ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୭

ଉଇକିପିଡ଼ିଆ‌ରୁ


ଭାରତୀୟ ଶିକ୍ଷା ସଂସ୍ଥାନରେ ସାଧାରଣ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ବାବଦରେ ଆଲୋଚନା[ସମ୍ପାଦନା]

ବନ୍ଧୁଗଣ,

ଢେଙ୍କାନାଳ ସ୍ଥିତ ଭାରତୀୟ ଶିକ୍ଷା ସଂସ୍ଥାନରୁ ଓଡ଼ିଆ ଉଇକିପିଡ଼ିଆ ପାଇଁ ଏକ କର୍ମଶାଳାର ଆମନ୍ତ୍ରଣ ମିଳିଛି । ଯଦିଓ ଆମେ ପ୍ରଥମେ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ପାଇଁ ଆଲୋଚନା କରିଥିଲୁ ସେପ୍ଟେମ୍ବର ୨ ରେ ହୋଇଥିବା IRC ଆଲୋଚନାରେ ଏହା ବାବଦରେ କିଛି ସ୍ଥିର ହୋଇପାରିନ‌ଥିଲା । ତେଣୁ ଏହି ପ୍ରକଳ୍ପକୁ ସମସ୍ତଙ୍କ ମତ ନ ମିଳିଲା ଯାଏଁ ସ୍ଥଗିତ ରଖାଯାଉଛି । ଭାରତୀୟ ଶିକ୍ଷା ସଂସ୍ଥାନର ଛାତ୍ରମାନଙ୍କୁ ଏକ ସାଧାରଣ ଓଡ଼ିଆ କର୍ମଶାଳା ପାଇଁ ସେଠାକାର ଶିକ୍ଷାଧ୍ୟକ୍ଷ ଇଚ୍ଛୁକ ଅଛନ୍ତି । ଏଥିରେ ଉଇକିଆଳିମାନେ ଯୋଗଦେଇ ଛାତ୍ରଛାତ୍ରୀମାନ‌ଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ସମ୍ପାଦନା କରିବା ଶିଖାଇପାରିବେ । ତାହାଛଡ଼ା ଶିକ୍ଷା ପ୍ରକଳ୍ପ ଆରମ୍ଭ କରିବା ଆଗରୁ ଛାତ୍ରଛାତ୍ରୀମାନେ ଓଡ଼ିଆରେ ଲେଖିବାରେ କେତେ ପାରଙ୍ଗମ ଓ ଏକ ଲମ୍ବା ପ୍ରକଳ୍ପରେ ଭାଗ ନେବା ପାଇଁ କେତେ ଇଚ୍ଛୁକ ତାହା କଳିପାରିବେ । ଏହି କର୍ମଶାଳାରେ ଭାଗ ନେବା ପାଇଁ କେହି ଉଇକିଆଳି ଇଚ୍ଛୁକ ଥିଲେ ଦୟାକରି ଏଠାରେ ଜଣାନ୍ତୁ । ଢେଙ୍କାନାଳ ଅଧିକାଂଶ ଉଇକିଆଳିଙ୍କ ବାସସ୍ଥାନରୁ ଦୂରରେ ଥିବାରୁ ଯଦି କେହି ଉଇକିଆଳି ଏଥିରେ ଭାଗନେବାକୁ ଇଚ୍ଛୁକ ଅଛନ୍ତି ତାଙ୍କର ଗମନାଗମନର ଖର୍ଚ୍ଚ ଆମ୍ଭେ CIS-A2K ବ‌ହ‌ନ କରିବୁ । ଶିକ୍ଷାଧ୍ୟଙ୍କ ଅନୁରୋଧ କ୍ରମେ ଏହି କର୍ମଶାଳାରେ ମୁଁ ବ୍ୟକ୍ତିଗତ ଭାବେ ଉପ‌ସ୍ଥିତ ରହିବି । ଏହା ଏହି ମାସ ୩୦ ତାରିଖ (ସୋମ‌ବାର) ଦିନ ଅନୁଷ୍ଠିତ ହେବ । ଖୁବ ଶୀଘ୍ର ଏହାର କର୍ମଶାଳା ପୃଷ୍ଠାଟି ତିଆରି କରାହେବ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୭:୪୫, ୧୨ ସେପ୍ଟେମ୍ବର ୨୦୧୩ (UTC)

ମୁଁ ଯୋଗ ଦେବାକୁ ଇଛୁକ । --Subas Chandra Rout (ମୋ ଆଲୋଚନା) ୧୭:୪୪, ୧୨ ସେପ୍ଟେମ୍ବର ୨୦୧୩ (UTC)
ସୁବାସ ସାର, ଆପଣଙ୍କ ଆଗ୍ରହ ଓ ସ‌ହ୍ୟୋଗ ପାଇଁ ଅଶେଷ ସାଧୁବାଦ । ମୃତ୍ୟୁଞ୍ଜୟ ଭାଇ ମଧ୍ୟ ଏଥିରେ ଭାଗ ନେବାକୁ ସମ୍ମତି ଦେଇଛନ୍ତି । ମୁଁ ଆପଣଙ୍କ ସଙ୍ଗେ ଆମର ଯିବା ଅସିବା ବାବଦରେ ଶୀଘ୍ର କ‌ଥାବାର୍ତ୍ତା କରିବି । ଯଦି ଆଉ କେହି ଇଚ୍ଛୁକ ଦୟାକରି ଶୀଘ୍ର ଜଣାଇବେ ଓ ନିଜର ନାମ ଏହି କର୍ମଶାଳା ଲିଙ୍କରେ ଯୋଡ଼ିବେ, ତେଣୁ ଯିବାଆସିବା ବନ୍ଦୋବସ୍ତ କରିବାକୁ ସୁବିଧା ହେବ । ଯଦି ଏହି କର୍ମଶାଳା ବାବଦରେ କେହି କିଛି ମତ ଦେବାକୁ ଚାହୁଁଥାନ୍ତୁ ତେବେ ଏଠାରେ ଜଣାଇବେ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୭:୧୧, ୧୭ ସେପ୍ଟେମ୍ବର ୨୦୧୩ (UTC)
ସୁବାସ ସାର ଓ ମୁଁ ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଛୁ IIMC ରେ କର୍ମଶାଳା ପାଇଁ, ଯଦି କେହି ଭାଗ ନେବା ଲାଗି ଇଚ୍ଛୁକ ଜଣାଇବେ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୨୩:୩୪, ୨୮ ସେପ୍ଟେମ୍ବର ୨୦୧୩ (UTC)

ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ମେଳଣ - ସେପ୍ଟେମ୍ବର ୨୦୧୩[ସମ୍ପାଦନା]

ଆଦରର ଉଇକିଆଳିଗଣ,

ଆସନ୍ତା ୩୦ ତାରିଖରେ ଢେଙ୍କାନାଳ ଠାରେ ଭାରତୀୟ ଜନସଞ୍ଚାର ସଂସ୍ଥାନ ଠାରେ ଏକ ଦିନିକିଆ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ପାଇଁ ଏହି ଶିକ୍ଷାନୁଷ୍ଠାନ ତରଫରୁ ଓଡ଼ିଆ ଉଇକିପିଡ଼ିଆକୁ ଆମନ୍ତ୍ରଣ ମିଳିଛି । ଏଯାବତ ଓଡ଼ିଆ ଉଇକିଆଳି ଡା. ସୁବାସ ଚନ୍ଦ୍ର ରାଉତ ଓ ମୃତ୍ୟୁଞ୍ଜୟ କର ଏଥିରେ ଭାଗ ନେଇ ଏହା ପରିଚାଳନା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଯଦି ଆଉ କେହି ଏଥିରେ ଭାଗ ନେବାକୁ ଇଚ୍ଛୁକ ଥାନ୍ତି ଦୟାକରି ଜଣାଇବେ । ମୁଁ ମଧ୍ୟ ଏଥିରେ ଉପସ୍ଥିତ ରହିବି । ଏହାଛଡ଼ା ୨୦୦ ଗୋଟି ଉପ‌ଯୋଗୀ ପ୍ରସଙ୍ଗର ତାଲିକା ପାଇଁ ଆରମ୍ଭ କରାଯାଇଥିବା ପ୍ରକଳ୍ପ ବାବଦରେ ଆଲୋଚନା, ଉଇକିପ୍ରକଳ୍ପ ଓଡ଼ିଆ ଅଭିଧାନ ପାଇଁ ଆଗାମୀ ଯୋଜନା ପାଇଁ ବିଭିନ୍ନ ସ୍ଥାନରେ ଥିବା ଉଇକିଆଳିମାନଙ୍କୁ ଅନୁରୋଧ କରୁଛି । ଆପଣମାନଙ୍କ ସୁବିଧା କ୍ରମେ ମୁଁ ସେଠାରେ ଉପସ୍ଥିତ ରହି ଏହି ଆଲୋଚନାରେ ଭାଗ ନେବି । ଆପଣମାନଙ୍କ ମତମନ୍ତବ୍ୟ ଗ୍ରହଣ କରି ଆମେ କିପରି ଏହାକୁ ଆଗକୁ ବଢ଼ାଇବୁ ତାହା ଆଲୋଚନା କରିବୁ । ତଳେ ଦୟାକରି କେଉଁ ତାରିଖରେ କେଉଁ ମାନେ ଉପସ୍ଥିତ ରହିପାରିବେ ତାହା ଜଣାଇଲେ ଆମେ ସେହି ଅନୁସାରେ ଆମର ମେଳଣର ତାରିଖ ଧାର୍ଯ୍ୟ କରିବୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୫୭, ୧୭ ସେପ୍ଟେମ୍ବର ୨୦୧୩ (UTC)

  1. ମୁଁ ଏହି ତାରିଖମାନଙ୍କରେ ରହିବି । ଯୁଆଡେ ଡାକିବେ ଯିବି । Subas Chandra Rout (ମୋ ଆଲୋଚନା) ୧୨:୨୦, ୧୮ ସେପ୍ଟେମ୍ବର ୨୦୧୩ (UTC)

ଅନୁଗୋଳ[ସମ୍ପାଦନା]

