ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୩

ଉଇକିପିଡ଼ିଆ‌ରୁ


ଉଇକି ପ୍ରକଳ୍ପ[ସମ୍ପାଦନା]

ଭାଇ ମାନେ, ଏଠାରେ କେଉଁ କେଉଁ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି, ଦୟାକରି ମତ ଦିଅନ୍ତୁ ।

  1. ଉଇକିପ୍ରକଳ୍ପ ସହର -- ଅηsuмaη Talk ୧୪:୦୪, ୨୭ ଡିସେମ୍ବର ୨୦୧୧ (UTC)
  2. ଉଇକିପ୍ରକଳ୍ପ ନିର୍ବାଚନ ମଣ୍ଡଳୀ -- ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୪୭, ୨୭ ଡିସେମ୍ବର ୨୦୧୧ (UTC)

ଉଇକି ମେଳଣ ଓ କର୍ମଶାଳା[ସମ୍ପାଦନା]

ସମସ୍ତଙ୍କୁ ଅନୁରୋଧ ଯେଉଁମାନେ ଓଡ଼ିଶାରେ (ମୁଖ୍ୟତ) ମେଳଣ କିମ୍ବା କର୍ମଶାଳା କରିବାକୁ ଚାହୁଁଛନ୍ତି, ଏଠାରେ ଜଣାନ୍ତୁ । ଆମେ ସମସ୍ତେ ସହଯୋଗ ପାଇଁ ପୁରା ଚେଷ୍ଟା କରିବୁ । -- ଅηsuмaη Talk ୧୪:୧୪, ୨୭ ଡିସେମ୍ବର ୨୦୧୧ (UTC)

ଓଡ଼ିଆ ଉଇକିଆଳିଙ୍କ ନିମନ୍ତେ[ସମ୍ପାଦନା]

ଆଦରର ଉଇକିଆଳିଗଣ,

ଉଇକିମିଡ଼ିଆ ଫାଉଣ୍ଡେସନରେ ଯୋଗ ଦେଲା ପରେ ପ୍ରଥମ ଥର ମୁଁ ଆପଣ ସଭିଙ୍କ ସଙ୍ଗେ ସୌଜନ୍ୟମୂଳକ ଆଲୋଚନା କରୁଛି ଏହି ଲେଖା ଦେଇ । ଓଡ଼ିଆ ଉଇକିପିଡ଼ିଆ ୨,୨୬୦ ପ୍ରସଙ୍ଗ ଟପିଲା, ୧୦ ମାସର ସଙ୍ଘ ନିର୍ମାଣ (ଏପ୍ରିଲରେ ପ୍ରଥମ ଭୁବନେଶ୍ୱର କର୍ମଶାଳା ପରଠାରୁ ଏବେ ଯାଏଁ) ଭିତରେ ଆମେ ଅନେକ ନୂଆ ଉଇକିଆଳିଙ୍କୁ ଭେଟିଛୁ ଆଉ ଅନେକ ଉଚ୍ଚ ମାନର ପ୍ରସଙ୍ଗ ଲେଖା ହୋଇଛି । ତେବେ ଏତକ ଦିନ ଭିତରେ ଯାହା ହୋଇପାରିଛି ଓ ହୋଇପାରିନାହିଁ ତାହା ମୁଁ ସଭିଙ୍କ ଚିନ୍ତାର ପରିସର ଭିତରକୁ ଆଣିବାକୁ ଚାହେଁ ।

ସଫଳତା[ସମ୍ପାଦନା]

  • ୧୦ ମାସ ଭିତରେ ୧୫ ଗୋଟି ମେଳଣ ଓ କର୍ମଶାଳା ଯାହା କଟକ, ଭୁବନେଶ୍ୱର, ବେଙ୍ଗାଳୁରୁ, ବାଲେଶ୍ଵର ଓ ଦିଲ୍ଲୀଠାରେ କରାଯାଇଛି, ମୋଟ ଭାଗନେଇଥିବା ଲୋକଥିଲେ ୨୧୫ ଯାହା ଭିତରୁ ପାଖାପାଖି ୧୫୦ ରୁ ଅଧିକ ନୂଆ ଲୋକ ଥିବେ ଯେଉଁମାନେ ପ୍ରଥମ ଥର ପାଇଁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜାଣିବାକୁ ପାଇଥିବେ ।
  • ମୋଟ ସଚଳ ବ୍ୟବହାରକାରୀଙ୍କ ସଂଖ୍ୟା ଗଣନା ଅନୁସାରେ ୩୮ ହୋଇଥିଲେ ହେଁ ପ୍ରକୃତରେ ଏହା ୧୦-୧୨ ଭିତରେ ପହଁଞ୍ଚିଛି ।
  • ୨,୨୬୦ ଗୋଟି ପ୍ରସଙ୍ଗ ଲିଖନ, ଯାହା ବାସ୍ତବିକ ଏକ ବିରାଟ ସଫଳତା, ଅଧିକାଂଶ ପ୍ରସଙ୍ଗର ମାନ ଧାଡ଼ିକିଆ ଲେଖାରୁ ସାଧାରଣ ପ୍ରସଙ୍ଗ ହୋଇପାରିଛି ।
  • ଓଡ଼ିଆ ଉଇକିପିଡ଼ିଆ ବାବଦରେ ସାଧାରଣରେ କିଛି ପରିମାଣରେ ସଚେତନତା ତିଆରି ।

ଉଇକିଆଳିଙ୍କ ପାଇଁ କେତୋଟି ମୁଖ୍ୟ ଲକ୍ଷ[ସମ୍ପାଦନା]

  • ୧୦ ମାସ ଭିତରେ ୧୫ ଗୋଟି ମେଳଣ ଦେଇ ୧୫୦ରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି କେବଳ ୧୦ ଜଣ ସଚଳ ବ୍ୟବହାରକାରୀ ତିଆରି ଏକ ୬ % ବୃଦ୍ଧି ଯାହା ଖୁବ କମ, ଯାହାର କାରଣ:
  • କର୍ମଶାଳା/ମେଳଣରେ ନୂଆମାନଙ୍କୁ ଉଇକିଆଳିଗଣ ଠିକ ଭାବରେ ଉଇକିପିଡ଼ିଆର ମହତ୍ଵ ବୁଝାଇପାରିନାହାନ୍ତି, ଯାହା ଫଳରେ ସେମାନେ ଏଥିରେ ସମ୍ପାଦନା କରୁନାହାନ୍ତି ।
  • କର୍ମଶାଳା ପରେ ସେଥିରେ ଯୋଗଦେଇଥିବା ବ୍ୟକ୍ତିମାନେ ଏଥିରେ ସମ୍ପାଦନା କରୁଛନ୍ତି କି ନାଁ ତାହା ଉପରେ କେହି ଧ୍ୟାନ ଦେଉନାହାନ୍ତି, ତେଣୁ ଏକ କର୍ମଶାଳାରେ ଯୋଗ ଦେଇ ଫେରୁଥିବା ଲୋକେ ଥରେ କିମ୍ବା ଦୁଇଥର ଉଇକିପିଡ଼ିଆ ସମ୍ପାଦନା କଲାପରେ ଯାହା ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର ସମାଧାନର ବାଟ ପାଉ ନାହାନ୍ତି । ସେହି କ୍ଷେତ୍ରରେ ସେହି ବ୍ୟବହାରକାରୀମାନେ ଆଉ ଉଇକିପିଡ଼ିଆ ସମ୍ପାଦନାକୁ ଗୁରୁତ୍ଵ ଦେଉନାହାନ୍ତି ।

ପ୍ରଥମଟି ଅପେକ୍ଷା ଦ୍ଵିତୀୟଟି ମୋତେ ବେଶି ଅସୁବିଧାଜନକ ବୋଧହୁଏ, କାରଣ ଅଧିକାଂଶ ବ୍ୟକ୍ତି ତଳଲିଖିତ ପ୍ରଶ୍ନର ଉତ୍ତର ନ ପାଇଲା ଯାଏଁ କେବେ ଉଇକିପିଡ଼ିଆ ସମ୍ପାଦନା କରିବାକୁ ସେତେ ଦରକାର ମଣିବେ ନାହିଁ:

  1. ମୁଁ କାହିଁକି ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରିବି?
  2. ଏହା କଲେ ମୋର କଣ ଲାଭ ହେବ?
  3. ଏହା ଓଡ଼ିଆ ଭାଷା ପାଇଁ କେମିତି ଲାଭଦାୟକ ହେବ?
  4. ଏକ ଲୋକମାନଙ୍କର କି କି କାମରେ ଆସିବ?

ମୁଁ ତଳେ ଏହି ସବୁ ପ୍ରଶ୍ନ ଯାହା ଯେକୌଣସି ସାଧାରଣ ଲୋକ ମନରେ ଉଙ୍କିମାରିବ ତାହାର ଉତ୍ତର ଦେଉଛି:

ମୁଁ କାହିଁକି ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରିବି? ଓଡ଼ିଆରେ ବହୁବିଧ ବିଷୟବସ୍ତୁ, ପ୍ରବନ୍ଧ ଆଦି ଲେଖା ହୋଇଥିଲେ ହେଁ ସେସବୁ ହୁଏତ:

  • ଏକ ପକ୍ଷପାତର ଶୀକାର ହୋଇଥାଇପାରନ୍ତି, କାରଣ ସାଧାରଣତ ଜଣେ ଲେଖକ ଦେଇ ଲିଖିତ ଲେଖାରେ ସେହି ଲେଖକର ନିଜର ମତ ବାସ୍ତବ ତଥ୍ୟ ସହ ଗୋଳି ହୋଇ ରହିଥାଏ ଯାହା ଫଳରେ ପାଠକ ଜାଣତରେ ବା ଅଜାଣତରେ କିଛି ତଥ୍ୟ ପାଇବାରୁ ବଞ୍ଚିତ ହୋଇଥାଏ ବା କିଛି ଅଦରକାରୀ ତଥ୍ୟ ଆହରଣ କରିଥାଏ, ଉଇକିପିଡ଼ିଆରେ ତଥ୍ୟମାନ ବହୁ-ସମ୍ପାଦକଙ୍କ ଦେଇ ସମ୍ପାଦିତ ହୋଇଥାଏ, ନିରପେକ୍ଷ ବିଚାରକୁ ନେଇ ଲିଖିତ ହୋଇଥାଏ ଓ ବାରମ୍ବାର ବଦଳାଯାଇଥାଏ, ସବୁରି ଉପରେ ଏଥିରେ ମନଗଢ଼ା ଘଟଣାବଳି ବଦଳରେ ଆଗରୁ ପ୍ରକାଶିତ କୌଣସି ଆଧାରରେ ପ୍ରସଙ୍ଗର ସମ୍ପାଦନା କରାଯାଇଥାଏ ଯାହା ତଥ୍ୟର ସଠିକତାକୁ ବହୁଗୁଣିତ କରିଥାଏ । ତେଣୁ ଆପଣ ଏହି ଜ୍ଞାନକୋଷର ସମ୍ପାଦନା କରି ତଥ୍ୟଗତ ଜ୍ଞାନକୁ ଖୋଲାରେ ସଭିଙ୍କ ପାଖରେ ଓଡ଼ିଆରେ ପହଞ୍ଚାଇବାରେ ସହଯୋଗ କରୁଛନ୍ତି ।

ଏହା କଲେ ମୋର କଣ ଲାଭ ହେବ?

