ସାମାଜିକ ଉଦବେଗ ରୋଗ

ଉଇକିପିଡ଼ିଆ‌ରୁ
Social anxiety disorder
Social phobia[୧]
Facial expression of someone with anxiety
ବିଭାଗPsychiatry
ଲକ୍ଷଣExcessive fear or anxiety in social situations due to the possibility of being judged[୨][୧]
ଆକ୍ରାନ୍ତ ସମୟ8 to 15 years old[୧]
ଅବଧିLong term[୧]
ବିପଦ କାରକGenetic and environmental factors[୧]
ସଠିକ ରୋଗ ନିର୍ଣ୍ଣୟShyness, agoraphobia, panic disorder, selective mutism, autism spectrum disorder[୧]
ଚିକିତ୍ସାCognitive behavioral therapy, antidepressants, benzodiazapines, beta blockers[୨]
ପୁନଃପୌନିକ7% per year (USA)[୧][୩]

ସାମାଜିକ ଉଦବେଗ ରୋଗ (ଇଂରାଜୀ ଭାଷାରେ (Social anxiety disorder/ SAD ), ଅନ୍ୟ ନାମ ସାମାଜିକ ଫୋବିଆ, ସମାଜ ଭିତରେ ବିଯୁକ୍ତାତ୍ମକ ଧାରଣା ରହିବା ସମ୍ଭାବନା ଯୋଗୁ ରୋଗୀର ଅତ୍ୟଧିକ ଡର ବା ଉଦବେଗ ସମ୍ଭାବନା ରହିବା ଦେଖାଯାଏ [୨][୧] ଅନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଧୀରେ କଥା ହେବା ଏବଂ ଆଖିରେ ଆଖି ନ ମିଶେଇ କଥା ହେବା । [୨] ଲକ୍ଷଣଗୁଡିକ ଏକ ସ୍ତରକୁ ଆସି ଏ ଯାହାଦ୍ୱାରା ସେମାନଙ୍କର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ କିମ୍ବା ଉଲ୍ଲେଖନୀୟ ଦୁର୍ଗତି ହୋଇପାରେ । [୧] ଜଟିଳତା ମଧ୍ୟରେ ଉଦାସୀନତା, ପଦାର୍ଥର ଅପବ୍ୟବହାର ଏବଂ ଆତ୍ମହତ୍ୟା ଚିନ୍ତାଧାରା ହୋଇପାରେ ।[୨]

ଏହାର କାରଣ ମଧ୍ୟରେ ଜେନେଟିକ୍ ଏବଂ ପରିବେଶ କାରକଗୁଡିକର ମିଶ୍ରଣରେ ହୋଇପାରେ ।[୧] ପ୍ରଭାବିତ ପରିବାରର ସଦସ୍ୟମାନେ ୨ରୁ ୬ ଗୁଣ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥାଏ ।[୧] ଅତ୍ୟଧିକ ନିୟନ୍ତ୍ରଣକାରୀ ପିତାମାତା ଥିଲେ ଏହି ସଙ୍କଟ ରହିପାରେ ।[୨] ଏହା ଏକ ପ୍ରକାର ଉଦ୍‌ବେଗ ଅବ୍ୟବସ୍ଥା ରୋଗ । [୧] ଅନ୍ୟାନ୍ୟ ସମ୍ଭାବ୍ୟ ମାନସିକ କିମ୍ବା ଶାରୀରିକ ଅସୁବିଧାକୁ ଦୂର କରିବା ପରେ ଏବଂ ଅତିକମରେ ଛଅ ମାସ ପର୍ଯ୍ୟନ୍ତ ଏହି ସମସ୍ୟା ରହିଲେ ରୋଗ ନିର୍ଣ୍ଣୟ କରାଯାଏ ।[୧] ଯଦି ଏହା କେବଳ କୌଣସି ଘଟଣା ସମୟରେ ଘଟେ ତେବେ ଏହାକୁ “କାର୍ଯ୍ୟଦକ୍ଷତା” ଭାବରେ ବର୍ଗୀକୃତ କରାଯାଏ ।[୧]

ପ୍ରାରମ୍ଭିକ ଚିକିତ୍ସା ସାଧାରଣତଃ ଜ୍ଞାନଗତ ଆଚରଣଗତ ଚିକିତ୍ସା (ସିବିଟି) ଅଟେ, ଯାହା ବ୍ୟକ୍ତିଗତ ଭାବରେ କିମ୍ବା ଗୋଷ୍ଠୀରେ କରାଯାଇପାରେ । [୪] ଯେଉଁମାନେ ଶିବିଟି (CBT)କୁ ପ୍ରତ୍ୟାଖ୍ୟାନ କରନ୍ତି, ସେମାନଙ୍କୁ ଏସଏସଆରଆଇ (SSRI) ଶ୍ରେଣୀର ଔଷଧ ବ୍ୟବହାର କରାଯାଇପାରେ। [୪] ଅନ୍ୟାନ୍ୟ ଔଷଧ ମଧ୍ୟରେ ବିଟା ବ୍ଲକର୍ ଏବଂ ବେଞ୍ଜୋଡାଏଜେପିନ ଦିଆଯାଇପାରେ । [୨] ଚିକିତ୍ସା ବିନା ଏହା ଜୀବନର ଗୁଣବତ୍ତା ହ୍ରାସ ପାଇପାରେ | [୨]

ଯୁକ୍ତରାଷ୍ଟ୍ରରେ ଏକ ବର୍ଷରେ ପ୍ରାୟ ୭% ଲୋକ ପ୍ରଭାବିତ ହୁଅନ୍ତି । [୧] [୩] ୟୁରୋପରେ ୨.୩ % ହାର ସହିତ ବିଶ୍ୱର ଅନ୍ୟାନ୍ୟ କ୍ଷେତ୍ରରେ ଏହା କମ୍ ଦେଖାଯାଏ । [୧] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି। [୧] ଆରମ୍ଭର ବୟସ ସାଧାରଣଃ ୮ରୁ ୧୫ ବର୍ଷ ଅଟେ ।[୧] ୧୯୬୬ ମସିହାରେ ଆଗୋରୋଫୋବିଆଠାରୁ ଏହି ଅବସ୍ଥାକୁ ଅଲଗା କରାଯାଇଥିଲା । [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 202-208. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Rose, GM; Tadi, P (January 2020). "Social Anxiety Disorder". PMID 32310350. {{cite journal}}: Cite journal requires |journal= (help)
  3. ୩.୦ ୩.୧ "NIMH » Social Anxiety Disorder". www.nimh.nih.gov. Archived from the original on 22 January 2018. Retrieved 11 January 2021.
  4. ୪.୦ ୪.୧ Pilling, S; Mayo-Wilson, E; Mavranezouli, I; Kew, K; Taylor, C; Clark, DM; Guideline Development, Group (May 22, 2013). "Recognition, assessment and treatment of social anxiety disorder: summary of NICE guidance" (PDF). BMJ (Clinical Research Ed.). 346: f2541. doi:10.1136/bmj.f2541. PMID 23697669. Archived from the original (PDF) on February 24, 2021. Retrieved January 3, 2021.