ଚୈତ୍ର ମଙ୍ଗଳବାର ଓଷା

ଉଇକିପିଡ଼ିଆ‌ରୁ
ଚୈତ୍ର ମଙ୍ଗଳବାର ଓଷା
ଅନ୍ୟ ନାମଚଇତି ମଙ୍ଗଳବାର ଓଷା
ପର୍ବ ପାଳନ୪/୫ଟି ମଙ୍ଗଳବାର
ତାରିଖଚୈତ୍ର ମଙ୍ଗଳବାର
୨୦୨୪ ତାରିଖdate missing (please add)
ସମ୍ପର୍କିତମଙ୍ଗଳାଙ୍କ ପୂଜା, ତାରିଣୀଙ୍କ ପୂଜା

ଚୈତ୍ର ମଙ୍ଗଳବାର ଓଷା ଏକ ଓଡ଼ିଶାରେ ପାଳିତ ହେଉଥିବା ଏକ ଓଷାବିଶେଷ । ଏହା ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୁଏ ।

ପୂଜାବିଧି[ସମ୍ପାଦନା]

କେନ୍ଦୁଝର ଜିଲ୍ଲାରେ ତାରିଣୀଙ୍କୁ ନଡ଼ିଆ, ନାଲି ମନ୍ଦାର, ଚୁଡ଼ୀ, କଳା ଶାଢ଼ୀ ଭୋଗ କରି ପୂଜା କରାଯାଏ । ଘଟଗାଁସ୍ଥିତ ମା ତାରିଣୀ ମନ୍ଦିରେ ଭାରି ଜାକଯମକରେ ପ୍ରତ୍ୟେକ ଚୈତ୍ର ମଙ୍ଗଳବାର ପାଳନ କରାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଚଇତି ନାମକ ଜଣେ ହାଡ଼ି ଜାତିର ମହିଳା ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଉଥିଲେ । ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ସେ ମଙ୍ଗଳାଙ୍କୁ ପୂଜା କରୁଥିଲେ । ଦିନେ ରାଜନବର ଓଳାଇବାକୁ ଯାଇଥିବା ବେଳେ ସକାଳୁ ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ମନେମନେ ଆଶଙ୍କା କରିଥାଆନ୍ତି । ରାଜା ଥିଲେ ଅପୁତ୍ରିକ I ଚଇତି ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଲେ । ରାଜା ଭୀଷଣ ରାଗିଗଲେ ଆଉ ଚଇତି ସାତପୁଅଙ୍କୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ । ପୁତ୍ରମାନଙ୍କ ବିୟୋଗ ଶୋକରେ ଥାଇ ମଧ୍ୟ ଚଇତି ମଙ୍ଗଳାଙ୍କୁ ମଦ ମାଂସ ଆଦି ଭୋଗ ଦେଇ ପୂଜାକରି ଦୁବ ଭୋଗ ନେଇ ମଙ୍ଗଳାଙ୍କୁ ସ୍ମରଣକରି କାଳୁଆ ଗଣ୍ଡରେ ପକାଇଲେ । ଶେଷରେ ମଙ୍ଗଳା କୃପା କରିବାରୁ ସବୁପୁଅ ବଞ୍ଚିଉଠିଲେ । କିଏ ଘୁମୁରା ବଜାଇଲା ତ ଆଉକିଏ ଢୋଲ ବଜାଇଲା । ପରିଶେଷରେ ରାଜା ଚଇତିଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଛନ୍ତି । ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି ।

ଆଧାର[ସମ୍ପାଦନା]