  1. ଆପଣଙ୍କ ଲିଖନ ଶୈଳୀ ଉନ୍ନତ ହେବ, ହୁଏତ ନାନାଦି କାରଣରୁ ଆପଣ ଲେଖିବାକୁ ଚାହୁଁଥିବା/ଆଗ୍ରହୀଥିବା ଅନେକ ପ୍ରସଙ୍ଗ ବାବଦରେ କେବେ ଲେଖିପାରି ନଥିବେ ଯାହା ଉଇକିପିଡ଼ିଆରେ ଆପଣ ଅଧିକ ବିଶଦ ଭାବରେ ଲେଖିପାରିବେ ।
  2. ଆପଣଙ୍କର ଗବେଷଣା କରିବାର ଅଭିଜ୍ଞତା ବଢ଼ିବ ।
  3. ଯେହେତୁ ନାନାଦି ଆଧାର ଖୋଜି ଲୋଡ଼ି ଆପଣ ପ୍ରସଙ୍ଗଟିର ସମ୍ପାଦନା କରିବେ, ତାହା ଆପଣଙ୍କର ଲେଖାକୁ ବହୁମୁଖୀ କରିବ ।

ଏହା ଓଡ଼ିଆ ଭାଷା ପାଇଁ କେମିତି ଲାଭଦାୟକ ହେବ?, ଏକ ଲୋକମାନଙ୍କର କି କି କାମରେ ଆସିବ?

  1. ଓଡ଼ିଆ ଭାଷାରେ ଅନେକ ତଥ୍ୟଗତ ପ୍ରସଙ୍ଗ ଏକ ଖୋଲା ଭୂମିରେ ଯାହାକୁ ଜଗତର ଯେକୌଣସି ସ୍ଥାନରେ ଥାଏ ଜଣେ ଖୋଲାରେ ପଢ଼ିପାରିବ, ବିତରଣ କରିପାରିବ ଓ ଲାଭଜନକ/ଅଣଲାଭକାରି (Commercial, non-commercial) କାମରେ ଲଗାଇପାରିବ ।
  2. ଅନେକ ଉପଯୋଗି ବିଷୟବସ୍ତୁର ଓଡ଼ିଆରେ ନଥିକରଣ (Documentation) ହୋଇପାରିବ ।
  3. ଓଡ଼ିଆରେ ଅଧିକ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ହେଲେ ଗୁଗଲ, ଫେସବୁକ ଓ ଅନେକ ସାଇଟରେ ଓଡ଼ିଆ ଭାଷା ସଚଳ ହୋଇପାରିବ ଯାହା ଆମ ପାଇଁ ତଥା ଆମ ପର ପିଢ଼ି ପାଇଁ କାମରେ ଆସିବ ।
  4. ଭାଷା ଠାରୁ ଦୂରେଇଯାଉଥିବା ଅନେକ ଲୋକ ଓଡ଼ିଆରେ ଇଣ୍ଟରନେଟରେ ଏହାର ବ୍ୟବହାର ସମ୍ବନ୍ଧରେ ଅବଗତ ହୋଇ ପୁଣିଥରେ ଭାଷାର ବିକାଶରେ ସହଯୋଗ କରିବେ ।
  5. ବିଦେଶରେ ଥିବା ଅନେକ ଓଡ଼ିଆ, ଓଡ଼ିଆ ଭାଷାରେ ଅନେକ ତଥ୍ୟ ସମ୍ବନ୍ଧରେ ପଢ଼ିପାରିବେ, ଉଇକିପିଡ଼ିଆର ସହଯୋଗୀ ପ୍ରକଳ୍ପ ଉଇକିଅଭିଧାନ, ଉଇକିପାଠାଗାର (WikiSource), ଉଇକିକଥା (WikiQuote) ଆଦି ମଧ୍ୟ ଓଡ଼ିଆ ଭାଷା ଓ ଚଳଣିର ଭଣ୍ଡାର ହୋଇ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରିବ ।
  • ଉଇକିପିଡ଼ିଆ ଭିତରେ ସବୁ ଉଇକିଆଳି କିଛି ଗଠନମୂଳକ ପ୍ରକଳ୍ପରେ ଏକାଠି ଭାଗ ନେଉନାହାନ୍ତି ଯାହା ସେମାନଙ୍କୁ ବାନ୍ଧି ରଖିବାରେ ସହଯୋଗ କରିବ ।
  • ସଭିଏଁ କେବଳ ଏକା ଏକା ନିଜେ ପ୍ରସଙ୍ଗ ସମ୍ପାଦନା କରୁଛନ୍ତି, କିନ୍ତୁ ଆଲୋଚନା ସଭାରେ ଆଲୋଚନା କିଛି ହେଉନାହିଁ ତେଣୁ ସଭିଏଁ ନିଜ ନିଜ କାମ ସମ୍ବନ୍ଧରେ ଆଲୋଚନା କରୁନାହାନ୍ତି ବା ଅସୁବିଧା ଗୁଡ଼ିକ ଲୋକଲୋଚନକୁ ଆଣୁନାହାନ୍ତି ।
  • ନୂଆ ଉଇକିଆଳିଙ୍କୁ ସଙ୍ଘକୁ ପାଛୋଟା କେବଳ ଏକ ଛାଞ୍ଚ ବା ଟେମ୍ପଲେଟର ବ୍ୟବହାର କରି ନୁହେଁ, ସେ ପ୍ରଥମ କରି କରିଥିବା ସମ୍ପାଦନାରେ କରୁଥିବା ଭୁଲ ଭଟକା ସମ୍ବନ୍ଧରେ ତାଙ୍କୁ କେହି ଅବଗତ କରୁନାହାନ୍ତି, ତେଣୁ ଅଳ୍ପ କେତୋଟି ସମ୍ପାଦନା ପରେ ସେ ହୁଏତ ଅଧିକ କାମ କରିବାର ମନୋବଳ ହରାଇବେ, ନୂଆ ଉଇକିଆଳିଙ୍କୁ ତାଙ୍କ କାମ ପାଇଁ ପ୍ରଶଂସା କରି କେହି ତାଙ୍କ ଆଲୋଚନା ପୃଷ୍ଠାରେ ଲେଖୁନାହାନ୍ତି ।
  • ଉଇକିପିଡ଼ିଆ ବାବଦରେ ଆଲୋଚନା ଉଇକିପିଡ଼ିଆର "ଆଲୋଚନା" ପୃଷ୍ଠାରେ ନହୋଇ ଅଧିକ ଭାଗ ଫେସବୁକରେ ବା ଚାଟରେ ହେଉଛି ଯାହା ଆଲୋଚନାସବୁକୁ ଚିରକାଳ ଭବିଷ୍ୟତରେ ପୁନା-ଆଲୋଚନାର ଦୁଆରକୁ ବନ୍ଦ କରିଦେଉଛି, କିନ୍ତୁ ଉଇକିପିଡ଼ିଆ ଭିତରେ ଆଲୋଚନା କଲେ ତାହା ଚିରକାଳ ସାଇତା ହୋଇ ରହିପାରନ୍ତା!

ସୁଧୀଜନେ, ଦୟାକରି ଏହା ବାବଦରେ ଆପଣଙ୍କ ମତ, ଅଭିମତ ତଳେ ଥିବା ଧାଡ଼ିରେ ଦିଅନ୍ତୁ ଯାହାକୁ ନେଇ ଆମେ କିଛି ନୂଆ ପ୍ରକଳ୍ପ ଆଗକୁ ଆରମ୍ଭ କରିବା, କେତୋଟି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମୁଁ ଆପଣମାନଙ୍କ ଠାରୁ ଶୁଣିବାକୁ ଚାହେଁ:

  • ଆପଣ କାହିଁକି ନୂଆ ଲୋକମାନଙ୍କ ପାଖରେ ପହଞ୍ଚିପାରୁ ନାହାନ୍ତି?
  • କାହିଁକି ଏତେ ଅଧିକ କର୍ମଶାଳା ହେଲା ପରେ ବି ଅଧିକ ସମ୍ପାଦନା କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ବିଗତ କେତେ ମାସ ଧରି ସେହି ୧୦-୧୨ ଭିତରେ ଅଟକି ରହିଛି?
  • ଆପଣ ନୂଆ ଲୋକଙ୍କୁ ଉଇକିପିଡ଼ିଆ ବାବଦରେ ଜଣାଇଲା ବେଳେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି?
  • ଉଇକିପିଡ଼ିଆ ସମ୍ପାଦନା କରୁଥିବା ପାଖାପାଖି ସବୁଯାକ ବ୍ୟବହାରକାରୀ ୨୦-୩୫ ଭିତରେ ଯାହା ଫଳରେ ଏହା ଏକ ଖୋଲା ମେଲା ଯୁବକ ସଙ୍ଘ ଭଳି ବାହାର ଲୋକଙ୍କୁ ବୋଧ ହୋଇପାରେ, ବୟସ୍କ ଲୋକମାନଙ୍କୁ ଏଥି ଭିତରକୁ ଆଣିବାରେ ଉଇକିଆଳି ମାନେ କାହିଁକି ସଫଳ ହେଉନାହାନ୍ତି ।

ଏହି ଧାଡ଼ି ତଳେ ଆପଣଙ୍କ ମତ ଦିଅନ୍ତୁ ଓ ଶେଷରେ ଉପରେ ଥିବା ପଟିରେ ସନ୍ତକ ଓ ସମୟଚିହ୍ନ ଉପରେ କ୍ଲିକ କରି "ସାଇତିବେ" । --Subhashish Panigrahi (WMF) (ମୋ ଆଲୋଚନା) ୧୫:୧୦, ୧୫ ଫେବୁଆରି ୨୦୧୨ (UTC)

‌‌‌‌-----------------------------------------------------------

  • ଇଣ୍ଟରନେଟ ର ବ୍ୟବହାର ଯୁବଗୋଷ୍ଠୀ ଙ୍କ ମଧ୍ୟ ରେ ସୀମିତ ଥିବାରୁ ବୟସ୍କ ଲୋକ ବେଶୀ ସହଯୋଗ କରିପାରୁନାହାନ୍ତି । --Diptiman Panigrahi(ମୋ ଆଲୋଚନା )୨୧:୩୧, ୧୫ ଫେବୁଆରୀ ୨୦୧୨ (UTC)
  • ନୂଆ ଲୋକଙ୍କ ପାଖରେ ପହଞ୍ଚି ହେଉଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ବ୍ୟକ୍ତିଗତ ଲାଭ ନଥାଇ ଉଇକିପିଡ଼ିଆରେ ସମୟ ଦେବାକୁ ଅନିଚ୍ଛୁକ । ଉଇକିପିଡ଼ିଆ ବଦଳରେ ଅନ୍ୟ ଜାଗାରେ ଲେଖିଲେ, ସଙ୍ଗେ ସଙ୍ଗେ ଅଧିକ ଲୋକଙ୍କ ନଜରକୁ ଆସିବା ସହ ପାଠକଙ୍କ ପ୍ରତିକ୍ରିୟା ବାବଦରେ ଅବଗତ ହେଉଛନ୍ତି ଏହାସହ କେତେକ ସ୍ଥାନରୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ମିଳୁଛି ତେଣୁ ଠିକ ଲୋକଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଆମକୁ ଅଧିକରୁ ଅଧିକ ଚେଷ୍ଟା କରିବାକୁ ପଡ଼ିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୧୬, ୧୬ ଫେବୁଆରି ୨୦୧୨ (UTC)
  • ଓଡିଆ ରେ ଲେଖିବାକୁ କେହି ପ୍ରସ୍ତୁତ ହେଉନାହନ୍ତି। ମୃତ୍ୟୁଞ୍ଜୟ ଭାଇ ସହ ଏକମତ ଏହା ମଧ୍ୟ ଏକ କାରଣ।--Kamalakanta777 (ମୋ ଆଲୋଚନା) ୦୯:୫୭, ୧୭ ଫେବୁଆରି ୨୦୧୨ (UTC)
  • ପ୍ରିୟ ଶୁଭଭାଇ,

