Jump to content

ଲୀନା ନାୟର

ଉଇକିପିଡ଼ିଆ‌ରୁ
ଲୀନା ନାୟର
୨୦୨୨ ମସିହାରେ ନାୟର
ଜନ୍ମ (1969-06-11) ୧୧ ଜୁନ ୧୯୬୯ (ବୟସ ୫୫)
କୋଲହାପୁର, ମହାରାଷ୍ଟ୍ର, ଭାରତ
ଜାତୀୟତାBritish[]
ଶିକ୍ଷାନୁଷ୍ଠାନସେଣ୍ଟ୍ ଜାଭିଅର୍ କଲେଜ୍ ଅଫ୍ ମ୍ୟାନେଜମେଣ୍ଟ
ବୃତ୍ତି(ସମୂହ)ସାଂଗଠନିକ ବିକାଶ ଏବଂ ନେତୃତ୍ୱର ବରିଷ୍ଠ ଉପସଭାପତି, ୟୁନିଲିଭର
Titleସିଇଓ, ଚାନେଲ

ଲୀନା ନାୟର (ଜନ୍ମ: ୧୯୬୯) ୟୁନିଲିଭରର ସାଂଗଠନିକ ବିକାଶ ଏବଂ ନେତୃତ୍ୱର ବରିଷ୍ଠ ଉପସଭାପତି ଅଟନ୍ତି ।[] ସେ ସେଣ୍ଟ ଜାଭିୟର କଲେଜ ଅଫ୍ ମ୍ୟାନେଜମେଣ୍ଟରୁ ସ୍ନାତକ ହାସଲ କରିଥିଲେ ଏବଂ ୧୯୯୨ ମସିହାରେ ୟୁନିଲିଭରର ଭାରତୀୟ ଶାଖାରେ ଯୋଗ ଦେଇଥିଲେ । ଜୁନ୍ ୨୦୦୭ ମସିହାରେ, ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାନବ ସମ୍ବଳ ଅଧିକାରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ଏବଂ ଏହା ସହିତ ସେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (HUL)ର ପରିଚାଳନା କମିଟିରେ ଯୋଗ ଦେଇଥିବା ପ୍ରଥମ ମହିଳା ସଦସ୍ୟ ହୋଇଥିଲେ ।[][][][]

ପ୍ରାଥମିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]

ନାୟାର ୧୧ ଜୁନ୍ ୧୯୬୯ ମସିହାରେ ମହାରାଷ୍ଟ୍ରର କୋଲହାପୁରରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[] ସେ ହୋଲି କ୍ରସ୍ କନଭେଣ୍ଟ ହାଇସ୍କୁଲ କୋଲହାପୁର ଏବଂ ଦି ନ୍ୟୁ କଲେଜ କୋଲହାପୁରରେ ଅଧ୍ୟୟନ କରିଥିଲେ । ଜାମସେଦପୁରରେ କାମ କରିବା ବ୍ୟତୀତ ସେ କୋଲକାତା, ତାମିଲନାଡୁ ଏବଂ ମହାରାଷ୍ଟ୍ରର ତାଲୋଜା ଭଳି ତିନୋଟି କାରଖାନାରେ ମଧ୍ୟ କାର୍ଯ୍ୟ କରିଥିଲେ ।[]

ବୃତ୍ତି

[ସମ୍ପାଦନା]

ନାୟାର ପ୍ରଥମେ ୟୁନିଲିଭରରେ ଇଣ୍ଟର୍ଣ୍ଣ ଭାବରେ ଯୋଗ ଦେଇଥିଲେ ଏବଂ ପରେ ୧୯୯୨ ମସିହାରେ ହିନ୍ଦୁସ୍ତାନ ୟୁନିଲିଭରର ପରିଚାଳନା ପ୍ରଶିକ୍ଷକ ହୋଇଥିଲେ ।[] ୧୯୯୨ ରୁ ୨୦୦୭ ମସିହା ମଧ୍ୟରେ ସେ ହିନ୍ଦୁସ୍ତାନ ୟୁନିଲିଭରରେ କାରଖାନା ଏବଂ କର୍ପୋରେଟ୍ ମୁଖ୍ୟାଳୟରେ ବିଭିନ୍ନ ଭୂମିକା ଗ୍ରହଣ କରିଥିଲେ । ୨୦୦୭ ମସିହାରେ, ସେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇଥିଲେ ।

