ସହଯୋଗ:ସାଧନ/ଅଣ ୟୁନିକୋଡ଼ରୁ ୟୁନିକୋଡ଼ କନଭର୍ଟର (ପୁରୁଣା)

ଉଇକିପିଡ଼ିଆ‌ରୁ
Read this page in English

ଅଣ ୟୁନିକୋଡ଼ରୁ ୟୁନିକୋଡ଼ କନଭର୍ଟର ବିଭିନ୍ନ ପ୍ରକାରର ଫଣ୍ଟ ଏନକୋଡ଼ିରୁ ୟୁନିକୋଡ଼କୁ ରୂପାନ୍ତର କରିବା ପାଇଁ ବ୍ୟବହୃତ ହୁଏ । ୟୁନିକୋଡ଼ ବ୍ୟାପକ ଭାବେ ବ୍ୟବହାର ହେବା ଆଗରୁ ଫଣ୍ଟ ତିଆରିରେ ASCII ଏନକୋଡ଼ିଂ ପ୍ରଚଳିତ ଥିଲା । ଏଥିରେ ଓଡ଼ିଆ ପାଇଁ ଫଣ୍ଟ ନିର୍ମାତାମାନେ ନିଜ ସୁବିଧା ମୁତାବକ ବିଭିନ୍ନ ଲାଟିନ ଅକ୍ଷରକୁ କାଢ଼ି ତା' ବଦଳରେ ଓଡ଼ିଆ ଅକ୍ଷର ଖଞ୍ଜିଥିଲେ । ତେଣୁ ASCII ବ୍ୟବହାର କରି ତିଆରି ଭିନ୍ନ ଭିନ୍ନ ନିର୍ମାତାଙ୍କ ଫଣ୍ଟ ଅଲଗା । ୟୁନିକୋଡ଼ ଆସିବା ପରେ ଫଣ୍ଟ ନିର୍ବିଶେଷରେ ପ୍ରତି ଲିପି ପାଇଁ ଏକ ବିଶ୍ୱସ୍ତରୀୟ ମାନକ ତିଆରି ହେଲା ଓ ଆଗରୁ ବିଭିନ୍ନ ଅଣ-ୟୁନିକୋଡ଼ ଫଣ୍ଟରେ ଟାଇପ ହୋଇଥିବା ଲେଖାଗୁଡ଼ିକୁ ଯୁନିକୋଡ଼ରେ ବଦଳାଇବା ଆବଶ୍ୟକ ହେଲା । ଅଣ-ୟୁନିକୋଡ଼ ଫଣ୍ଟଗୁଡ଼ିକ ମଧ୍ୟରେ ଶ୍ରୀଲିପି, ଆକୃତି, ILeap, Leap Office ଆଦି ପ୍ରମୁଖ । ତଳେ ଏହି ଭଳି କିଛି ଜଣାଶୁଣା ଅଣ-ୟୁନିକୋଡ଼ ଫଣ୍ଟରୁ ୟୁନିକୋଡ଼ ମାନକକୁ ବଦଳାଇବା ପାଇଁ କନଭର୍ଟରମାନ ଦିଆଯାଇଛି । ତେବେ ତଳେ ଥିବା କନଭର୍ଟରଗୁଡ଼ିକ ପୁରୁଣା ଓ ଏବେ ହୁଏତ ସକ୍ରିୟ ଭାବେ ପରିଚାଳିତ ହେଉନାହିଁ । ଓଡ଼ିଆ ଉଇକିପିଡ଼ିଆର ଉଇକିଆଳିଙ୍କ ଉଦ୍ୟମରେ ତିଆରି ଏକ କନଭର୍ଟର ଅପେକ୍ଷାକୃତ ଭାବେ ସଠିକ ଓ ଆବଶ୍ୟକ ଅନୁସାରେ ମଝିରେ ମଝିରେ ପରିଚାଳିତ ହେଉଛି ।

ଉପଲବ୍ଧ ଓଡ଼ିଆ ଫଣ୍ଟ କନ‌ଭର୍ଟରମାନ[ସମ୍ପାଦନା]