ଆପଣ ଦର୍ଶାଇଥିବା ତଥ୍ୟଗୁଡିକ ସତ ।

ପ୍ରଥମ ଏବଂ ଏକ ମୁଖ୍ୟ କାରଣ ହେଉଛି ଲୋକମାନଙ୍କ ଇଚ୍ଛା । ଯେଉଁମାନେ ବର୍ତ୍ତମାନର ଆକ୍ଟିଭ ଉଇକିଆଳି ଅଛନ୍ତି ସେମାନଙ୍କ ଛାଡିଦେଲେ ପ୍ରାୟ ବହୁତ କମ ଲୋକଙ୍କର ଏହିପରି ଏକ ଖୋଲା ଜ୍ଞାନ କୋଷରେ ଲେଖିବା ପାଇଁ ଇଚ୍ଛା ଅଛି । ଏଠାରେ ଲେଖିଥିବା କମ ର ଅର୍ଥ ବହୁତ କମ । କାରଣ ଓଡିଆ ଲୋକମାନକର(ଜାଣିଥିବା) କମ୍ପୁଟର ଓ ଇନ୍ଟାରନେଟ ବ୍ୟବହାର ବହୁତ କମ । ସାଧାରଣତଃ ଯୁବଗୋଷ୍ଠୀମାନେ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଯେଉମାନେ ଆମୋଦପ୍ରମୋଦ ବ୍ୟତୀତ ଏହି ପରି ଏକ ଜ୍ଞାନକୋଷରେ ଲେଖିବାକୁ ଠିକ ମନେ କରନ୍ତି ନ।ହିଁ କିମ୍ବା ବୋର ଭାବନ୍ତି । ଆଉ ବୟସ୍କ ଲୋକେ (ଜାଣିଥିବା) ସଂଖ୍ୟା ବହୁତ କମ । ତା ଛଡା ଅନ୍ୟ ଏକ ଗୁରୁତ୍ଵପୂର୍ଣ କଥା ହେଉଛି ଏହା ଏକ ଅଣଲାଭକାରୀ ସଂସ୍ଥା, ସେଥିପାଇଁ ମଧ୍ୟ ପ୍ରାୟ ଜାଣିଥିବା ଲୋକେ ଏଠି ଲେଖୁ ନାହାନ୍ତି ।


ଆପଣ ପଚାରିଥିବା ପ୍ରଶ୍ନ ଗୁଡିକର ଉତ୍ତର (ମୋ ମତରେ)

୧- ଆମେ ଯାହାବି ପହଞ୍ଚିଛୁ ମୁଖ୍ୟତ ଅନଲାଇନ ପହଞ୍ଚି ପରିଛୁ ହେଲେ ମୁହାମୁହି ପ୍ରଚାର ପ୍ରାୟତଃ ନାହି ।ଆଉ ଜିଏବି ନୂଆ ଲୋକ ଏଥିରେ ଇଚ୍ଛା ଦେଖାଉଛନ୍ତି ତାଙ୍କୁ ମାର୍ଗଦର୍ଶକର ଅଭାବ ରହୁଛି । ନୂଆ ଲୋକମାନେ ସାଧାରଣତ ଇଚ୍ଛା ଦେଖାଉଛନ୍ତି କିନ୍ତୁ ଏଠାକୁ ଆସି ଓଡିଆରେ ଲେଖିବାରେ ସେମାନଙ୍କର ଇଚ୍ଛା ପ୍ରାୟତଃ କମି ଯାଉଛି। ହଁ ମୁ କହିଦିଏଯେ ଆମେ ନୂଆ ଲୋକମାନଙ୍କ ପାଖରେ ପହଞ୍ଚୁଛୁ ହେଲେ ତାଙ୍କୁ ଆଣି ଏଠାରେ ଲେଖାଇବାରେ ସଫଳ ହୋଇପାରୁନୁ କାରଣ ସେମାନେ ଖାଲି ଏହା ଦେଖି ଖୁସି ହଉଛନ୍ତି ଯେ ଯାହା ହଉ କଣ ଗୋଟେ ଭଲ ଲେଖା ହଉଛି। ହେଲେ ସେମାନଙ୍କ ପାଖରେ ଆତ୍ମବିଶ୍ଵାସରେ ଅଭାବ ରହୁଛି ଯେ ସେମାନେ ମଧ୍ୟ ଲେଖିପାରିବେ ଯାହାକି ଅନ୍ୟମାନେ ପଢିପାରିବେ ଓ ସେଇଟା ବି ସୁନ୍ଦର ହେବ ।


୨-କର୍ମଶାଳାଗୁଡିକ ହଉଛି ସତ କିନ୍ତୁ ପ୍ରାୟ କର୍ମଶାଳାରେ ଭାଗ ନଉଥିବା ସଭ୍ୟ(ଶିଖିବାକୁ ଆସୁଥିବା) ମାନେ ଏଥିରେ ଇଚ୍ଛା ଦେଖାଉନାହାନ୍ତି । କିମ୍ବା କର୍ମଶାଳା ଉପଯୁକ୍ତ ବା ଲେଖିପାରିବା ଭଳି ଲୋକମାନଙ୍କୁ ନେଇ ହଉନାହି ।


୩-ଲେଖିଲାବେଳେ କିପରି ଲେଖା ହେବ ସେମାନେ ଜାଣିପାରୁନାହାନ୍ତି ଏବଂ ଏହା ବି ଜାଣି ପାରୁନାହାନ୍ତି ଯେ କାହାକୁ ଯୋଗାଯୋଗ କରିବେ ଏବଂ କିପରି ସାଙ୍ଗେସାଙ୍ଗେ ନିଜ ପ୍ରଶ୍ନର ଉତ୍ତର ପାଇବେ । କାରଣ ଉଇକିପେଡିଆ ମୁଖ୍ୟପୃଷ୍ଠାରେ ସେପରି କିଛି ନାହିଁ ଯେଉଠି ସାଙ୍ଗେ ନିଜ ପ୍ରଶ୍ନର ଉତ୍ତର ପାଇ ପାରିବେ(ନିଜ ଅଭିଜ୍ଞତା ଏକ ବନ୍ଧୁଙ୍କ ଠାରୁ) । ଏହାଛଡା ଟେକନିକାଲ ଶବ୍ଦଗୁଡିକର ଅନୁବାଦ ଏବଂ ଅତି ଶୁଦ୍ଧ ଓଡିଆ ମଧ୍ୟ ବୁଝିବାରେ ଅସୁବିଧା ହେଉଛି ।


୪- ଏହି ପ୍ରଶ୍ନର ଉତ୍ତରଟି ଜଣାଶୁଣା କାରଣ ବୟସ୍କ ବ୍ୟକ୍ତି ଯିଏକି କମ୍ପୁଟର ବ୍ୟବହାର କରୁଥିବେ ସେମାନଙ୍କ ସଂଖ୍ୟା କମ । ଆଉ ମୁ ଯେତେ ଜଣ ବୟସ୍କ ଲୋକଙ୍କ ସହ ଯୋଗାଯୋଗ କରିଛି ସେମାନଙ୍କ ଅସରନ୍ତି ପ୍ରଶ୍ନର ଉତ୍ତର ଦେଇ ସାରିଲାପରେ ସେମାନକ ଠାରୁ "ହଉ ଦେଖିବା" ଶୁଣି ସାରିଲାପରେ ମନରେ ଥିବା ଉଶ୍ଚ୍ହାହ ଏକାଥରେ ମରି ଯାଉଛି ।


କିଛି ଭୁଲଭାଲ ଲେଖାଥିଲେ କ୍ଷମାକରିବେ । ନିଜ ମତାମତ ଦେଇଛି କିଛି ଇଂରାଜୀ ଶବ୍ଦ ବ୍ୟବହାର କରିଛି ସେଥିପାଇଁ ମଧ୍ୟ କ୍ଷମା କରିବେ । ଆଶା କରୁଛି ଆମେ ସମସ୍ତେ ମିଶି ଓଡିଆ ଉଇକିପେଡିଆକୁ ଏହାର ସର୍ବୋଚ ସ୍ଥାନରେ ପହଞ୍ଚାଇପାରିବା ।ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହାନୁଭୁତି ଲୋଡା। --Jnanaranjan sahu (ମୋ ଆଲୋଚନା) ୨୩:୦୨, ୧୭ ଫେବୁଆରି ୨୦୧୨ (UTC)

ଓଡ଼ିଆ ୱିକିପେଡ଼ିଆରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି[ସମ୍ପାଦନା]

Some changes are necessary here

ମୁଁ ୱିକିପେଡ଼ିଆରେ ନୂଆ ସଦସ୍ୟତା ନେବା (ଖାତା ଖୋଲିବା) ପରେ ମୋତେ ପ୍ରଥମେ ଏହି ପୃଷ୍ଠା ଦେଖାଇ ଦିଆଯାଇଥିଲା, ଏବଂ ଏଥିରେ କେତୋଟି ଜିନିଷ ମୋତେ ବୁଝା ପଡ଼ିନଥିଲା ଆଉ କିଛିଟା ଜିନିଷ ଅନାବଶ୍ୟକ ଭାବରେ ଲେଖାଯାଇଥିବା ପରି ଅନୁଭବ ହେଲା୤ ତେଣୁ ଏହାକୁ ଏଠାରେ ଦେଇଛି୤ ଆଶା କରୁଛି ଆଗାମୀ ଦିନରେ ନୂଆ ଓଡ଼ିଆ ୱିକି ସଦସ୍ୟମାନଙ୍କୁ ଏହି ପ୍ରକାରର ସ୍ବାଗତ ନ ଜଣାଯାଉ, କହିବା ବୋଧଗମ୍ୟ ନ ହୋଇପାରେ କିନ୍ତୁ ଓଡ଼ିଆରେ କଥାଟିଏ ଅଛି, ତୁଳସୀ ଦୁଇ ପତ୍ରରୁ ବାସେ, ସେମିତି ଘର ଭିତର କଥା ଘର ସାମନାରୁ ହିଁ ଜଣା ପଡ଼ିଯାଏ୤ ସେହିପରି ଯେତେବେଳେ ଓଡ଼ିଆ ୱିକିପେଡ଼ିଆରେ ସଦସ୍ୟ ବହୁତ କମ ହେଉଛନ୍ତି, ଯେଉଁମାନେ ବି ଆସୁଥିବେ, ଏହି ସ୍ବାଗତ ସନ୍ଦେଶ ପଢ଼ିଦେଇ ନିଶ୍ଚୟ ଭାବରେ ନିରୁତ୍ସାହିତ ହେଉଥିବେ, ଏହା ମୋର ଧାରଣା୤ ଦୟାକରି ଏଇ ସବୁ ଜିନିଷ ପ୍ରତି ଧ୍ୟାନ ଦିଆଯାଉ୤

--Drjyotiprasad (ମୋ ଆଲୋଚନା) ୨୧:୨୧, ୧୮ ଫେବୁଆରି ୨୦୧୨ (UTC)


Medicine project[ସମ୍ପାଦନା]

Dear All

I am writing to share with you a very inspiring initiative regarding health and medicine articles on Wikipedia. Crores of Wikipedia (English) readers read up about health related issues either when they or their loved ones fall ill or before or after they have consulted doctors or when they are curious about a particular disease or drug. In fact, quite a few doctors and nurses also read up these articles to improve their knowledge.

Wikipedia's medical articles have 15-20 crore page views every month. The top 300 articles are viewed more than 1 lakh times every month. The challenge is that the majority of these articles are only available in English.

This initiative (http://en.wikipedia.org/wiki/Wikipedia:WikiProject_Medicine/Translation_task_force) has been conceptualised by WikiProject Medicine, Wikimedia Canada and very interesting organisation called Translators Without Borders. It seeks to translate a set of 80 of the most important health care articles into as many languages as possible.