ଆପଣଙ୍କ ନାମ ଓ ତାରିଖ (୨୩-୨୯ ସେପ୍ଟେମ୍ବର ଭିତରେ)[ସମ୍ପାଦନା]

  1. ଅନୁଗୋଳ ୨୯ ତାରିଖ ଠିକ ହୁଅଂତା, ରଶ୍ମି ରଂଜନ ପରିଦା.
ରଶ୍ମୀ ଭାଇ, ବାକି ମାନଙ୍କ ସଙ୍ଗେ କ‌ଥା ହୋଇ ଜଣାଇଲେ ମୁଁ ନିଶ୍ଚିତ ଏଥିରେ ଯୋଗଦେଇ ପାରିବି ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୬:୫୭, ୨୪ ସେପ୍ଟେମ୍ବର ୨୦୧୩ (UTC)

ଭୁବନେଶ୍ୱର[ସମ୍ପାଦନା]

ଆପଣଙ୍କ ନାମ ଓ ତାରିଖ (୨୩-୨୯ ସେପ୍ଟେମ୍ବର ଭିତରେ)[ସମ୍ପାଦନା]

  1. ଦିପ୍ତୀମାନ ପାଣିଗ୍ରାହୀ| ୨୩ ରୁ ୨୯ ସେପ୍ଟେମ୍ବର ଭିତରେ ମୁଁ ଭୁବନେଶ୍ଵର ରେ ଅଛି | ତଥାପି ମୁଁ ତତ୍କାଳ ପରିସ୍ଥିତି କୁ ଦେଖିକି କହିବି, ଯଦି କିଛି ସାକ୍ଷାତକାର ଥାଏ, ମୁଁ ଜଣେଇଦେବି।
  2. ଶିତିକଣ୍ଠ ଦାଶ (ମୋ କଥା ଠିକ ନାହିଁ... କ୍ଳାସ ନଥିଲେ ଆସିବି)
  3. ମନୋଜ ସାହୁକାର ୨୩ ରୁ ୨୯ ଭିତରେ ମୁଁ ଭୁବନେଶ୍ଵର ରେ ଅଛି| କିନ୍ତୁ ପ୍ରତିଦିନ କ୍ଳାସ ରହୁଛି| କୌଣସି କର୍ମଶାଳା ବା ମେଳଣରେ ଯୋଗ ଦେଇ ପାରିବି ନାହିଁ|

କଟକ[ସମ୍ପାଦନା]

ଆପଣଙ୍କ ନାମ ଓ ତାରିଖ (୨୩-୨୯ ସେପ୍ଟେମ୍ବର ଭିତରେ)[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]

ଆପଣଙ୍କ ନାମ ଓ ତାରିଖ (୨୩-୨୯ ସେପ୍ଟେମ୍ବର ଭିତରେ)[ସମ୍ପାଦନା]

ଅନୁଷ୍ଠିତ ହୋଇଥିବା ମେଳଣ ଓ କର୍ମଶାଳା[ସମ୍ପାଦନା]

ଭୁବନେଶ୍ୱର[ସମ୍ପାଦନା]

ଭୁବନେଶ୍ୱରରେ ଥିବା ଉଇକିଆଳିମାନେ ଗତ କାଲି (୨୩ ସେପ୍ଟେମ୍ବର ୨୦୧୩)ରେ ଏକାଠି ହୋଇଥିଲେ । ଏଥିରେ ଓଡ଼ିଆ ଉଇକିଆଳି ଡା ସୁବାସ ଚନ୍ଦ୍ର ରାଉତ, ଶିତିକଣ୍ଠ ଦାଶ, ଦୀପ୍ତିମାନ ପାଣିଗ୍ରାହୀ, ଜ୍ଞାନରଞ୍ଜନ ସାହୁ, ଶ୍ୱେତପଦ୍ମା ଶତପ‌ଥୀ ଓ ମୁଁ ଯୋଗ ଦେଇ ଓଡ଼ିଆ ଉଇକିପିଡ଼ିଆର ୨୦୦ ଗୋଟି ଉପ‌ଯୋଗୀ ପ୍ରସଙ୍ଗ ତାଲିକା ଉଇକିପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରିଥିଲୁ । ସମସ୍ତେ ଏଥିରେ କି କି ପ୍ରକାରର ପ୍ରସଙ୍ଗ ଓଡ଼ିଆ ଉଇକିପିଡ଼ିଆ ପାଇଁ ଉପ୍ୟୋଗୀ ହେବ ତାହା ଆଲୋଚନା କରିଥିଲେ । ଓଡ଼ିଶାର ପ୍ରସିଦ୍ଧ ସ୍ଥାନ', ପର୍ଯ୍ୟଟନ ସ୍ଥଳୀ, ଓଡ଼ିଶାର ଇତିହାସ, ଓଡ଼ିଶାର ବରପୁତ୍ର, ଓଡ଼ିଶାର ମୁଖ୍ୟ ସ‌ହର ଓ ସଦର ମହକୁମା, ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପ, ପୋଷାକ, ବାସନ‌କୁସନ, ଓଡ଼ିଆ ସାହିତ୍ୟର ଇତିହାସଓଡ଼ିଆ ସାହିତ୍ୟର ଇତିହାସ ଆଦି ଉପ ବିଭାଗକୁ ନେଇ ଏହି ପ୍ରସଙ୍ଗ‌ଗୁଡ଼ିକ ଲେଖାଯିବା ପାଇଁ ସମସ୍ତେ ମତ ଦେଇଥିଲେ । ଡା ସୁବାସ ରାଉତ ଲୀଳାବତୀଙ୍କ କନ୍ୟାଗଣ ଗଣ-ସମ୍ପାଦନା ପ୍ରକଳ୍ପରେ ଅନେକ ଭାରତୀୟ ବୈଜ୍ଞାନିକଙ୍କ ଉପରେ ପ୍ରସଙ୍ଗ ଲିଖନର ଆରମ୍ଭ ଓ ପାଠକଙ୍କ ନିମନ୍ତେ ଏହାର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ । ଉଇକିଆଳି ଶିତିକଣ୍ଠ ଦାଶ ବିଜ୍ଞାନ ଉପରେ ଏକ ପୋର୍ଟାଲ ଆରମ୍ଭ କ‌ରିବା ବାବଦରେ ମନ୍ତବ୍ୟ ରଖିଥିଲେ । ଇଂରାଜୀ ଉଇକିପିଡ଼ିଆ ର ବିଜ୍ଞାନ ପୋର୍ଟାଲ ଆଧାରରେ ଓଡ଼ିଆରେ ମଧ୍ୟ ସେହିଭଳି ଏକ ପୋର୍ଟାଲ ଆରମ୍ଭ କଲେ କିପରି ବିଜ୍ଞାନ ବିଷୟରେ ଥିବା ପ୍ରସଙ୍ଗମାନ ଅଧିକ ସମୃଦ୍ଧ ହେବ ଓ ଅଧିକ ବିଜ୍ଞାନ ସମ୍ବନ୍ଧୀୟ ପ୍ରସଙ୍ଗ ଓଡ଼ିଆ ଉଇକିପିଡ଼ିଆରେ ଆରମ୍ଭ ହେବ ତାହା ବର୍ଣ୍ଣନା କରିଥିଲେ । ଓଡ଼ିଆ ଅଭିଧାନରୁ ଶବ୍ଦ ସବୁ ଓଡ଼ିଆ ଉଇକିଅଭିଧାନରେ ଲେଖାଯିବା ବାବଦରେ ଆରମ୍ଭ କରାଯାଇଥିବା ନୂଆ ପ୍ରକଳ୍ପରେ ପ୍ରତି ଉଇକିଆଳି କିପରି ଗୋଟେ ଗୋଟେ ଅକ୍ଷର ନେଇ ଶବ୍ଦ ଯୋଡ଼ିପାରିବେ ତାହା ଏହି ମେଳଣରେ ଆଲୋଚିତ ହୋଇଥିଲେ । ଶେଷରେ ଢେଙ୍କାନାଳସ୍ଥିର ଭାରତୀୟ ଶିକ୍ଷା ସଂସ୍ଥାନରେ ସେପ୍ଟେମ୍ବର ୩୦ ହେବାକୁ ଥିବା ସାଧାରଣ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ବାବଦରେ ଆଲୋଚନା ହୋଇଥିଲା ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୬:୫୭, ୨୪ ସେପ୍ଟେମ୍ବର ୨୦୧୩ (UTC)

ଅନ୍ୟାନ୍ୟ ଆଲୋଚନା[ସମ୍ପାଦନା]

