କୌଶିକୀ

ଉଇକିପିଡ଼ିଆ‌ରୁ

କିମ୍ବଦନ୍ତୀ ଅନୁଯାୟୀ ହର, ଏକଦା ଗୌରୀଙ୍କୁ କାଳୀ ଭାବେ ସମ୍ବୋଧିତ କରିଥିଲେ । ଗୌରୀ ହରଙ୍କ ସମ୍ବୋଧନକୁ ପରିହାସ ମନେକରି ଆହତ ହୋଇଥିଲେ ୤ ସେହି ଆହତଜନିତ ବେଦନାର ଉପଶମ ନିମନ୍ତେ ସେ କଠୋର ତପସ୍ୟା ନିମନ୍ତେ ମନ୍ଦର ପର୍ବତ ଛାଡ଼ି ହିମାଳୟରେ ପ୍ରବେଶ କଲେ । ଏକ ମନୋରମ ତପସ୍ୟା ସ୍ଥଳୀ ଖୋଜି ସେ ଜୟା, ବିଜୟା, ଜୟନ୍ତୀ ଓ ଅପରାଜିତାଙ୍କୁ ସ୍ମରଣ କରି ପରିଚର୍ଯ୍ୟାରେ ଲଗାଇ ଗୌରୀ ତପସ୍ୟାରେ ବସିଲେ । ଦୀର୍ଘ ଶହେ ବର୍ଷର ତପସ୍ୟା ପରେ ବ୍ରହ୍ମା ଆବିର୍ଭୂତ ହୋଇ ବର ଦେବା ଯୋଗୁଁ କୃଷ୍ଣବର୍ଣ୍ଣା ଗୌରୀ ସ୍ୱର୍ଣ୍ଣବର୍ଣ୍ଣା ଗୌରାଙ୍ଗୀରେ ପରିଣତ ହେବା ସହ ତାଙ୍କ ଅନ୍ତରର ବେଦନା ପ୍ରଶମିତ ହୋଇଥିଲା ୤ ତାଙ୍କ ଶରୀରରୁ ବାହାରିଥିବା କୃଷ୍ଣବର୍ଣ୍ଣ କୋଷରୁ କାତ୍ୟାୟନୀ ଜନ୍ମ ନେଇଥିଲେ ୤ ତାଙ୍କର ବାହନ ସିଂହ । ଗୌରୀଙ୍କ କୃଷ୍ଣବର୍ଣ୍ଣ କେଶରୁ ଜାତ ହୋଇଥିବାରୁ ତାଙ୍କୁ କୌଶିକୀ କୁହାଯାଏ । ଦେବରାଜ ଇନ୍ଦ୍ର ତାଙ୍କୁ ଭଗିନୀ ରୂପେ ଗ୍ରହଣ କରି କୌଶିକ ରୂପେ ପରିଚିତ ହୋଇଥିଲେ । ଇନ୍ଦ୍ର କୌଶିକୀଙ୍କୁ ବିନ୍ଧ୍ୟାଞ୍ଚଳରେ ଅବସ୍ଥାପିତ କରାଇଥିଲେ । ବିନ୍ଧ୍ୟରେ ଅବସ୍ଥାନ କରିଥିବାରୁ ସେ ବିନ୍ଧ୍ୟବାସିନୀ ଭାବେ ପରିଚିତ ୤ ଗୌରୀ ତପସ୍ୟାରେ ବସିଥିବା ବେଳେ ତାଙ୍କୁ ଜଗିରହିଥିବା ସିଂହକୁ ଅଜେୟ ରହିବା ଲାଗି ବ୍ରହ୍ମା ବର ଦେଇଥିଲେ, ସେଥିଯୋଗୁଁ ସିଂହ ପଶୁରାଜ ରୂପେ ପରିଗଣିତ ।

ଆଧାର[ସମ୍ପାଦନା]