ତାନିଆ ବୃଷ୍ଟି

ଉଇକିପିଡ଼ିଆ‌ରୁ
ତାନିଆ ବୃଷ୍ଟି
তানিয়া বৃষ্টি
ଜନ୍ମ
ମୁନ୍ସିଗଞ୍ଜ, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ମଡେଲ୍, ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ
ଉଲ୍ଲେଖନୀୟ କୃତିଘାସଫୁଲ୍, ଯୋଡ଼ି ତୁମି ଜାନ୍ତେ

ତାନିଆ ବୃଷ୍ଟି (ବଙ୍ଗଳା: তানিয়া বৃষ্টি) ଜଣେ ବଙ୍ଗଳାଦେଶୀ ମଡେଲ ଏବଂ ଅଭିନେତ୍ରୀ ।[୧] ସେ ଭିଟ୍ ଚ୍ୟାନେଲ୍ ଆଇ ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ରହିଥିଲେ । ୨୦୧୫ ମସିହାରେ ତାନିଆ ବଙ୍ଗଳାଦେଶୀ କଥାଚିତ୍ର ଘାସଫୁଲ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅନେକ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ତାନିଆ ବାଂଲାଦେଶର ମୁନ୍ସିଗଞ୍ଜଠାରେ ଜନ୍ମଗ୍ରହଣ କରିଥିଲେ । ସେ ହବିବୁଲ୍ଲା ବାହର କଲେଜରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ବିବିଏ ପଢ଼ିଥିଲେ । ସେ ପିଲାଦିନରୁ ନୃତ୍ୟ ଶିକ୍ଷା ନେଇଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ତାନିଆ ବୃଷ୍ଟି ୨୦୧୨ ମସିହାରେ ଭିଟ୍-ଚେନାଲ୍ ଆଇ ଟପ୍ ମଡେଲ ପ୍ରତିଯୋଗୀତାରେ ୩ୟ ସ୍ଥାନର ରହିଥିଲେ । ମଡେଲିଂରୁ ନିଜର ପେଶା ଆରମ୍ଭ କରିବା ପରେ ସେ ଅନେକ ନୃତ୍ୟ କାର୍ଯ୍ୟକ୍ରମ ଏବଂ ଦୂରଦର୍ଶନ ଧାରାବାହିକରେ ଭାଗ ନେଇଥିଲେ । ୨୦୧୫ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଧଲିଉଡ଼ରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ ଆଧାର
୨୦୧୫ ଘାସଫୁଲ ଆକ୍ରାମ ଖାନ ପ୍ରଥମ କଥାଚିତ୍ର [୨]
ଲଭର୍ ନମ୍ବର ୱାନ୍ ଫାରୁକ୍ ଓମାର [୩]
ଶିରି ଫରହାଦ୍ ଦୟେଲ ରହମାନ
୨୦୧୬ ଯୋଡ଼ି ତୁମି ଜାନ୍ତେ ନୋଡି ଏବଂ ଫିରୋଜ
୨୦୧୯ ଗୋୟେନ୍ଦାଗିରି ନାସିମ ସାହନିକ୍ [୪]
ଅବଲା ନାରୀ ସୋହାନୁର ରହମାନ ସୋହାନ [୫]

ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

  • ଭାଲୋ ଥାକେର ୭ ଉପାୟ
  • ଓରା ବୋଖଟେ
  • ପୋକୟ ଖାଓୟା କୁରି
  • ହାଉସ୍ ୱାଇଫ୍
  • ସମାଧାନ
  • ମୋନ ଥେକେ ଦୁରେ ନୋୟ[୬]
  • ଭାଲୋବାଶର ଗୋଣ୍ଡୋଗୋଲ
  • ଚିରୋ କୁମାର ମୋନେ ମୋନେ

ଆଧାର[ସମ୍ପାଦନା]

  1. "Tania's Personal life". in.com. Archived from the original on 2013-06-07.
  2. মুম্বাইয়ে শায়নার নাটক. Jaijaidin (in Bengali). Retrieved 12 December 2014.
  3. আমেরিকার প্রেক্ষাগৃহে শায়না. Jaijaidin (in Bengali). 3 May 2013. Retrieved 12 December 2014.
  4. গোয়েন্দাগিরিতে তানিয়া বৃষ্টি. Manob Kantha (in Bengali). 19 September 2016. Archived from the original on 2 December 2016. Retrieved 22 November 2022.
  5. অপেক্ষায় তানিয়া বৃষ্টি. Bhorer Kagoj (in Bengali). 22 August 2015. Archived from the original on 2 December 2016. Retrieved 22 November 2022.
  6. ভিন্ন ভিন্ন তিন চরিত্রে তানিয়া বৃষ্টি. Daily Inqilab (in Bengali). 14 November 2016.