୧. ସରସ୍ୱତୀ ଶିଶୁମନ୍ଦିରରେ ଓଡ଼ିଆ ଅଭିଧାନ ପ୍ରକଳ୍ପ ବାବଦରେ ଆଲୋଚନା:
ଓଡ଼ିଆ ଉଇକିଆଳି ଦୀପ୍ତିମାନ ପାଣିଗ୍ରାହୀଙ୍କ ଉଦ୍ୟମ କ୍ରମେ ଆମେ ଦୁହେଁ ଏହି ୨୪ ତାରିଖରେ ଭୁବନେଶ୍ୱରର ଇଉନିଟ ୮ ସ୍ଥିତ ସରସ୍ୱତୀ ଶିଶୁମନ୍ଦିରରେ ଶିକ୍ଷକମାନଙ୍କ ସ‌ହ ଭେଟିବାର ସୁଯୋଗ ପାଇଥିଲୁ । ସେଠାରେ ଶିକ୍ଷକମାନଙ୍କ ସ‌ହିତ ଓଡ଼ିଆ ଅଭିଧାନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲୁ । ଅକ୍ଟୋବର ୨୦ ପରେ ଅଷ୍ଟମ ଓ ନ‌ବମ ପିଲାଙ୍କ ପରୀକ୍ଷା ସରିଲା ପରେ ପିଲାଙ୍କ ପାଇଁ ଏକ କର୍ମଶାଳାର ଆୟୋଜନ କରିବା ନିମନ୍ତେ ସ୍କୁଲ ତରଫରୁ ଅନୁରୋଧ ଆସିଛି । କିଛି ଦିନ ତଳେ ଓଡ଼ିଆ ଅଭିଧାନ ପ୍ରକଳ୍ପ ମାଧ୍ୟମରେ ଓଡ଼ିଆ ଶବ୍ଦସବୁକୁ ପୁରୁଣା ଅଭିଧାନରୁ ଟାଇପ କରି ଓଡ଼ିଆ ଉଇକିଅଭିଧାଙ୍କୁ ସମୃଦ୍ଧ କରିବା ପାଇଁ IRC ଚାଟରେ ଉଇକିଆଳିମାନେ ମତବ୍ୟକ୍ତ କରିଥିଲେ । ପିଲାମାନ‌ଙ୍କୁ ଏହି ଅକ୍ଟୋବର ୨୦ ପରେ ହେବାକୁ ଥିବା କର୍ମଶାଳାରେ ଓଡ଼ିଆରେ ଟାଇପ କରିବା ଶିଖାଯିବ ବୋଲି ଆଲୋଚିତ ହୋଇଥିଲା । ପ୍ରଥମ କର୍ମଶାଳା ଦିନ ସ୍କୁଲ କମ୍ପ୍ୟୁଟରମାନଙ୍କରେ ଓଡ଼ିଆ ଅଭିଧାନ ସବୁ ଲୋଡ଼ କରାଯିବ। କର୍ମଶାଳା ଦିନ ଓ ତାହା ପରେ ପିଲାମାନଙ୍କ ପାଇଁ ଶିକ୍ଷକମାନେ ଶବ୍ଦଗୁଚ୍ଛ ବାଛିବେ ଓ ସେମନେ ଶବ୍ଦଗୁଡ଼ିକ ଟାଇପ କରି ନିଜ ଶିକ୍ଷକମାନଙ୍କ ଦ୍ୱାରା ଥରେ ଭୁଲ/ଠିକ ପରଖିନେବେ । ଏହା ପରେ ଦ୍ୱିତୀୟ କର୍ମଶାଳାର ଆୟୋଜନ କରାଯିବ ଯେଉଁଥିରେ ସେମାନଙ୍କୁ କିପରି ଶବ୍ଦଗୁଡ଼ିକ ଉଇକିଅଭିଧାନରେ ଲେଖାଯାଏ ତାହା ଶିଖାଇଦିଆଯିବ । ସ୍କଲରେ ଇଣ୍ଟରନେଟ ନ‌ଥିବାରୁ ଯେଉଁମାନଙ୍କ ଘରେ କମ୍ପ୍ୟୁଟର ଓ ଇଣ୍ଟରନେଟ ଅଛି ସେମାନଙ୍କୁ ଏହି ଶବ୍ଦଗୁଡ଼ିକ ଉଇକିଅଭିଧାନରେ ଲେଖିବେ । ୨-୩ ଟି କର୍ମଶାଳା ଅନ୍ତରେ ସମସ୍ତ ଶବ୍ଦକୁ ଏକ କିଉଇକ୍ସ ଅଫଲାଇନ ସିଡ଼ି କରି ପିଲାଙ୍କ ଭିତରେ ବିତରଣ କରାଯାଇପାରିବ । ଦୟାକରି ଅକ୍ଟୋବର ୨୦ ପରେ ହେବାକୁ ଥିବା କର୍ମଶାଳାଟି ପରିଚାଳନା କରିବା ପାଇଁ ଇଚ୍ଛୁକ ଥିବା ଉଇକିଆଳିଗଣ ନିଜ ନାମ ଲେଖିବେ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୩:୨୧, ୨୬ ସେପ୍ଟେମ୍ବର ୨୦୧୩ (UTC)

୨. କଳିଙ୍ଗ ବିଶ୍ୱବିଦ୍ୟାଳୟର ଶିକ୍ଷକମାନଙ୍କ ସ‌ହ ଆଲୋଚନା:
କଳିଙ୍ଗ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ, ଇଞ୍ଜିନିଅରିଂ, ମାନ‌ବିକ ବିଭାଗ ଓ କିସ ଆଦିବାସୀ ଆବାସିକ ଅନୁଷ୍ଠାନ (ସ୍କଲ ଓ କଲେଜ) ତରଫରୁ ଓଡ଼ିଆ ଉଇକିପିଡ଼ିଆକୁ ସେହି ଅନୁଷ୍ଠାନମାନଙ୍କରେ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା କରିବାର ଆମନ୍ତ୍ରଣ ମିଳିଛି । ସେଠାକାର ପ୍ରଫେସର ପାର୍ଥ ସେନ‌ଗୁପ୍ତ, ଟ୍ରେନିଂ ଓ ପ୍ଲେସମେଣ୍ଟ ଡୀନ ଶରଣଜୀତ ସିଂହ, ସ‌ହକାରୀ ପ୍ରଫେସର ସ୍ୱାତୀ ସାମନ୍ତରାୟ, ପ୍ରଫେସର ଶ୍ରୀପ୍ରକାଶ ପାଣିଙ୍କ ସ‌ହ ଭେଟିବାର ସୁଯୋଗ ମୋତେ ମିଳିଥିଲା । ଏହା ସ‌ହିତ କିସ ଆଦିବାସୀ ଆବାସିକ ଅନୁଷ୍ଠାନର ବିତ୍ତ ଅଧିକାରୀ ଈଶ୍ୱର ଓ ତାଙ୍କର ଅନ୍ୟାନ୍ୟ ସ‌ହ‌କର୍ମୀମାଙ୍କ ମଧ୍ୟ ମୁଁ ଭେଟିଥିଲି । ଏହି ଆଲୋଚନା ପରେ ଏହି ଅନୁଷ୍ଠାନ ସମୂହ ତଳେ ଦିଆଯାଇଥିବା ତାରିଖମାନଙ୍କରେ ଓଡ଼ିଆ ଉଇକି-ପରିବାରକୁ ତାଙ୍କ ଅନୁଷ୍ଠାନରେ କର୍ମଶାଳାର ଆୟୋଜନ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଭୁବନେଶ୍ୱର/କଟକରେ ଥିବା ଉଇକିଆଳିମାନଙ୍କୁ ଅନୁରୋଧ କରୁଛି ସେମାନେ ଏଥିରେ ଭାଗନେଇପାରିବେ କି ନାଁ ଜଣାଇଲେ ସେହି ଅନୁସାରେ ଆଗାମୀ ଯୋଜନାର ରୂପରେଖ ନିର୍ଣ୍ଣୟ କରାଯିବ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୩:୪୮, ୨୬ ସେପ୍ଟେମ୍ବର ୨୦୧୩ (UTC)

    1. ଅକ୍ଟୋବର ୨୫: କିସ ଆଦିବାସୀ ଆବାସିକ ଅନୁଷ୍ଠାନରେ ଶିକ୍ଷକ ଓ ଛାତ୍ରମାନଙ୍କ ନିମନ୍ତେ ଉଇକିପିଡ଼ିଆରେ ଲିଖନ ଓ ଓଡ଼ିଆ ଟାଇପିଂ କର୍ମଶାଳା
    2. ଅକ୍ଟୋବର ୨୬: କଳିଙ୍ଗ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ, ଇଞ୍ଜିନିଅରିଂ, ମାନ‌ବିକ ବିଭାଗ ପାଇଁ ୩-୪ ଟି କର୍ମଶାଳା (ଏହା ସେମାନଙ୍କର ବାର୍ଷିକ ମ୍ୟାନେଜମେଣ୍ଟ ଉତ୍ସବ ମାର୍କେଟିଂ କନ‌କ୍ଲେଭରେ ଅନ୍ତର୍ଭୁକ୍ତ ହେବ, ଏଥିରେ ଉଭୟ ଓଡ଼ିଆ ଇଂରାଜୀ ଉଇକିପିଡ଼ିଆ ବାବଦରେ ଶିକ୍ଷା ଦିଆଯିବ)
    3. ନ‌ଭେମ୍ବର ୧୬/୧୭: କଳିଙ୍ଗ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ, ଇଞ୍ଜିନିଅରିଂ, ମାନ‌ବିକ ବିଭାଗ ପାଇଁ ଅକ୍ଟୋବର ୨୬ରେ କରାହେବାକୁ ଥିବା କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ, ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆ ବାବଦରେ ଅଧିକ ଶିଖାହେବ
    4. ନ‌ଭେମ୍ବର ୧୮: କିସ ଆଦିବାସୀ ଆବାସିକ ଅନୁଷ୍ଠାନରେ ଶିକ୍ଷକ ଓ ଛାତ୍ରମାନଙ୍କ ନିମନ୍ତେ ଅକ୍ଟୋବର ୨୬ର କର୍ମଶାଳାର ଉଚ୍ଚ‌ତର ପର୍ଯ୍ୟାୟର କର୍ମଶାଳା

ଉପରେ ଥିବା କର୍ମଶାଳାମାନଙ୍କର ପରିଚାଳନା ପାଇଁ ଆଗ୍ରହୀ ଉଇକିଆଳି[ସମ୍ପାଦନା]

  1. ମୁଁ ଏହି କର୍ମଶାଳାମାନଙ୍କରେ ଭାଗ ନେଵା ପାଇଁ ଆଗ୍ରହୀ (ଅକ୍ଟୋବର ୨୬ ଓ ନ‌ଭେମ୍ବର ୧୬/୧୭) --Jnanaranjan sahu (ମୋ ଆଲୋଚନା) ୦୪:୨୪, ୨୬ ସେପ୍ଟେମ୍ବର ୨୦୧୩ (UTC)
  2. ମୁଁ ଏହି କର୍ମଶାଳାମାନଙ୍କରେ ଯୋଗ ଦେବି । --Subas Chandra Rout (ମୋ ଆଲୋଚନା) ୧୭:୩୮, ୨୬ ସେପ୍ଟେମ୍ବର ୨୦୧୩ (UTC)
  3. ମୁଁ ଆଗ୍ରହୀ, କିନ୍ତୁ ଏତେ ଆଗରୁ କିଛି ସଠିକ ଭାବେ ଜଣାଇବା ମୋ ପକ୍ଷେ ସମ୍ଭବପର ନୁହେଁ ।--ଶିତିକଣ୍ଠ (ଆଲୋଚନା) ୧୯:୫୫, ୨୮ ସେପ୍ଟେମ୍ବର ୨୦୧୩ (UTC)

