ତେଜଜ୍ଞାନ ଫାଉଣ୍ଡେସନ

ଉଇକିପିଡ଼ିଆ‌ରୁ


ପରିଚୟ[ସମ୍ପାଦନା]

ତେଜଜ୍ଞାନ[ସମ୍ପାଦନା]

ଜ୍ଞାନର ଅର୍ଥ କେବଳ ମାତ୍ର ସାମାନ୍ୟଜ୍ଞାନ (General Knowledge) ବା ସୂଚନା ସଂଗ୍ରହ ନୁହେଁ। ସେଥିପାଇଁ ତେଜଜ୍ଞାନ ଶବ୍ଦର ଅବଧାରଣା କରା ଯାଇଛି। ତେଜଜ୍ଞାନ ହେଉଛି ସେହି ଜ୍ଞାନ ଯାହା ଜ୍ଞାନ ଏବଂ ଅଜ୍ଞାନରୁ ଉର୍ଦ୍ଧ୍ୱରେ। ଅନେକ ଲୋକ ସାମାନ୍ୟଜ୍ଞାନ ସଂଗ୍ରହକୁ ହିଁ ଜ୍ଞାନ ବୋଲି ଧରିନିଅନ୍ତି, କିନ୍ତୁ ଅସଲି ଜ୍ଞାନ ଏବଂ ସାଧାରଣ ଜ୍ଞାନ ଭିତରେ ବହୁତ ବଡ଼ ଫରକ ଅଛି। ସାମାନ୍ୟ ଜ୍ଞାନଦ୍ୱାରା ଜୀବନର ରୂପାନ୍ତରଣ ଆସି ପାରେନା। ଏହି ଜ୍ଞାନ ବୁଦ୍ଧି ବିଳାସ ବା ଅଧ୍ୟାତ୍ମ ନାମରେ ବୁଦ୍ଧିର ଏକ ବ୍ୟାୟାମ ମାତ୍ର। କିନ୍ତୁ ଜ୍ଞାନ ଏବଂ ଅଜ୍ଞାନର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ଥାଏ ତାହାକୁ ଏଠାରେ ତେଜଜ୍ଞାନ ବୋଲି କୁହାଯାଇଛି, ଯାହା ମଣିଷମାତ୍ରକେ ସମସ୍ତଙ୍କ ଭିତରେ ଅନ୍ତର୍ନିହିତ ଅବସ୍ଥାରେ ଥାଏ। ତେଜଜ୍ଞାନଦ୍ୱାରା ଭୟମୁକ୍ତ, ଚିନ୍ତା ରହିତ ଏବଂ କ୍ରୋଧ ବିହୀନ ଜୀବନ ଯାପନର ସୂତ୍ର ମିଳିଥାଏ ତଥା ଶାରୀରିକ, ମାନସିକ, ସାମାଜିକ, ଆର୍ଥୀକ ଏବଂ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ।

ପୁରାତନ କାଳରୁ ଆଜି ଯାଏ ଅଧ୍ୟାତ୍ମର ଅନେକ ଗୁଡିଏ ମାର୍ଗ ବତାଇ ଦିଆଯାଇଛି। ଯେପରିକି ଜପ, ତପ, ମନ୍ତ୍ର, ତନ୍ତ୍ର, କର୍ମ, ଭାଗ୍ୟ, ଧ୍ୟାନ, ଜ୍ଞାନ, ଯୋଗ, ଭକ୍ତି ଇତ୍ୟାଦି। ଏହି ମାର୍ଗଗୁଡିକର ଶେଷରେ ଯେଉଁ ବୋଧ ପ୍ରାପ୍ତ ହୁଏ ତାହା ଏକ ହିଁ ହୋଇଥାଏ। ସତ୍ୟର ପ୍ରତ୍ୟେକ ଜିଜ୍ଞାସୁକୁ ଶେଷରେ ଏକ ହିଁ ବୋଧ (understanding) ପ୍ରାପ୍ତ ହୋଇଥାଏ ଏବଂ ଏହି ବୋଧକୁ ଗୁରୁଙ୍କଠାରୁ କେବଳ ଶ୍ରବଣକରି ପ୍ରାପ୍ତ କରା ଯାଇପାରେ। ସେହି ବୋଧକୁ ଶ୍ରବଣ କରିବାମାନେ ତେଜଜ୍ଞାନ ପ୍ରାପ୍ତ କରିବା ବୋଲି କୁହା ଯାଇଛି। ତେଜଜ୍ଞାନର ଶ୍ରବଣରୁ ସତ୍ୟର ସାକ୍ଷାତକାର ହୋଇଥାଏ। ଈଶ୍ୱରଙ୍କ ଅନୁଭବ ହୋଇଥାଏ।

