କୃତ୍ରିମ ରୋଗ ଅନ୍ୟ ଉପରେ ଆରୋପଣ

ଉଇକିପିଡ଼ିଆ‌ରୁ
Factitious disorder imposed on another
Factitious disorder by proxy, Munchausen syndrome by proxy (MSbP, MbP), fabricated or induced illness by carers (FII), medical child abuse
Overview of factitious disorder imposed on another
ବିଭାଗPsychiatry
ଲକ୍ଷଣVariable[୧]
କାରଣUnknown[୨]
ବିପଦ କାରକPregnancy related complications, mother who was abused as a child or has factitious disorder imposed on self[୩]
ରୋଗ ନିର୍ଣ୍ଣୟ ପଦ୍ଧତିRemoving the child from the caregiver results in improvement, video surveillance without the knowledge of the caregiver[୪]
ସଠିକ ରୋଗ ନିର୍ଣ୍ଣୟMedical disorder, borderline personality disorder, other forms of child abuse, delusional disorder[୫]
ଚିକିତ୍ସାRemoval of the child, therapy[୨][୪]
ପୁନଃପୌନିକRelatively rare[୪]

କୃତ୍ରିମ ରୋଗ ଅନ୍ୟ ଉପରେ ଆରୋପଣ (ଇଂରାଜୀ ଭାଷାରେ Factitious disorder imposed on another/ FDIA), ଅନ୍ୟ ନାମ ମଞ୍ଚୋସନ ସିଣ୍ଡ୍ରୋମ୍ ବାଇ ପ୍ରକ୍ସି (Munchausen syndrome by proxy/ MSbP) ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଅବସ୍ଥା ଯାହାଦ୍ୱାରା ଜଣେ ଯତ୍ନକାରୀ ଅନ୍ୟ ବ୍ୟକ୍ତି, ସାଧାରଣତଃ ସେମାନଙ୍କ ପିଲାଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବା ଦେଖାଯାଏ । [୬] ଏଥି ଘଟଣାରେ ଶିଶୁକୁ ଆଘାତ କିମ୍ବା ପରୀକ୍ଷା ନମୁନା ପରିବର୍ତ୍ତନ କରାଯାଇପାରେ । [୬] ଏହା ପରେ ସେମାନେ ବ୍ୟକ୍ତିଙ୍କୁ ଅସୁସ୍ଥ କିମ୍ବା ଆହତ ବୋଲି ଉପସ୍ଥାପନ କରନ୍ତି । [୫] ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ଏହା କୌଣସି ବିଶେଷ ଲାଭ ବିନା ଘଟିଥାଏ ।[୫] ଶିଶୁର ସ୍ଥାୟୀ ଆଘାତ କିମ୍ବା ମୃତ୍ୟୁ ହୋଇପାରେ । [୬]

ଏହାର କାରଣ ଜଣା ପଡିନାହିଁ । [୨] ପ୍ରାଥମିକ ଉଦ୍ଦେଶ୍ୟ ହୁଏତ ଧ୍ୟାନ ଆକର୍ଷଣ କରିବା ଏବଂ ଚିକିତ୍ସକମାନଙ୍କୁ ନିୟନ୍ତ୍ରଣ କରିବା ହୋଇପାରେ । [୪] ଗର୍ଭଧାରଣ ସମ୍ବନ୍ଧୀୟ ଜଟିଳତା, ଏବଂ ଜଣେ ମା ଯିଏ ପିଲାବେଳେ ନିର୍ଯାତିତ ହୋଇଥିଲେ କିମ୍ବା ନିଜ ଉପରେ କୃତ୍ରିମ ରୋଗ ଆରୋପଣ ଅନ୍ତର୍ଭୁକ୍ତ କରିଥିଲେ।[୩] ଶିଶୁର ଯତ୍ନ‌କାରୀ ଲୋକଠାରୁ ରୋଗୀକୁ ଅନ୍ୟ ସ୍ଥାନ‌କୁ ନେଇ ଚିକିତ୍ସା କରିବାଦ୍ୱାରା ରୋଗର ଲକ୍ଷଣ କିମ୍ବା ଭିଡିଓ ସିସିଟିଭିରେ ଉନ୍ନତି ଆସିଲେ ରୋଗ ନିର୍ଣ୍ଣୟ କରାଯାଏ । [୪] ପ୍ରଭାବିତ ଲୋକମାନେ ଶାରୀରିକ ନିର୍ଯାତନା ତଥା ଚିକିତ୍ସା ଅବହେଳାର ଶିକାର ହୋଇଥିଲେ। [୧]

ଏହାର ପରିଚାଳନାରେ ଶିଶୁକୁ ପୋଷ୍ୟ ଚିକିତ୍ସାରେ ରଖିବା ଆବଶ୍ୟକ ହୁଏ ।[୨] [୪] ଯେତେବେଳେ ଯତ୍ନକାରୀ ସେମାନଙ୍କର ସାହାଯ୍ୟ ଆବଶ୍ୟକ କରିବା ଅନୁଭନ କଲେ ଥେରାପିରେ ସାହାଯ୍ୟ କରିପାରେ । [୪] ଏହା କେତେ ସାଧାରଣତ ତାହା ଜଣାଯାଇ ନାହିଁ,[୫] ତଥାପି ଏହା ଅପେକ୍ଷାକୃତ ବିରଳ ଦେଖାଯାଏ । [୪] ୯୫%ରୁ ଅଧିକ ମାମଲା ଜଣେ ବ୍ୟକ୍ତିର ମା ସହିତ ଜଡିତ । [୩] ଏହି ଅବସ୍ଥା ପ୍ରଥମେ ୧୯୭୭ ମସିହାରେ ରୟ ମେଡୋଦ୍ୱାରା ନାମ କରଯ ହୋଇଥିଲା । [୪] ବିଶୃଙ୍ଖଳାର ଉପସ୍ଥିତି ଅପରାଧିକ ଆଚରଣକୁ ସୂଚାଇପାରେ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ Stirling J; American Academy of Pediatrics Committee on Child Abuse Neglect (May 2007). "Beyond Munchausen syndrome by proxy: identification and treatment of child abuse in a medical setting". Pediatrics. Berlin, Germany: Karger Publishers. 119 (5): 1026–30. doi:10.1542/peds.2007-0563. PMID 17473106. Archived from the original on 2021-02-24. Retrieved 2020-08-02.
  2. ୨.୦ ୨.୧ ୨.୨ ୨.୩ Jacoby, David B.; Youngson, R. M. (2004). Encyclopedia of Family Health (in ଇଂରାଜୀ). Marshall Cavendish. p. 1286. ISBN 9780761474869. Archived from the original on 2021-03-09. Retrieved 2020-08-02.
  3. ୩.୦ ୩.୧ ୩.୨ Yates, G; Bass, C (October 2017). "The perpetrators of medical child abuse (Munchausen Syndrome by Proxy) - A systematic review of 796 cases". Child Abuse & Neglect. 72: 45–53. doi:10.1016/j.chiabu.2017.07.008. PMID 28750264.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Myers, John E. B. (2005). Myers on Evidence in Child, Domestic, and Elder Abuse Cases (in ଇଂରାଜୀ). Aspen Publishers Online. pp. 280–282. ISBN 9780735556683. Archived from the original on 2021-01-06. Retrieved 2020-08-02.
  5. ୫.୦ ୫.୧ ୫.୨ ୫.୩ ୫.୪ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 324–326, ISBN 978-0890425558
  6. ୬.୦ ୬.୧ ୬.୨ "Factitious Disorder Imposed on Self - Psychiatric Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 7 September 2015. Retrieved 28 April 2019.