ନୂଆ ପୋର୍ଟାଲ ଆରମ୍ଭ[ସମ୍ପାଦନା]

ପ୍ରିୟ ଉଇକିଆଳି ଭାଇମାନେ, ଓଡ଼ିଆ ଉଇକିପିଡିଆରେ ଲେଖା ଗୁଡ଼ିକୁ ଯୋଜନାବଦ୍ଧ ଭାବେ ଗଢିବା ଓ ସଜାଇ ରଖିବା ପାଇଁ ପୋର୍ଟାଲ ଗୁଡିକର ଅବଶ୍ୟକତା ରହିଛି । ଏହାକୁ ଆମେ କୌଣସି ବିଷୟର ପ୍ରବେଶଦ୍ଵାର ବା ମୁଖଶାଳା କହିପାରିବା । ବର୍ତ୍ତମାନ ସୁଦ୍ଧା ଦୁଇଟି ପୋର୍ଟାଲ ପରୀକ୍ଷାମୂଳକ ଭାବେ ଗଢାଯାଇଅଛି (portal:ବିଜ୍ଞାନ, portal:ବୈଷୟିକ ବିଜ୍ଞାନ) । ଓଡ଼ିଆ ଉଇକିପିଡିଆରେ ପୋର୍ଟାଲ-ନେମସ୍ପେସ ନଥିବାରୁ, ଛାଞ୍ଚ ଓ ମଡ୍ୟୁଲ୍ କପି କରିବା ସମୟରେ କିଛି ତୃଟି ରହିଯାଉଛି । ଏବଂ ପୋର୍ଟାଲ ଗୁଡିକ ନୂଆ ପ୍ରସଙ୍ଗ ଭାବେ ଗଣିହେଉଛି । ଏଣୁ portal ପାଇଁ ଏକ ନୂଆ ନେମସ୍ପେସ ପାଇଁ ଆବେଦନ କରିବା ସମ୍ପର୍କରେ ଆପଣଙ୍କ ମତାମତ ଜଣାଇବେ ।--ଶିତିକଣ୍ଠ (ଆଲୋଚନା) ୧୯:୫୩, ୨୮ ସେପ୍ଟେମ୍ବର ୨୦୧୩ (UTC)

"Book" ନେମସ୍ପେସ ମଧ୍ୟ ନାହିଁ, ଏବେ ଦରକାର ପଡୁନି ତ? ନା ଏକସାଙ୍ଗରେ ଆବେଦନ କରିଦେବା? -- ଅଂଶୁମାନ ତାର ଯୋଡ଼ିବେ? ୧୮:୧୨, ୨୯ ସେପ୍ଟେମ୍ବର ୨୦୧୩ (UTC)
ବୁକ ନେମସ୍ପେସ ଏକ ସୁନ୍ଦର ଯୋଜନା । ମୁଁ ଏହା ବିଷୟରେ ଆଗରୁ ପଢିନଥିଲି । ଯଦିଓ ଆମ ଉଇକିରେ ବିଜ୍ଞାନ ସମ୍ବନ୍ଧୀୟ ଲେଖା ବେଶୀ ନାହିଁ, ତେବେବି ଏହା ପାଇଁ ଆବେଦନ କରିଦିଆଯାଉ । କାରଣ ସଂସ୍କୃତି, ଚଳଣି, ଜଗନ୍ନାଥ ମନ୍ଦିର ସମ୍ପର୍କିତ ବହୁତ ଲେଖା ରହିଛି ; ଏହାକୁ ନେଇ ବହି ନେମସ୍ପେସ ଆରମ୍ଭ କରିହେବ ।--ଶିତିକଣ୍ଠ (ଆଲୋଚନା) ୧୯:୧୬, ୨୯ ସେପ୍ଟେମ୍ବର ୨୦୧୩ (UTC)

ସମର୍ଥନ[ସମ୍ପାଦନା]

  1. ସୁଭାସିସ ପାଣିଗାହିମୋତେ କହିବେ କିଛି?
  2. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୧୦, ୨୯ ସେପ୍ଟେମ୍ବର ୨୦୧୩ (UTC)
  3. --ଆଦିତ୍ୟ ମହାର (ମୋ ଆଲୋଚନା) ୦୫:୫୩, ୨୯ ସେପ୍ଟେମ୍ବର ୨୦୧୩ (UTC)
  4. --Srikant Kedia ୧୯:୩୧, ୨ ଅକ୍ଟୋବର ୨୦୧୩ (UTC)

ବିରୋଧ[ସମ୍ପାଦନା]

reported in Bugzilla: 58453  ୧୮:୪୨, ୧୩ ଡିସେମ୍ବର ୨୦୧୩ (UTC)

ବନାନ ସୁଧାର[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ନଗଦ ବଦଳ ପୃଷ୍ଠାରେ ପ୍ରତ୍ୟେକ ବଦଳ ବା ସମ୍ପାଦନା ପାଖରେ ‘‘ପୁରାପୁରି ପଛକୁ ଫେରିଯିବେ’’ ଆସୁଅଛି, ଯାହା ବନାନଗତ ଅଶୁଦ୍ଧ। ଯାହାର ସଠିକ୍ ବନାନ ହେଉଛି ‘‘ପୂରାପୂରି ପଛକୁ ଫେରିଯିବେ’’। ପୁରାର ଅର୍ଥ ପୁରୁଣା, ପୂରାର ଅର୍ଥ ପୂର୍ଣ୍ଣ, ପୂରାପୂରିର ଅର୍ଥ ସମ୍ପୂର୍ଣ୍ଣ। ଅନୁରୋଧ, ଏହାକୁ ସୁଧାରି ନିଆଗଲେ ବହୁତ ଭଲ ହେବ।––ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୬:୧୪, ୫ ଅକ୍ଟୋବର ୨୦୧୩ (UTC)

ବନାନ ସୁଧାର କରାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୫୦, ୫ ଅକ୍ଟୋବର ୨୦୧୩ (UTC)

ଶ୍ରେଣୀ ବାବଦରେ କିଛି ଦ୍ଵନ୍ଦ[ସମ୍ପାଦନା]

ଶ୍ରେଣୀ:ଜୀବ ଜଗତଶ୍ରେଣୀ:ଜୀବଜଗତ ମଧ୍ୟରୁ ଭୁଲ ଓ ଅନାବଶ୍ୟକ ଶ୍ରେଣୀରେ ଥିବା ଲେଖାଗୁଡ଼ିକୁ ଅନ୍ୟ ଶ୍ରେଣୀକୁ ପଠାଯାଉ ଓ ଭୁଲ ଶ୍ରେଣୀଟିକୁ ଲିଭାଇଦିଆଯାଉ ।--ଶିତିକଣ୍ଠ (ଆଲୋଚନା) ୧୧:୩୬, ୫ ଅକ୍ଟୋବର ୨୦୧୩ (UTC)

ଆଗାମୀ IRC ଆଲୋଚନା[ସମ୍ପାଦନା]

ବନ୍ଧୁଗଣ,

ଆସନ୍ତୁ ଏ ମାସର IRC ଆଲୋଚନା ପାଇଁ ଆସନ୍ତା ସ‌ପ୍ତାହରେ ଏକ ଦିନ ସ୍ଥିର କରିବା । ସମସ୍ତେ କେଉଁ ସମୟରେ ଉପସ୍ଥିତ ରହିପାରିବେ ଦୟାକରି ଜଣାନ୍ତୁ ।

ଏହି ମାସ ୩ ରୁ ୬ ତାରିଖ ଭିତରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ଟ୍ରେନ-ଦି-ଟ୍ରେନର କାର୍ଯ୍ୟକ୍ରମରେ ଦୁଇ ଓଡ଼ିଆ ଉଇକିଆଳି ମୃତ୍ୟୁଞ୍ଜୟ କର ଓ ଡା. ସୁବାସ ଚନ୍ଦ୍ର ରାଉତ ଯୋଗଦେଇଥିଲେ । ସେମାନେ ନିଜ ନିଜର ଅଭିଜ୍ଞତା ଏଥିରେ ବଖାଣିବେ । ଏଥିସ‌ହିତ ଆମେମାନେ ଢେଙ୍କାନାଳରେ ଭାରତୀୟ ଜନସଂଚାର ସଂସ୍ଥାନରେ ହୋଇଥିବା କର୍ମଶାଳା ବାବଦରେ କ‌ଥାହେବୁ ତ‌ଥା ଆଗାମୀ କର୍ମଶାଳା ପାଇଁ ଯୋଜନା କରିବୁ ।

ଦୟାକରି କିଏ କେଉଁ ସମୟରେ ଉପସ୍ଥିତ ହେବେ ଲେଖିବେ ଯାହାକୁ ଭିତ୍ତିକରି ଆମେ ଏକ ଘଣ୍ଟିକିଆ IRC ଆଲୋଚନା କରିପାରିବୁ । --ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୦୮:୪୦, ୨୧ ଅକ୍ଟୋବର ୨୦୧୩ (UTC)

Short-term Assignment at CIS-A2K[ସମ୍ପାଦନା]

Apologies for not posting in your language. At CIS-A2K we are looking to engage an experienced Wikimedian on a short-term assignment. Please see this notice for more details. All queries may please be sent over e-mail given in the notice.--Visdaviva (ମୋ ଆଲୋଚନା) ୦୮:୨୬, ୨୮ ଅକ୍ଟୋବର ୨୦୧୩ (UTC)

Please note that CIS-A2K is extending the last date of submitting the application to 5th November 2013. Nitika.t (ମୋ ଆଲୋଚନା) ୦୭:୫୭, ୩୧ ଅକ୍ଟୋବର ୨୦୧୩ (UTC)

CIS-A2K Grant Report September 2012-June 2013[ସମ୍ପାଦନା]

(Apologies for writing in English. You are welcome to translate this message)

Greetings! As many of you know that the Wikimedia Foundation approved a 22 month grant to the CIS-A2K. The aim of the grant is to support the growth of Wikimedia movement in India.
Please find the Grant Report for the first 10 months period here.
CIS-A2K will be happy to receive your feedback. Please let us know if you have any suggestions, questions and concerns about the report and our work. We would be glad to have this feedback here.
We are thankful to the Wikimedia community in India, Wikimedia India Chapter and the Wikimedia Foundation for actively engaging with our work. We will continue to work upon our deficiencies, failures and successes. Thanks! --User:Hindustanilanguage (User talk:Hindustanilanguage) 05:48, 6 November 2013 (UTC).

