ଅବଳା ବୋଷ

ଉଇକିପିଡ଼ିଆ‌ରୁ
ଲେଡି

ଅବଳା ବୋଷ
Born(1865-08-08)୮ ଅଗଷ୍ଟ ୧୮୬୫
ବାରିସାଲ୍, ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଭାରତ (ଏବେକାର ବଙ୍ଗଳାଦେଶ)
Died୨୫ ଅପ୍ରେଲ ୧୯୫୧(1951-04-25) (ବୟସ ୮୫)
Occupationସମାଜସେବୀ
Known forନାରୀବାଦୀ
Spouseଜଗଦିଶ ଚନ୍ଦ୍ର ବୋଷ (ବିବାହ- ୧୮୮୭)

ଅବଳା ଲେଡି ବୋଷ (୮ ଅଗଷ୍ଟ ୧୮୬୫ - ୨୫ ଅପ୍ରେଲ ୧୯୫୧) ଜଣେ ଭାରତୀୟ ସାମାଜିକ କର୍ମୀ ଏବଂ ନାରୀବାଦୀ ଥିଲେ । ସେ ମହିଳା ଶିକ୍ଷା କ୍ଷେତ୍ରରେ ସହଯୋଗ ଏବଂ ବିଧବାମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣାଶୁଣା ।[୧]

ପେଷା[ସମ୍ପାଦନା]

୧୮୮୦ ଦଶକରେ ଆବଳାଙ୍କୁ କଲିକତା ମେଡିକାଲ କଲେଜରେ ପାଠ ପଢ଼ିବା ପାଇଁ ବାରଣ କରାଯାଇଥିଲା କାରଣ ଏହି ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ପଢ଼ିବା ମନା ଥିଲା । ୧୮୮୨ ମସିହାରେ ସେ ବଙ୍ଗଳା ସରକାରୀ ଛାତ୍ରୀବୃତ୍ତି ପାଇଁ ମେଡ଼ିସିନ୍ ଉପରେ ଅଧ୍ୟୟନ ପାଇଁ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ) ଯାଇଥିଲେ କିନ୍ତୁ ଅସୁସ୍ଥତା ହେତୁ ପାଠପଢ଼ା ବନ୍ଦ କରିଥିଲେ । ୧୮୮୭ ମସିହାରେ ସେ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ବର୍ଷରେ ସେ ତାଙ୍କ ସ୍ୱାମୀଙ୍କ ସହ ବିଦେଶ ଗସ୍ତରେ ଯାଇଥିଲେ ।[୨]

ଜଣେ ଶିକ୍ଷାବିତ୍ ଭାବରେ କାର୍ଯ୍ୟ କରିବା ବ୍ୟତୀତ, ବୋଷ ଜଣେ ନାରୀବାଦୀ ଥିଲେ । ଇଂରାଜୀ ପତ୍ରିକା ମଡର୍ନ ରିଭ୍ୟୁରେ ଲେଖି ସେ ଦାବି ଉପସ୍ଥାପନା କରିଥିଲେ ଯେ ମହିଳାମାନେ ଏକ ଉତ୍ତମ ଶିକ୍ଷା ପାଇବା ଉଚିତ ।[୩]

ବେଥୁନ ସ୍କୁଲରେ ତାଙ୍କ ସହ ପାଠ ପଢ଼ୁଥିବା କାମିନୀ ରୟ ତାଙ୍କଠାରୁ ନାରୀବାଦ ପାଇଁ ପ୍ରେରଣ ପାଇଥିଲେ ।।୧୯୧୬ ମସିହାରେ ତାଙ୍କ ସ୍ୱାମୀଙ୍କ ସାଙ୍ଗିଆ ଅନୁସାରେ ସେ ସେ ଲେଡି ବୋଷ ଭାବରେ ପରିଚିତା ହୋଇଥିଲେ ।

ମାୟାବତୀରେ ଭଗିନୀ ନିବେଦିତା, ଭଗିନୀ କ୍ରିଷ୍ଟିନ, ଚାର୍ଲୋଟ୍ ସେଭିଅର୍ ଏବଂ ଲେଡି ଅବଳା ବୋଷ ।

ଲେଡି ବୋଷ ୧୯୧୦ରୁ ୧୯୩୬ ପର୍ଯ୍ୟନ୍ତ ବ୍ରହ୍ମ ବାଳିକା ଶିକ୍ଷାଳୟର ସଚିବ ଭାବରେ କାର୍ଯ୍ୟ କରିଥିଲେ । ସେ ୨୫ ଅପ୍ରେଲ ୧୯୫୧ରେ ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Sengupta, Subodh Chandra and Bose, Anjali (editors), 1976/1998, Sansad Bangali Charitabhidhan (Biographical dictionary) Vol I, (in Bengali), p23, ISBN 81-85626-65-0
  2. Sengupta, Subodh Chandra and Bose, Anjali (editors), 1976/1998, Sansad Bangali Charitabhidhan (Biographical dictionary) Vol I, p23, ISBN 8185626650
  3. Ray, Bharati (1990). "Women in Calcutta: the Years of Change". In Chaudhuri, Sukanta (ed.). Calcutta: The Living City. Vol. II. Oxford University Press. p. 36. ISBN 978-0-19-563697-0.

ବାହାର ଲିଙ୍କ୍[ସମ୍ପାଦନା]