ଉଇକିପିଡ଼ିଆ:ମାସର ବଛା ଲେଖା/୨୦୨୩

ଉଇକିପିଡ଼ିଆ‌ରୁ

ଜାନୁଆରୀ ୨୦୨୨

ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।

ଅଧିକ ଜାଣନ୍ତୁ...


ଫେବୃଆରୀ ୨୦୨୨

ସୁନ୍ଦରବନ ଜାତୀୟ ଉଦ୍ୟାନରେ ଏକ ବାଘ

ସୁନ୍ଦରବନ ଜାତୀୟ ଉଦ୍ୟାନ ଏକ ଜାତୀୟ ଉଦ୍ୟାନ, ବ୍ୟାଘ୍ର ଅଭୟାରଣ୍ୟ ଓ ସଂରକ୍ଷିତ ଜୈବଗୋଲକ । ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଗାଙ୍ଗେୟ ତ୍ରିକୋଣଭୂମିରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ବ୍ୟାପ୍ତ ସୁନ୍ଦରବନ ଜଙ୍ଗଲର ଭାରତୀୟ ଅଂଶରେ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ସୀମାରେଖାର ଆର ପାର୍ଶ୍ୱରେ ବଙ୍ଗଳାଦେଶର ସୁନ୍ଦରବନ ସଂରକ୍ଷିତ ଜଙ୍ଗଲ ରହିଛି । ଗାଙ୍ଗେୟ ତ୍ରିକୋଣଭୂମି ଲୁଣା ଜଙ୍ଗଲରେ ଭର୍ତ୍ତି । ବାଘଙ୍କ ପାଇଁ ସ୍ଥାପିତ ସର୍ବବୃହତ ଅଭୟାରଣ୍ୟ ହେଉଛ ସୁନ୍ଦରବନ ।

ଅନେକ ପ୍ରଜାତିର ପକ୍ଷୀ, ସରୀସୃପ, ଅମେରୁଦଣ୍ଡୀ ଜୀବ ସୁନ୍ଦରବନରେ ବସବାସ କରନ୍ତି । ଏଠାରେ ଅନେକ ବଉଳା କୁମ୍ଭୀର ମଧ୍ୟ ରହିଛନ୍ତି । ସୁନ୍ଦରବନକୁ ୧୯୭୩ ମସିହାରେ ଏକ ବ୍ୟାଘ୍ର ଅଭୟାରଣ୍ୟର କୋର୍ ଅଞ୍ଚଳ ଓ ୧୯୭୭ ମସିହାରେ ବନ୍ୟପ୍ରାଣୀ ଅଭୟାରଣ୍ୟ ବୋଲି ଅଭିହିତ କରାଗଲା ।

ପୁରା ପଢନ୍ତୁ...


ମାର୍ଚ୍ଚ ୨୦୨୩

ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା (୧୮ ଜୁଲାଇ ୧୯୧୮ - ୫ ଡିସେମ୍ବର ୨୦୧୩) ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ (୧୯୯୪-୧୯୯୯) ଥିଲେ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ ।


ପୁରା ପଢନ୍ତୁ...


ଅପ୍ରେଲ ୨୦୨୩

ମଧୁବାବୁଙ୍କ ଉପରେ ଜାରିକରାଯାଇଥିବା ଡାକଟିକଟ

ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।

ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।

ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


ପୁରା ପଢ଼ନ୍ତୁ...


ମଇ ୨୦୨୩

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ । କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନ କରନ୍ତି । ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍​ଧାମ୍​ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ । ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ । ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପ୍ରହର ବେଳକୁ ଶିବପାର୍ବତୀଙ୍କ ପୂଜାରେ ଶେଷହୁଏ । ଲୋକନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ସମ୍ବଲପୁର ସହରର ଶିବ ମନ୍ଦିରମାନଙ୍କରେ ଏହା ବହୁ ଜାକଜମକରେ ପାଳନ କରାଯାଏ ।

ପୁରା ପଢନ୍ତୁ...


ଜୁନ ୨୦୨୩

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । [୧] ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।

ପୁରା ପଢନ୍ତୁ...