ତେଜଜ୍ଞାନ ଫାଉଣ୍ଡେସନ[ସମ୍ପାଦନା]

ତେଜଜ୍ଞାନ ଫାଉଣ୍ଡେସନ ଭାରତର ମହାରାଷ୍ଟ୍ର ଅନ୍ତର୍ଗତ ଏକ ଆଧ୍ୟାତ୍ମିକ ସଂସ୍ଥା। ଏହା ଲୋକମାନଙ୍କୁ ଶାରୀରିକ, ମାନସିକ, ଆର୍ଥିକ, ସାମାଜିକ ଓ ଆଧ୍ୟାତ୍ମିକ ଉନ୍ନତି ଅର୍ଥାତ୍ ଆତ୍ମବିକାଶରୁ ଆତ୍ମସାକ୍ଷାତକାର ପ୍ରାପ୍ତ କରିବାର ସମ୍ପୂର୍ଣ୍ଣ ଶିକ୍ଷଣ ଅର୍ଥାତ ତେଜଜ୍ଞାନ ପ୍ରଦାନ କରିଥାଏ। ଏଠାରେ ଅନୁସୃତ ଶିକ୍ଷା ବିଧିକୁକୁ ISO 9001:2008ର ମାନ୍ୟତା ମିଳିଛି।ଅର୍ଥାତ୍ ଫାଉଣ୍ଡେସନ୍‌ରେ ପ୍ରଚଳିତ ଜ୍ଞାନବିଧିକୁ ପ୍ରମାଣପତ୍ର ଦିଆଯାଇଛି।[୧]

ଏଠାରେ ଉଭୟ ସଶୁଳ୍କ ଓ ନିଃଶୁଳ୍କ ଶିକ୍ଷା ଦିଆଯାଏ। ଶାରୀରିକ ଓ ମାନସିକ ଉତ୍କର୍ଷଲାଭ କରିବାର କୌଶଳ ତଥା ନିଜର ବ୍ୟକ୍ତିତ୍ୱ ବିକାଶ କରିବାପାଇଁ ଏଠାରେ କେତେକ ସଶୁଳ୍କ ପ୍ରଶିକ୍ଷଣ ଦିଆଯାଏ, ଯେଉଁଥିରୁ ମିଳୁଥିବା ରାଶିର କେତେକାଂଶ ପରୋକ୍ଷ ଭାବରେ ତେଜଜ୍ଞାନ ଫାଉଣ୍ଡେସନକୁ ସୁରୁଖୁରୁରେ ଚଳେଇବାପାଇଁ କାମରେ ଲାଗେ। ଆଧ୍ୟାତ୍ମିକ ଶିକ୍ଷଣର ପ୍ରକ୍ରିୟା ତେଜଜ୍ଞାନ ତେଜଗୁରୁ ସରଶ୍ରୀ ତେଜପାରଖୀଙ୍କଦ୍ୱାରା ମହାଆସମାନୀ ଶିବିରରେ ନିଃଶୁଳ୍କ ପ୍ରଦାନ କରାଯାଏ।

ସଂସ୍ଥାପକ[ସମ୍ପାଦନା]

ଏହାର ସଂସ୍ଥାପକ ହେଉଛନ୍ତି ତେଜଗୁରୁ ସରଶ୍ରୀ ତେଜପାରଖୀ। ସେ ଭାରତ ଓ ଭାରତ ବାହାରେ ଜଣାଶୁଣା ଜଣେ ଆଧ୍ୟାତ୍ମିକ ଗୁରୁ। [୨] [୩] [୪]

ଲକ୍ଷ୍ୟ[ସମ୍ପାଦନା]

