ଆମ୍ପିସିଲିନ/ସଲବାକ୍ଟମ

ଉଇକିପିଡ଼ିଆ‌ରୁ
ଆମ୍ପିସିଲିନ/ସଲବାକ୍ଟମ
Combination of
AmpicillinPenicillin antibiotic
SulbactamBeta-lactamase inhibitor
Clinical data
Pronunciationam pi sill' in and sul bak' tam
Trade namesUnasyn, Ampictam, others
AHFS/Drugs.commonograph
MedlinePlusa693021
Pregnancy
category
  • US: B (No risk in non-human studies)
Routes of
administration
Intramuscular, intraveneous
Legal status
Legal status
  (verify)

ଆମ୍ପିସିଲିନ/ସଲବାକ୍ଟମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ୟୁନାସିନ୍, ହେଉଛି ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ପ୍ରକାର ଆଣ୍ଟିବାୟୋଟିକ। [୨] ଏଥିରେ ଗଣ୍ଠି ସଂକ୍ରମଣ, ପେଟର ଭିତର ସଂକ୍ରମଣ, ଏଣ୍ଡୋମେଟ୍ରାଇଟିସ୍, ନିମୋନିଆ, ପଶୁ କାମୁଡ଼ିବାଦ୍ୱାରା ହେଉଥିବା ଚର୍ମ ସଂକ୍ରମଣ ଏବଂ ମେନିଞ୍ଜାଇଟିସ୍ ଇତ୍ୟାଦି ସଂକ୍ରମଣମାନଙ୍କର ଚିକିତ୍ସା କରାଯାଏ ।[୨] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଥିବା ସ୍ଥାନରେ ଯନ୍ତ୍ରଣା, ତରଳ ଝାଡ଼ା, ଅଇ ଏବଂ ରାସ ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, ଯକୃତ ସମସ୍ୟା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ କ୍ଲୋଷ୍ଟ୍ରିଡିଓଏଡସ୍ ଡିଫିସିଲ ସଂକ୍ରମଣ ହୋଇପାରେ। [୩] ଗର୍ଭାବସ୍ଥାରେ ବ୍ୟବହାର ସହିତ କୌଣସି କ୍ଷତି ହେବାର ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଅଧ୍ୟୟନ କରାଯାଇ ନାହିଁ। [୩] ଏହା ଆଣ୍ଟିବାୟୋଟିକ୍ ଆମ୍ପିସିଲିନ୍ ଏବଂ ବିଟା-ଲାକ୍ଟାମେଜ୍ ଇନହିବିଟର ସଲବାକ୍ଟାମର ଏକ ମିଶ୍ରିତ ଔଷଧ । [୩]

୧୯୮୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସାରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା । [୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୨] ଯୁକ୍ତରାଷ୍ଟ୍ରରେ ୧୫ ଗ୍ରାମର ୧୦ ମାତ୍ରା ଔଷଧର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୨୩ ଡଲାର୍ ଅଟେ । [୪] କେତେକ ଦେଶରେ ଏହା ସଲଟାମିସିଲିନ ନାମରେ ଏହାର ପରିବର୍ତ୍ତିତ ଫର୍ମ ଭାବରେ ମଧ୍ୟ ଉପଲବ୍ଧ, ଯାହା ପାଟିଦ୍ୱାରା ନିଆଯାଇପାରେ । [୫]

ଆଧାର[ସମ୍ପାଦନା]

  1. "Unasyn- ampicillin sodium and sulbactam sodium injection, powder, for solution". DailyMed. 17 October 2019. Archived from the original on 5 November 2021. Retrieved 12 October 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Ampicillin/Sulbactam Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 14 January 2022.
  3. ୩.୦ ୩.୧ ୩.୨ "DailyMed - AMPICILLIN AND SULBACTAM- ampicillin sodium and sulbactam sodium injection, powder, for solution". dailymed.nlm.nih.gov. Archived from the original on 24 November 2021. Retrieved 14 January 2022.
  4. "Ampicillin/sulbactam Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 14 January 2022.
  5. Friedel, Heather A.; Campoli-Richards, Deborah M.; Goa, Karen L. (April 1989). "Sultamicillin: A Review of its Antibacterial Activity, Pharmacokinetic Properties and Therapeutic Use". Drugs. 37 (4): 491–522. doi:10.2165/00003495-198937040-00005. PMID 2661196.