ଚିତ୍ତ ଜେନା
ଚିତ୍ତ ଜେନା | |
---|---|
ଜନ୍ମ | ଚିତ୍ତରଞ୍ଜନ ଜେନା ୨୪ ଡିସେମ୍ବର ୧୯୪୧ ପୋପରଡା଼, କଟକ ଜିଲ୍ଲା |
ମୃତ୍ୟୁ | ୧୩ ନଭେମ୍ବର ୨୦୧୮ | (ବୟସ ୭୬)
ମୃତ୍ୟୁର କାରଣ | ବ୍ରେନ ଷ୍ଟ୍ରୋକ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ(ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ଷ୍ଟୁଆର୍ଟ ସ୍କୁଲ କଟକ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ |
ବୈବାହିକ-ସାଥୀ | ସ୍ନେହଲତା ଜେନା |
ସନ୍ତାନ | ସଙ୍ଗୀତା, ସରିତା, ସୁନନ୍ଦନ, ସୁଚନ୍ଦନ |
ପିତାମାତା(s) | ଯଦୁମଣି ଜେନା, ହେମଲତା ଜେନା |
ଦସ୍ତଖତ | |
ଚିତ୍ତରଞ୍ଜନ ଜେନା (୨୪ ଡିସେମ୍ବର ୧୯୪୧ – ୧୩ ନଭେମ୍ବର ୨୦୧୮) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଛଦପଟ ଗାୟକ ଥିଲେ ।[୨][୩] ସେ ୧୯୪୧ ମସିହା ଡିସେମ୍ବର ୨୪ ଦିନ କଟକରେ ଜନ୍ମଗ୍ରହଣ କରିଥିଲେ । ଚିତ୍ତ ଜେନା ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ର ସହିତ ଅନ୍ୟାନ୍ୟ ଗୀତରେ କଣ୍ଠଦାନ କରିଥିଲେ । ତାଙ୍କର କେତେକ ଜଣାଶୁଣା ଗୀତ ହେଲା ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ରୂପ ହୋଇଥିବ ଲାବଣ୍ୟବତୀ, ପୂଜା କାହିଁ ପୂଜା, ମାଣିକ ଆଲୋ ମାଣିକ ଆଦି । ୨୦୧୮ ମସିହା ନଭେମ୍ବର ୧୩ ତାରିଖରେ କଟକରେ ତାଙ୍କର ୭୬ ବର୍ଷରେ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଥିଲା ।[୧]
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଚିତ୍ତ ଜେନା ୧୯୪୧ ମସିହା ଡିସେମ୍ବର ୨୪ ଦିନ[୪] କଟକ ଜିଲ୍ଲା ପୋପରଡା ଗ୍ରାମର ଏକ ସଙ୍ଗୀତଜ୍ଞ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଯଦୁମଣି ଜେନା ଓ ମାତା ହେମଲତା ଜେନା ଉଭୟ ସଙ୍ଗୀତ ଗାନ କରୁଥିଲେ ।
ସଙ୍ଗୀତ ଗାନ
[ସମ୍ପାଦନା]ସ୍କୁଲ କଲେଜରେ ପଢ଼ିଲା ବେଳକୁ ସେ ଗୀତ ଗାଉଥିଲେ । କଟକର ଷ୍ଟୁଆର୍ଟ ସ୍କୁଲ ଓ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ସେତେବେଳେ ଜବାହରଲାଲ ନେହେରୁଙ୍କ ନିର୍ଦ୍ଦେଶରେ ଯୁବ ମହୋତ୍ସବର ଆୟୋଜନ କରାଯାଉଥିଲା । ଏହି ଯୁବ ମହୋତ୍ସବରେ ଚିତ୍ତ ଜେନା, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟକୁ ପ୍ରତିନିଧିତ୍ୱକରି ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଲାଭ କରିଥିଲେ ।[୫] ଆଗରୁ କୌଣସି ବିଧିବଦ୍ଧ ସଙ୍ଗୀତ ଶିକ୍ଷାଲାଭ କରିନଥିବା ଚିତ୍ତଙ୍କୁ ଭୁବନେଶ୍ୱର ମିଶ୍ର ସଙ୍ଗୀତ ଶିକ୍ଷାଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । କାଳକ୍ରମେ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ । ୧୯୬୮ରେ ନିର୍ମିତ ଚଳଚ୍ଚିତ୍ର ମନ ଆକାଶରେ ଉପେନ୍ଦ୍ର କୁମାର ତାଙ୍କୁ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରର ଗୀତ "ଏ ବନ ଝରଣା ନାଚି ନାଚି ଯାଅନା" ପ୍ରଶାନ୍ତ ନନ୍ଦଙ୍କ ଚରିତ୍ର ପାଇଁ ଗାଇ ସେ ଲୋକପ୍ରିୟ ହୋଇଥିଲେ । ଏହି ଗୀତଦ୍ୱାରା ତାଙ୍କ ପ୍ରଚ୍ଛଦପଟ୍ଟ ଗାୟକ ଜୀବନର ମୂଳଦୁଆ ପଡିଥିଲା ।