Given the state of our health care system as well as the increasing readership of Indic language projects, there is huge positive impact that we can have if we participate in this initiative and have these articles in all Indic languages. The project page (referenced above) includes an outline of the project, FAQs, useful links and a sign up for interested volunteers.

Oriya Wikipedians can join this effort by creating a wikiproject for this in Oriya wikipedia. Remember, you don't have to be a health care professional to help out. All you have to do is simply care.

I am really happy to inform you that few Indic languages have already signed up for this wonderful project. Of these 3 languages - Assamese, Tamil, and Malayalam - have already started wiki project and started working on articles (really big comprehensive articles) related to Medicine.

Assamese wikipedia medicine project page: as:ৱিকিপিডিয়া:ৱিকিপ্ৰকল্প চিকিৎসাবিজ্ঞান

Some of the articles created:


Malayalam wikipedia biology project page: ml:വിക്കിപീഡിയ:വിക്കിപദ്ധതി/ജീവശാസ്ത്രം

Some of the articles created:

Tamil Wikipedia Medicine project:ta:விக்கிப்பீடியா:விக்கித் திட்டம் மருத்துவம்

Please note that this project do not involve machine translation or bots. I am really happy to inform that in Assamese, Tamil, and Malayalam wikipedias these projects are run by doctor (or medicine students) wikipedians :) Yes, Indic wikipedias have editors from all wakes of life.

There is so much potential on these articles. I encourage interested wikipedians to join this project by starting a Wiki project in Oriya wikipedia for this. Please let me know if you require any support for this.--Shiju Alex (WMF) (ମୋ ଆଲୋଚନା) ୦୬:୫୭, ୨୭ ଫେବୁଆରି ୨୦୧୨ (UTC)

ପ୍ରକଲ୍ପ ଟି ଅରମ୍ଭ ହେଲା ଓ ଅଧିକ ଜାଣିବା ପାଇନ୍ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ (ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଚିକିତ୍ସାବିଜ୍ଞାନ)--ଦିପ୍ତୀମାନ୍ ପାଣିଗ୍ରାହୀ ୨୨:୪୮, ୨୮ ଫେବୁଆରି ୨୦୧୨ (UTC)


ଉଇକିପିଡ଼ିଆରେ ନୂଆମାନେ ଅନେକ ସମୟରେ କେଉଁଠି ସାହାଯ୍ୟ ପାଇଁ ପଚାରିବେ ତାହା ଜାଣିବାରେ ଅସୁବିଧାରେ ପଡ଼ନ୍ତି । ତାହା ଛଡ଼ା, ଅନେକ ସମୟରେ ସେମାନଙ୍କ କାମ/ଅବଦାନକୁ ଲୋକଲୋଚନକୁ ଆଣି ସେମାନଙ୍କ ପିଠି ଥାପୁଡ଼େଇଲେ ସେମାନଙ୍କର ମନବଳ ବଢ଼େ ଓ ସେମାନେ ଉଇକିରେ ଅଧିକରୁ ଅଧିକ କାମ କରିବା ପାଇଁ ଆଗଭର ହୋଇଥାନ୍ତି । ଏଥି ସହିତ ଏଥିରେ ନୂଆ-ପୁରୁଖା ସମ୍ପର୍କର ସେତୁଟିଏ ବି ଗଢ଼ି ଉଠେ ଓ ଭାବର ଆଦାନ ପ୍ରଦାନ ବି ଚାଲେ । ତେବେ ଏହି ନୂଆ ବିଭାଗରେ ନୂଆମାନେ ପୁରୁଖାମାନଙ୍କୁ ଭଳିକିଭଳି ପ୍ରଶ୍ନ ପଚାରି ପାରିବେ । ସେହିପରି ଆଳାପ ଆଲୋଚନା ମାଧ୍ୟମରେ ଏଠାରେ ପୁରୁଖାମାନେ ନୂଆମାନଙ୍କ ଅସୁବିଧାଗୁଡ଼ିକୁ ବୁଝି ସେସବୁର ପ୍ରତିକାର ପାଇଁ ନୂଆ ନୂଆ ଯୋଜନା ହାତକୁ ନେବେ । ଫଳରେ ଉଇକିପିଡ଼ିଆର ପରିସର ଅଧିକରୁ ଅଧିକ ଚଳଚଞ୍ଚଳ ହେବା ସାଙ୍ଗକୁ ନୂଆମାନଙ୍କୁ ଆହୁରି ଅଧିକ ସୁହାଇବ । ତେବେ ଓଡ଼ିଆ ଉଇକିପିଡ଼ିଆର ଏହି ନିଆରା ବିଭାଗଟିର ନାଁ 'ଉଇକିପିଡ଼ିଆ:ଚାହାଳି' ରଖିବା ପାଇଁ ପ୍ରସ୍ତାବ ଦେଲୁ । କାରଣ ଆଗକାଳରେ ଚାହାଳି ଥିଲା ଓଡ଼ିଶାର ସ୍କୁଲ । ଆଉ ଓଡ଼ିଆ ଶବ୍ଦ ଚାଟଶାଳିରୁ ଆସିଛି ଏହି ଚାହାଳି ଶବ୍ଦଟି । ଚାହଳି ଯେମିତି ଚାଟମାନଙ୍କ ପାଇଁ ଭଳିକିଭଳି ନୂଆପୁରୁଣା କଥା ଶିଖିବାର ଜାଗା ଥିଲା, ସେମିତି ଉଇକିପିଡ଼ିଆ ଚାହାଳି ଏଠାରେ କାମ କରୁଥିବା/ କରିବାକୁ ଚାହୁଁଥିବା ନୂଆ ଉଇକିଆଳିମାନଙ୍କ ପାଇଁ ଶିଖିବାର ଭଲ ଜାଗାଟିଏ ପାଲଟିବ ।

ଏହା ଉଇକିପିଡ଼ିଆ:ଆଲୋଚନା ସଭାରୁ କିପରି ଅଲଗା ହେବ?

ଏଥିରେ କେବଳ ନୂଆ-ପୁରୁଖା ସମ୍ପର୍କ ଗଢ଼ି ଉଠିବା ସାଙ୍ଗକୁ ସେମାନଙ୍କ ଭିତରେ ଆଲୋଚନା ବି ଚାଲିବ ଅସୁବିଧା ଓ ତାହାର ସୁଧାର ବାବଦରେ । ବାକି ଆଲୋଚନା ଯେତକ, ସେସବୁ ଆଲୋଚନା ସଭାରେ ହିଁ ହେବ ।


ପ୍ରସ୍ତାବିତ ନାମ[ସମ୍ପାଦନା]

  • ଚାହାଳି--Mwhatw (ମୋ ଆଲୋଚନା) ୧୬:୦୮, ୭ ମାର୍ଚ ୨୦୧୨ (UTC)
  • ସମର୍ଥନ : ଇଂରାଜୀ ଇଉକିପିଡ଼ିଆରେ ଆରମ୍ଭ ହୋଇଛି, en:WP:Teahouse; ନୂଆ ସଭ୍ୟଙ୍କ ଆଲୋଚନା ପୃଷ୍ଠାରେ ସନ୍ଦେଶ ଛାଡ଼ିପାରିବା । କିନ୍ତୁ ଚାହାଳି ଇଂରାଜୀ ଇଉକିପିଡ଼ିଆର "Wikipedia:Adopt-a-user" ପ୍ରକଳ୍ପ ଭଳି ଶୁଣାଯାଉଛି । -- ଅηsuмaη Talk ୧୨:୦୬, ୮ ମାର୍ଚ ୨୦୧୨ (UTC)
  • ସମର୍ଥନ: ଚାହାଳି ସହ ଚାଟଶାଳା ନାମଟିକୁ ମଧ୍ୟ ବିଚାରରେ ରଖାଯାଉ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୧୬, ୮ ମାର୍ଚ ୨୦୧୨ (UTC)
  • ସମର୍ଥନ: ଏହା ଏକ ଭଲ ମତାମତ, ମୁଁ ଯେକୌଣସି ନାମ ସହ ସହମତ, କିନ୍ତୁ ସବୁଠାରୁ ବେଶି ଗୁରୁତ୍ଵପୂର୍ଣ୍ଣ କଥା ହେଲା ଅନେକ ନୂଆ ସଭ୍ୟ ଯେଉଁମାନେ ୩-୪ ଗୋଟି ସମ୍ପାଦନା ପରେ ଆଗକୁ କଣ କରିବେ ରାହା ନପାଇ ଅଧାରୁ କାମ ବନ୍ଦ କରିଦେଉଛନ୍ତି ସେମାନଙ୍କୁ ପୁଣି ଚଞ୍ଚଳ କରାଯାଇପାରିବ, ଆଉ ସେମାନଙ୍କୁ ସେମାନଙ୍କ କାମରେ ସହଯୋଗ ମିଳିଲେ, ଖୋଲାଖୋଲି ସେମାନଙ୍କ ବାବଦରେ ଆଲୋଚନା ହେଲେ, ସେମାନଙ୍କୁ ବାହାବା ମିଳିଲେ ସେମାନେ ଆହୁରି ଉତ୍ସାହ ନେଇ କାମରେ ଲାଗିବେ । ଅଂଶୁମାନଙ୍କର କଥା ଠିକ, ହେଲେ ଇଂରାଜୀ ଇଉକିପିଡ଼ିଆ ବିଶାଳ, ତେଣୁ ତାଙ୍କର en:WP:Teahouseen:Wikipedia:Adopt-a-use ଦୁଇଟି ଅଲଗା ଅଲଗା ବିଭାଗ ଅଛି, କିନ୍ତୁ ଯେହେତୁ ଓଡ଼ିଆ ଉଇକିପିଡ଼ିଆରେ ସଭ୍ୟ ସଂଖ୍ୟା କମ, ଆଉ ନୂଆ ସଭ୍ୟଙ୍କ ସଂଖ୍ୟା ଆହୁରି କମ, ଆମେ ଆମ ଢଙ୍ଗରେ କାମ ଆରମ୍ଭ କରିବା, ମୂଳ ଉଦେଶ୍ୟ ହେବ ନୂଆ ମାନଙ୍କ ହାତ ଧରି ପୁରୁଖା ମାନେ ବାଟ କଢାଇ ନେବେ, ତାଙ୍କୁ ଅସୁବିଧା ସବୁର ସମାଧାନ ଚାହାଳି ଭିତରେ ବତାଇବେ (ଯାହା ବାକି ନୂଆ ସଭ୍ୟମାନେ ବି ପଢିପାରିବେ) ଓ ତାଙ୍କ ଦେଇ କରାୟାଇଥିବା ଭଲ ସମ୍ପାଦନା ପାଇଁ ସଭିଙ୍କ ଆଗରେ ବାହାବା ଦେବେ! --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୮:୩୮, ୮ ମାର୍ଚ ୨୦୧୨ (UTC)
  • ସମର୍ଥନ: ମୁଁ ଉପରୋକ୍ତ ମତାମତ ସହିତ ଏକମତ। ନୂଆ ବ୍ୟବହାରକାରୀଙ୍କୁ ପ୍ରଥମେ ପ୍ରଥମେ ଟିକେ ବାଟ ଦେଖେଇବା ନିହାତି ଦରକାର ।ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୨:୧୩, ୯ ମାର୍ଚ ୨୦୧୨ (UTC)
  • ସମର୍ଥନ : କିନ୍ତୁ ଚାଟଶାଳା ଟି ଅଧିକ ଭଲ ହେବ ମୋ ମତରେ। --Kamalakanta777 (ମୋ ଆଲୋଚନା) ୦୬:୦୬, ୯ ମାର୍ଚ ୨୦୧୨ (UTC)
: ମୋର "ଚାଟଶାଳା" ବା "ଚାଟସଭା" ପାଇଁ ସମର୍ଥନ, ଚାଟଶାଳା ନାମଟା ବୟସ୍କ ମାନଙ୍କୁ ଅଡୁଆ ଲାଗିବନି ତ ? -- ଅηsuмaη Talk ୦୬:୩୭, ୯ ମାର୍ଚ ୨୦୧୨ (UTC)

Updates from India Program Team[ସମ୍ପାଦନା]

This is the first post from the India Program team regarding the team. I have been posting updates on the various mailing lists - but am acutely aware that the majority of our community is on village pumps or project pages and hence this post. Do excuse me for posting something which is not solely focused on this project, but the work we are doing has learnings that you might find useful for your project.