ନ‌ଭେମ୍ବର ମାସରେ ହେବାକୁ ଥିବା ମେଳଣ ଓ କର୍ମଶାଳା[ସମ୍ପାଦନା]

ବନ୍ଧୁଗଣ, ଏହି ମାସରେ ଆମକୁ ବିଭିନ୍ନ ସ୍ଥାନରୁ କର୍ମଶାଳାମାନ କରିବାକୁ ଯେଉଁ ନିମନ୍ତ୍ରଣମାନ ମିଳିଛି ତାହା ବାବଦରେ ତଳେ ଲେଖୁଛି । ଆପଣମାମଙ୍କ ଭିତରୁ ଯେଉଁମାନେ ତଳ‌ଲିଖିତ ତାରିଖମାନଙ୍କରେ ଉପସ୍ଥିତ ରହିପାରିବେ ଦୟାକରି ନିଜର ନାମ ଉଲ୍ଲେଖ କରନ୍ତୁ ।

KISS ଆଦିବାସୀ ଆବାସିକ ଅନୁଷ୍ଠାନରେ ଶିକ୍ଷକ ଓ ଛାତ୍ରମାନଙ୍କ ନିମନ୍ତେ ଓଡ଼ିଆ ଟାଇପିଂ ଓ ଉଇକିପିଡ଼ିଆରେ ସମ୍ପାଦନା କର୍ମଶାଳା[ସମ୍ପାଦନା]

ସେପ୍ଟେମ୍ବର ମାସରେ KIIT ବିଶ୍ୱବିଦ୍ୟାଳୟରେ ଯେଉଁ ଆଲୋଚନାମାନଙ୍କ ବାବଦରେ ମୁଁ ଉଲ୍ଲେଖ କରିଥିଲି ତାହାର ଫଳସ୍ୱରୂପ ଏହି ମାସ ୧୪ ତାରିଖ (ଆସନ୍ତା ଗୁରବାର) ଦିନ KISS ଆଦିବାସୀ ଆବାସିକ ଅନୁଷ୍ଠାନରେ ଶିକ୍ଷକ ଓ ଛାତ୍ରମାନଙ୍କ ନିମନ୍ତେ ଏକ ପ୍ରାରମ୍ଭିକ ଓଡ଼ିଆ ଟାଇପିଂ ଓ ଉଇକିପିଡ଼ିଆରେ ସମ୍ପାଦନା କର୍ମଶାଳା ପାଇଁ KISS ତରଫରୁ ନିମନ୍ତ୍ରଣ ମିଳିଛି । ଏଥିରେ ୧୨ ଜଣ ଶିକ୍ଷକ ଓ ୩୨ ଜଣ ସ୍ନାତକୋତ୍ତର ଯୋଗଦେଇ ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆ ବାବଦରେ ତାଲିମ ଗ୍ରହଣ କରିବେ । ଏହି କର୍ମଶାଳା ବାବଦରେ ଅଧିକ ବିବରଣୀ ଏହି ଲିଙ୍କରେ ପଢ଼ିପାରିବେ । ଏଥିରେ ଯୋଗଦେଇ ଯୋଗଦାନ‌କାରୀମାନଙ୍କୁ ତାଲିମ ଦେବାରେ ସ‌ହ‌ଯୋଗ କରିବା ନିମନ୍ତେ ଅଭିଜ୍ଞ ଓ ପୁରୁଖା ଉଇକିଆଳିମାନଙ୍କୁ ଅନୁରୋଧ । ଯେଉଁ ଉଇକିଆଳିମାନେ ଏଥିରେ ସମୟଦାନ କରିପାରିବେ ଦୟାକରି ଏହି କର୍ମଶାଳା ପୃଷ୍ଠାରେ ନିଜର ନାମ ଉଲ୍ଲେଖ କରନ୍ତୁ ।

ଭାରତୀୟ ଶିକ୍ଷା ସଂସ୍ଥାନ, ଢେଙ୍କାନାଳଠାରେ ଏ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା[ସମ୍ପାଦନା]

ସେପ୍ଟେମ୍ବର ମାସରେ ଭାରତୀୟ ଶିକ୍ଷା ସଂସ୍ଥାନରେ ହୋଇଥିବା କର୍ମଶାଳାର ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା ନିମନ୍ତେ ୧୮ ଓ ୧୯ ତାରିଖରେ ଏକ ଉନ୍ନୀତ ସ୍ତରର ଦୁଇଦିନିଆ କର୍ମଶାଳା ପାଇଁ ଅନୁଷ୍ଠାନ ତରଫରୁ ଆମନ୍ତ୍ରଣ ମିଳିଛି । ଏହି ଦୁଇଦିନିଆ କର୍ମଶାଳାରେ ଦୁଇଦିନ ବା ଗୋଟିଏ ପୁରାଦିନ ପାଇଁ ଯେଉଁ ଉଇକିଆଳି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବାପାଇଁ ଇଚ୍ଛୁକ ଦୟାକରି କର୍ମଶାଳା ପୃଷ୍ଠାରେ ନିଜର ନାମ ଉଲ୍ଲେଖ କରନ୍ତୁ ।

କିଟରେ ହେବାକୁଥିବା ଅନ୍ୟାନ୍ୟ କର୍ମଶାଳା[ସମ୍ପାଦନା]

କିଟ ସ୍କୁଲ ଓଫ ଟେକନୋଲୋଜିଠାରେ ୧୫ ତାରିଖ ଓ କିଟ ସ୍କୁଲ ଓଫ ମ୍ୟାନେଜମେଣ୍ଟଠାରେ ୧୬ ତାରିଖରେ ଏକ କର୍ମଶାଳାର ଆମନ୍ତ୍ରଣ ମିଳିଛି । ଏହି ଦୁଇ କର୍ମଶାଳା ଇଂରାଜୀ ଉଇକିପିଡ଼ିଆରେ ହେବ ।

ମେଳଣ[ସମ୍ପାଦନା]

ମୁଁ ବ୍ୟକ୍ତିଗତ ଭାବେ ଓଡ଼ିଶାରେ ୧୩ ତାରିଖରୁ ୨୦ ତାରିଖ ଯାଏଁ ରହିବି । ଦୟାକରି ଜଣାଇବେ କେଉଁ କେଉଁ ସ୍ଥାନରେ ଆପଣମାନେ କେଉଁଦିନ ଭେଟିବା ନିମନ୍ତେ ସମୟ ବାହାର କରିପାରିବେ ।

ଭୁବନେଶ୍ୱର (ତାରିଖ)[ସମ୍ପାଦନା]

  1. --ଶିତିକଣ୍ଠ (ଆଲୋଚନା) - (ଆଜି କିମ୍ବା କାଲି ସନ୍ଧ୍ୟା ବେଳେ ଭଲ ହୁଆନ୍ତା)
  2. ବ୍ୟବହାରକାରୀ:USERNAME (ତାରିଖ)

ଆଜି ସନ୍ଧ୍ୟା ୫:୩୦ ସମୟରେ ଓଡ଼ିଆ ଉଇକିଆଳି ଶିତିକଣ୍ଠ ଦାସ, ଡା ସୁବାସ ଚନ୍ଦ୍ର ରାଉତ, ଶ୍ୱେତପଦ୍ମା ଶତପ‌ଥୀ ଓ ଜ୍ଞାନରଞ୍ଜନ ସାହୁଙ୍କ ସ‌ହ ଭେଟିବାର ଯୋଜନା ହୋଇ‌ଛି ।--ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୧୧:୩୫, ୧୩ ନଭେମ୍ବର ୨୦୧୩ (UTC)

କଟକ (ତାରିଖ)[ସମ୍ପାଦନା]

  1. ବ୍ୟବହାରକାରୀ:USERNAME (ତାରିଖ)

ଅନୁଗୋଳ-ନାଲକୋନ‌ଗର[ସମ୍ପାଦନା]

  1. ବ୍ୟବହାରକାରୀ:USERNAME (ତାରିଖ)

ଅନ୍ୟାନ୍ୟ ସ୍ଥାନ[ସମ୍ପାଦନା]

ଏହି କର୍ମଶାଳା ବାବଦରେ କିଛି ପଚାରିବା/ଆଲୋଚନା କରିବା ନିମନ୍ତେ ଦୟାକରି ତଳେ ଲେଖନ୍ତୁ --ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୦୮:୫୫, ୧୦ ନଭେମ୍ବର ୨୦୧୩ (UTC)

ଜାନୁଆରି ମାସରେ ଉଇକିପିଡ଼ିଆ କର୍ମଶାଳା, ମେଳଣ ଓ ଆଲୋଚନା[ସମ୍ପାଦନା]

ଆଦରର ଉଇକିଆଳିଗଣ,

ସଭିଙ୍କୁ ମୋର ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ଏ ମାସରେ କେତେଗୋଟି କର୍ମଶାଳା ଓ ଉତ୍ସବ ନିମନ୍ତେ ମୋର ଏହି ଲେଖା । ସୁଖର ଖବର ଯେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିଶ୍ୱବିଦ୍ୟାଳୟ (KIIT - କିଟ) ଓ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (KISS - କିସ) ସ‌ହ ସ‌ହବନ୍ଧିତ ହୋଇ ଜ୍ଞାନର ବିକାଶରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଭାଗ ହେବ ଉଇକିପିଡ଼ିଆରେ ଅଂଶଗ୍ରହଣ କରି ଏଥିରେ ସମ୍ପାଦନା ମାଧ୍ୟମରେ ଅଧିକ ଛାତ୍ର ଓ ଶିକ୍ଷକମାନଙ୍କ ନିମନ୍ତେ ଜ୍ଞାନ ବିତରଣ ପ‌ଥ ସୁଗମ କରିବା । ଏଣୁ କିଟ ଓ କିସଠାରେ ତଳ‌ଲିଖିତ ତାରିଖମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ହେବାର ଅଛି:

