କୃତ୍ରିମ ସ୍ୱୟଂକୃତ ଶାରୀରିକ ରୋଗ

ଉଇକିପିଡ଼ିଆ‌ରୁ
Factitious disorder imposed on self
Munchausen syndrome[୧]
Video explanation
ବିଭାଗPsychiatry
ଲକ୍ଷଣCreation of the symptoms of disease in oneself[୨]
ଆକ୍ରାନ୍ତ ସମୟEarly adulthood[୩]
ଅବଧିEpisodic[୩]
କାରଣUnknown[୨]
ବିପଦ କାରକChild abuse, sexual abuse, death of a parent at a young age[୨]
ସଠିକ ରୋଗ ନିର୍ଣ୍ଣୟMalingering, conversion disorder, borderline personality disorder, medical condition[୩]
ଔଷଧNone[୨]
ଚିକିତ୍ସାCounselling[୨]
PrognosisGenerally poor[୨]
ପୁନଃପୌନିକLess than 1% of patients[୨]

କୃତ୍ରିମ ସ୍ୱୟଂକୃତ ଶାରୀରିକ ରୋଗ (ଇଂରାଜୀ ଭାଷାରେ factitious disorder imposed on self ବା Munchausen syndrome) ଏକ ମାନସିକ ବିକୃତି ଯେଉଁଥିରେ ଜଣେ ବ୍ୟକ୍ତି ଜାଣିଶୁଣି ନିଜ ଭିତରେ ଏକ ରୋଗର ଶାରୀରିକ କିମ୍ବା ମାନସିକ ଲକ୍ଷଣ ସୃଷ୍ଟି କରନ୍ତି ।[୨] କୌଣସି ବାହ୍ୟ ଲାଭ ଇଚ୍ଛା ବିନା ଏହା ଘଟେ ।[୨] ଲକ୍ଷଣଗୁଡ଼ିକ ଭିନ୍ନ ଭିନ୍ନ ହୋଇପାରେ ଯେପରିକି ଚର୍ମ କ୍ଷତଠାରୁ ଆରମ୍ଭ କରି ବାତ, ନିମ୍ନ ରକ୍ତ ଶର୍କରା, ଛାତି ଯନ୍ତ୍ରଣା ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଇପାରେ ।[୨] ନଷ୍ଟ ହୋଇଯାଇଥିବା ଖାଦ୍ୟ ଖାଇବା କିମ୍ବା ଇନସୁଲିନ୍ ଇଞ୍ଜେକ୍ସନ ଦେବା ଭଳି ପଦକ୍ଷେପଦ୍ୱାରା ଲକ୍ଷଣ ଅଣାଯାଇପାରେ ।[୨] ଏହା ବିଭିନ୍ନ ପ୍ରସଙ୍ଗ ଆକାରରେ ଦେଖାଯାଏ ।[୩]

ଆଏହାର କାରଣ ଜଣା ପଡିନାହିଁ । [୨] ଶିଶୁ ନିର୍ଯାତନା, ଯୌନ ଶୋଷଣ ଏବଂ ଅଳ୍ପ ବୟସରେ ପିତାମାତାଙ୍କ ମୃତ୍ୟୁ ଯୋଗୁ ଏହି ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି । [୨] ବିଶ୍ୱାସକରାଯାଏ ଯେ ଚିକିତ୍ସା ପ୍ରଣାଳୀରୁ ଧ୍ୟାନ ପାଇବା ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରାଯାଏ । [୨] ଉପସ୍ଥାପିତ ଲକ୍ଷଣଗୁଡ଼ିକ ପରୀକ୍ଷାଗାର କିମ୍ବା ମେଡିକାଲ ଇମେଜିଙ୍ଗ ଫଳାଫଳ ସହିତ ମେଳ ହୁଏ ନାହିଁ ।[୨] ସାଧାରଣତ ଅନେକ ଡାକ୍ତରଖାନାରେ ଭର୍ତ୍ତି ହେବାର ଇତିହାସ ମଧ୍ୟ ଅଛି ।[୨] ଏହା ଏକ ପ୍ରକାର କୃତ୍ରିମ ସ୍ୱୟଂକୃତ ଶାରୀରିକ ରୋଗ ଏବଂ ଏହା କୃତ୍ରିମ ରୋଗ ଅନ୍ୟ ଉପରେ ଆରୋପଣ ସହିତ ଜଡିତ ଥାଏ ଯାହା ଧ୍ୟାନ ପାଇବା ପାଇଁ ଅନ୍ୟ ଜଣଙ୍କର ବିଶେଷତଃ ଶିଶୁର ନିର୍ଯାତନା ଦର୍ଶାଏ ।[୩]

ଏହାର ଚିକିତ୍ସାରେ ସହାନୁଭୂତି ଏବଂ ପରାମର୍ଶ ଦିଆଯାଏ ।[୨] ଅନେକ ରୋଗୀ ଚିକିତ୍ସା ପ୍ରତ୍ୟାଖ୍ୟାନ କରନ୍ତି ।[୨] ସ୍ୱାସ୍ଥ୍ୟସେବା ପାଇଁ ଚାହୁଁଥିବା ଲୋକଙ୍କ ମଧ୍ୟରୁ ୧%ରୁ କମ ଲୋକ ଏଥିରେ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି । [୨] ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ ।[୨] ଆରମ୍ଭ ହେବା ପ୍ରାୟ ଅଳ୍ପ ବୟସ୍କ ଅବସ୍ଥାରେ ଦେଖାଯାଏ ।| [୩] ଏହି ଅବସ୍ଥା ପ୍ରଥମେ ୧୯୫୧ରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ଏବଂ କାଳ୍ପନିକ ଚରିତ୍ର ବ୍ୟାରନ ମଞ୍ଚସେନ (Baron Munchausen) ନାମରେ ନାମିତ ହୋଇଥିଲା । [୪]

ଆଧାର[ସମ୍ପାଦନା]

  1. Ray, William J. (2016). Abnormal Psychology (in ଇଂରାଜୀ). SAGE Publications. p. PT794. ISBN 9781506333373. Archived from the original on 2020-10-31. Retrieved 2020-08-27.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Weber, B; Gokarakonda, SB; Doyle, MQ (January 2020). "Munchausen Syndrome". PMID 30085541. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 324-326. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)
  4. Oxford Illustrated Companion to Medicine (in ଇଂରାଜୀ). Oxford University Press/Books. 2001. p. 513. ISBN 978-0-19-262950-0. Archived from the original on 2021-08-28. Retrieved 2021-01-17.