ସାମୁଏଲ ସାହୁ

ଉଇକିପିଡ଼ିଆ‌ରୁ
ସାମୁଏଲ ସାହୁ (ବାବି)
Born(1918-03-22)୨୨ ମାର୍ଚ୍ଚ ୧୯୧୮
କଟକ
Died୧୯ ନଭେମ୍ବର ୨୦୦୦(2000-11-19) (ବୟସ ୮୨)
Alma materମିଶନ ସ୍କୁଲ, କଟକ
Years active୧୯୫୦-୧୯୮୫
Known forଅଭିନେତା
Spouseଉମାରାଣୀ
Relativesମିନିକା ସାହୁ(ମାଉସୀ), ଡାନିଏଲ(ଭାଇ), ସୁକେଶୀ(ଭଉଣୀ)
Awardsଜୟଦେବ ପୁରସ୍କାର
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ସାମୁଏଲ ସାହୁ (୨୨ ମାର୍ଚ୍ଚ ୧୯୧୮- ୨୦୦୦)(ବାବି ଭାବେ ଅଧିକ ଜଣାଶୁଣା)[୧] ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

୨୨ ମାର୍ଚ୍ଚ ୧୯୧୮ରେ ବାବି ଏକ ରକ୍ଷଣଶୀଳ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ପିଲାଟିଦିନରୁ ତାଙ୍କ ପିତାମାତାଙ୍କର ମୃତ୍ୟୁ ଘଟିବାରୁ ସେ ତାଙ୍କ ମାଉସୀ ମିନିକା ସାହୁଙ୍କଦ୍ୱାରା ପରିପାଳିତ ହୋଇଥିଲେ । ମିଶନ ସ୍କୁଲରେ ପଢୁଥିବା ସମୟରେ ସେ 'ମାଙ୍କଡ଼' ନାମକ ନାଟକରେ, ମାଙ୍କଡ଼ ଭୂମିକାରେ ଅଭିନୟ କରିଥିଲେ । ଏହିଠାରୁ ହିଁ ତାଙ୍କ ଅଭିନୟ ଜୀବନର ଆରମ୍ଭ ହୋଇଥିଲା । ମିଶନ ସ୍କୁଲରୁ ମାଟ୍ରିକ ପାସ କଲାପରେ, ସେ ଓଡ଼ିଶା ଇଞ୍ଜିନିୟରିଂ ସ୍କୁଲରୁ ଡିପ୍ଲୋମା ହାସଲ କରିଥିଲେ ।

କର୍ମଜୀବନ[ସମ୍ପାଦନା]

ଇଞ୍ଜିନିୟରିଂ ଡିପ୍ଲୋମା ପାଠ ସମାପ୍ତ କରିସାରି ସାମୁଏଲ ବିହାରର ଚକ୍ରଧରପୁରଠାରେ ଇଞ୍ଜିନିୟର ଚାକରି ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ, ସେ ଚାକିରି ଛାଡ଼ି, ନିଜ ଜନ୍ମମାଟି ଓଡ଼ିଶାକୁ ଫେରିଆସିଥିଲେ । ଓଡ଼ିଶାରେ ସେ ବିଭିନ୍ନ ନାଟ୍ୟସଂସ୍ଥା ସହିତ ଜଡ଼ିତ ହୋଇ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୪୦ ମସିହାରେ କାଳୀଚରଣ ପଟ୍ଟନାୟକ ଓଡ଼ିଶା ଥିଏଟର୍ସ ନାମରେ ଏକ ନାଟ୍ୟସଂସ୍ଥା ଆରମ୍ଭ କରିଥିଲେ ଓ ସାମୁଏଲ ଏହି ସଂସ୍ଥାରେ ଯୋଗଦେଇ ବହୁ ନାଟକରେ ଅଭିନୟ କରିଥିଲେ । ୧୯୪୫ ମସିହାରେ ସାମୁଏଲ ବାବୁ 'ଅନ୍ନପୂର୍ଣ୍ଣା ବି'ରେ ଯୋଗଦେଇଥିଲେ ଓ ପ୍ରାୟ ତିନି ଦଶନ୍ଧି ଧରି ଏହି ନାଟ୍ୟସଂସ୍ଥା ସହ ଜଡ଼ିତ ରହିଥିଲେ । ସେ ନିଜ ନାଟ୍ୟଜୀବନରେ ପ୍ରାୟ ୧୫୦ରୁ ଅଧିକ ନାଟକରେ ଅଭିନୟ ଓ ପ୍ରାୟ ୨୦୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।

୧୯୪୯ ମସିହାରେ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ସେ ପ୍ରାୟ ୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "FJF to screen Ghara Bahuda". The Hindu. Retrieved 28 February 2015.
  2. "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 9 January 2013. Born on 22 March 1918 in a conservative Christian family in Cuttack[permanent dead link]
  3. http://www.srjan.com/moreaward.aspx?awardid=6[permanent dead link]
  4. "Odisha: Film Director Aprub Kishore Bir selected for Prestigious 'Jayadev Award' for 2010, Oriya Orbit". orissadiary.com. 2011. Archived from the original on 24 March 2013. Retrieved 9 January 2013. Samuel Sahu :Actor (1984)
  5. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  6. http://www.orissadiary.com/CurrentNews.asp?id=28867[permanent dead link]
  7. http://sangeetnatak.gov.in/sna/awardeeslist.htm
  8. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf

ଅଧିକ ତଥ୍ୟ[ସମ୍ପାଦନା]