Rebati Converter 2 (AkrutiOriSarala99 to Unicode)[ସମ୍ପାଦନା]

ଏହା AkrutiOriSarala99 ଫଣ୍ଟକୁ ଓଡ଼ିଆ ୟୁନିକୋଡ଼ ଫଣ୍ଟକୁ କନ‌ଭର୍ଟ କରିବାରେ ସ‌ହାୟକ ହେବ । ଏଠାରୁ ଡାଉନଲୋଡ଼ କରନ୍ତୁ

Rebati Converter 1 (OR-TTSarala to Unicode)[ସମ୍ପାଦନା]

ଏହା OR-TTSarala ଫଣ୍ଟକୁ ଓଡ଼ିଆ ୟୁନିକୋଡ଼ ଫଣ୍ଟକୁ କନ‌ଭର୍ଟ କରିବାରେ ସ‌ହାୟକ ହେବ । ଏଠାରୁ ଡାଉନଲୋଡ଼ କରନ୍ତୁ

OR-TTsarala2 Unicode Converter[ସମ୍ପାଦନା]

ଏହା OR-TTSarala ଫଣ୍ଟକୁ ଓଡ଼ିଆ ୟୁନିକୋଡ଼ ଫଣ୍ଟକୁ କନ‌ଭର୍ଟ କରିବାରେ ସ‌ହାୟକ ହେବ । ଏଠାରୁ ଡାଉନଲୋଡ଼ କରନ୍ତୁ

ପ୍ରଣାଳୀ[ସମ୍ପାଦନା]

  1. http://sourceforge.net/p/odiaconverterକୁ ଯାଇ ସଫ୍ଟୱେର ଡାଉନଲୋଡ଼ କରନ୍ତୁ ।
  2. ଡାଉନଲୋଡ଼ କରିଲାପରେ OR-TTsaralaUnicodeConverter.exe ଫାଇଲଟିକୁ ଡେସ୍କଟପକୁ ନିଅନ୍ତୁ । ଏହି ଆଇକନ ଉପରେ ଡବଲ କ୍ଲିକ କରିବା ପରେ ଆପ୍ଲିକେସନ‌ଟି ଖୋଲିଯିବ ।
  3. ଆପ୍ଲିକେସନ‌ଟିରା "load" ନୀଳ ରଙ୍ଗର ଆଇକନ ଉପରେ କ୍ଲିକ କରନ୍ତୁ । ଡେସ୍କଟପ ଉପରେ ଗୋଟିଏ html ଫାଇଲ (TransWikOdia-TWO.html) ତିଆରି ହେଇଯିବ ।
  4. html ଫାଇଲ ଖୋଲିବା ପାଇଁ Google Chromeକୁ ଡିଫଲ୍ଟ ରଖନ୍ତୁ । (କାରଣ ଏହା ଭଲକାମ କରେ) (ଇଚ୍ଛାଧୀନ)
  5. ବ୍ରାଉଜରଟିକୁ ଖୋଲା ରଖନ୍ତୁ ଏବଂ .pdf ଫାଇଲଟି କିମ୍ବା OR-TTsarala ଫଣ୍ଟରେ ଲେଖଥିବା ଯେ କୌଣସି ଫାଇଲ ଖୋଲନ୍ତୁ । (ଲକ୍ଷ୍ୟ pdf ସୋର୍ସ ଦେଖନ୍ତୁ )
  6. ସୋର୍ସ ଫାଇଲରୁ ଲେଖାଗୁଡ଼ିକୁ କପି କରନ୍ତୁ । "load" ଚିତ୍ର ଉପରେ କ୍ଲିକ କରନ୍ତୁ । ତାପରେ ବ୍ରାଉଜରକୁ ରିଫ୍ରେଶ କିମ୍ବା ରିଲୋଡ ମାରନ୍ତୁ । ଆଃ ଦେଖନ୍ତୁ କଣ ହେଲା । ଯାହା ଦେଖିଲେ ବିଶ୍ଵାସ କରନ୍ତୁ । ଲେଖାଗୁଡ଼ିକ ୟୁନିକୋଡ଼ର ବଦଳି ଯାଇଛି ।
  7. ଗୋଟେ Notepadରେ କପି କରି ପେଷ୍ଟ କରନ୍ତୁ । ଯଦି କିଛି ଦରକାରୀ ବଦଳ ଥାଏ ତାହେଲେ ସମ୍ପାଦନା କରନ୍ତୁ । (ଏହା ଶତ ପ୍ରତିଶତ ଠିକ ନୁହେ)
  8. ପ୍ରକୃତ ଲେଖା ପାଇବା ପାଇଁ BackSpace ବ୍ୟବହାର କରି Accented sign ଏବଂ Odia text ଭିତରେ ଥିବା ଖାଲିସ୍ଥାନ ହଟାନ୍ତୁ ।.(e.g.ବୁଝ ିବା, ଜାଣ ିବା)* (ସୋର୍ସରେ ଥିବା ଲେଖା ଗୁଡିକ ଠିକ ନଥିଲେ ଏହିପରି ହୋଇଥାଏ)
  9. ଏହାକୁ ଯେଉଁଠି ଇଚ୍ଛା ସେଠି ବ୍ୟବହାର କରନ୍ତୁ । ଏହା ଛୋଟ ହେଲେବି ଶକ୍ତିଶାଳୀ । ଏହା ବହୁତ ଗୁଡିଏ ଲେଖାକୁ କିଛି ସେକେଣ୍ଡରେ ୟୁନିକୋଡ଼କୁ ବଦଳାଇଦିଏ । ଥରେ ବ୍ୟବାହର କରନ୍ତୁ ।
  10. "ESC" ଦବାଇ ଆପ୍ଲିକେସନଟିକୁ ବନ୍ଦ କରନ୍ତୁ ।

