Jump to content

ବୀରେନ୍ଦ୍ର ବୀର ବିକ୍ରମ ଶାହା

ଉଇକିପିଡ଼ିଆ‌ରୁ
ବୀରେନ୍ଦ୍ର ବୀର ବିକ୍ରମ ଶାହା ଦେବ
ରାଜା ବୀରେନ୍ଦ୍ର
ନେପାଳର ରାଜା
ଶାସନକାଳ ୩୧ ଜାନୁୟାରୀ ୧୯୭୨- ୧ ଜୁନ ୨୦୦୧
ରାଜ୍ୟାଭିଷେକ ୨୪ ଫେବୃଆରୀ ୧୯୭୫
ପୂର୍ବାଧିକାରୀ ମହେନ୍ଦ୍ର ବୀର ବିକ୍ରମ ଶାହା ଦେବ
ଉତ୍ତରାଧିକାରୀ ଦୀପେନ୍ଦ୍ର ବୀର ବିକ୍ରମ ଶାହା ଦେବ
ପତ୍ନୀ ରାଣୀ ଐଶ୍ଵର୍ଯ୍ୟା ରାଜଲକ୍ଷ୍ମୀ ଶାହା
ସନ୍ତାନସନ୍ତତିଗଣ
ଦୀପେନ୍ଦ୍ର ବୀର ବିକ୍ରମ ଶାହା
ଶୃତି ରାଜ୍ୟଲକ୍ଷ୍ମୀ ଶାହା
ନିରାଜନ ବୀର ବିକ୍ରମ ଶାହା
ବଂଶ ଶାହା ବଂଶ
ବାପା ମହେନ୍ଦ୍ର ବୀର ବିକ୍ରମ ଶାହା ଦେବ
ମାଆ ଇନ୍ଦ୍ରରାଜ୍ୟ ଲକ୍ଷ୍ମୀ ଦେବୀ ଶାହା
ଜନ୍ମ ୨୮ ଡିସେମ୍ବର ୧୯୪୫
ନାରାୟଣହିଟି ଦରବାର, ନେପାଳ
ମୃତ୍ୟ ୧ ଜୁନ ୨୦୦୧
ନାରାୟଣହିଟି ଦରବାର, ନେପାଳ
ଧର୍ମ ହିନ୍ଦୁ

ବୀରେନ୍ଦ୍ର ବୀର ବିକ୍ରମ ଶାହା ଦେବ (ନେପାଳୀ: श्री ५ महाराजाधिराज वीरेन्द्र वीर देव,), (୨୮ ଡିସେମ୍ବର ୧୯୪୫- ୧ ଜୁନ୍ ୨୦୦୧) ୧୯୭୨ରୁ ୨୦୦୧ରେ ତାଙ୍କର ହତ୍ୟା ହେବା ପର୍ଯ୍ୟନ୍ତ ନେପାଳର ରାଜା ଥିଲେ । ସେ ଥିଲେ ରାଜା ମହେନ୍ଦ୍ରଙ୍କ ଜ୍ୟେଷ୍ଠ ପୁତ୍ର ।

ପ୍ରାଥମିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]

ବୀରେନ୍ଦ୍ର ତତ୍କାଳୀନ କ୍ରାଉନ୍ ପ୍ରିନ୍ସ ମହେନ୍ଦ୍ର ବୀର ବିକ୍ରମ ଶାହା ଦେବ ଏବଂ ତାଙ୍କର ପ୍ରଥମ ପତ୍ନୀ କ୍ରାଉନ୍ ରାଜକୁମାରୀ ଇନ୍ଦ୍ର ରାଜ ଲକ୍ଷ୍ମୀ ଦେବୀଙ୍କ ବଡ ପୁଅ ଭାବରେ କାଠମାଣ୍ଡୁର ନାରାୟଣହିଟି ରାଜକୀୟ ଉଆସରେ ଜନ୍ମଗ୍ରହଣ କରିଥିଲେ ।[] []