  • There is an India Program page on meta - which has links to a number of important workstreams (on the right of the page)
  • Here is your India Program team. Feel free to reach out for any help or to provide any suggestion - or just to say hello!
  • I submitted the following mid-year report to the community on January 15th 2011 - outlining the activities for 2011 and the priorities for 2012. Strictly speaking, this wasn't a mid-year report because it covered all of 2011, but going forward, I intend to make it a half-yearly affair. Please add your comments or suggestions here, or below this post.
  • I have recently started monthly updates. The monthly update for February is available here. Please add your comments or suggestion here. The areas of emphasis for March are here. Please add your comments or here. This is really useful for us to ensure that we are doing what you need most.
  • I have also started a new tab on the India Program page for Learnings, called Gyan. I think it is going to be a pretty cool place for us to put together a whole host of learnings, lessons, heartbreaks, Eureka moments and inspirations - gathered from all over the community. Stay tuned for more!
  • One of the essential things that India Program needs to constantly work out is keeping our community informed of the work that we are doing - so that this work is clearer but also to help cross-pollinate ideas amongst a wider set of community members who might not have been engaged on specific village pump / talk page discussion or involved in particular activities (e.g. outreach events) or wikiprojects. I propose to have a fortnightly IRC for the community with India Program. (For those who are not familiar with IRC, it is an Internet messaging system similar to a regular chat room. It's very simple to use and you can join in by clicking on the following link. This would be done on the 1st and 3rd Thursdays of every month at 9pm IST (which is GMT + 0530) - THOUGH NOT THIS MONTH - BECAUSE I HAVE MISSED THE TIMELINE. Just for March, we will do it on March 15th and March 29th (both at 9pm IST which is GMT + 0530). I suggest that these chats are focused on specific work streams. As with many community meet-ups - folks will give time to attend a meet-up or participate in an IRC only if there is a topic of relevance to them. Therefore, we will do one IRC on Indic languages and one on Outreach & Communications. The March 15th one will be focused on Indic Languages and the one on March 29th will be on Outreach & Communications. (All IRCs will start with a re-cap of India Programs activities.) There is quite a bit of overlap on these topics - so feel free to join both. Please do also invite anyone who is interested to know more about India Program or - even more importantly - interact with fellow Wikimedians. As always, the logs will be put up on meta for the benefit of those who can't attend and for the record.

Please feel free to translate this post for the benefit of the larger audience. In fact, I'd be really grateful if you did.

Hisham (ମୋ ଆଲୋଚନା) ୦୬:୫୧, ୧୨ ମାର୍ଚ ୨୦୧୨ (UTC)

ସଙ୍ଘ ଆଲୋଚନା ସଭାର ନାମ ବଦଳ[ସମ୍ପାଦନା]

ସଙ୍ଘ ଆଲୋଚନା ସଭାଆଲୋଚନା ସଭା ଦିଓଟିଯାକ ନାମ ଏକାପରି ହୋଇଥିବାରୁ ଓ ଦୁହେଁ ପ୍ରଧାନ ପୃଷ୍ଠାରେ ଥିବାରୁ ଏହା ନବୀନ ମାନଙ୍କୁ ଅସୁବିଧାରେ ପକାଉଥାଇପାରେ, ଅନେକେ ଦୁଇଟିର ବ୍ୟବହାର ବାବଦରେ ସନ୍ଦିହୀନ ଥାଇପାରନ୍ତି, "ସଙ୍ଘ ଆଲୋଚନା ସଭା" ବା କମୁନିଟି ପୋର୍ଟାଲରେ ଉଇକି ସଙ୍ଘ (ସ୍ଵେଚ୍ଛାସେବୀମାନଙ୍କୁ ନେଇ ଗଠିତ)ରେ କି କି ଘଟଣା ଘଟୁଛି ତାହା ସ୍ଥାନ ପାଇଥାଏ, କିନ୍ତୁ, "ଆଲୋଚନା ସଭା" "ଉଇକିପିଡ଼ିଆ"ରେ କିଛି ମୁଖ୍ୟ ବିଷୟରେ ଆଲୋଚନା ପାଇଁ ତିଆରି । ତେଣୁ ମୁଁ "ସଙ୍ଘ ଆଲୋଚନା ସଭା" ବଦଳରେ "ସଙ୍ଘ ସୂଚନା ଫଳକ" ନାମଟିର ପ୍ରସ୍ତାବନା ଦେଉଛି, ବାକି ମାନେ ଯଦି ଏହା ବାଦ ଆଉ କିଛି ନାମ ପ୍ରସ୍ତାବ ଦେବାପାଇଁ ଚାହାଁନ୍ତି, ଦୟାକରି ଏହା ତଳେ ଲେଖନ୍ତୁ ଓ ନିଜର ନାମ ବି ଲେଖନ୍ତୁ । --ସୁଭାସିସପାଣିଗାହିମୋତେ କହିବେ କିଛି? ୧୨:୪୪, ୨୨ ମାର୍ଚ ୨୦୧୨ (UTC)

  • ହଁ "ସଙ୍ଘ ସୂଚନା ଫଳକ" ରଖିଲେ ଭଲ ହେବ । -- ଅηsuмaη Talk ୧୦:୧୨, ୨୬ ମାର୍ଚ ୨୦୧୨ (UTC)
  • : ମୋ ହିସାବରେ ଏଇଟା community portalର ଓଡ଼ିଆ ଅନୁବାଦ, ତେଣୁ ଏଠି ଆଲୋଚନା ସଭା ନ ରଖି ସଙ୍ଘକୁ ସ୍ୱାଗତ ଲେଖିଲେ ଭଲ ହେବ। ଯଦି ଏଇଟା community bulletin board ର ଉଦ୍ଦେଶ୍ୟ ନେଇ କରା ଯାଇଛି, ତେବେ ସଙ୍ଘ ସୂଚନା ଫଳକ ରଖିଲେ ଭଲ ହେବ। ତେବେ ମୋର ବ୍ୟକ୍ତିଗତ ମତ ଏହାର ନାମ ସଙ୍ଘକୁ ସ୍ୱାଗତ ରଖାଯାଉ ଓ ଏହା ଉପରକୁ ମାଉସ ନେଲେ ଯେଉଁ ଅଦୃଶ୍ୟ ଧାଡିଟିଏ ଦୃଶ୍ୟମାନ ହେଉଛି ସେଠି ‘‘ଏଇ ପ୍ରକଳ୍ପରେ ଖୋଜା ଖୋଜିପାଇଁ ଆପଣ କେମିତି ସାହାଯ୍ୟ କରି ପାରିବେ’’ ବଦଳରେ ‘‘ଓଡ଼ିଆ ଉଇକିପିଡ଼ିଆରେ ହାଲଚାଲ ଓ ନୂଆ ହଲଚଲ’’ ଲେଖିଲେ ଭଲ ହୁଅନ୍ତା।ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୬:୧୩, ୩ ଜୁନ ୨୦୧୨ (UTC)

Wikipatrika: Next Issue[ସମ୍ପାଦନା]

I just sent an email to the Odia mailing list regarding Wikipatrika. It's a fantastic way of celebrating the wonderful work of your community. I'm trying to help bring out the next issue in April 2012. Can i request you to create a page on the Odia wikipedia and start adding content, and share this page with everyone else. You can create your stories in Odia or in English. (Someone can then help translate it before it can move to wikimedia.in) Please do refer to my email for further details and please reach out to me if you need any help. Noopur28 (ମୋ ଆଲୋଚନା) ୧୩:୧୯, ୨୮ ମାର୍ଚ ୨୦୧୨ (UTC)

ପ୍ରଥମ ନାଲକୋନଗର (ଅନୁଗୋଳ) କର୍ମଶାଳା - ମାର୍ଚ୍ଚ ୩୦, ୨୦୧୨[ସମ୍ପାଦନା]

ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

ଗତ ମାର୍ଚ୍ଚ ମାସ ୩୦ ତାରିଖ ଦିନ ନାସନାଲ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ଏଜୁକେସନ, ନାଲକୋନଗର, ଅନୁଗୋଳ ଠାରେ ଏକ ଉଇକିପିଡ଼ିଆ କର୍ମଶାଳା ଆୟୋଜିତ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ୧୪ଜଣ ଆଗ୍ରହୀ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ଏଥି ମଧ୍ୟରୁ କିଛି ନାଲକୋ କର୍ମଚାରୀ ବାଚନିକ ଭାବେ ପୂର୍ବରୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଅବଗତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଉଇକିଆଳି ମୃତ୍ୟୁଞ୍ଜୟ କର ଓଡ଼ିଆ ଉଇକିପିଡ଼ିଆ ବାବଦରେ ସୂଚନା ଦେଇ ଏହି କର୍ମଶାଳା ଆରମ୍ଭ କରିଥିଲେ । ଏଥିରେ ସେ ଉଇକିପିଡ଼ିଆ, ପାଞ୍ଚଟି ସ୍ତମ୍ଭ ଓ ନିୟମାବଳୀ ବାବଦରେ ସମ୍ୟକ ଧାରଣା ଦେଇଥିଲେ । ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମାର୍ଦ୍ଧରେ ଅଂଶଗ୍ରହଣକାରୀଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ନାମ ପଞ୍ଜିକରଣ କରିବା ପ୍ରଣାଳି ସହ ପ୍ରସଙ୍ଗ ସମ୍ପାଦନ ବାବଦରେ ପ୍ରାରମ୍ଭିକ ସୂଚନା ଦେଇ ଜଣେ ଅଂଶଗ୍ରହଣକାରୀଙ୍କୁ ନିଜ ନାମ ପଞ୍ଜିକରଣ କରିବାକୁ କୁହାଗଲା । ଏହା ପରେ ସମ୍ପାଦନା ବାବଦରେ ଆହୁରି ଅଧିକ ଜାଣିବାକୁ ଚାହୁଁଥିବା ଓ ନିଜେ ସମ୍ପାଦନ କରି ଶିଖିବାକୁ ଆଗ୍ରହୀଥିବା ଅଂଶଗ୍ରହଣକାରୀଙ୍କୁ ରହିବାକୁ କହିବାରୁ କିଛି ଅଂଶଗ୍ରହଣକାରୀ ଚାଲିଗଲେ, ଏହାପରେ ବାକି ଥିବା ୯ ଜଣ ଅଂଶଗ୍ରହଣକାରୀ ନିଜ ନାମ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୪ଜଣ ଛୋଟ ଛୋଟ ବଦଳ କରି ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଶିଖିଥିଲେ ।

ପ୍ରତିବନ୍ଧକ ଓ ସମାଧାନ[ସମ୍ପାଦନା]

  • ନୂଆ ବ୍ୟବହାରକାରୀମାନେ ଓଡ଼ିଆରେ ଟାଇପ କରିବାରେ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଆମେ ସେମାନଙ୍କୁ ଟାଇପିଙ୍ଗ ସାହାଯ୍ୟ ଦେଖି, ବିଭିନ୍ନ ଅକ୍ଷର କିପରି ଠିକ ଭାବେ ଟାଇପ କରିପାରିବେ ସେ ବାବଦରେ ଅବଗତ କରାଇଥିଲୁ । ଦେଖଣାର ବ୍ୟବହାର କରି କିପରି ସେମାନେ ଲେଖା ଗୁଡ଼ିକ କ୍ରମେ ଠିକରୂପେ ଲେଖିପାରିବେ ଓ ଉକିପିଡ଼ିଆରେ ଉପଲବ୍ଧ ଥିବା ସଂଶୋଧନ ସୁବିଧା ବାବଦରେ ମୃତ୍ୟୁଞ୍ଜୟ ସୂଚନା ଦେଇଥିଲେ ।