ପରଖ ପାଇଁ[ସମ୍ପାଦନା]

ଓଡ଼ିଶା ବିଜ୍ଞାନ ଏକାଡେମୀ OR-TTsarala ଫଣ୍ଟ ବ୍ୟବହାର କରି ପ୍ରକାଶ କରିଥିବା କିଛି ପତ୍ରିକା ଏହି କନଭର୍ଟରରେ ପରଖ କରାଯାଇଥିଲା ।

ବୈଷୟିକ ବର୍ଣ୍ଣନା[ସମ୍ପାଦନା]

ଏହି ଟୁଲରେ non-standard ASCII equivalent କୋଡ଼ରେ ଥିବା ଓଡ଼ିଆ ଫଣ୍ଟକୁ ଇନପୁଟ ଭାବେ ନିଆଯାଏ, ୟୁନିକୋଡ଼ ଫଣ୍ଟକୁ ଖାପ ଖାଇଲା ଭଳି କରିବା ପାଇଁ ଦରକାରୀ ବଦଳ କରିଥାଏ (ମୁଖ୍ୟ ପ୍ରୋଗ୍ରାମରେ) ଏବଂ ଶେଷରେ ଏହାକୁ html entityକୁ ବଦଳାଇଥାଏ ଯାହାକି ଏକ .html ଫାଇଲରେ ସାଇତି ରହେ । ଯେତେବେଳେ ସେହି ଫାଇଲଟି Google Chrome ଭଳି web browser ରେ ଖୋଲାଯାଏ, ଏହା ଓଡ଼ିଆ ୟୁନିକୋଡ଼ ଲେଖା ଦେଖାଏ (ପ୍ରକୃତରେ ବଦଳାଇଥାଏ) ଯାହାକୁ କପି କରି ବ୍ୟବହାର କରାଯାଇପାରିବ । ଏଥିରେ html କୋଡ଼ ଥିବାରୁ ଏହାର ସୋର୍ସ କୋଡ଼ ମଧ୍ୟ ୱେବ ଉନ୍ନୟନକାମରେ ବ୍ୟବହାର କରା ଯାଇପାରିବ ।