ପୌରୁଷ ଅସାମର୍ଥ୍ୟ

ଉଇକିପିଡ଼ିଆ‌ରୁ
Erectile dysfunction
Impotence
Cross-section of a flaccid penis
ବିଭାଗUrology
ଲକ୍ଷଣInability to gain or maintain an erection[୧]
ବିପଦ କାରକDiabetes, heart disease, being overweight, kidney problems, smoking, alcohol,, anxiety, certain medications[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୩]
ଔଷଧSildenafil, alprostadil[୪]
ଚିକିତ୍ସାLifestyle changes, counselling, medication, surgery[୪]
PrognosisDepends on the cause[୫]
ପୁନଃପୌନିକVery common (>150 million people globally)[୧][୫]


ପୌରୁଷ ଅସାମର୍ଥ୍ୟ, (ଇରେକ୍ଟାଇଲ୍ ଡିସଫଙ୍କସନ ( ଇଡି )), ହେଉଛି ଯୌନ ଅସୁବିଧା ଯେଉଁଥିରେ ସନ୍ତୋଷଜନକ ଲିଙ୍ଗ ଉତ୍ଥାନ ହୁଏନାହିଁ ।[୧] ଏହା ଏକ ସ୍ୱଳ୍ପ କିମ୍ବା ଦୀର୍ଘକାଳୀନ ପ୍ରସଙ୍ଗ ହୋଇପାରେ ।[୧] ଏହା ଜୀବନର ଗୁଣବତ୍ତା ଉପରେ ପ୍ରଭାବ ପକାଇପାରେ ଏବଂ ଉଦାସୀନତା, ଉଦ୍‌ବେଗ କିମ୍ବା ଅନୁର୍ବରତା ସୃଷ୍ଟି କରିପାରେ ।[୧]

ମଧୁମେହ, ହୃଦ ରୋଗ, ଅଧିକ ଓଜନ, ବୃକ୍‌କ ସମସ୍ୟା, ଧୂମପାନ, ମଦ୍ୟପାନ, ଚିନ୍ତା ଏବଂ କେତେକ ଔଷଧ ମଧ୍ୟ ଏହି ବିପଦ ସୃଷ୍ଟି କରିପାରେ ।[୨] ଏଥିରେ ଅନ୍ତର୍ଭୁକ୍ତ ଔଷଧଗୁଡ଼ିକର ନାମ ମଧ୍ୟରେ ରକ୍ତଚାପ ନିମିତ୍ତ ଔଷଧ, ଆଣ୍ଟିଆଣ୍ଡ୍ରୋଜେନ୍, ବେଞ୍ଜୋଡାଏଜେପିନ୍ ଏବଂ ଆଣ୍ଟିଡିପ୍ରେସାଣ୍ଟ ଉଲ୍ଲେଖନୀୟ ।[୨] ପ୍ରୋଷ୍ଟେଟ ଅସ୍ତ୍ରୋପଚାର ଭଳି କେତେକ ପ୍ରକ୍ରିୟା ପରେ ଏହା ମଧ୍ୟ ହୋଇପାରେ ।[୨] ଲକ୍ଷଣ ଏବଂ ପରୀକ୍ଷା ଉପରେ ଏହା ନିର୍ଣ୍ଣୟ କରାଯାଏ ।[୩]

ଏହାର ଚିକିତ୍ସାରେ ଅନ୍ତର୍ନିହିତ କାରଣର ଦୂରୀକରଣ, ଜୀବନ ଶୈଳୀ ପରିବର୍ତ୍ତନ, ଏବଂ ପରାମର୍ଶ ଅନ୍ତର୍ଭୁକ୍ତ ହୋଇଥାଏ ।[୪] ସିଲଡେନାଫିଲ ( ପିଡିଇଏଫ ଇନହିବିଟର ) ଭଳି ଔଷଧ ବ୍ୟବହାର କରାଯାଇପାରେ ।[୪] ଅନ୍ୟ ବିକଳ୍ପଗୁଡ଼ିକରେ ଆଲପ୍ରୋଷ୍ଟାଡିଲ୍ କିମ୍ବା ଲିଙ୍ଗ ପମ୍ପ ବ୍ୟବ‌ହାର କରାଯାଇପାରେ । ଯଦି ଏହି ପଦକ୍ଷେପଗୁଡିକ ପ୍ରଭାବଶାଳୀ ନ ହେଲେ ଏକ ଲିଙ୍ଗ ପ୍ରତିରୋପଣ କିମ୍ବା ଭାସ୍କୁଲାର ପୁନର୍ନିମାଣ ଏକ ବିକଳ୍ପ ହୋଇପାରେ ।[୪] କାରଣ ଉପରେ ଫଳାଫଳନିର୍ଭର କରେ ।[୫]

ଯୁକ୍ତରାଷ୍ଟ୍ରରେ ପୌରୁଷ ଅସାମର୍ଥ୍ୟ ଅତି ସାଧାରଣ କଥା ଯେଉଁଥିରେ ପ୍ରାୟ ୩୦ ନିୟୁତ ପୁରୁଷ ପ୍ରଭାବିତ ହୋଇଥାଆନ୍ତି ।[୧] ବୟସ ବୃଦ୍ଧି ସହିତ ଏହା ଅଧିକ ସାଧାରଣ ହେଲେ ମଧ୍ୟ ଏହା ବୃଦ୍ଧାବସ୍ଥାର ଏକ ସାଧାରଣ ଅଂଶ ନୁହେଁ ।[୧] ୪୦ ବର୍ଷରୁ ଅଧିକ ପୁରୁଷଙ୍କ ମଧ୍ୟରୁ ଅର୍ଦ୍ଧେକ ଲୋକ ପ୍ରଭାବିତ ହୋଇପାରନ୍ତି ।[୫] ସମଗ୍ର ବିଶ୍ୱରେ ଲୋକମାନେ ପ୍ରଭାବିତ ହୁଅନ୍ତି ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Definition & Facts for Erectile Dysfunction | NIDDK". National Institute of Diabetes and Digestive and Kidney Diseases. Archived from the original on 1 February 2022. Retrieved 4 February 2022.
  2. ୨.୦ ୨.୧ ୨.୨ ୨.୩ "Symptoms & Causes of Erectile Dysfunction | NIDDK". National Institute of Diabetes and Digestive and Kidney Diseases. Archived from the original on 19 November 2021. Retrieved 4 February 2022.
  3. ୩.୦ ୩.୧ "Diagnosis of Erectile Dysfunction | NIDDK". National Institute of Diabetes and Digestive and Kidney Diseases. Archived from the original on 19 November 2021. Retrieved 4 February 2022.
  4. ୪.୦ ୪.୧ ୪.୨ ୪.୩ ୪.୪ "Treatment for Erectile Dysfunction | NIDDK". National Institute of Diabetes and Digestive and Kidney Diseases. Archived from the original on 22 February 2021. Retrieved 4 February 2022.
  5. ୫.୦ ୫.୧ ୫.୨ ୫.୩ ୫.୪ Sooriyamoorthy, Thushanth; Leslie, Stephen W. (2022). "Erectile Dysfunction". StatPearls. StatPearls Publishing. Archived from the original on 21 January 2022. Retrieved 4 February 2022.