ପରବର୍ତ୍ତୀ ପଦକ୍ଷେପ[ସମ୍ପାଦନା]

  • ମୃତ୍ୟୁଞ୍ଜୟ ବ୍ୟକ୍ତିଗତ ଭାବେ ନୂଆ ବ୍ୟବହାରକାରୀଙ୍କ ସହ ଜଣକିଆ କିମ୍ବା ଦଳଗତ ଭାବେ ଯୋଗାଯୋଗ କରି ସେମାନଙ୍କୁ ଲେଖିବାରେ ସାହାଯ୍ୟ କରିବା ସହ ସେମାନଙ୍କ ସନ୍ଦେହ ଦୁର କରିବାକୁ ଚେଷ୍ଟା କରିବେ ।
  • ଅନୁଗୋଳ ଅଞ୍ଚଳରେ ଅନେକ କର୍ମଶାଳା ଆୟୋଜନ କରି ଅଧିକ ନୂଆ ବ୍ୟବହାରକାରୀଙ୍କୁ ସମ୍ପାଦନ କରିବା ଶିଖାଇପାରିବେ ।

ଶିକ୍ଷା[ସମ୍ପାଦନା]

  • ନିଜ ସାଙ୍ଗ ଓ ସହକର୍ମଚାରୀଙ୍କୁ ଉଇକିପିଡ଼ିଆ ବାବଦରେ ଜଣାଇ ସେମାନଙ୍କୁ ଉଇକିପିଡ଼ିଆ କର୍ମଶାଳାରେ ଯୋଗଦେଇ ସମ୍ପାଦନ ଶିଖିବା ନିମନ୍ତେ ପ୍ରବର୍ତ୍ତାଇବା ଏକ ଭଲ ଉଦ୍ୟମ, କାରଣ ଏହାଦ୍ଵାରା ସମାନ ଚିନ୍ତାଧାରା ଥିବା ଅଂଶଗ୍ରହଣକାରୀମାନେ କର୍ମଶାଳାରେ ଯୋଗଦେବାର ସମ୍ଭାବନା ଅଧିକ ।
  • ଆମେ ପ୍ରସାର କର୍ମଶାଳା କରିବାବେଳେ, ପୂର୍ବରୁ ଉଇକିପିଡ଼ିଆ ସମ୍ବନ୍ଧିୟ ଦରକାରୀ ଲିଙ୍କ ଥିବା ଗୋଟିଏ ଛୋଟ ପୃଷ୍ଠା ଅଂଶଗ୍ରହଣକାରୀଙ୍କୁ ଦେବା ଭଲ ହେବ, ଯଦ୍ୱାରା ଆଗ୍ରହୀ ଅଂଶଗ୍ରହଣକାରୀ ମାନେ ପ୍ରକୃତ କର୍ମଶାଳାରେ ଯୋଗଦେବା ପୂର୍ବରୁ ଏହା ପଢ଼ି ଉଇକିପିଡ଼ିଆ ବାବଦରେ କିଛି ଜାଣିବେ ।
  • ପ୍ରସାର କର୍ମଶାଳାଟିକୁ ଏକାଧିକ ପର୍ଯ୍ୟାୟରେ ଭାଗ କରିବା ଏକ ଭଲ ଉଦ୍ୟମ କାରଣ ଏହାଦ୍ବାରା କେବଳ ପ୍ରକୃତରେ ଆଗ୍ରହୀ ଅଂଶଗ୍ରହଣକାରୀମାନଙ୍କୁ ଅଧିକ ସମୟ ଧରି ଭଲଭାବେ ଶିଖାଇ ହେଉଛି ।

ଓଡ଼ିଆ ଉଇକିପିଡ଼ିଆ (ଭେଷଜ) କର୍ମଶାଳା – କଟକ –ମାର୍ଚ୍ଚ ୩୧[ସମ୍ପାଦନା]

ବିବରଣୀ[ସମ୍ପାଦନା]

କଟକର ଏସସିବି ଭେଷଜ ମହାବିଦ୍ୟାଳୟର ଦ୍ଵାରା ଏକ କର୍ମଶାଳା (outreach) ଅନୁଷ୍ଠିତ ହେଇଯାଇଥିଲା । ଏହାର ମୁଖ୍ୟ ଲକ୍ଷ ଥିଲା ଉଇକି ଭେଷଜ ପ୍ରକଳ୍ପକୁ ପ୍ରୋସ୍ଚାହ ଦେବା ଏବଂ କିଛି ନୂତନ ସଦସ୍ୟଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ସାମିଲ କରିବା । ଏହି ଭେଷଜ ପ୍ରକଳ୍ପରେ ଆମେ ୭୦ରୁ ୮୦ଟି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ତିଆରି କରିବାକୁ ଚେଷ୍ଟା କରୁଛୁ । ଓଡ଼ିଆ ଉଇକିଆଳି କମଳାକାନ୍ତ , ଶ୍ରୀକାନ୍ତ, ସୁଭ ଏବଂ ଜ୍ଞାନରଞ୍ଜନଙ୍କ ଦ୍ୱ୍ୟାର ଆୟୋଜିତ ଏହି କର୍ମଶାଳାରେ ୨୧ ଜଣ ଡାକ୍ତରୀ ଛାତ୍ର ଯୋଗ ଦେଇଥିଲେ । ଜ୍ଞାନରଞ୍ଜନ ଉଇକିପିଡ଼ିଆର ମୌଳିକତାର ବିସ୍ତୃତ ବିବରଣୀ ଦେଇଥିଲେ ।ଜଣେ ନୂତନ ଛାତ୍ରଙ୍କୁ ବ୍ୟବହାରକାରୀ ହେବାକୁ ନିମନ୍ତ୍ରଣ କରାଗଲା । ଛତ୍ରମାନଙ୍କୁ କିପରି ସମ୍ପାଦନ କରାଯାଏ ତାହା ଦେଖାଇ ଦିଆଗଲା ।ସେମାନଙ୍କ ଭିତରୁ ୪ଜଣ ବ୍ୟବହାରକାରୀ ହୋଇଥିଲେ । ଶୁଭ ଉଇକିପ୍ରକଳ୍ପ ଭେଷଜ ଏବଂ ଏହାର ଲକ୍ଷ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଯୋଗଦେଇଥିବା ଛାତ୍ରମାନଙ୍କର ପ୍ରସଙ୍ଗ ଗୁଡିକର ପ୍ରାମାଣିକତା, ଆପେ ଆପେ ଅନୁବାଦ ଇତ୍ୟାଦି ଉପରେ ପ୍ରଶ୍ନ ପଚାରିଥିଲେ ।

ପ୍ରତିବନ୍ଧକ ଏବଂ ସମାଧାନ[ସମ୍ପାଦନା]

କିଛି ଡାକ୍ତରୀ ଛାତ୍ର ଏହିପରି ପ୍ରଶ୍ନ ପଚାରିଥିଲେ, “ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଆମ ଶିକ୍ଷାରେ କିପରି କାମରେ ଆସିବ?କିମ୍ବା ଉଇକିପିଡ଼ିଆରେ ଲେଖି ମୋର କଣ ଲାଭ ହେବ ?ଏହିପରି ସାଧାରଣ ପ୍ରଶ୍ନ ପାଇଲୁ ଓ ଏହାର ଉତ୍ତର ଏହିପରି ଦେଲୁ ଯେ କିପରି ଏହା ତାଙ୍କ ପାଠ୍ୟ ବିଷୟରେ ସାହାଯ୍ୟ କରିବ ,ସେମାନଙ୍କର ଲେଖିବା ଶୈଳୀ ରେ ଉନ୍ନତି ଆଣିବ,ସେମାନଙ୍କର କାମ ପାଇଁ ବହୁତ ଗୁଡିଏ ଦର୍ଶକ ଆଣିଦେବ, ସେମାନଙ୍କ ଗବେଷଣାରେ ସାହାଯ୍ୟ କରିବ । ଯେହେତୁ ଏହା ଏକ ଆନନ୍ଦଦାୟକ କାମ ଏହାର ଓଡ଼ିଆ ଉଇକିପିଡ଼ିଆ ଏବଂ ସମାଜ ଉପରେ ସାମାଜିକ ପ୍ରଭାବ ବିଷୟରେ କହିଥିଲୁ । କମ୍ପୁଟର ନଥିବା ଯୋଗୁ ବ୍ୟବହାରିକ ସମ୍ପାଦନାଠାରୁ ମୌଖିକ ଆଲୋଚନା ଅଧିକ ହୋଇଥିଲା ।

ପରବର୍ତ୍ତୀ ପଦକ୍ଷେପ[ସମ୍ପାଦନା]

ଯୋଗଦେଇଥିବା ଛାତ୍ରମାନଙ୍କ ପରୀକ୍ଷା ପରେ ସେମାନଙ୍କୁ ସିଧାସଳଖ ସମ୍ପାଦନ ଓ ଅଧିକ ଜଣେଇବା ପାଇଁ ଗୋଟିଏ ସମ୍ପୂର୍ଣ ସମ୍ପାଦନା କର୍ମଶାଳା ଆୟୋଜନ କରାଯିବ । ଆଞ୍ଚଳିକ ଉଇକିଆଳି ସେମାନଙ୍କୁ ସହଯୋଗ କରିବେ । ଏ ଥର ଆମେ ନିଶ୍ଚିତ କରିବୁ ଯେ ଯେଉମାନେ କର୍ମଶାଳାରେ ଯୋଗଦେବେ ସମସ୍ତେ ଯେମିତି କମ୍ପୁଟର ବ୍ୟବହାର କରିପାରିବେ । ପ୍ରକଳ୍ପ ପୃଷ୍ଠାର ବିଭିନ୍ନ ପ୍ରସଙ୍ଗରେ କାମ କରିବା ପାଇଁ ଛାତ୍ରମାନଙ୍କୁ ୪ ଏପ୍ରିଲରେରେ ଇମେଲ ମାଧମରେ ଜଣାଇଦିଆଯାଇଛ ଏବଂ ଉତ୍ସାହିତ କରାଯାଇଛି । ନୂଆ ସଭ୍ୟ ମାନଙ୍କ ଆଲୋଚନା ପୃଷ୍ଠାରେ ସ୍ଵାଗତ ସନ୍ଦେଶ ଦିଆଯାଇଛି ଏବଂ ସଂଘ ସଭ୍ୟମାନେ ସେମାନଙ୍କ ସହ ଯୋଗାଯୋଗ କରିବେ ।

ଶିକ୍ଷା[ସମ୍ପାଦନା]