ୟୁନିଲିଭରରେ କୋଡିଏ ବର୍ଷ ପରେ, ନାୟର ଲଣ୍ଡନରେ ବିଶ୍ୱସ୍ତରୀୟ ମୁଖ୍ୟାଳୟରେ ଏକ ସ୍ଥାନ ଗ୍ରହଣ କଲେ ।[୧୦] ୨୦୧୬ ମସିହାରେ, ନାୟର ୟୁନିଲିଭରର "ପ୍ରଥମ ମହିଳା, ପ୍ରଥମ ଏସୀୟ, ସର୍ବକନିଷ୍ଠ" ମୁଖ୍ୟ ମାନବ ସମ୍ବଳ ଅଧିକାରୀ ହୋଇଥିଲେ ।[୧୧]

ପୁରସ୍କାର ଏବଂ ସ୍ୱୀକୃତି

[ସମ୍ପାଦନା]
  1. ବର୍ବ ପତ୍ରିକା ତାଙ୍କୁ ଭାରତର ୫୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲା ।
  2. ବିଶ୍ୱ ମାନବ ସମ୍ବଳ ବିକାଶ କଂଗ୍ରେସ ଦ୍ୱାରା ୨୦୦୯ ମସିହାରେ ମାନବ ସମ୍ବଳ (HR) ଆଚିଭର୍ ଅଫ୍ ଦି ଇୟର ।
  3. ହିନ୍ଦୁସ୍ତାନ ଟାଇମ୍ସ ଏବଂ ଷ୍ଟାର ନ୍ୟୁଜ୍ ପ୍ରତିଭା ନେତୃତ୍ୱ ଦ୍ୱାରା 'ଲିଡର ଅଫ ଦି ଇୟର' ପୁରସ୍କାର ପ୍ରାପ୍ତ ।
  1. "Leena Nair". businessoffashion.com. Retrieved 14 July 2023.
  2. "Unilever elevates HUL's HR head Leena Nair as global senior vice-president". ହିନ୍ଦୁସ୍ତାନ ଟାଇମ୍ସ. Archived from the original on 16 ଡିସେମ୍ବର 2013. Retrieved 16 ଡିସେମ୍ବର 2013.
  3. "Leena Nair". Unilever (in ବ୍ରିଟିଶ୍‌ ଇଂରାଜୀ). Archived from the original on 12 December 2021. Retrieved 2021-12-12.
  4. Pant, Drishti. "Rapid Fire with Unilever's CHRO, Leena Nair". people matters. Retrieved 8 August 2019.
  5. S, Radhakrishna N. (2019-06-29). "Indian origin Leena Nair to join BT Board". EasternEye. Retrieved 2019-08-08.
  6. "Leena Nair". aon. Archived from the original on 16 ଡିସେମ୍ବର 2013. Retrieved 16 ଡିସେମ୍ବର 2013.
  7. https://economictimes.indiatimes.com/news/india/indian-origin-ceos-leading-industries-across-the-world/manish-sharma/slideshow/89363480.cms&ved=2ahUKEwjvpOjX3pr_AhVyZ_EDHSXzCW0Qqb0CegQIABAj&usg=AOvVaw25vHxugbRHCnq3HsvK0RBX[dead link]
  8. "As good as it gets". business today. 21 November 2012. Retrieved 10 February 2013.
  9. Elisa Lipsky-Karasz (୨୭ ଅଗଷ୍ଟ ୨୦୨୩). "Chanel's Unexpected CEO Is Reinventing the Company". ଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ (in ଆମେରିକୀୟ ଇଂରାଜୀ). ISSN 0099-9660. Wikidata Q121886668. Retrieved 2023-08-27. {{cite journal}}: Check date values in: |publication-date= (help)
  10. The Wall Street Journal, "Chanel's Unexpected CEO Is Reinventing the Company," Aug 27, 2023 [୧]
  11. Ward, Marguerite. "Chanel's incoming Global CEO, Leena Nair, could shake up the future of fashion". Business Insider (in ଆମେରିକୀୟ ଇଂରାଜୀ). Retrieved 2022-01-02.