ବରୁଣ
ଦେଖଣା
ବରୁଣ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ମଧ୍ୟମାକୃତିର ଏଇ ବନ୍ୟ ତରୁଟି ତ୍ରିପର୍ଣ୍ଣ, ଅଳ୍ପକେ ଶିମୁଳୀ ପତ୍ର ପରି।[୧] ଫଳ ଗୁଡ଼ିକ କାଗିଜି ଲେମ୍ବୁ ପରି ଗୋଲ ହେଲେ ଟାଣୁଆ । ପାଚିଲେ ମହାକାଳ ଫଳ ପରି ଦିଶେ । ଜଳାଧାରରେ ଏ ଗଛ ଜନ୍ମିଥାଏ । ମାଟି ତଳେ ତଳେ ଜଳଧାରା ଯେଉଁ ବାଟେ ଯାଇଥାଏ, ସେଇ ଧାରେ ଧାରେ ଏ ଗଛ ଜନ୍ମିଥାଏ । ଆଗରୁ ଲୋକେ କୂଅ ଖୋଳିବା ଆଗରୁ ବରୁଣ ଚେରକୁ ଦେଖି ଜଳଧାରାର ସନ୍ଧାନ ପାଉଥିଲେ । କେହି କେହି କହନ୍ତି, ସୌଭାଗ୍ୟଯୁକ୍ତ ସ୍ଥାନରେ ଏ ଗଛ ଜନ୍ମିଥାଏ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ବରୁଣ |
ସଂସ୍କୃତ | ବରୁଣ, ବାରଣସେତୁ, ସାଧୁବୃକ୍ଷ, ଶିଖୀମଣ୍ଡଳ, କୁମାରକ, ତିକ୍ତଶାକ, ମାରୁତାପହ, ଶ୍ୱେତବୃକ୍ଷ, ଜଳରାଜ, ସାଗର ସମ୍ରାଟ |
ହିନ୍ଦୀ | ଲୋଟନ, ଚିଲ୍ଲ |
ତେଲୁଗୁ | ଉଲିମିରିଚେଟ୍ଟୁ, ଉରୁମଟ୍ଟି, ଜାଜିଚେଟ୍ଟୁ |
ବଙ୍ଗଳା | ବାରୁନ୍, ବନେ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]କଟୁ ତିକ୍ତ ମିଶ୍ରିତ ରସ। ଲଘୁପାକ, ସ୍ନିଗ୍ଧ, ଉଷ୍ଣବୀର୍ଯ୍ୟ, ମୂତ୍ର ନିଗମନକାରକ, ପିତ୍ତସୟକ, ଅଗ୍ନୀବର୍ଦ୍ଧକ ଓ ଆର୍ଦ୍ରତା କାରକ। ବାୟୁ, କଫଦୋଷ, କୃମି, ଗୁଳ୍ମ, ବିଦ୍ରଧି, ରକ୍ତବିକୃତି, ବାତରକ୍ତ, କୁଷ୍ଠ, ଅଶ୍ମରୀ, ମୂତ୍ରକୃଚ୍ଛ୍ର ପ୍ରଭୃତି ରୋଗର ନିବାରକ। ମାତ୍ରା ଦୁଇଅଣାରୁ ଆଠଅଣା।
ବ୍ୟବହାର
[ସମ୍ପାଦନା]ଔଷଧୀୟ
[ସମ୍ପାଦନା]ଏହାର ସର୍ବାଙ୍ଗ ଔଷଧ ରୂପରେ ବ୍ୟବହାର କରାଯାଏ।
- କାନ ପାଚିବାରେ ଏହାର ପତ୍ର ରସକୁ ସୋରିଷ ତେଲରେ ପାକ କରି, କିମ୍ବା ଏହାର ପତ୍ରର ରସକୁ ଗରମ କରି ଉଷୁମ ଉଷୁମ ପ୍ରୟୋଗ କରାଯାଏ
- ବାଗି, ବ୍ରଣରେ ଏହାର ପତ୍ରବଟାକୁ ଲଗାଇଲେ ଉପକାର ମିଳେ।
- ପାଦଫୁଲାରେ ଏହାର ପତ୍ରକୁ ଜଡ଼ାତେଲରେ ଉଷ୍ଣକରି ଭାଜି ଲଗାଯାଏ।
- ଗଣ୍ଡମାଳା ରୋଗରେ ଏହି ଗଛର ମୂଳଭାଗର ଛେଲିର କ୍ୱାଥକୁ ମହୁ ସହିତ ସେବନ କଲେ ଉପକାର ମିଳେ।
- ବ୍ରଣ, ବିଦଧି,କଣ୍ଡୁ, ଦଦ୍ରୁ, କ୍ଷତ, ପୀନସ, ଭଗନ୍ଦର ଆଦିରେ ଏହାର ଛେଲିକୁ ବାଚି ଗାଈଦୁଧ ସହିତ ସେବନ କରାଯାଏ।
- ଏହାର ଛେଲିକୁ ଜଳରେ ବାଟି ଗାଈ ଲହୁଣୀ ସହିତ ସେବନ କଲେ ବାୟୁ ବିକାର, ଚର୍ମରୋଗ ଆଦି ନିବାରିତ ହୁଏ।
- ଏହାର ପତ୍ରସିଝା ଜଳରେ କଞ୍ଚା ଗାଈ ଦୁଧ ଓ ମିଶ୍ରିଗୁଣ୍ଡା ସହିତ ସେବନ କଲେ ମୂତ୍ରରୋଗ ନିବାରିତ ହୁଏ।
- ବାତ ବେଦନା ଦୂର କରିବାପାଇଁ ବରୁଣ ଛେଲି, ପତ୍ର ଓ ନଡିଆକୁ ଏକତ୍ର ବାଟି ପ୍ରଲେପ ଦିଆଯାଏ।
ଅନ୍ୟାନ୍ୟ
[ସମ୍ପାଦନା]- ଏହି ଗଛକୁ ପୂଜାକଲେ ମାନବ ରୋଗଶୂନ୍ୟ ହୋଇ ଦୀର୍ଘାୟୁ ହୁଏ ବୋଲି ମାନ୍ୟତା ରହିଛି।
- ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଏ ଗଛ ରହିଲେ ସେ ଘରେ ବାସ କରୁଥିବା ସବୁ ବ୍ୟକ୍ତିଙ୍କର ଦେହ ନୀରୋଗ ହୁଏ ବୋଲି ଲୋକୋକ୍ତି ରହିଛି।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।