ଜୁଲାଇ ୨୦୨୩

ଗୁମ୍ଫା-୨୬ର ଅଭ୍ୟନ୍ତର

ଅଜନ୍ତା ଗୁମ୍ଫା ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ଭାରତରେ ନିର୍ମିତ ପ୍ରାୟ ୩୦ଟି ବୌଦ୍ଧ ଗୁମ୍ଫାକୁ ବୁଝାଇଥାଏ । ଏହି ଗୁମ୍ଫାଗୁଡ଼ିକ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଏହି ଗୁମ୍ଫାମାନଙ୍କରେ ପ୍ରସ୍ତରକୁ କାଟି ନିର୍ମିତ ମୂର୍ତ୍ତି ସହିତ ଗୁମ୍ଫା କାନ୍ଥ ଓ ଛାତରେ ବହୁ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳେ । ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ କଳାର ଜୀବନ୍ତ ଦୃଷ୍ଟାନ୍ତ ଏବଂ ଚିତ୍ରଗୁଡ଼ିକରେ ଭାବଭଙ୍ଗୀ ଅତି ନିଖୁଣ ଭାବରେ ପ୍ରକାଶିତ । ୟୁନେସ୍କୋ (UNESCO) ଅନୁସାରେ ଭାରତୀୟ କଳାକୁ ପ୍ରଭାବିତ କରିଥିବା ବୌଦ୍ଧ ଧାର୍ମିକ କଳାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଅଜନ୍ତା । ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ନିର୍ମିତ ହୋଇଥିଲା । ପ୍ରଥମ ନିର୍ମାଣ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ନିର୍ମାଣ ପାରମ୍ପରିକ ଲେଖା ଅନୁସାରେ ଖ୍ରୀ. ୪୦୦-୬୫୦ ମଧ୍ୟରେ ଓ ନୂତନ ଗବେଷକଙ୍କ ମତରେ ଖ୍ରୀ. ୪୬୦-୪୮୦ ମଧ୍ୟରେ ହୋଇଥିଲା । ଅଜନ୍ତା ଗୁମ୍ଫା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ସଂରକ୍ଷିତ ଐତିହାସିକ ସ୍ଥଳ ଏବଂ ୧୯୮୩ ମସିହାରୁ ଏହାକୁ ୟୁନେସ୍କୋ (UNESCO) ବିଶ୍ୱଐତିହ୍ୟ ସ୍ଥଳ ମାନ୍ୟତା ଦିଆଯାଇଛି ।


ପୁରା ପଢନ୍ତୁ...


ଅଗଷ୍ଟ ୨୦୨୩

ଭାରତୀୟ ଜାତୀୟ ପତାକା>

ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।


ପୁରା ପଢନ୍ତୁ...


ସେପ୍ଟେମ୍ବର ୨୦୨୩

କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ ସୂର୍ଯ୍ୟ ମନ୍ଦିର ଭାରତ ଅନ୍ତର୍ଗତ ଓଡ଼ିଶାର ପୁରୀ ଜିଲ୍ଲାରେ ଥିବା ଏକ ପୁରୁଣା ମନୋରମ ମନ୍ଦିର । ଏହାର କୋଣାର୍କ ସହରରେ ଅବସ୍ଥିତ । କୋଣାର୍କ ମନ୍ଦିର ହେଉଛି ସ୍ଥାପତ୍ୟ, ବୈଷୟିକ ଜ୍ଞାନ, ଶିଳ୍ପକଳା ଓ ସର୍ବୋପରି ଗୋଟିଏ ଉଚ୍ଚ ଜୀବନାଦର୍ଶର ଅପୂର୍ବ ସମନ୍ଵୟ । ଏପରି ସୃଷ୍ଟି ଖାଲି ଓଡ଼ିଶାରେ ନୁହେଁ, ସାରା ବିଶ୍ଵରେ ସମ୍ଭବ ହୋଇ ପାରିନାହିଁ । ତ୍ରୟୋଦଶ ଶତାବ୍ଦୀରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବ(୧୨୩୮ରୁ ୧୨୫୦ ଖ୍ରୀଷ୍ଟାବ୍ଦ) ଙ୍କଦ୍ୱାରା ନିର୍ମିତ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ । ଏହାକୁ କୃଷ୍ଣ ପାଗୋଡ଼ା ମଧ୍ୟ କୁହାଯାଏ । ଏହି ମନ୍ଦିର ହେଉଛି ଗଙ୍ଗ ବଂଶର କଳିଙ୍ଗୀୟ (ଓଡ଼ିଆ) ସ୍ଥାପତ୍ୟ କଳାର ଏକ ନିଦର୍ଶନ । ଏହି ମନ୍ଦିରଟି ଭାରତର କେତୋଟି ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ଭିତରୁ ଅନ୍ୟତମ ଏବଂ ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହା ଅନ୍ୟତମ ।


ପୁରା ପଢନ୍ତୁ...


ଅକ୍ଟୋବର ୨୦୨୩

ମେରିଆବଜାର, କଟକ'ର ଦଶହରା ମେଢ଼

ଦୁର୍ଗା ପୂଜା ଏକ ଭାରତୀୟ ପାର୍ବଣ । ଏହି ପାର୍ବଣର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।

ପୁରା ପଢନ୍ତୁ...


ନଭେମ୍ବର ୨୦୨୩

ଦୀପାବଳୀ

ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।

ପୁରା ପଢନ୍ତୁ...