  • ଭେଷଜ ମହାବିଦ୍ୟାଳୟରେ, ଭେଷଜ ପ୍ରକଳ୍ପକୁ ସହଯୋଗ କରିବା ପାଇଁ କର୍ମଶାଳା କରିବା ବହୁତ ଆନନ୍ଦ ଦାୟକ ଏବଂ ଏହାକୁ କରିବା କଥା ମଧ୍ୟ ।ବହୁତ ସମୟରେ ଆମେ କର୍ମଶାଳା କରିଥାଉ କିନ୍ତୁ କଣ ସମ୍ପାଦନା କରିବେ ଆମେ ତାହା ସମ୍ପୂର୍ଣ ଭାବେ ନୂତନ ସଭ୍ୟମାନଙ୍କ ଉପରେ ଛାଡିଦେଉ । ବେଳେବେଳେ ଏହା କାମକରେ, କିନ୍ତୁ ବେଳେବେଳେ ସେମାନେ ଜାଣିପାରନ୍ତି ନାହି ଯେ କଣ ସମ୍ପାଦନା କରିବେ । ଗୋଟିଏ କର୍ମଶାଳା ମାଧ୍ୟମରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ସମ୍ପାଦନା କରିବା ପାଇଁ ଉତ୍ସାହିତ କରିବା ବହୁତ ଫଳୋପଦାୟକ ।
  • ଯେହେତୁ ସେମାନେ ଉଇକିପ୍ରକଳ୍ପ ସହିତ ସିଧାସଳଖ ଜଡ଼ିତ ହେଉଛନ୍ତି ତେଣୂ ପୁରୁଖାସଭ୍ୟମାନଙ୍କ ସହ ସିଧାସଳଖ ଯୋଗାଯୋଗ ରଖିପାରୁଛନ୍ତି ଓ ସାହାଯ୍ୟ ମଧ୍ୟ ପାଉଛନ୍ତି । ଏହି କର୍ମଶାଳା ପାଇଁ କିଛି ବିଧିବଦ୍ଧ ଯୋଜନା କରାଯାଇନଥିଲା ଏବଂ ଯେହେତୁ ୨୧ଜଣ ଛାତ୍ର ଉପସ୍ଥିତ ଥିଲେ ତେଣୁ ଏହା ବହୁତ ଭଲ, ସବୁ ଶେଷ ମୁହୂର୍ତ୍ତରେ ହୋଇଥିଲା । ଅଧିକ କହିବାକୁ ଗଲେ ଆମେ ଚେଷ୍ଟାକରିବା ଓ ଯୋଜନା କରିବା ଯେମିତି ଏହିପରି କର୍ମଶାଳା ଅଧିକ ଆୟୋଜନ ହୋଇପାରିବା ଏବଂ ଭାଗ ନେଉଥିବା ସଭ୍ୟମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ଏବଂ ଏହାର ଗଠନ ମୂଳକ କାର୍ଯ୍ୟ ବିଷୟରେ ଲିଖିତ ଆକାରରେ ଦର୍ଶାଇବା ।
  • ଶେଷରେ, ସମସ୍ତଙ୍କ ପାଇଁ ଗୋଟେ କମ୍ପୁଟର କିମ୍ବା ଲାପଟପ ଜରୁରୀ । ଯଦିବି ସମସ୍ତଙ୍କର ଲାପଟପ ନାହିଁ, ଆମେ ନୂତନ ସଭ୍ୟ ମାନଙ୍କୁ ଉତ୍ସାହିତ କରିବା ଯେମିତି ସେମାନେ ଆସି ନିଜର ଆକାଉଣ୍ଟ ଖୋଲିବେ ଏବଂ କିଛି ସିଧାସଳଖ ସମ୍ପାଦନା କରିବେ । ନୋହିଲେ ଏହା କେବଳ ମୌଖିକ ଜ୍ଞାନ ହୋଇ ରହିଯିବ ।

ସାଧୁବାଦ --Jnanaranjan sahu (ମୋ ଆଲୋଚନା) ୧୫:୧୭, ୯ ଏପ୍ରିଲ ୨୦୧୨ (UTC)


୨ୟ ଭୁବନେଶ୍ଵର କର୍ମଶାଳା - ଓଡିଶା ଦିବସ, ଅପ୍ରେଲ ୦୧, ୨୦୧୨[ସମ୍ପାଦନା]

ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

ଓଡ଼ିଆ ଉଇକି ସଙ୍ଘର ଉତ୍ତରୋତ୍ତର ଗଠନ ତଥା ଉଇକିଆଳି ମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ତାର ପ୍ରତିକାର ଇତ୍ୟାଦିର ସମୀକ୍ଷା ନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ତତସହିତ ଆମ୍ଭେ କିଛି ସଫଳ ଉଇକିଆଳି ମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥିଲୁ ।

ଓଡ଼ିଆ ଉଇକିପିଡ଼ିଆକୁ କିଛି ସକ୍ରିୟ ସଭ୍ୟ ଅନଲାଇନ ମାଧ୍ୟମ ଦ୍ଵାରା ପ୍ରାପ୍ତ ହୋଇଥିବା ସତ୍ତ୍ଵେ, ବିଗତ କିଛି ମାସ ଧରି ବିଭିନ୍ନ କର୍ମଶାଳା ଏବଂ ମେଳଣ ସହିତ, ଓଡ଼ିଆ ଉଇକିପିଡ଼ିଆ ସଙ୍ଘ ନୂତନ ଉଇକିଆଳି ସୃଷ୍ଟି କରିବା ତଥା ସେମାନଙ୍କୁ ଉଇକି ସଙ୍ଘରେ ସକ୍ରିୟ କରାଇ ରଖିବାରେ ବର୍ତ୍ତମାନ ପ୍ରଚେଷ୍ଟାରତ ଅଛି ।

ଓଡ଼ିଆ ଉଇକି ସଙ୍ଘ ବର୍ତ୍ତମାନ ଏକ କ୍ଷୁଦ୍ରାବସ୍ଥା ଦେଇ ଗତି କରୁଥିବାରୁ, ଏହାର ଉନ୍ନତି ପାଇଁ ଅନଲାଇନ କାର୍ଯ୍ୟକଳାପ ଉପରେ ଗୁରୁତ୍ଵ ଦେବା ଥିଲା କର୍ମଶାଳାର ମୁଖ୍ୟ ପ୍ରସଙ୍ଗ । ଏପରିକି ବର୍ତ୍ତମାନ ସକ୍ରିୟ ଥିବା କିଛି ଉଇକି-ସମ୍ପାଦକ ଏହି ଅନଲାଇନ ମାଧ୍ୟମରେ ମିଳିଆସିଥିବାର ମଧ୍ୟ ନଜିର ରହିଅଛି, ଯେପରିକି ସୁରଥ ପାଢୀ[୧], ଚିନ୍ମୟ ଦାଶ[୨] ମନୋରଞ୍ଜନ ବେହେରା[୩], ପ୍ରଶାନ୍ତ ଭୂୟାଁ[୪] ଇତ୍ୟାଦି । ଏହାସହିତ, ଓଡ଼ିଆ ଲିପିରେ ଲେଖାଲେଖି କରୁଥିବା କିଛି ଯୁବକ-ଯୁବତୀଙ୍କୁ ଦେଖି ସୁଭାସିସ ପାଣିଗାହି ଫେସବୁକ ଏବଂ ଟୁଇଟର ଜରିଆରେ "ଓଡ଼ିଆ ଉଇକିପିଡ଼ିଆ" ଏବଂ ଏହାର ସମ୍ପାଦନା ଇତ୍ୟାଦି ବିଷୟରେ ଅବଗତ କରାଇବାର ଅନୁଭୁତି ବାଣ୍ଟିଥିଲେ ।

ପରବର୍ତ୍ତୀ ପଦକ୍ଷେପ[ସମ୍ପାଦନା]

  • ଫେସବୁକରେ ଥିବା ଓଡ଼ିଆ ଉଇକିପିଡ଼ିଆ ପୃଷ୍ଠାଟିକୁ, ନୁତନ ଉଇକିଆଳି ସୃଷ୍ଟି କରାଇବା ଦିଗରେ ଅଧିକରୁ ଅଧିକ ଉପଯୋଗୀ କରାଇବା । ଉଇକିପିଡ଼ିଆ ସହ ନୂତନ ଉଇକିଆଳି ମାନଙ୍କୁ ଯୋଡିବାରେ ଫେସବୁକକୁ ଏକ ମୁଖ୍ୟ ମାଧ୍ୟମ ଭାବେ ବ୍ୟବହାର କରିବା ତଥା ଉଇକିପିଡ଼ିଆ ସମ୍ପର୍କୀୟ ସମସ୍ତ ଚର୍ଚ୍ଚାଦି "ଉଇକିପିଡ଼ିଆ ଆଲୋଚନା ସଭା"ରେ କରିବାକୁ ଗୁରୁତ୍ଵାରୋପ କରାଯାଇଥିଲା । ଏଥି ସହିତ ଯୋଗଦେବା ପାଇଁ ନୂତନ ଉଇକିଆଳିମାନଙ୍କୁ ଯଥାଶୀଘ୍ର ଉତ୍ସାହିତ କରାଯିବ ।
  • ଫେସବୁକକୁ କିପରି ଏକ ପ୍ରଭାବକାରୀ ମାଧ୍ୟମ ଭାବେ ବ୍ୟବହାର କରାଯାଇପାରିବ, ସେ ସମ୍ବନ୍ଧରେ ନୂପୂର ସହାୟତା ପ୍ରଦାନ କରିବା ସହିତ କିଛି ଇଚ୍ଛୁକ ସଙ୍ଘ ସଭ୍ୟ ମାନଙ୍କ ସହ ମିଶି କାର୍ଯ୍ୟ କରିବେ ।
  • ଅନଲାଇନ କଥୋପକଥନକୁ ଅଧିକ ନିୟମିତ କରାଯିବ, ଯାହା ଫଳରେ ନୂତନ ଉଇକିଆଳିମାନଙ୍କୁ ଅଭିଜ୍ଞ ଉଇକିଆଳିଙ୍କଠାରୁ ଉଇକି ସମ୍ପାଦନା ଇତ୍ୟାଦି ବିଷୟରେ ସହାୟତା ପ୍ରଦାନ କରିବ ।
  • ଓଡ଼ିଆରେ ପ୍ରସ୍ତୁତି ଆଲେଖ ଏବଂ ତଥ୍ୟାବଳୀ ଆଦି ତିଆରି କରାଯିବ, ଯାହାକି ଅନଲାଇନ କାର୍ଯ୍ୟକଳାପରେ ବ୍ୟବହାର କରାଯିବ। ଯଥା, ପ୍ରସ୍ତୁତି ଆଲେଖ(presentations), ପିଡିଏଫ ପ୍ରଭାରପତ୍ର(pdf cheat-sheets), ରୋମାନ-ଓଡ଼ିଆ ଟ୍ରାନ୍ସଲିଟେରସନ (ଲିପି-ଅନ୍ତରଣ), ଜାଣିବା କଥା (FAQ) ବହି ଇତ୍ୟାଦି ।
  • ଆଗରୁ ଉପସ୍ଥାପିତ କରାଯାଇଥିବା ଚାଟସଭାକୁ ନୂତନ ଉଇକିଆଳି ମାନଙ୍କ ସହିତ କଥୋପକଥନ ଏବଂ କାରିଗରି (Technical) ସହାୟତା ନିମନ୍ତେ ବ୍ୟବହାର କରାଯିବ...ଏହା ଉଇକିପିଡ଼ିଆରେ ନୂତନ ଉଇକିଆଳି ମାନଙ୍କୁ ସହଜ ସରଳ ଭାବେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରି ଥାଏ ।
  • ଆପୋଷ ସହଯୋଗର ଉତ୍କୃଷ୍ଟତା ବହୁତ ଗୁରୁତ୍ଵପୂର୍ଣ୍ନ ଅଟେ ଏବଂ ଉଇକିପ୍ରକଳ୍ପ ଏହାକୁ ବଢାଇବାରେ ଏକ ମୂଖ୍ୟ ଭୂମିକା ନିର୍ବାହ କରିଥାଏ । ବ୍ୟବହାରକାରୀ:Shisir_1945 "ଉଇକିପ୍ରକଳ୍ପ ବିଜ୍ଞାନ"[୫] ନାମରେ ଏକ ନୂଆ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହା ଅତ୍ୟନ୍ତ ଜରୁରୀ ଯେ, ଉଇକିଆଳିଙ୍କ ଭିତରେ ସମନ୍ଵୟ ରକ୍ଷା କରିବା ଦିଗରେ, ଏହିପରି ଉଇକିପ୍ରକଳ୍ପ ଗୁଡିକର ସମ୍ପାଦନ କାର୍ଯ୍ୟ ସମୟାନୁଯାୟୀ ଏବଂ ବ୍ୟକ୍ତିଗତ ଆଗ୍ରହ ଅନୁସାରେ ବିଭାଜନ କରାଯିବ ।