  • ଜାନୁଆରି ୧୦: କିସ ଠାରେ ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କର୍ମଶାଳା
  • ଜାନୁଆରି ୧୧: କିସ ଓ କିଟରେ ସିଆଇଏସ-କିଟ ସ‌ହବନ୍ଧନ କାର୍ଯ୍ୟକ୍ରମ ଓ କିସଠାରେ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା
  • ଜାନୁଆରି ୧୩: କିଟର ସ୍କୁଲ ଅଫ ଟେକନୋଲୋଜିରେ ସାଧାରଣ ଉଇକିପିଡ଼ିଆ କର୍ମଶାଳା
  • ଜାନୁଆରି ୧୬: କିଟର ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ସାଧାରଣ ଉଇକିପିଡ଼ିଆ କର୍ମଶାଳା

ଏଥିସ‌ହିତ "ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକସେସ ଟୁ ନଲେଜ" (CIS-A2K) ପ୍ରୋଗ୍ରାମର ପ୍ରୋଗାମ ଡାଇରେକ୍ଟର ଟି ବିଷ୍ଣୁବର୍ଦ୍ଧନ ଓ ଆମ୍ଭେ ଜାନୁଆରି ୧୦ ତାରିଖ ଦିନ ଭୁବନେଶ୍ୱରରେ ଓଡ଼ିଆ ଉଇକିଆଳିଙ୍କ ସ‌ହ ଭେଟିବାକୁ ଉତ୍ସୁକ । ଦୟାକରି ଜଣାଇବେ କେତେବେଳେ ଆମେ ସମସ୍ତେ ଭେଟିପାରିବୁ । ମୁଁ ଅନୁରୋଧ କରିବି କଟକରେ ଥିବା ଉଇକିଆଳିଙ୍କୁ ଏହି ମେଳଣରେ ଭାଗ ନେବା ନିମନ୍ତେ ।

ବାଲେଶ୍ୱରସ୍ଥିତ ଫକୀରମୋହ‌ନ ବିଶୱବିଦ୍ୟାଳୟରେ ଜାନୁଆରି ୧୫ରେ ଓଡ଼ିଆ ଉଇକିଆଳି ଅଂଶୁମାନ ଗିରି ଓ ମୁଁ ସେଠାକାର କୁଳାଧିପ‌ତିଙ୍କୁ ଭେଟି ଛାତ୍ରମାନଙ୍କ ନିମନ୍ତେ ଓଡ଼ିଆ ଉଇକିପିଡ଼ିଆର ସମ୍ପାଦନା ବାବଦରେ ଏକ ଆଲୋଚନା କରିବାର ଯୋଜନା ଅଛି । ସେହିଦିନ ଆମେ ସେଠାରେ ବିଶୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଏକ ଉଇକିପିଡ଼ିଆ କର୍ମଶାଳା କରିବାର ଯୋଜନା ମଧ୍ୟ କରିଛୁ ।

ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ଚାଲିଥିବା ଉଇକୁପିଡ଼ିଆ କର୍ମଶାଳା ସିରିଜର ସମାପ୍ତି ଓ ଓଡ଼ିଆ ଉଇକିପିଡ଼ିଆର ୧୦ ବର୍ଷ ପୂର୍ତ୍ତି ଅବସରରେ ଏକ ଉଦ‌ଯାପନ କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠାନ ତରଫରୁ ଓଡ଼ିଆ ଉଇକିଆଳିମାନଙ୍କୁ ଆମନ୍ତ୍ରଣ ମିଳିଛି । ଏହା ୨୯ ଜାନୁଆରିରେ ଅନୁଷ୍ଠିତ ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପରିସରରେ ଅନୁଷ୍ଠିତ ହେବ ।

ଏହି ସମସ୍ତ କର୍ମଶାଳା ଓ କାର୍ଯ୍ୟକ୍ରମରେ ଭାଗନେଇ ଉପସ୍ଥିତ ନୂତନ ଉଇକିଆଳିଙ୍କୁ ଆମ ପରିବାରକୁ ସ୍ୱାଗତ କରିବା ତ‌ଥା ଅନ୍ୟମାନଙ୍କୁ ଉଇକିପିଡ଼ିଆର ଉପ‌ଯୋଗୀତା ବାବଦରେ ବର୍ଣ୍ଣନା କରିବା ନିମନ୍ତେ ଆପଣମାନଙ୍କର ଉପସ୍ଥିତି ଏକାନ୍ତ ଆବଶ୍ୟକ । ନିଜର ସୁବିଧା ମତେ କିଏ କେଉଁ କେଉଁ କାର୍ଯ୍ୟକ୍ରମରେ ଭାଗନେଇପାରିବେ ଦୟାକରି ଜଣାଇବେ ।--ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୦୪:୪୬, ୬ ଜାନୁଆରୀ ୨୦୧୪ (UTC)

ମୁଁ ଭୁବନେଶ୍ଵରରେ ହେବାକୁଥିବା ମେଳଣ ଓ ଜନ୍ମଦିନ ପାଳନ ସମୟରେ ଯୋଗଦେବା ପାଇଁ ଚେଷ୍ଟା କରିବି । ଜନ୍ମତିଥି ପାଳନ ସମୟରେ ମୋ ମତରେ ଆମକୁ କେହି ଅଭିଜ୍ଞ ଓଡ଼ିଆ ଭାଷାବିତ୍‌ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବା ଉଚିତ ଯିଏକି କମ୍ପ୍ୟୁଟରରେ ଓଡ଼ିଆ ଭାଷାର ପ୍ରଚାର ପାଇଁ ଆଗ୍ରହୀ ଥିବେ । ଖବରକାଗଜ ମୁଖ୍ୟ ସମ୍ପାଦକ ଓ ଯୁବ ସାମ୍ବାଦିକଙ୍କୁ ବି ନିମନ୍ତ୍ରଣ କରିପାରିବା । ବର୍ତ୍ତମାନ ଇଲେକ୍ସନ ପାଖ ଥିବାରୁ ରାଜନୈତିକ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଇପରିବ ଯାହାଦ୍ୱାରା ଓଡ଼ିଆ ଉଇକିପିଡିଆ ଖବରକାଗଜର ଶିରୋନାମା ମଣ୍ଡନ କରିପାରେ । --ଶିତିକଣ୍ଠ (ଆଲୋଚନା) ୨୧:୫୧, ୮ ଜାନୁଆରୀ ୨୦୧୪ (UTC)
୨୯ ଜାନୁଆରୀ ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇପାରିବି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୫୫, ୯ ଜାନୁଆରୀ ୨୦୧୪ (UTC)

ମୁଁ ୧୧ ତାରିଖ ଓ ୧୨ ତାରିଖ, ମୁଖ୍ୟତଃ ଭୁବନେଶ୍ଵରରେ ରବିବାର ଓ ଶନିବାରମାନଙ୍କରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବି ।--Jnanaranjan sahu (ମୋ ଆଲୋଚନା) ୧୬:୫୬, ୯ ଜାନୁଆରୀ ୨୦୧୪ (UTC)

ଯେହେତୁ ଏବେ ଏହି ସୁବିଧାଟି ଉପଲବ୍ଧ ଅଛି, ତ ଆମେ ସହଜରେ {{U}} ବା {{Ping}} ଛାଞ୍ଚ ଉଲ୍ଲେଖ (mention) କରିବା ପାଇଁ ବ୍ୟବହାର କରିପାରିବା, ତ ଆପଣଙ୍କ ଇଉଜର ନାମଟି ଯେମିତି ଅଛି ସେମିତି ଆସିବ । କିନ୍ତୁ ଯଦି ଆପଣ ଅନ୍ୟ କିଛି ନାମରେ ସମ୍ବୋଧନ କରିବା ପାଇଁ ଚାହୁଁଛନ୍ତି ତେବେ ମାନୁଆଲି ଉଇକି ଲିଙ୍କ ବ୍ୟବହାର କରିପାରିବେ :-) -- ଅଂଶୁମାନ ତାର ଯୋଡ଼ିବେ? ୧୪:୩୭, ୮ ଜାନୁଆରୀ ୨୦୧୪ (UTC)

ଧନ୍ୟବାଦ ଅଂଶୁମାନ ଭାଇ ଏହା ବହୁତ ଭଲ ଛାଞ୍ଚଟିଏ । ପୁରା "ବ୍ୟବହାରକାରୀ" ଲେଖିବା ଆବଶ୍ୟକ ହେବ ନାହିଁ :) ।--ଶିତିକଣ୍ଠ (ଆଲୋଚନା) ୨୧:୦୨, ୮ ଜାନୁଆରୀ ୨୦୧୪ (UTC)

AWB ବ୍ୟବହାରକରି Stub ତିଆରି[ସମ୍ପାଦନା]

ଡିସେମ୍ବରରେ AWB ବ୍ୟବହାର କରି ବହୁତ ଗୁଡିଏ ମୁଣ୍ଡିଆ ଲେଖା (stub) ତିଆରି କରାଗଲା । ମୁଁ ଭାବୁଥିଲି ବୋଧେ ୨୦୧୪ ନୂଆ ବର୍ଷ ପାଇଁ! କେହି କହିବେ ଯଦି ଅନ୍ୟକିଛି କାରଣ ଅଛି? ଏମିତି stub ତିଆରି କରିବା ପୂର୍ବରୁ କେଉଁଠି ଆଲୋଚନା ହେଇଛି? ଶିତିକଣ୍ଠ ଦାଶ ଭାଇ ତୁମକୁ ମେନସନ କରୁଛି କାରଣ ତୁମେ ତିଆରି କରିଥିଲ । ମୋ ମତରେ ଏମିତି stub ତିଆରି କରି କିଛି ଲାଭ ନାହିଁ, ଆଉ ବିନା କାରଣରେ ଶହ ଶହ stub ତିଆରି କରିବା ପୂର୍ବରୁ ଆଲୋଚନା କରିବା ନିହାତି ଦରକାର । ଏମିତି ୫/୧୦ ଟି ତିଆରି କରି ଲିଷ୍ଟରେ ଯୋଡି ପରେ ଭଲ ଭାବେ ଲେଖିପାରିବେ ବା ଯଦି ଆମେ ଲକ୍ଷ ଲେଖାରୁ ୧୦୦/୨୦୦ ପଛରେ ଅଛେ, ଅଲଗା କଥା । MKar ଭାଇ, Aditya Mahar ଭାଇ, Odisha1, Guguly18 ଭାଇ, Subas Chandra Rout ସାର, ଓ ଅନ୍ୟମାନେ ଦୟାକରି ଆପଣମାନଙ୍କ ମତ ରଖିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୫:୨୯, ୯ ଜାନୁଆରୀ ୨୦୧୪ (UTC)