ଡିସେମ୍ବର ୨୦୨୩

"ଧାନ ମେଣ୍ଟା" ବା "ଧାନ ଗହଣି"

ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଏ । ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବଖଣାଯାଇଛି । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ ।

ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ଲକ୍ଷ୍ମୀଙ୍କ ପାଖରେ । ପିଠାପଣା ଓ ଫଳମୂଳ ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କ ପାଖରେ ଲାଗି କରାଯାଇଥାଏ ।

ଏହି ପର୍ବ ସମାନ ବିଧିରେ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ । ସାନ୍ତାଳମାନେ "ଇରୁ ମାମଣେ", ଭୂୟାଁମାନେ "ମଗୁଶୀର ଗୁରୁବାର ହଲବା", ହୋ ଓ ଓମାନାତ୍ୟାମାନେ ଲକ୍ଷ୍ମୀ ପୂଜା କରିଥାନ୍ତି । ଏହି ସମୟରେ ସନ୍ତାନସନ୍ତତି ନଥିବା ନାରୀମାନେ ସନ୍ତାନ ଆଶାରେ କାଞ୍ଜି ଅଁଳା ବା"ଶୁଖୁଆ ବୋହୁ" ବା "ଷଠି ଓଷା" କରିଥାନ୍ତି ।


ପୁରା ପଢ଼ନ୍ତୁ...


ଜାନୁଆରୀ ୨୦୨୪

କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ ସୂର୍ଯ୍ୟ ମନ୍ଦିର ଭାରତ ଅନ୍ତର୍ଗତ ଓଡ଼ିଶାର ପୁରୀ ଜିଲ୍ଲାରେ ଥିବା ଏକ ପୁରୁଣା ମନୋରମ ମନ୍ଦିର । ଏହାର କୋଣାର୍କ ସହରରେ ଅବସ୍ଥିତ । କୋଣାର୍କ ମନ୍ଦିର ହେଉଛି ସ୍ଥାପତ୍ୟ, ବୈଷୟିକ ଜ୍ଞାନ, ଶିଳ୍ପକଳା ଓ ସର୍ବୋପରି ଗୋଟିଏ ଉଚ୍ଚ ଜୀବନାଦର୍ଶର ଅପୂର୍ବ ସମନ୍ଵୟ । ଏପରି ସୃଷ୍ଟି ଖାଲି ଓଡ଼ିଶାରେ ନୁହେଁ, ସାରା ବିଶ୍ଵରେ ସମ୍ଭବ ହୋଇ ପାରିନାହିଁ । ତ୍ରୟୋଦଶ ଶତାବ୍ଦୀରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବ(୧୨୩୮ରୁ ୧୨୫୦ ଖ୍ରୀଷ୍ଟାବ୍ଦ) ଙ୍କଦ୍ୱାରା ନିର୍ମିତ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ । ଏହାକୁ କୃଷ୍ଣ ପାଗୋଡ଼ା ମଧ୍ୟ କୁହାଯାଏ । ଏହି ମନ୍ଦିର ହେଉଛି ଗଙ୍ଗ ବଂଶର କଳିଙ୍ଗୀୟ (ଓଡ଼ିଆ) ସ୍ଥାପତ୍ୟ କଳାର ଏକ ନିଦର୍ଶନ । ଏହି ମନ୍ଦିରଟି ଭାରତର କେତୋଟି ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ଭିତରୁ ଅନ୍ୟତମ ଏବଂ ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହା ଅନ୍ୟତମ ।


ପୁରା ପଢନ୍ତୁ...


ଫେବୃଆରୀ ୨୦୨୪

"ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ"

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏକ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଓ ଏହା ୨୦୨୪ ମସିହା ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହୋଇଥିଲା । ୨୦୨୩ ଡିସେମ୍ବର ୨୦ରେ ଓଡ଼ିଶା ସରକାରଙ୍କଦ୍ୱାରା ଏହି କାର୍ଯ୍ୟକ୍ରମର ଘୋଷଣା କରାଯାଇଥିଲା । ୨୦୨୪ ଜାନୁଆରୀ ୧୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିଥିଲେ । ଲୋଗୋର ଟ୍ୟାଗ୍ ଲାଇନ୍ ଥିଲା, ‘ଭାଷା ହିଁ ଭବିଷ୍ୟତ’ । ଏହି ଲୋଗୋକୁ ସମସ୍ତ ବିଭାଗୀୟ ପତ୍ରାଳାପରେ ସ୍ଥାନିତ କରାଯିବା ସହିତ ବିଭିନ୍ନ ସ୍ଥାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ କାନ୍ଥରେ ମଧ୍ୟ ଏହାକୁ ଚିତ୍ରଣ କରାଯିବ ।

ପୁରା ପଢ଼ନ୍ତୁ...