କୀର୍ତ୍ତିମୂଖ

ଉଇକିପିଡ଼ିଆ‌ରୁ

ଅନେକ ଦେବୀ ମନ୍ଦିର (ମୁଖ୍ୟତଃ କାଳୀ ମନ୍ଦିର) ଗୁଡ଼ିକର ମୁଖଶାଳା ବା ପ୍ରବେଶ ଦ୍ୱାର ଦାନବୀୟ ମୁଖ ଆକୃତିର ହୋଇଥାଏ । ଏହି ଦାନବୀୟ ମୁଖ କୀର୍ତ୍ତି ମୁଖ ଭାବେ ପରିଚିତ ।

ହିନ୍ଦୁ ମନ୍ଦିରର କୀର୍ତିମୁଖ

କିମ୍ବଦନ୍ତୀ[ସମ୍ପାଦନା]

ଦାନବରାଜା ଜଳନ୍ଧରର ଦୂତ ଭାବେ ରାହୁ ଆସି ମହାଦେବଙ୍କୁ କହିଥିଲା ପାର୍ବତୀଙ୍କୁ ଭେଟି ରୂପେ ପ୍ରଦାନ କରିବା ପାଇଁ । ଏଥିରେ କ୍ରୋଧିତ ହୋଇ ଶିବଙ୍କ ତୃତୀୟ ନୟନରୁ ଅଗ୍ନିପିଣ୍ଡୁଳା ବାହରି କାଳଭୈରବର ସାକାର ରୂପ ନେଇ ଆଦେଶ ଅପେକ୍ଷାରେ ରହିଲା । ଶିବଙ୍କ ଆଦେଶ ମତେ ରାହୁକୁ ଭକ୍ଷଣ କରିବା କାଳଭୈରବ ଉଦ୍ୟତ ହେବାରୁ ରାହୁ ଶିବଙ୍କ ଶରଣାଗତ ହୋଇ କ୍ଷମା ଭିକ୍ଷା କଲା । ଶିବ ଶାନ୍ତ ହୋଇ କାଳଭୈରବକୁ ରାହୁକୁ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଲେ । କାଳଭୈରବ ରାହୁ ବଦଳରେ କାହାକୁ ଭକ୍ଷଣ କରିବ ପଚାରିବାରୁ ନିଜକୁ ନିଜେ ଭକ୍ଷଣ କରିବାକୁ ନିର୍ଦ୍ଦେଶ ଦେଲେ ।କାଳଭୈରବ ଆଜ୍ଞାମାନି ନିଜକୁ ଗୋଡ଼ପଟରୁ ଭକ୍ଷଣ କରି ଛାତି ପାଖରେ ପହଞ୍ଚିବା ପରେ ଶିବ ତାକୁ ସେଇଠି ଅଟକି, ସେହି ରୂପରେ ମନ୍ଦିରର ମୁଖଶାଳା ବା ପ୍ରବେଶଦ୍ୱର ସାଜିବାକୁ ନିର୍ଦ୍ଦେଶ ଦେଲେ ଓ ଯେଉଁ ଭକ୍ତ ସେଥିମଧ୍ୟରେ ପ୍ରବେଶ କରି ଠାକୁର ଦର୍ଶନକୁ ଯିବ ତାହର ସମସ୍ତ ପାପ କ୍ଷୟ ହେବ ବୋଲି ମହାଦେବ ଆଜ୍ଞା କଲେ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]