁ ଅଧିକ କର୍ମଶାଳାମାନ କରିସାରିଛି । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଓଡ଼ିଆରେ ଉଇକିପିଡ଼ିଆ ସମ୍ପାଦନା କରିବାକୁ ଆଗ୍ରହୀ ବ୍ୟକ୍ତିମାନଙ୍କ ନିମନ୍ତେ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରଠାରେ ଜୟଦେବ ଭବନରେ ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହେଉଛି । ଏଥିରେ ଭାଗ ନେବା ପାଇଁ ଏହି ଲିଙ୍କରେ ନାମ ଲେଖାଇପାରିବେ: http://bitly.com/registerodishaday ।

ଇଂରାଜୀ[ସମ୍ପାଦନା]

Odisha Day celebration at Bhubaneswar: Odia Wikipedia to digitize 14 books

Bhubaneswar, March 29, 2014: Odia Wikipedia community is celebrating 79th Odisha Day this 29th at Jayadev Bhawan. To celebrate Odisha's foundation day, the community is initiating a new project for digitizing 11 books of eminent Odia author Dr. Jagannath Mohanty. Kalinga Institute of Social Sciences (KISS) will be taking up this digitization project where students at KISS will be typing them on WikiSource, a sister project of Wikipedia. These books include children's literature, travelogues and biographical essays of Dr. Mohanty. Digitization of three more books: two in Odia-"Jati, Jagruti O Pragati" (book on people and culture of Odisha), "Bhasa O Jatiyata in Odia" (historical research book on Odia language) and an English book on the literary heritage of Odia, "Classical Odia" will also be inaugurated on this day. All of these books will be made available on the Internet with open access in free licenses. More than 5000 pages will be digitized totally in these two projects. After Odia got classical status by the Government of India many public and private organizations have started initiating new plans for its development. On the contrary the language is lagging behind and is not in being accessed and used by masses because of the relatively low content. There is a great need for making content available in regional languages to share knowledge to new generations. To discuss the need for many new tools and technological advancement a seminar is organized on the same day. Professor Udayanath Sahu, eminent journalist Sampad Mohapatra, litterateur Dr. Lenin Mohanty will be taking part to discuss about spell check for Odia, use of language in media and tools for typing in Odia.

Odia Wikipedia has become an useful tool to access vast amount of knowledge in Odia. Available for free at or.wikipedia.org, it is an online encyclopedia that has about 5000 articles. Unlike conventional encylopedias anyone can create and edit Wikipedia articles by abiding few basic guidelines. About 20 Wikipedians are contributing articles on diverse topics. Wikipedia has a self correcting mechanism of experienced editors guiding new ones to proofread and correct language and add citations. So far, about 25 outreach programs have been organized in over 10 educational and community organizations to educate people aling with two Wikipedia Education Programs running for 3-4 months. This event is being organized on March 29 at Jayadev Bhawan.

RSVP at http://bitly.com/registerodishaday.

ବିବରଣୀ[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

ଓଡ଼ିଆରେ ଉଇକିପିଡିଆ ଓ ଉଇକିପାଠାଗାର: ଓଡ଼ିଆ ପୁସ୍ତକ ଏଣିକି ମୁକ୍ତରେ ମିଳିବ ଇଣ୍ଟରନେଟରେ

ଭୁବନେଶ୍ବର (ମାର୍ଚ୍ଚ ୨୯): ଓଡ଼ିଆ ଉଇକିପିଡିଆ ତରଫରୁ ଆଜି ଭୁବନେଶ୍ବର ଜୟଦେବ ଭବନଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଓଡ଼ିଆ ଭାଷାକୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ଉଇକିପିଡିଆର ଉଦ୍ୟମ ପ୍ରଂଶସନୀୟ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତଙ୍କର ମିଳିତ ଉଦ୍ୟମ ହିଁ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଓଡ଼ିଆ ଭାଷାକୁ ବହୁଳ ଭାବେ ଇଣ୍ଟରନେଟରେ ଉପଲବ୍ଧ କରାଇବା ସହ ଡିଜିଟାଇଜେସନ କରିବା ଲକ୍ଷନେଇ ୨୦୦୨ ମସିହାରୁ ଉଇକିପିଡିଆ ନିରବଚ୍ଛିନ୍ନ ଉଦ୍ୟମ କରିଆସୁଛି । ଅନ୍ୟ ଭାଷା ପରି ଓଡ଼ିଆ ଭାଷାର ଜ୍ଞାନକୋଷକୁ ବୃଦ୍ଧି କରିବା ଓ ଡିଜିଟାଇଜେସନ ମାଧମରେ ଓଡ଼ିଆ ଭାଷାକୁ ଉପଲବ୍ଧ କରାଇବା ପାଇଁ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି ଉତ୍ସବରେ ଭାଷାତତ୍ବବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ଉଦୟନାଥ ସାହୁ , ଓଡିଶା ରିଭୁର ସଂପାଦକ ଡ ଲେନିନ ମହାନ୍ତି , ଓଡିଶା ଭାସ୍କରର ମୁଖ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ , ଭାଷା ଗବେଷକ ଶ୍ରୀଯୁକ୍ତ ସୁବ୍ରତ ପୃଷ୍ଟି ,କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସର ଅଧକ୍ଷ ଡ. ମଦନ ମୋହନ ସାହୁ, ମାଣିକ ବିଶ୍ବନାଥ ଦାତବ୍ୟ ସ୍ମୃତିନ୍ୟାସର ଅଧକ୍ଷା ଶ୍ରୀମତୀ ଆହ୍ଲାଦ ମୋହିନୀ ମହାନ୍ତି, ସ୍ମୃତିନ୍ୟାସର ସଂପାଦକ ବ୍ରଜମୋହନ ପଟ୍ଟନାୟକ ଓ ଏହାର ପରିଚାଳନା କମିଟି ସଦସ୍ୟ ଅଧ୍ୟାପକ ସରୋଜକାନ୍ତ ଚୌଧୁରୀ ଓ ଶିଶିର ରଂଜନ ଦାସ ଯୋଗ ଦେଇଥିଲେ ।

