କୁତବମିନାର
କୁତବମିନାର | |
---|---|
Official name: କୁତୁବ ମିନାର and its Monuments, Delhi | |
ପ୍ରକାର | Cultural |
ମାନଦଣ୍ଡ | (iv) |
Designated | 1993 (17th session) |
Reference no. | 233 |
ଦେଶ | ଭାରତ |
Continent | ଏସିଆ |
କୁତବମିନାର ପୃଥିବୀର ଏକ ଉଚ୍ଚ ପ୍ରସ୍ତର ନିର୍ମିତ ସ୍ତମ୍ଭ ବା ମିନାର ଅଟେ। ଏହା ଦିଲ୍ଲୀର ମେହରୋଲି ଅଂଚଳରେ ଅବସ୍ଥିତ । । [୧] ଏହାର ଉଚ୍ଚତା ୭୩ ମିଟର ବା ୨୩୯.୫ ଫୁଟ ଅଟେ । ଏହା ଜାତିସଂଘର ୟୁନେସ୍କୋ ସଂସ୍ଥା ଦ୍ୱରା ମାନ୍ୟତାପ୍ରାପ୍ତ ବିଶ୍ୱ ଐତିହ୍ୟ ସ୍ଥଳ ମାନଂକ ଭିତରୁ ଏକ ଏଟେ ।
ନିର୍ମାଣ
[ସମ୍ପାଦନା]କୁତବମିନାର ଇଲତୁତମିସଙ୍କଦ୍ୱାରା ନିର୍ମାଣ ହୋଇଉଥିଲା । ସେ ଦାସବଂଶର ଶ୍ରେଷ୍ଠ ସୁଲତାନ ଥିଲେ । ତାଙ୍କଦ୍ୱାରା ଉତ୍ତର ଭାରତରେ ମୁସଲମାନ ଆଧିପତ୍ୟ ସୁଦୃଢ଼ଭାବରେ ପ୍ରତିଷ୍ଠିତ ହୋଇଥିଲା । ସେ ବିଦ୍ୟୋତ୍ସାହୀ ଓ ଶିଳ୍ପପ୍ରିୟ ଥିଲେ । କୁତବମିନାର ତାଙ୍କର ଶ୍ରେଷ୍ଠ କୀର୍ତ୍ତି । [୨]
ଇତିହାସ
[ସମ୍ପାଦନା]କୁତବ ମିନାର ଏବଂ କୁତବ୍-ଉଲ୍-ଇସଲାମ ମସଜିଦ ଦିଲ୍ଲୀର ପ୍ରଥମ ସୁଲତାନ କୁତବ୍-ଉଦ୍ଦିନ୍-ଆଇବାକଂକଦ୍ୱାରା ୧୧୯୨ ଖ୍ରୀଷ୍ଟାବ୍ଦରେ ସ୍ଥାପିତ ହୋଇଥିଲା । ଏହାର ପ୍ରଥମ ମହଲା ଲାଲକୋଟ ବା ଧିଲ୍ଲିକା ସହରର ଭଗ୍ନାବଶେଷ ଉପରେ ନିର୍ମିତ ହୋଇଥିଲା । ଆଇବାକଂକ ଉତ୍ତରାଧିକାରୀ ଇଲ୍ତୁତମିସ ଏହା ଉପରେ ଆଉ ତିନିଟି ମହଲା ଯୋଡିଥିଲେ । ୧୩୬୯ ମସିହାରେ ବଜ୍ରପାତରେ ଏହାର ଉପର ମହଲାଟି କ୍ଷତିଗ୍ରସ୍ତ ହୋଇଯାଇଥିଲା ଯାହାକି ପରେ ଫିରୋଜ ସାହା ତୋଗଲକଂକଦ୍ୱାରା ମରାମତି ହୋଇଥିଲା । ସେ ମଧ୍ୟ ଆହୁରି ଗୋଟିଏ ମହଲା ଯୋଡିଥିଲେ । ୧୫୦୫ ମସିହାରେ ହୋଇଥିବା ଏକ ଭୂମିକମ୍ପରେ ଏହା ପୁଣି କ୍ଷତିଗ୍ରସ୍ତ ହୋଇଥିଲା ଯାହା କି ସିକଂଦର ଲୋଦିଂକଦ୍ୱାରା ମରାମତି ହୋଇଥିଲା । ପୁଣି ୧୮୦୩ ମସିହାରେ ଏହା ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ବ୍ରିଟିଶ ଭାରତୀୟ ସୈନ୍ୟବାହିନୀ ତାର ପୁନରୁଦ୍ଧାର କରିଥିଲେ ।[୩]
୧୯୮୧ ମସିହାରେ ଏହାର ଭିତର ଶିଡିରେ ଦଳାଚକଟାରେ ୪୫ ଜଣଂକ ପ୍ରାଣହାନୀ ହୋଇଥିଲା ଏବଂ ସେବେଠାରୁ ଆଉ ସାଧାରଣ ଜନତାଙ୍କ ଏହା ଉପରକୁ ଚଢିବା ବଂଦ ଅଛି ।
କୁତବମିନାରର କେତେକ ପ୍ରତିଛବି
[ସମ୍ପାଦନା]-
କୁତୁବମିନାର
-
The Iron Pillar in Qutub Minar, c. 1905
-
Qutub Minar - A view from the gates.
-
In the Evening
-
A unique view of Qutub Minar
ଆଧାର
[ସମ୍ପାଦନା]- ↑ http://whc.unesco.org/en/list/233
- ↑ http://india.gov.in/knowindia/culture_heritage.php?id=59
- ↑ "Qutb Minar". ଇଂରାଜୀ ଉଇକିପିଡ଼ିଆ. Retrieved 21 April 2018.
ବାହାର ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |