ମୂର୍ତ୍ତିଦେବୀ ପୁରସ୍କାର

ଉଇକିପିଡ଼ିଆ‌ରୁ

ମୂର୍ତ୍ତିଦେବୀ ପୁରସ୍କାର ଭାରତୀୟ ଜ୍ଞାନପୀଠ ଦବାରା ୧୯୮୩ରୁ ପ୍ରଦାନ କରାଯାଇ ଆସୁଅଛି । ଉଲ୍ଲେଖନୀୟ ସାହିତ୍ୟ କୃତି ଲାଗି ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାରକୁ ଜ୍ଞାନପୀଠ ପରେ ଭାରତରେ ଦ୍ୱିତୀୟବଡ଼ ସାହିତ୍ୟ ପୁରସ୍କାର ଭାବେ ବିବେଚନା କରାଯାଏ । ପୁରସ୍କାର ବାବଦରେ ୨ଲକ୍ଷ ଟଙ୍କା, ଏକ ମାନପତ୍ର, ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ଓ ଏକ ଶାଲ ପ୍ରଦାନ କରାଯାଇଥାଏ । ଏପର୍ଯ୍ୟନ୍ତ ଦୁଇଜଣ ଓଡ଼ିଆ ପ୍ରତିଭା ରାୟ (୧୯୯୧) ଓ ହରପ୍ରସାଦ ଦାସ (୨୦୧୩) ମୂର୍ତ୍ତିଦେବୀ ପୁରସ୍କାର ପାଇଛନ୍ତି । ୧୯୯୧ରେ ପ୍ରତିଭାରାୟ 'ଯାଜ୍ଞସେନୀ' ପାଇଁ ଏହି ପୁରସ୍କାର ପାଇଥିବା ବେଳେ ୨୦୧୩ରେ ହରପ୍ରସାଦ ଦାସ 'ବଂଶ' ପାଇଁ ଏହି ପୁରସ୍କାର ପାଇଛନ୍ତି ।୨୦୦୮ରେ ପ୍ରକାଶିତ 'ବଂଶ'ରେ ମହାଭାରତର ଆଖ୍ୟାନକୁ ଆଧୁନିକ କବିତା ଢଙ୍ଗରେ ପରିବେଷଣ କରାଯାଇଛି ।

ଆଧାର[ସମ୍ପାଦନା]