ବୀରେନ୍ଦ୍ର ତାଙ୍କ ଭାଇ ଜ୍ଞାନେନ୍ଦ୍ରଙ୍କ ସହ ଦାର୍ଜିଲିଂର ସେଣ୍ଟ୍ ଜୋସେଫ୍ ସ୍କୁଲରେ ଆଠ ବର୍ଷ ଅଧ୍ୟୟନ କରିଥିଲେ । ୧୩ ମାର୍ଚ୍ଚ ୧୯୫୫ରେ, ସେମାନଙ୍କର ଜେଜେବାପା ରାଜା ତ୍ରିଭୁବନଙ୍କର ମୃତ୍ୟୁ ହୋଇଥିଲା ଏବଂ ସେମାନଙ୍କ ପିତା ନେପାଳର ସିଂହାସନ ଆରୋହଣ କରିଥିଲେ । ତାଙ୍କ ପିତାଙ୍କ ସିଂହାସନ ଆରୋହଣ ସହିତ ବୀରେନ୍ଦ୍ର ନେପାଳର ରାଜକୁମାର ହୋଇଥିଲେ ।

୧୯୫୯ ମସିହାରେ, ବୀରେନ୍ଦ୍ର ବ୍ରିଟେନର ଇଟନ୍ କଲେଜରେ ନାମ ଲେଖାଇଥିଲେ । ୧୯୬୪ ପର୍ଯ୍ୟନ୍ତ ଇଟନରେ ଅଧ୍ୟୟନ କରିବା ପରେ ସେ ନେପାଳକୁ ଫେରିଥିଲେ ଏବଂ ସେ ଦେଶର ଦୂର ସ୍ଥାନକୁ ପାଦରେ ଯାତ୍ରା କରି ଦେଶର ପରିସ୍ଥିତି ଅନୁଧ୍ୟାନ କରିବା ଆରମ୍ଭ କରିଥିଲେ । ଏହି ସମୟରେ ସେ ଜଣେ ସାଧାରଣ ନାଗରିକ ଭଳି ଗ୍ରାମରେ ଚଳପ୍ରଚଳ କରୁଥିଲେ । ପରେ ସେ ୧୯୬୭ରୁ ୧୯୬୮ ପର୍ଯ୍ୟନ୍ତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ରାଜନୈତିକ ଥିଓରୀ ଅଧ୍ୟୟନ କରିବା ପୂର୍ବରୁ ଟୋକିଓ ବିଶ୍ୱବିଦ୍ୟାଳୟରେ କିଛି ସମୟ ଅତିବାହିତ କରି ତାଙ୍କର ଶିକ୍ଷା ସମାପ୍ତ କରିଥିଲେ ।[] ବୀରେନ୍ଦ୍ର ତାଙ୍କ ଯୁବକ ଅବସ୍ଥାରେ କାନାଡା, ଲାଟିନ୍ ଆମେରିକା, ଆଫ୍ରିକା, ଭାରତର ଅନେକ ଅଂଶ ଏବଂ ଅନ୍ୟାନ୍ୟ ଏସୀୟ ଦେଶ ଭ୍ରମଣ କରିଥିଲେ । ଏତଦ୍‌ବ୍ୟତୀତ ସେ ସେ ନେପାଳର କଳାକୃତି ସଂଗ୍ରହକାରୀ ତଥା କାରିଗର ତଥା କଳାକାରମାନଙ୍କର ଜଣେ ଦୃଢ ସମର୍ଥକ ଥିଲେ । ଏହି ସମୟରେ ସେ ପାଇଲଟ ଭାବେ ହେଲିକପ୍ଟର ଉଡାଣ ମଧ୍ୟ ଶିକ୍ଷା କରିଥିଲେ ।[]

ବୀରେନ୍ଦ୍ର ୨୭ ଫେବୃଆରୀ ୧୯୭୦ରେ ତାଙ୍କର ରାଣା ପରିବାରର ଐଶ୍ୱର୍ଯ୍ୟା ରାଜ୍ୟ ଲକ୍ଷ୍ମୀ ଦେବୀଙ୍କୁ ବିବାହ କରିଥିଲେ ।[] ଅତ୍ୟନ୍ତ ଆଡମ୍ବରରେ ସଂପନ୍ନ ହୋଇଥିବା ଏହି ରାଜକୀୟ ବିବାହ ପାଇଁ ସେତେବେଳେ ସାଢେ ୯ ମିଲିୟନ୍ ଡଲାର୍ ଖର୍ଚ୍ଚ ହୋଇଥିଲା ।[]

