ଫ୍ଲେବାଇଟିସ

ଉଇକିପିଡ଼ିଆ‌ରୁ
Phlebitis
Venitis
Veins in the popliteal area
ବିଭାଗEmergency medicine
ଲକ୍ଷଣPain, swelling, redness[୧]
ଆକ୍ରାନ୍ତ ସମୟOlder people[୧]
ବିପଦ କାରକIntravenous catheters, varicose veins, cancer, pregnancy, poor mobility[୨][୩]
ସଠିକ ରୋଗ ନିର୍ଣ୍ଣୟCellulitis, hematoma, lymphangitis, tendonitis[୪]
ଚିକିତ୍ସାWarmth, pain medication (NSAIDs), anticoagulants[୨][୫]
ପୁନଃପୌନିକRelatively common[୩][୪]

ଫ୍ଲେବାଇଟିସ ନାମ ଦିଆଯାଏ ଯେତେବେଳେ ଶିରାରେ ପ୍ରଦାହ ହୁଏ । [୧] ଏହି ରୋଗ ହୋଇଥିବା ଅଞ୍ଚଳରେ ଯନ୍ତ୍ରଣା, ଫୁଲା ଏବଂ ଲାଲ ରଙ୍ଗ ଦେଖାଯାଏ ।[୧] ଶିରାର କଠିନତା ମଧ୍ୟ ହୋଇପାରେ ।[୧] ରୋଗ ଜଟିଳ ହେଲେ ଡିପ ଭେନ ଥ୍ରୋମ୍ବୋସିସ କିମ୍ବା ଫୁସଫୁସ ଏମ୍ବୋଲିଜ୍ମ ହୋଇପାରେ ।[୪]

ଶିରାଭ୍ୟନ୍ତର କ୍ୟାଥେଟର ଥିବା ପ୍ରାୟ ୩୦% ଲୋକଙ୍କଠାରେ ଏହି ରୋଗ ହୋଇପାରେ; ଯଦିଓ କେବଳ ୪% ମାମଲା ଗୁରୁତର ହୁଏ ।[୩] ଅଧିକ ସମୟ କ୍ୟାଥେଟର ବ୍ୟବହାର ଏବଂ ଏହା ମାଧ୍ୟମରେ ଆଣ୍ଟିବାୟୋଟିକ୍ ଦେଲେ ବିପଦ କାରକ ହୋଇପାରେ ।[୩] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଶିରାରେ ଆଘାତ, ରାସାୟନିକ ଉତ୍ତେଜନା ଏବଂ ଜୀବାଣୁ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ।[୧] ଅନ୍ୟ ଏକ କାରଣ ହେଉଛି ରକ୍ତ ଜମାଟ ବାନ୍ଧିବା, ଯାହା ଏକ ଅଗଭୀର ଶିରା ପ୍ରଦାହ ଭାବରେ ଜଣାଶୁଣା ।[୨] ବିପଦ କାରକଗୁଡ଼ିକ ମଧ୍ୟରେ ଭେରିକୋଜ ଭେନ, କର୍କଟ, ଗର୍ଭଧାରଣ ଏବଂ ଅଣଗତିଶୀଳତା ହୋଇପାରେ ।[୨] ସାଧାରଣତଃ ଏହି ରୋଗ ଗୋଡ଼ରେ ହୋଇଥାଏ ।[୨]

ଏହାର ଚିକିତ୍ସାରେ ଉଷ୍ମତା ପ୍ରୟୋଗ ଏବଂ ଯନ୍ତ୍ରଣା ନିବାରକ ଔଷଧର ପ୍ରୟୋଗ କରାଯାଇପାରେ ।[୬] [୫] ରକ୍ତ ଜମାଟ ବାନ୍ଧିଥିଲେ ରୋଗ ସ୍ଥାନ‌କୁ ଟେକି ରଖାଯାଏ, ନନଷ୍ଟିରଏଡାଲ ଆଣ୍ଟ-ଇନଫ୍ଲାମେଟୋରୀ ଔଷଧ ଦିଆଯାଏ ଏବଂ ବେଳେବେଳେ ଜମାଟରୋଧୀ ଔଷଧ ଦିଆଯାଇପାରେ ।[୨] [୭] ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଶିରାଭ୍ୟନ୍ତର କ୍ୟାଥେଟର ଯୋଗୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Macklin, D (February 2003). "Phlebitis". The American journal of nursing. 103 (2): 55–60. doi:10.1097/00000446-200302000-00027. PMID 12582339.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Beckman, Joshua A. (22 October 2002). "Diseases of the Veins". Circulation. 106 (17): 2170–2172. doi:10.1161/01.CIR.0000036740.75461.80. PMID 12390942.
  3. ୩.୦ ୩.୧ ୩.୨ ୩.୩ ୩.୪ Lv, L; Zhang, J (May 2020). "The incidence and risk of infusion phlebitis with peripheral intravenous catheters: A meta-analysis". The journal of vascular access. 21 (3): 342–349. doi:10.1177/1129729819877323. PMID 31547791.
  4. ୪.୦ ୪.୧ ୪.୨ Czysz, A; Higbee, SL (January 2022). "Superficial Thrombophlebitis". PMID 32310477. {{cite journal}}: Cite journal requires |journal= (help)
  5. ୫.୦ ୫.୧ Dychter, SS; Gold, DA; Carson, D; Haller, M (March 2012). "Intravenous therapy: a review of complications and economic considerations of peripheral access". Journal of infusion nursing : the official publication of the Infusion Nurses Society. 35 (2): 84–91. doi:10.1097/NAN.0b013e31824237ce. PMID 22382792.
  6. Di Nisio, M; Peinemann, F; Porreca, E; Rutjes, AW (20 November 2015). "Treatment for superficial infusion thrombophlebitis of the upper extremity" (PDF). The Cochrane Database of Systematic Reviews. 11 (11): CD011015. doi:10.1002/14651858.CD011015.pub2. PMC 6885032. PMID 26588711. Archived from the original (PDF) on 16 February 2020. Retrieved 12 January 2022.
  7. Di Nisio, M; Wichers, IM; Middeldorp, S (25 February 2018). "Treatment for superficial thrombophlebitis of the leg". The Cochrane database of systematic reviews. 2: CD004982. doi:10.1002/14651858.CD004982.pub6. PMID 29478266.