ଦେହାନ୍ତ
[ସମ୍ପାଦନା]କଟକଠାରେ ଚିକିତ୍ସିତ ହେଉଥିବା ସମୟରେ ୨୦୧୮ ମସିହା ନଭେମ୍ବର ୧୩ ତାରିଖରେ ତାଙ୍କର ୭୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୬]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପ୍ରଫୁଲ୍ଲ କର ସମ୍ମାନ - ୨୦୧୦[୭]
- ଜୀବନ ବ୍ୟାପି ସାଧନା ନିମନ୍ତେ ସମ୍ମାନ (ଆମେରିକା ଓଡ଼ିଆ ସୋସାଇଟି) - ୨୦୧୧[୮]
- ଡି. ଲିଟ (ଉତ୍କଳ ବିଶ୍ୱବିଦ୍ୟାଳୟ) - ୨୦୧୫[୪]
- ଅମୃତ କଣ୍ଠ (ଶ୍ରୀକ୍ଷେତ୍ର କଳା ପରିଷଦ)[୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Bureau, Odisha Sun Times (13 November 2018). "Noted Odisha singer Chitta Jena passes away". odishasuntimes.com. Retrieved 13 November 2018.
- ↑ Ram Awatar Agnihotri (1 January 1991). Modern Indian films on rural background: social and political perspectives with survey study. Commonwealth Publishers. ISBN 978-81-7169-101-2. Retrieved 14 September 2012.
- ↑ B. V. Dharap; National Film Archive of India (1978). Indian films. Retrieved 14 September 2012.
- ↑ ୪.୦ ୪.୧ "ଧରିତ୍ରୀ ଆଳାପ". ଧରିତ୍ରୀ. 24 February 2015. Retrieved 13 November 2018.
- ↑ "ପର ପାରିରେ ଚିତ୍ତ ଜେନା". No. ଧରିତ୍ରୀ ୧୪/୧୧/୨୦୧୮ ପୃଷ୍ଠା ୧. Retrieved 14 November 2018.
- ↑ "Eminent singer Chitta Jena is no more". prameyanews.com (in ଇଂରାଜୀ). ପ୍ରମେୟ. 13 November 2018. Retrieved 13 November 2018.
- ↑ "Prafulla Kar Award for Chitta Jena". News18. 12 February 2018. Retrieved 13 November 2018.
- ↑ "Awards 2011 | The Odisha Society of The Americas". www.odishasociety.org. The Odisha Society Of The Americas. Archived from the original on 18 October 2020. Retrieved 13 November 2018.
- ↑ "ଚିରନିଦ୍ରାରେ ଚିତ୍ତ ଜେନା". Retrieved 14 November 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚିତ୍ତ ଜେନା