ପ୍ରତିବନ୍ଧକ ଓ ସମାଧାନ[ସମ୍ପାଦନା]

  • ଉଇକି ସଙ୍ଘର ସଭ୍ୟ ମାନେ ନୂତନ ଉଇକିଆଳି ମାନଙ୍କୁ ପ୍ରଦାନ କରୁଥିବା ଉପଲବ୍ଧ ନଥିଗୁଡିକରେ ଲେଖା ଆକାରରେ ଅନେକ ତଥ୍ୟ ରହିଆସିଅଛି । ତେଣୁ ସେଗୁଡିକର ସରଳୀକରଣ ପାଇଁ ସଚିତ୍ର ବ୍ୟାଖ୍ୟା କରିବା ଦରକାର ହେଉଛି, ଉଦାହରଣସ୍ଵରୁପ ସ୍କ୍ରିନସଟ ଏବଂ କ୍ରମାନୁଯାୟୀ ସଜଡା ଯାଇଥିବା ସମ୍ପାଦନା ନିର୍ଦ୍ଦେଶାବଳୀ ଇତ୍ୟାଦି ।
  • ଓଡ଼ିଆ ଉଇକିପିଡ଼ିଆରେ ଲେଖା-ଲେଖି କଲେ କିପରି ଲାଭ ମିଳିବ? ଆଞ୍ଚଳିକ ଭାଷା ପ୍ରତି ଲୋକଙ୍କ କମ ଆଗ୍ରହ କାହିଁକି? ଇତ୍ୟାଦି ଭଳି କିଛି ଗୁରୁତ୍ଵପୂର୍ଣ୍ନ ପ୍ରଶ୍ନ ମୃତ୍ୟୁଞ୍ଜୟଙ୍କୁ ପଚରାଯାଇଥିଲା ଏବଂ ଏହାକୁ ନେଇ କିଛି ପ୍ରସ୍ତାବିତ ରାୟ ଦିଆଯାଇଥିଲା । ଯେପରିକି, ଓଡ଼ିଆ ଉଇକିପିଡ଼ିଆର ଉନ୍ନତି ନିମନ୍ତେ ସ୍ଵଳ୍ପ କିନ୍ତୁ ଆଗ୍ରହୀ ସଭ୍ୟ ମାନଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରାଯିବା - ଏବଂ ବଚନବଦ୍ଧ ଭାବେ ସମୟ ପ୍ରୟୋଗ କରି ଉତ୍ପ୍ରେରିତ କରାଗଲେ ଏପରି ବହୁତ ଦକ୍ଷତାଶାଳୀ ତଥା ସଠିକ ମନୋବୃତ୍ତି ଥିବା ସଭ୍ୟ ସୃଷ୍ଟି ହେଇପାରିବେ ।
  • ଓଡ଼ିଆ ଉଇକିପିଡ଼ିଆର ସୁପରିଚିତ ନ ହୋଇପାରିବା ଭଳି ବିଷୟବସ୍ତୁ ଆଦି ଆଲୋଚନା କରାଯାଇଥିଲା ଏବଂ ଏହାର ପ୍ରତିକାର ସ୍ଵରୁପ କିଛି ଉପଯୋଗୀ ପଦକ୍ଷେପ ନିଆଯିବା ପାଇଁ ମନ୍ତବ୍ୟ ପ୍ରଦାନ ହୋଇଥିଲା - ଯଥା; ନୂତନ ଯୋଗାଯୋଗ ସୃଷ୍ଟି ଦେଇ ୱେବ, ପ୍ରିଣ୍ଟ ଏବଂ ଅନ୍ୟାନ୍ୟ ମାଧ୍ୟମ ଜରିଆରେ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ ଅବଗତ କରାଇବା । ଏହି ଉଇକିପିଡ଼ିଆରେ ଯେ ସମସ୍ତେ ସମ୍ପାଦନା କରିପାରିବେ ଏବଂ ଏହା ଏକ ମୁକ୍ତ ଜ୍ଞାନକୋଷ ବୋଲି ସୁଚିତ କରାଇବା ।
  • ବର୍ତ୍ତମାନର ଟାଇପିଙ୍ଗ ବ୍ୟବସ୍ଥାରେ କିଛି କ୍ଷୁଦ୍ର ସମସ୍ୟା ରହିଅଛି, ସେଗୁଡିକର ଅତିଶୀଘ୍ର ସମାଧାନ କରାଯିବ ।

ଶିକ୍ଷା[ସମ୍ପାଦନା]

  • ଏହା ଏକ ସଫଳତମ ମେଳଣ ତଥା କର୍ମଶାଳା ହୋଇପାରିଥିଲା ଏବଂ ଏହା ପଛରେ ୩ଟି ମୁଖ୍ୟ କାରଣ ହେଲା, ସମସ୍ତ ସଭ୍ୟ ମାନଙ୍କୁ ମନ୍ତବ୍ୟ ପ୍ରଦାନ କରିବାରେ ଉତ୍ସାହିତ କରାଯାଇଥିଲା, ଏକ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଉପରେ ସମସ୍ତଙ୍କର ତର୍କସଂଗତ ହୋଇ ରହିବା ଏବଂ ପରିଶେଷରେ ଆମେ ସମସ୍ତେ ଏହି ମେଳଣ ତଥା କର୍ମଶାଳାରେ ଭାଗ ନେଇ ଆମୋଦିତ ହେଇଥିଲୁ ।
  • ଏହିପରି ମେଳଣ ତଥା କର୍ମଶାଳା ଗୁଡିକର ସମାପନ ପରେ ଏହା ଅତ୍ୟନ୍ତ ମହତ୍ଵପୂର୍ଣ୍ନ ହେଇଯାଏ ଯେ, ଆଗକୁ ନେବାକୁ ଥିବା ସମସ୍ତ ପଦକ୍ଷେପଗୁଡିକ ସ୍ପଷ୍ଟ ହୋଇଯାଏ । ପ୍ରତ୍ୟକଙ୍କୁ ଆଗକୁ କଣ କରିବାକୁ ପଡିବ ଏହି ସମ୍ପର୍କରେ ପ୍ରତିଟି ସଭ୍ୟ ଅବଗତ ଥା'ନ୍ତି । ଅଭିଜ୍ଞ ସମ୍ପାଦକମାନେ କେବଳ ବ୍ୟକ୍ତିଗତ ଲେଖା ସହିତ ସାମୁଦାୟିକ ବିକାଶ ଉପରେ ମଧ୍ୟ ଗୁରୁତ୍ଵ ଦେବା ଉଚିତ । ଶୈକ୍ଷିକ ସତ୍ର, ନୂତନ ଉଇକିଆଳିଙ୍କ ସହ ହାତ ମିଶାଇ କାର୍ଯ୍ୟ କରିବା ଏବଂ ନୂଆ ଉଇକିପ୍ରକଳ୍ପ ଗୁଡିକର ସୃଷ୍ଟି ତଥା ସେଗୁଡିକର ପ୍ରବନ୍ଧ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ ।

ଟୀକା[ସମ୍ପାଦନା]

   ↑ [୧] User:ସୁରଥ_କୁମାର_ପାଢ଼ୀ
   ↑ [୨] User:ଚିନ୍ମୟ ଦାଶ
   ↑ [୩] User:ManXiii
   ↑ [୪] User:Prasantabhunya
   ↑ [୫] http://or.wikipedia.org/wiki/WP/SCIhttp://or.wikipedia.org/wiki/WP:WPSCI

ManXiii (ମୋ ଆଲୋଚନା) ୦୮:୫୮, ୯ ଏପ୍ରିଲ ୨୦୧୨ (UTC)

Updates & Ideas from and for Indic Communities[ସମ୍ପାଦନା]

Greetings all! I thought it would be useful to share the following updates from various Indic communities - which you might find interesting for the Odia community.

  • Odia community had a great weekend between March 30 and April 2 - including 3 outreach sessions and 1 community meetup. They shared a great report that includes lessons, solutions and next steps on outreach & community collaboration - which are applicable across many communities.
  • India Program worked to several Indic communities on outreach, ideas for helping newbies, Wikiprojects as well as other technical support - and have prepared the following report for March. In April, the plan is to continue this support including Hindi editing at the Crafts Museum GLAM project as well as planning the 10th anniversaries of Nepali and Assamese.

Please reach out to Shiju or I for any support you need. (Our email IDs are shiju@wikimedia.org and noopur@wikimedia.org respectively.)

Please share your comments and ideas below on any of these updates. Noopur28 (ମୋ ଆଲୋଚନା) ୦୫:୧୯, ୧୬ ଏପ୍ରିଲ ୨୦୧୨ (UTC)

ସବୁ କୁଶଳ ତ ବନ୍ଧୁଗଣ!, ଯେହେତୁ ସବୁଦିନ ଆଜିର ବଛା ଛବି ବଦଳି ହେଉନି, ମୁଁ ଏହାକୁ ସାପ୍ତାହିକ କରିବାକୁ ପ୍ରସ୍ତାବ ରଖୁଛି । କାହାରି ଆପତ୍ତି ଥିଲେ ଶୀଘ୍ର ଜଣାନ୍ତୁ । ଶୁଭଦିନ । -- ଅηsuмaη Talk ୦୬:୩୯, ୭ ମେ ୨୦୧୨ (UTC)

 Done ଉଇକିପିଡ଼ିଆ:ବଛା ଛବି/୨୦୧୨ ‎‎-- ଅηsuмaη Talk ୧୬:୨୬, ୯ ମେ ୨୦୧୨ (UTC)

Updates and Ideas for and from the India communities (May 2012)[ସମ୍ପାଦନା]

Greetings! Here is another series of updates from across Indic language communities which might be useful for the Odia community!

  • The first Indian language Wikipedia conference: WikiSangamolsavam was successfully conducted by Malayalam Wikipedians in Kollam, Kerala.
  • The Film project in Hindi Wikipedia has been active since December, 2011 with 4 editors and over 1000 film articles. It's also an open invitation for more members to hop in and expand the project scope.
  • Gujarati Wikipedians have started working on their third book on Wikisource called Bhadrambhadra. They are also planning to conduct a Wiki summer camp for students in Gujarat.
  • The Assamese community is doing great on a bunch of projects including the CD project, medicine project and the ongoing photo contest organized by volunteers. The community is also planning an event to celebrate the 10th anniversary of Assamese Wikipedia on June 10th, 2012.
  • The translation project in Kannada Wikipedia is 12 members strong.
  • The Odia community members have implemented the social media pilot to attract newbies and engage them in editing via Facebook. This plan requires mentors from the existing community to guide new users to edit Wikipedia
  • Here's is a list of all the Outreach documents translated in Indic languages by respective community members. This is work in progress and all community members are welcome to help translate more documents!
  • Here's a blog post by Barry Newstead, the Chief Global Development Officer, WMF on his wonderful experience at the WikiSangamolsavam in Kerala.
Please reach out to Shiju or I for any support you need. (Our email IDs are shiju@wikimedia.org and noopur@wikimedia.org respectively.)

Please share your comments and ideas below on any of these updates.Noopur28 Noopur28 (ମୋ ଆଲୋଚନା) ୦୯:୪୮, ୧୬ ମେ ୨୦୧୨ (UTC)