ଏହି ଉତ୍ସବରେ ଓଡ଼ିଆ ଶିଶୁ ସାହିତିକ ଡ ଜଗନ୍ନାଥ ମହାନ୍ତିଙ୍କ ୧୧ ଖଣ୍ଡ ପୁସ୍ତକର ଡିଜିଟାଲ ପ୍ରକଳ୍ପ କିସ ଛାତ୍ରଛାତ୍ରୀଙ୍କ ଦ୍ୱାରା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଉଇକିପିଡିଆ ତରଫରୁ ଘୋଷଣା କରାଯାଥିଲା । ଏହି ପୁସ୍ତକସବୁ ଉଇକୁପିଡିଆରେ ବିନା କପିରାଇଟରେ ଉପଲବ୍ଧ କରାହେବ । ଡ ଜଗନ୍ନାଥ ମହାନ୍ତିଙ୍କ ପତ୍ନୀ ତଥା ମାଣିକ ବିଶ୍ବନାଥ ଦାତବ ସ୍ମୃତିନାସର ଅଧକ୍ଷା ଶ୍ରୀମତୀ ଆହ୍ଲାଦମୋହିନୀ ମହାନ୍ତି ଏହି ପୁସ୍ତକ ଗୁଡିକର ପ୍ରକାଶନ ପାଇଁ ଉତ୍ସବରେ ଲିଖିତ ଅନୁମତି ଦେଇଥିଲେ । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ତରଫରୁ ଦେବୀପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟିଙ୍କ ସଂକଳିତ ଆଉ ତିନୋଟି ବହି ମଧ୍ୟ ମୁକ୍ତ ଲାଇସେନ୍ସରେ ଉନ୍ମଚିତ ହୋଇଥିଲା । ଏହା ସହ ଓଡ଼ିଆରେ ଟାଇପ କରିବା ପାଇଁ ଅନୁବାଦ ହୋଇପାରୁଥିବା ସଫ୍ଟଓୟାରକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ଖୁବଶୀଘ୍ର ଉଇକିପାଠାଗାର ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ଉତ୍ସବରେ ଘୋଷଣା ହୋଇଥିଲା । କିସ ତରଫରୁ ଏହି ବହିଗୁଡିକର ଡିଜିଟାଲ ସଂସ୍କରଣ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ପରାମର୍ଶରେ ଆରମ୍ଭ କରାଯିବ ।

ଉତ୍ସବ ଆରମ୍ଭରେ ଉଇକିପିଡିଆର ପରିଚାଳକ ମୃତ୍ୟୁଞ୍ଜୟ କର ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ଦେବୀପ୍ରସନ୍ନ ପଟ୍ଟନାୟକ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାକୁ ନେଇ ହୋଇଥିବା ପ୍ରଚେଷ୍ଟା ବିଷୟରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷାର ଅନେକ ପୁସ୍ତକ ଇଣ୍ଟରନେଟରେ ଉପଲବ୍ଧ ହେଉନଥିବାରୁ ପାଠକଙ୍କ ଜ୍ଞାନ ଆହରଣ ପାଇଁ ଏହା ଏକ ବିଶାଳ ପ୍ରତିବନ୍ଧକ ବୋଲି ସେ କହିଥିଲେ । ଓଡ଼ିଆ ଭାଷାର ପତ୍ରପତ୍ରିକାକୁ କିପରି ସଂରକ୍ଷିତ ରଖାଯାଇପାରିବେ ଓ ପ୍ରାଚୀନ ପୋଥିକୁ ଲୋକମାନେ ବ୍ୟବହାର କରି ସେ ସମୟର ସାହିତ୍ୟ ସହିତ ଜଡ଼ିତ ହେବା ସମ୍ପର୍କରେ ପ୍ରଚେଷ୍ଟା କରିବା ଉଚିତ ବୋଲି କହିଥିଲେ ।