୧୯୯୦ ଦଶକର ତଥ୍ୟ ଅନୁଯାୟୀ ବିରେନ୍ଦ୍ର କରୋନାରୀ ଧମନୀ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ବ୍ରିଟେନରେ ଆଞ୍ଜିଓପ୍ଲାଷ୍ଟି ପରୀକ୍ଷା କରିବାକୁ ପଡିଥିଲା ।

ପ୍ରଥମ ସିଂହାସନାରୋହଣ

[ସମ୍ପାଦନା]

ତାଙ୍କ ପିତା ରାଜା ମହେନ୍ଦ୍ରଙ୍କ ମୃତ୍ୟୁ ପରେ ବୀରେନ୍ଦ୍ର ୨୬ ଜାନୁୟାରୀ ୧୯୭୨ରେ ୨୬ ବର୍ଷ ବୟସରେ ନେପାଳ ସିଂହାସନ ଆରୋହଣ କରିଥିଲେ । ଅବଶ୍ୟ, ତାଙ୍କର ରାଜ୍ୟାଭିଷେକ ୨୪ ଫେବୃଆରୀ ୧୯୭୫ ରେ ହୋଇଥିଲା, ଯେତେବେଳେ ସେ ୨୯ ବର୍ଷର ହୋଇଥିଲେ । କାରଣ ପ୍ରଥମ ବର୍ଷ ରାଜାଙ୍କ ପିତାଙ୍କ ମୃତ୍ୟୁ ପାଇଁ ଏକ ଶୋକ ସମୟ ବୋଲି ବିବେଚନା କରାଯାଉଥିବାରୁ ଏହି ସମୟ ମଧ୍ୟରେ ରାଜ୍ୟାଭିଷେକ ବାରଣ କରାଯାଇଥିଲା ଏବଂ ଦ୍ୱିତୀୟ ବର୍ଷ ଜ୍ୟୋତିଷଙ୍କ ମତରେ ରାଜ୍ୟାଭିଷେକ ଅଶୁଭପ୍ରଦ ଥିଲା । ଜଣେ ହିନ୍ଦୁ ରାଜା ଭାବରେ ତାଙ୍କୁ ନେପାଳର ପରମ୍ପରା ଅନୁସରଣ କରିବାକୁ ପଡିଲା ।

ସାମାଜିକ ସଂସ୍କାର

[ସମ୍ପାଦନା]