କେହି କହିପାରିବେ କେତୋଟି stub ତିଆରି କରାଯାଇଛି AWB ବ୍ୟବହାର କରି ଡିସେମ୍ବରରେ, ଠିକ ନଜାଣିଥିଲେ ବି ଅନୁମାନ କେତେ ହେବ? -- ଅଂଶୁମାନ ତାର ଯୋଡ଼ିବେ? ୧୬:୦୦, ୯ ଜାନୁଆରୀ ୨୦୧୪ (UTC)
ଡାଇନୋସର ମୁଣ୍ଡିଆ ଭାବେ ୪୫୪ ଟି ଲେଖା ତିଆରି ହୋଇଛି AWB ଦ୍ଵାରା - ଶ୍ରେଣୀ:ଆପେ ଆପେ ତିଆରି ଲେଖା | ମୁଁ list generation ପାଇଁ ଏହି ଉପପୃଷ୍ଠା - ବ୍ୟବହାରକାରୀ:ଶିତିକଣ୍ଠ ଦାଶ/List of dinosaur genera ର red link ବ୍ୟବହାର କରିଥିଲି । ତେଣୁ ନାମ ଗୁଡ଼ିକ ଇଂରାଜୀରେ ଅଛି । ମୁଁ ଭାବିଥିଲି ଏହା ଯୋଗୁଁ ଆଉ କିଛି ଫଏଦା ହେବ: bot ଦ୍ଵାରା interwiki ଲିଙ୍କ ଯୋଗ ଓ ଇଂରାଜୀ ପୁନଃପ୍ରେରଣ ସୁବିଧାରେ କରିହେବ ।
→ ଆଉ ଆଲୋଚନା କରିନଥିଲି କାରଣ ଏମିତି ଲେଖା ତିଆରି କରିବାର ମୋର କୌଣସି ପୂର୍ବ ଯୋଜନା ନଥିଲା ଓ ମୁଁ ୫୦୦୦ ସେହିଦିନ ପାର ହେବ ବୋଲି ମୁଁ ନିଜେ ବି ଜାଣି ନଥିଲି । bot ଓ semibot ସମ୍ପର୍କରେ ପଢୁପଢୁ ମୁଁ AWB ବିଷୟରେ ଜାଣିଲି । ପ୍ରଥମେ କିଛି ପରଖ କରିଥିଲି AWB କୁ ନେଇ । ମାନୁଆଲ ପଢୁ ପଢୁ କିପରି ଲେଖା ତିଆରି କରାଯିବ ଜାଣିଲି । ଏଣୁ କିଛିଟା ଲେଖାରେ ଆପ୍ଳାୟ କରିବାକୁ ଭାବିଲି । ଉଇକିରେ ଭୁଲ ହେଲେ ଅନ୍ୟ କେହି ସୁଧାରି ଦେବେ ଏଣୁ ତିଆରି କଲି । ଗୋଟିଏ ଦୁଇଟି ସଠିକ ହେବାପରେ ଖୁସିରେ ଡେଇଁବାକୁ ଲାଗିଲି । ଅନ୍ୟ ଲେଖା ଗୁଡ଼ିକ ଉପରେ କିଛି ସେଟିଂ ଚେଞ୍ଜ କରି ଓ ଲେଖାରେ ସୁଧାର କରି ବଦଳ କରିଚାଲିଲି । ପ୍ରାୟ ବୋଧେ ୪୭୦୦ ପାଖାପାଖି ଥିଲା, ଭାବିଲି ୪୭୦୦ ହେଲେ ବନ୍ଦ କରିଦେବି । ମୁଁ ସେତେବେଳ ଯାଏଁ bot tab ରେ ଥିବା ଅଟୋମେଟିକ ସେଭିଙ୍ଗ ସିଷ୍ଟମ ବ୍ୟବହାର କରିନଥିଲି କେବେଳ ମାନୁଆଳି ଏଣ୍ଟର ମାରି ଚାଲିଥିଲି । ଏମିତି କରୁକରୁ ୪୭୦୦ ଟପିଗଲା । ଭାବିଲି ୪୭୫୦ ରେ ରହିବି ସେଇଟାବି ଟପିଗଲା । ୪୮୦୦ ଟପିଲା ପରେ ଭାବିଲି ଏକାଥରେ ୫୦୦୦ କାହିଁକି ନ ପୁରେଇବି, ସେଇଟା ବି ୫୦୩୦ ହେଇଗଲା । ସେମିତିରେ ଡାଇନୋସର ଲେଖା ଗୁଡିକୁ କେହି ପଢିବେ ନାହିଁ ଓ ମାନୁଆଲି ଲେଖିଲେବି ଗୋଟିଏ ଧାଡିରୁ ଅଧିକ ଲେଖାଯାଉନାହିଁ । ଏଣୁ ଏହି ଲେଖାକୁ ବ୍ୟବହାର କରି ମୁଁ ମୁଣ୍ଡିଆ ତିଆରି କରିବା ଠିକ ଭାବିଥିଲି । ଏମିତି ଅନେକ ମୁଣ୍ଡିଆ ତିଆରି ହେବା ଯୋଗ୍ୟ ଲେଖାକୁ ଉପପୃଷ୍ଠାରେ ଯୋଡିକି ରଖିଛି । ସେଗୁଡିକୁ ଭଲକରି ତିଆରି କରିବି; ମୋ ଫେବୋରାଇଟ ବିଷୟ ସେଗୁଡିକ । ମୁଁ ଫେସବୁକରେ ମୁଣ୍ଡିଆ ଲେଖା ଆରମ୍ଭ କିଛି ସମୟ ପୂର୍ବରୁ ଜଣେଇଥିଲି ସେଦିନ । ଅବଶ୍ୟ ଆଗରୁ ଜଣେଇବାର ଥିଲା । ପରେ (ଏହି କିଛି ଦିନ ତଳେ) ମୁଁ ଆଉ କିଛି ଲେଖା CSV plugin ବ୍ୟବହାର କରି ତିଆରି କରିଥିଲି । ସେଗୁଡିକ ପରୀକ୍ଷାମୂଳକ ଭାବେ ଗଢାଯାଇଥିଲା ଏଣୁ ଡ଼ିଲିଟ କରିଦେଲି । CSV ବ୍ୟବହାର କରି ବହୁତ ଭଲ ଲେଖା ଶୀଘ୍ର ତିଆରି କରିହେବ, ମୁଣ୍ଡିଆ ନୁହେଁ । ମୁଁ କିଛି ଇଉରୋପୀୟ ସହର ଗୁଡିକ ପାଇଁ CSV file ତିଆରି କରୁଛି । ତିଆରି ସାରିଲେ google ରେ ଆଗ ଅପ୍ଲୋଡ କରିବି ଓ ଫେସବୁକ ରେ ପୋଷ୍ଟ କରିବି । ଆଗକୁ ଏମିତି ଏକାଥରେ ବହୁତ ଲେଖା ତିଆରି କରିବା ପୂର୍ବରୁ ଆଲୋଚନା କରିବି ।
→ ଅନ୍ୟ ଉଇକିଆଳି ମାନେବି ନିଜ ମତ ରଖନ୍ତୁ । ଆଲୋଚନା ଓ ସମାଲୋଚନା ଦ୍ଵାରା ହିଁ ଓଡ଼ିଆ ଉଇକିପିଡିଆ ପାଇଁ ଠିକ ନୀତି ନିର୍ଧାରଣ କରାଯାଇପାରିବ । --ଶିତିକଣ୍ଠ (ଆଲୋଚନା) ୧୭:୪୨, ୯ ଜାନୁଆରୀ ୨୦୧୪ (UTC)
  • ଠିକ ଅଛି ଭାଇ, ବୁଝିଲି । ପୁଣି semibot ବା bot ବ୍ୟବହାର କରି stub ତିଆରି କରିବା ପୂର୍ବରୁ ଆଲୋଚନା କରିବେ । ଦୟାକରି ସମସ୍ତେ ଧ୍ୟାନ ଦେବେ । -- ଅଂଶୁମାନ ତାର ଯୋଡ଼ିବେ? ୧୮:୫୨, ୯ ଜାନୁଆରୀ ୨୦୧୪ (UTC)

Facts vs. Figments of Imagination[ସମ୍ପାଦନା]

Dear Odia Wikimedians, please excuse my inability to not post in Odia. Ansuman has raised some queries and posted certain accusations here on my talk page on Meta pertaining to Odia Wikipedia. I felt it is important that you see the discussion and share your feedback either here or on Meta. I wanted to primarily share my responses to Ansuman with the larger Odia Wikipedia community seeking your feedback and thus pasting it below as it is.

Ansuman there are three things that I see you raise to which I am responding below.

My role in creation of 454 stubs on Odia Wikipedia using AWB[ସମ୍ପାଦନା]

Your claim is that I have been behind this or I have encouraged this.
Firstly I am completely unaware of these 454 stub created using AWB and came to know only from your post on my talk page here. I also came to know that these have been created by ଶିତିକଣ୍ଠ ଦାଶ through you. Secondly, I have neither encouraged nor influenced nor advised ଶିତିକଣ୍ଠ ଦାଶ to either use AWB or create massive stubs using AwB to reach any milestone whatever. In fact I have not given any specific suggestion or advise on how he should edit on OR Wikipedia. I am reasonably positive that ଶିତିକଣ୍ଠ ଦାଶ has some reason for why he has done this, which you could discuss separately among the community. For now, I would request ଶିତିକଣ୍ଠ ଦାଶ to please clarify to the community, if I had covertly or overtly asked him to create the stubs using AWB or for that manner any sort of editing on Odia Wikipedia?