ଇଂରାଜୀ[ସମ୍ପାଦନା]

Odia Wikipedia brings 14 copyright free Odia books and a free Odia font

Bhubaneswar (March 29): Odia Wikimedia community has celebrated “Odisha day” today at Jayadev Bhawan. Inaugurating this event eminent linguist Padmashree Dr. Debiprasanna Pattanayak said, 'Collaborative effort and open access to knowledge repositories will enrich our language an culture'. He also discussed about the efforts being laid for bringing Odia language as the sixth Indian classical language. Majority of the Odia publications are not available on the internet and readers are devoid of easily accessible. He discussed about the process of digitization for preserving valuable books that are out of print and the old palm leaf manuscripts. Odia Wikipedia has been trying to popularize use of Odia language in the Internet since 2002. Available at or.wikipedia.org it is now 6000 articles rich and growing. More than 470,000 visitors visit Odia Wikipedia every month which also gives it the status of the largest Odia encyclopedia on the Internet. To enrich the online encyclopedia and getting more books digitized, Wikipedians organized a two day event at Jayadev Bhawan. Along with Dr. Debiprasanna Pattanayak, Professor Udayanath Sahu, The Odisha Review's editor Dr. Lenin Mohanty, Odisha Bhaskar's editor Pradosh Pattnaik, language researcher Subrat Prusty, Kalinga Institute of Social Science (KISS)'s principal Dr. Madan Mohan Sahu, Manik-Biswanath Smrutinyasa's chairman Allhadmohini Mohanty along with the trust's secretary Brajamohan Patnaik and senior members Sarojkanta Choudhury and Shisira Ranjan Dash.

11 books of eminent Odia writer Dr. Jagannath Mohanty were released in Creative Commons 3.0 license that will allow anyone to reuse and even make commercial use of the content with attribution. KISS will be digitizing these books by training their students. Allhadmohini Mohanty formally gave written permission to Odia Wikimedia community for releasing and digitizing these books. Dr. Debiprasanna Pattanayak and Subrat Prusty from the Institute of Odia Studies and Research also fomally released three books in Creative Commons licenses: Two Odia ones-”Bhasa O Jatiyata” and “Jati, Jagruti O Pragati” and an English book “Classical Odia”. Guests released a DVD containing a new Odia Unicode free font, “Odia OT Jagannatha” designed by Sujata Patel from OdiaLanguage.com, a new Odia input tool, free softwares and offline Wikipedia. It was declared that the Odia WikiSource project will be active soon and would be available at wikisource.org.

Odia Wikipedia administrator Mrutyunjaya Kar gave the inaugural speech and hosted the event. Active Odia Wikipedians Ansuman Giri, Diptiman Panigrahi, Dr. Subas Chandra Rout, Jnanaranjan Sahu, Sasanka Dash, Aditya Mahar and Srikant Kedia coordinated the event.

ପ୍ରକାଶିତ ସମ୍ବାଦ[ସମ୍ପାଦନା]