ନିମ୍ନ ସାକ୍ଷରତା ହାରକୁ ଜାତୀୟ ପ୍ରଗତିର ମୁଖ୍ୟ ପ୍ରତିବନ୍ଧକ ଭାବରେ ସ୍ୱୀକାର କରି ରାଜା ବୀରେନ୍ଦ୍ର ଶିକ୍ଷା ବ୍ୟବସ୍ଥାର ବିକାଶକୁ ତାଙ୍କର ଜାତୀୟ ପ୍ରାଥମିକତା ଦେଇଥିଲେ । ୧୯୭୧ ମସିହାରୁ ଆରମ୍ଭ ହୋଇଥିବା ପଞ୍ଚବର୍ଷୀୟ ଯୋଜନାରେ ମୁଖ୍ୟତଃ ନୂତନ ଶିକ୍ଷାନୁଷ୍ଠାନ ଗଠନ ଏବଂ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଦକ୍ଷତା ବୃଦ୍ଧିରେ ଧ୍ୟାନ ଦିଆଯାଇଥିଲା । ତାଙ୍କ ରାଜ୍ୟାଭିଷେକ ଅବସରରେ ରାଜା ବୀରେନ୍ଦ୍ର ସମସ୍ତ ନେପାଳ ନାଗରିକଙ୍କ ପାଇଁ ମାଗଣା ପ୍ରାଥମିକ ଶିକ୍ଷାର ଘୋଷଣା କରିଥିଲେ ।[] ସେହିଭଳି, ୧୯୭୮ରେ ରାଜକୀୟ ଅନୁମୋଦନ ସହିତ ସମସ୍ତ ଶୈକ୍ଷିକ ସାମଗ୍ରୀ ସମସ୍ତ ଶିକ୍ଷାନୁଷ୍ଠାନକୁ ବିନା ମୂଲ୍ୟରେ ବଣ୍ଟନ କରାଗଲା । ରାଜା ବୀରେନ୍ଦ୍ର ରୟାଲ ନେପାଳ ଏକାଡେମୀ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପୃଷ୍ଠପୋଷକ ଥିଲେ ଯାହା ଦେଶରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଥିଲା । ସେ ଏହି ଅଞ୍ଚଳରେ ଭାଷା ଓ ସଂସ୍କୃତିର ସଂରକ୍ଷଣ ପାଇଁ ୧୯୮୬ରେ ମହେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯୭୬ ମସିହାରେ ନେପାଳରେ ସାମାଜିକ କୁସଂସ୍କାର ଦୂରୀକରଣ ଅଧିନିୟମ (2033 B.S) ଅନୁଯାୟୀ ଯୌତୁକ ପ୍ରଥାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଥିଲା । ପଞ୍ଚବର୍ଷୀୟ ଯୋଜନା ଅନୁଯାୟୀ, ରାଜା ବୀରେନ୍ଦ୍ର ଜାତୀୟ ସେବା ନୀତି ଆରମ୍ଭ କରିଥିଲେ ଯେଉଁଥିରେ ସ୍ନାତକୋତ୍ତର ଛାତ୍ରମାନେ ଗ୍ରାମାଞ୍ଚଳର ବିକାଶ କାର୍ଯ୍ୟରେ ସେମାନଙ୍କର ଏକ ବର୍ଷର ସେବାରେ ଯୋଗଦାନ କରିବେ । ସେ ୧୯୭୫ରେ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ପ୍ରତିଷ୍ଠା କରି ଇତିହାସକୁ ସଂରକ୍ଷଣ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ । ୨୨ ସେପ୍ଟେମ୍ବର ୧୯୭୬ରେ ସେ ନାର୍କୋଟିକ୍ ଡ୍ରଗ୍ (କଣ୍ଟ୍ରୋଲ୍) ଆକ୍ଟ, ପ୍ରଣୟନ କରି ଦେଶରେ ସମସ୍ତ ପ୍ରକାର ଡ୍ରଗ୍ କାରବାରକୁ ନିଷିଦ୍ଧ କରିଥିଲେ ।[]

  1. "King Birendra of Nepal". The Telegraph (in ଇଂରାଜୀ). 2001-06-04. Retrieved 2024-11-26.
  2. "The Late King Birendra Bir Bikram Shah - Childhood Picture | Chandra Thapa Blog's". web.archive.org. 2020-07-26. Archived from the original on 2020-07-26. Retrieved 2024-11-26.
  3. "Birendra: Nepal's monarch of change" (in ବ୍ରିଟିଶ୍‌ ଇଂରାଜୀ). 2001-06-02. Retrieved 2024-11-26.
  4. News, Nepal. "In memory of the late King Birendra". nepalnews.com. Retrieved 2024-11-26. {{cite web}}: |last= has generic name (help)
  5. Mainali, Pramod (2000). Milestones of History. Pramod Mainali. p. 111. ISBN 99946-960-4-1.
  6. "Marriage of Convenience - TIME". web.archive.org. 2009-02-14. Archived from the original on 2009-02-14. Retrieved 2024-11-26.
  7. Janjua, Saba Javeed (2006). "The Role of Free Compulsory Primary Education Policy for the Political Development in Nepal". Strategic Studies. 26 (1): 100–131. ISSN 1029-0990.
  8. "How the ban came about andhow long it will stay in place". The Annapurna Express (in Nepali). Retrieved 2024-11-26.{{cite web}}: CS1 maint: unrecognized language (link)