ନାକା ଲାଛମାୟା

ଉଇକିପିଡ଼ିଆ‌ରୁ
ନାକା ଲକ୍ଷ୍ମୟା
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀନାକା କନ୍ୟା
ପର ଅଧିକାରୀନଦିଆବସୀ ବିଶ୍ୱାସ
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-12-02)୨ ଡିସେମ୍ବର ୧୯୫୦
ମୃତ୍ୟୁ୧୬ ଜାନୁଆରୀ ୨୦୨୦(2020-01-16) (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନାକା ସୁଭଦ୍ରା
ସନ୍ତାନ
ବାପା/ବୋଉନାକା କୋୟା (ବାପା)
ବୃତ୍ତିରାଜନୀତିଜ୍ଞ

ନାକା ଲକ୍ଷ୍ମୟା (୨ ଡିସେମ୍ବର ୧୯୫୦ - ୧୬ ଜାନୁଆରୀ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନାକା ଲକ୍ଷ୍ମୟା ୧୯୫୦ ମସିହାରେ ଡିସେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାକା କୋୟା ଓ ପତ୍ନୀଙ୍କ ନାମ ନାକା ସୁଭଦ୍ରା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନାକା ଲକ୍ଷ୍ମୟା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

୧୯୭୫ ମସିହାରେ ସେ ସରକାରୀ ଚାକିରି ଛାଡ଼ି ଜନସେବାରେ ନିଜକୁ ନିୟୋଜିତ କରିଥିଲେ ଏବଂ ପରେ କଂଗ୍ରେସରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ହୋଇଥିଲେ । ୧୯୭୭ ମସିହା ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସ ଟିକଟରେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

ନାକା ଲକ୍ଷ୍ମୟା ୨୦୨୦ ମସିହାର ଜାନୁଆରୀ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Naka Laxmaya". odishaassembly.nic.in. Odisha Assembly. Retrieved 19 April 2022.
  2. ୨.୦ ୨.୧ "ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାକା ଲାଛମାୟାଙ୍କ ପରଲୋକ | Sambad". ସମ୍ବାଦ. ମାଲକାନଗିରି: sambad.in. 16 January 2020. Archived from the original on 19 April 2022. Retrieved 19 April 2022. {{cite news}}: |archive-date= / |archive-url= timestamp mismatch; 19 ଜାନୁଆରୀ 2022 suggested (help)