  1. "Odia Classics to be Available at a Click". The New Indian Express. 17 April 2014. Retrieved 17 April 2014.
  2. Patra, Pratyush (3 April 2014). "College Campus: Odia Wikipedia". The Telegraph. Retrieved 3 April 2014.
  3. "ୱିକିପିଡିଆ ପକ୍ଷରୁ ଓଡ଼ିଶା ଦିବସ". ସମ୍ବାଦ. 30 March 2014. Retrieved 31 March 2014.
  4. "'ଓଡ଼ିଆ ଉଇକିପିଡ଼ିଆ' ପକ୍ଷରୁ ଓଡ଼ିଶା ଦିବସ". ସମାଜ. 30 March 2014. {{cite news}}: |access-date= requires |url= (help)
  5. "ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାର". ସମୟ. ମାର୍ଚ୍ଚ ୩୧, ୨୦୧୪. Retrieved ଏପ୍ରିଲ ୧, ୨୦୧୪. {{cite news}}: Check date values in: |accessdate= and |date= (help)
  6. "Odia wikipedia to digitise 14 books". The Pioneer. 30 March 2014. Retrieved 30 March 2014.
  7. "Oriya Wikipedia on digitisation drive". The Orissa Post. 30 March 2014. Retrieved 31 March 2014.
  8. "ଓଡ଼ିଆ ବହି ଏଣିକି ଇଣ୍ଟରନେଟରେ ମାଗଣାରେ ମିଳିବ". ଶତାକ୍ଷ. 29 March 2014. {{cite news}}: |access-date= requires |url= (help)
  1. Montevilla, Victor Paco. "Oriya arux Wikipedia-r wal muni". Global Voices. Retrieved 1 July 2014.
  2. ପାଣିଗ୍ରାହୀ, ଦୀପ୍ତିମାନ. "ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ". Global Voices. Retrieved 23 June 2014.
  3. Panigrahi, Subhashish. "This Twitter Account Puts a Face to the Unsung Volunteer Editors Behind Wikipedia". Global Voices. Retrieved 19 June 2014.
  4. Morris, Montevilla, Laura, Victor Paco (25 April 2014). "Oriya arux Wikipedia-r wal muni". GlobalVoices. Retrieved 12 May 2014.{{cite news}}: CS1 maint: multiple names: authors list (link) (ଆଇମାରା ଭାଷାରେ)
  5. Morris, Hafezi, Laura, Raha (20 April 2014). "اودیا، ویکیپدیا را دوست دارد". GlobalVoices. Retrieved 12 May 2014.{{cite news}}: CS1 maint: multiple names: authors list (link) (ଫାରସୀ ଭାଷାରେ)
  6. Morris, Laura, Srabon (5 May 2014). "ওডিয়া ভালবাসে উইকিপিডিয়া". GlobalVoices. Retrieved 12 May 2014.{{cite news}}: CS1 maint: multiple names: authors list (link) (ବଙ୍ଗଳା ଭାଷାରେ)
  7. Panigrahi, Subhashish (2 May 2014). "Books and more are relicensed to Creative Commons". Opensource.com. Retrieved 2 May 2014.
  8. Panigrahi, Subhashish. "Report from India: Relicensing books under CC". CreativeCommons. Retrieved 19 April 2014.
  9. Morris, Mamisoa, Laura, Nandika (14 April 2014). "Mankafy Wikipedia i Odia". RisingVoices. Retrieved 10 April 2014.{{cite news}}: CS1 maint: multiple names: authors list (link) (ମାଲାଗାସି ଭାଷାରେ)
  10. Morris, Щетникова, Laura, Анна (10 April 2014). "Ория любит Википедию". RisingVoices. Retrieved 10 April 2014.{{cite news}}: CS1 maint: multiple names: authors list (link) (ଋଷୀୟ ଭାଷାରେ)
  11. Morris, Flores, Laura, Luis (10 April 2014). "El idioma oriya ama a Wikipedia". RisingVoices. Retrieved 10 April 2014.{{cite news}}: CS1 maint: multiple names: authors list (link) (ସ୍ପାନିସ ଭାଷାରେ)
  12. Morris, Laura (10 April 2014). "Odia Loves Wikipedia". RisingVoices. Retrieved 10 April 2014.
  13. Acharya, Sampad. "Odia Wikipedia celebrates Odisha Day, brings 14 copyright-free Odia books and a free Odia font!". The Broken Scooter. Retrieved 4 April 2014.
  14. "Odia Wikimedia community has celebrated Odisha day". Fullodisha.com. 2 April 2014. Retrieved 3 April 2014.
  15. "ODIA WIKIPEDIA BRINGS 14 COPYRIGHT FREE ODIA BOOKS AND A FREE ODIA FONT". Orissabarta.com. 3 April 2014. Retrieved 3 April 2014.
  16. "ଓଡିଆ ଉଇକପିଡିଆ ଓ ଉଇକପାଠାଗାର: ଓଡିଆ ପୁସ୍ତକ ଏଣିକ ମୁକ୍ତରେ ମିଳବ ଇଣ୍ଟେରନେଟରେ". 30 March 2014. Retrieved 31 March 2014.
  17. Odisha Sun Times Bureau (29 March 2014). "'Digitisation only way to preserve valuable literature for posterity'". The Odisha Sun Times. Retrieved 31 March 2014.
  18. Odisha Diary bureau (30 March 2014). "Odia Wikimedia community celebrated Odisha day, bringing 14 copyright free Odia books". Odisha Diary. Retrieved 31 March 2014.
  19. Odisha Diary bureau (27 March 2014). "Odisha Day celebration at Bhubaneswar: Odia Wikipedia to digitize 14 books". OdishaDiary. Retrieved 31 March 2014.
  20. Odisha Sun Times Bureau (27 March 2014). "Odia Wikipedia to digitize 14 books". The Odisha Sun Times. Retrieved 31 March 2014.
  21. "ଓଡ଼ିଶା ଦିବସ: ଓଡ଼ିଆ ଭାଷା ଭିତ୍ତିରେ ରାଜ୍ୟ ଗଠନର ୭୯ ବର୍ଷ". ଓଡ଼ିଶାନ. 27 March 2014. Retrieved 31 March 2014.