I didn't say you had said to create stubs using AWB. But I thought you encouraged this, because of your promise you had made to celebrate this target as you mentioned in the email. When you discuss such things, reaching targets and all, you should be aware of such things that might happen. But obviously you have no idea how these things work. This is a fact, and you can do nothing about it, but quit. -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୩, ୧୨ ଜାନୁଆରୀ ୨୦୧୪ (UTC)

CISA2K's role in creating these 454 stubs[ସମ୍ପାଦନା]

As you and the rest of the OR Wikipedia community well know that User:Psubhashish is anchoring the Odia plans. I would request ଶିତିକଣ୍ଠ ଦାଶ to also clarify if User:Psubhashish had influenced him to create these stubs using AWB.

No, I don't think he'd do that. I know him better than you. At least he has some experience, but you failed to use that. -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୩, ୧୨ ଜାନୁଆରୀ ୨୦୧୪ (UTC)

Proposal to create 20,000 Stubs on Odia Wikipedia[ସମ୍ପାଦନା]

Your claim is that when I visited Bhubaneshwar I proposed to create 20,000 stubs of villages.
It is a gross mis-representation or mis-understanding of the discussions I had with the community including User:Psubhashish during my visit in March 2013, in which you were not present. So probably you need to get back to your source and check the veracity of this hearsay, who has informed you of this after these many months. There was definitely a discussion on the potential of creating many articles on the districts/mandals/villages of Odisa. In fact I shared about how it was done on Telugu Wikipedia and how it resulted in many stubs. I have also mentioned that though such project does have potential to create many articles, but stressed that it should be done with careful planning and resources such that none of them are stubs. I was also told by some of the OR WP community members that there was already a project w:or:ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ which could be revived. Post this visit and based on the discussions and inputs from the Odia Wikipedia community members we shared a draft plan where we proposed m: India Access To Knowledge/Work plan April 2013 - June 2014/Odia#WikiProject Places of Odisha (ଉଇକିପ୍ରକଳ୍ପ ଆମ ଗାଁ ଆମ ସହର). These draft plans were shared on the OR Wikipedia (including a posting on the Village Pump, I believe) for community feedback and discussion. In addition to this the plans were also shared with larger Indian and global community of Wikimedians. As you will see from the Odia plans we were at no point aiming at 20,000 articles or stubs on OR WP but were very pragmatic as what we (OR Wikipedia community with the support from CISA2K) could achieve in a year's time. I also believe Village is a notable article in the Indian regional language Wikipedia and have larger ambitions of how a village article on WP could be used for decentralized open governance, etc. which I will write up someday.

You never accept your mistakes. I think we can all guess the reason. But we all know that you have no experience at Wikimedia and you are no good here. I'm quite sure you have stressed on creating stubs, heard from 2/3 people. Also you'd said something like "You have potential to reach 20000 by the end of this yr". This is impossible even you say now. And such things you don't mention on Wikipedia. Whether you accept or not, you are partly responsible for many stubs that are created in this period. Just make sure this never happens again. Not just this, anything that you want to discuss with Users off-wiki, mention them first on-wiki. How many times i have said this, to mention everything on wiki. You never listen. -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୩, ୧୨ ଜାନୁଆରୀ ୨୦୧୪ (UTC)

My stand on stubs[ସମ୍ପାଦନା]

I personally am not in favour of creating stubs and deeply believe in creating quality knowledge or content on Wikipedia or elsewhere. This should be visible both in my edits and the projects that I get involved.

What'd you say now, after i said all these. Lie as much as you want, you know the consequence. -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୩, ୧୨ ଜାନୁଆରୀ ୨୦୧୪ (UTC)

CISA2K's work in supporting the growth of Odia Wikipedia[ସମ୍ପାଦନା]

Your claim is that CISA2K's outreach is not effective.
It would be useful if you and others from the others from the Odia Wikipedia community discuss this openly on OR WP. As I have shared User:Psubhashish is anchoring the working vis-a-vis Odia Wikipedia growth. So please involve him in the discussions on OR WP village pump on what is working; what is not working; what else could be done? Even I would be glad to contribute my two cents of experience. By the way do you have a policy or description on what is a stub on OR WP? Would be nice if you could point to this.
Ansuman, I am quite open to discussion. However, it would be nice if Civility is maintained. Could I urge you to see WP:CIVIL on EN WP whenever you get sometime.--Visdaviva (ମୋ ଆଲୋଚନା) ୦୯:୪୨, ୧୨ ଜାନୁଆରୀ ୨୦୧୪ (UTC)

Hello, I'm not wasting any more of my time discussing. I have discussed so many things, raised many concerns. What happened? You don't have the experience to understand many things around Wikimedia. Helping is totally different thing. You can do only one thing, spread the word about Wikimedia. That's the only thing i won't complain hopefully. And sadly I'd have to do just one thing, whenever you make a mistake or likely you'd make one, I'd stop you. Do we have any other options?
Do we have any policy at Odia Wikipedia! That doesn't mean we don't follow any. I'm well aware of how open you're.
Well I'm usually civil. But when it comes to you, I'm not. You know the reasons. I can mention loads of reasons, but lets not get into that. You should thank god, you're working in India. If you were doing the same thing in USA, you can't even imagine the language you had to listen.
Please don't joke, you're very bad at it. Could I request you to familiarize yourself with all the policies, guidelines and also get some experience at Wiki editing. So that we don't have to go through all this.
Oh you are free to start any discussion here. Let's just hope you'd discuss with us first before doing anything. Until you're here, Good luck. -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୩, ୧୨ ଜାନୁଆରୀ ୨୦୧୪ (UTC)
I had explained everying to my community just above your post (its in Odia) . And one more thing - I am responsible for this, neither Psubhashish nor Visdaviva। Nobody influenced me for this . I will improve these stubs soon.--ଶିତିକଣ୍ଠ (ଆଲୋଚନା) ୧୫:୫୬, ୧୨ ଜାନୁଆରୀ ୨୦୧୪ (UTC)

More mess by A2K[ସମ୍ପାଦନା]

Originally posted at meta:User_talk:Visdaviva#A2K.27s_work_at_Odia_Wikipedia.21.

  1. This was posted on the same day after your post from A2K. Clearly it was meant for A2K. And you can read what is written.
  2. How could you call this Vandalism? It was posted at VP, and we should welcome others view there. Why do you think we have such a place?
  3. Further, don't you know it's not right to revert in such situation, when you're involved. Why did you revert if you think it was not meant for A2K? Why didn't you let someone else to deal with it?
  4. It was clearly a suggestion to inform the community few days earlier, not to fix date on your own. And the latter part I've already translated here.
  5. Why didn't you consider this message? Why didn't you reply? Anonymous edits are welcome at main space, then why not at VP?
  • Do you have answers to these questions? You have been working for more than 2 years now. How many times i have pointed to your mistakes? And I'm just a volunteer, and you're expecting civility from me!, you think that'd solve this. Don't you think I should be the one to expect things?
  • You're working professionally yet you discard someone's message openly! You think this is acceptable? You think this'd have a good impact on the community? -- ଅଂଶୁମାନ ତାର ଯୋଡ଼ିବେ? ୦୭:୦୮, ୧୩ ଜାନୁଆରୀ ୨୦୧୪ (UTC)
  • Further discussions, for the record. -- ଅଂଶୁମାନ ତାର ଯୋଡ଼ିବେ? ୧୨:୨୧, ୧୮ ଜାନୁଆରୀ ୨୦୧୪ (UTC)

ସମସ୍ତଙ୍କୁ ଓଡିଆରେ କଥା ହେବା ପାଇଂ ଅନୁରୋଧ[ସମ୍ପାଦନା]

ଯେହେତୁ ଏହା ଓଡ଼ିଆ ଉଇକିପିଡ଼ିଆ ଆଲୋଚନା ସଭା ତେଣୁ ସମସ୍ତଙ୍କୁ ଓଡିଆରେ କଥା ହେବା ପାଇଁ ଅନୁରୋଧ କରୁଛି। ଯଦି ଓଡିଆ ନ ଜାଣିଥିବା ସଭ୍ୟମାନଙ୍କୁ ନିମନ୍ତେ କିଛି ଲେଖୁଥାନ୍ତି ତେବେ ସେମାନଙ୍କ ଆଲୋଚନା ପୃଷ୍ଠାରେ ଅନ୍ୟ ଭାଷାରେ ଲେଖିବା ସହ ଆଲୋଚନା ସଭାରେ ସେହି ଲେଖାଟିକୁ ଆଉ ଥରେ ଲେଖି ତାର ଏକ ଓଡିଆ ଅନୁବାଦିତ ସଂସ୍କରଣ ଲେଖିଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି। --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ କି? ୦୯:୫୧, ୧୩ ଜାନୁଆରୀ ୨୦୧୪ (UTC)

ଜ୍ଞାନ ଭାଇ, ଯେଉଁଟା ଓଡ଼ିଆରେ ଲେଖାଯିବା ଆବଶ୍ୟକ ଏବଂ ଅଣ-ଓଡ଼ିଆଙ୍କ ପାଇଁ ନୁହେଁ, ସେଇଟା ଓଡ଼ିଆରେ ଲେଖାଯିବ । A2Kର ସୂଚନା, ରିପୋର୍ଟ ସବୁକୁ ତୁମେ ଯଦି କହିବ ଅନୁବାଦ କରାଯାଉ, ମୋ ମତରେ କିଛି ଦରକାର ନାହିଁ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୨୧, ୧୩ ଜାନୁଆରୀ ୨୦୧୪ (UTC)
ହଁ ଭାଇ ଠିକ କଥା । କିନ୍ତୁ ଯଦି ଆଲୋଚନା ସଭାରେ ଲେଖା ହେଉଛି ତ ସମସ୍ତଙ୍କ ପାଇଁ । ଯିଏ ଓଡିଆ ଜାଣି ନାହାନ୍ତି ଅଲଗା କଥା । ଯଦି କୌଣସି ସଭ୍ୟଙ୍କ ପାଇଁ ଲେଖା ହେଉଛି ତେବେ ସେମାନଙ୍କ ଆଲୋଚନା ପୃଷ୍ଠାରେ ଲେଖିଲେ ଭଲ ହୁଅନ୍ତା । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୫୨, ୧୩ ଜାନୁଆରୀ ୨୦୧୪ (UTC)