ଉଚ୍ଚତମ ବିକଶିତ ସମାଜ ନିର୍ମାଣ କରିବା ହେଉଛି ଏହି ଫାଉଣ୍ଡେସନର ଲକ୍ଷ୍ୟ। ନିଜର ବିଚାରଧାରାକୁ ନକାରାତ୍ମକରୁ ସକାରାତ୍ମକ, ସକାରାତ୍ମକରୁ ଶୁଭ ବିଚାର ବା ହାପି ଥଟ୍‌ସ (ବିଧାୟକ ଆନନ୍ଦପୂର୍ଣ୍ଣ ବିଚାର) ଆଡକୁ ବଢ଼ିବା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଶୁଭ ବିଚାରରୁ ନିର୍ବିଚାର ଆଡକୁ ବଢ଼ି ଆତ୍ମସାକ୍ଷାତକାର ପ୍ରାପ୍ତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। 'ମୁଁ ସବୁ ବିଚାରରୁ ମୁକ୍ତ ହୋଇଯାଏ' ଏହି ବିଚାର ହେଉଛି ଶୁଭ ବିଚାର (Happy Thoughts), 'ମୁଁ ସବୁ ଇଚ୍ଛାରୁ ମୁକ୍ତ ହୋଇଯାଏ' ଏହି ଇଚ୍ଛା ହେଉଛି ଶୁଭଇଚ୍ଛା।[୧]

କାର୍ଯ୍ୟ[ସମ୍ପାଦନା]

  1. ବିଭିନ୍ନ ବେତାର ଓ ଦୂରଦର୍ଶନ କାର୍ଯ୍ୟକ୍ରମ, ଶିବିର, ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ
  2. ବହି, କେସେଟ୍, ଅଡ଼ିଓ ଭିଡ଼ିଓ ସିଡ଼ି ଆଦିର ପ୍ରକାଶନ
  3. ନୈତିକ ଶିକ୍ଷା, ନାରୀ ସଶକ୍ତିକରଣ, ବିଶ୍ୱ ଶାନ୍ତି ପାଇଁ ବିଭିନ୍ନ ପଦକ୍ଷେପ[୧]

ମୁଖ୍ୟାଳୟ[ସମ୍ପାଦନା]

ଏହାର ମୁଖ୍ୟାଳୟ 'ମନନ ଆଶ୍ରମ'। ଏହି ଆଶ୍ରମ ପୁନା ସହରଠୁ ୧୭ କିଲୋମିଟର ଦୂରରେ ପ୍ରାକୃତିକ ସୌନ୍ଦର୍ଯ୍ୟଯୁକ୍ତ ପାହାଡି ଇଲାକାରେ ଅବସ୍ଥିତ। ଏହି ଆଶ୍ରମରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଲଗା ଅଲଗା ପାଖାପାଖି ୬୦୦ ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା ଅଛି। ବିମାନଘାଟୀ, ରେଳ ଷ୍ଟେସନ ଏବଂ ହାଇୱେରୁ ପୁନା ସହଜରେ ଯାଇହୁଏ

ଠିକଣା[ସମ୍ପାଦନା]

ମନନ ଆଶ୍ରମ, ପୁଣେ : ସର୍ଭେ ନଂ 43, ସଣସ ନଗର, ନାନ୍ଦୋଶୀ ଗାଁ, କିରକିଟ ବାଡି ଫାଟା, ତାଲୁକା - ହବେଲୀ, ଜିଲ୍ଲା - ପୁନା - ୪୧୧୦୨୪ [୫]

ଏହାଛଡ଼ା ଭୁବନେଶ୍ୱର, ବାଲେଶ୍ୱର, ମୁମ୍ବାଇ, ଦିଲ୍ଲୀ, ସାଂଗଲୀ, କୋପରଗାଁ, ବାର୍ଶୀ, ସାତାରା, ଜଳଗାଁ, ଅହମଦାବାଦ, କୋଲ୍ହାପୁର, ନାସିକ, ଅହମଦନଗର, ଔରଙ୍ଗାବାଦ, ଜୁନାଗଡ, ବାରାମତୀ, ମାଲେଗାଁ, ହାଇଦ୍ରାବାଦ, ଭୋପାଳ, ରାୟପୁର, ଚେନ୍ନାଇ, ଅଷ୍ଟ୍ରେଲିଆ ଆଦି ସ୍ଥାନରେ ଏହାର ଶାଖା ରହିଛି।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ତେଜଜ୍ଞାନ". Archived from the original on 2012-08-02. Retrieved 2012-06-16.
  2. "ତେଜ[[ଗୁରୁ]] ସରଶ୍ରୀ". Archived from the original on 2012-05-19. Retrieved 2012-06-16. {{cite web}}: URL–wikilink conflict (help)
  3. "ସରଶ୍ରୀ".
  4. "ସରଶ୍ରୀଙ୍କ ବାବଦରେ". Archived from the original on 2012-05-19. Retrieved 2012-06-16.
  5. "ମନନ ଆଶ୍ରମ". Archived from the original on 2012-05-19. Retrieved 2012-06-16.