ପିକା ରୋଗ

ଉଇକିପିଡ଼ିଆ‌ରୁ
Pica
Stomach contents of a person with pica: 1,446 items, including "453 nails, 42 screws, safety pins, spoon tops, and salt and pepper shaker tops."
ଉଚ୍ଚାରଣ
ବିଭାଗPsychiatry
ଲକ୍ଷଣAppetite for and eating of substances that are not food[୨]
ଅବଧି> 1 month[୨]
ବିପଦ କାରକPregnancy, iron deficiency, other mental disorders, poverty, emotional trauma[୨]
PrognosisUsually good[୩]
ପୁନଃପୌନିକRelatively common[୨]

ପିକା ରୋଗ ହେଉଛି ଏକ ବ୍ୟାଧି ଯେଉଁଥିରେ ଅଖାଦ୍ୟ ଭାବରେ ବିବେଚନା କରାଯାଉଥିବା ପଦାର୍ଥ ନିମନ୍ତେ ଭୋକ ତ‌ଥା ରୁଚି ହୁଏ ଏବଂ ଖିଆଯାଏ । [୪] ସାଧାରଣତଃ କିଛି ନିର୍ଦ୍ଦିଷ୍ଟ ଜିନିଷ ଯେପରିକି ମାଟି, କଞ୍ଚା ଆଳୁ, ବରଫ, କେଶ କିମ୍ବା ରଙ୍ଗ ପାଇଁ ପ୍ରବଳ ଇଚ୍ଛା ହୁଏ ।| [୫] ପ୍ରାୟ ଅଳ୍ପ କିଛି ଲକ୍ଷଣ ଦେଖାଯାଏ ଯଦିଓ ବେଳେ ବେଳେ ପେଟରେ ଯନ୍ତ୍ରଣା ହୁଏ | [୨] ପିକା ରୋଗରେ ସୀସା ବିଷାକ୍ତତା, ପାକସ୍ଥଳୀ ତ‌ଥା ଆନ୍ତ୍ରିକ ଅବରୋଧ, କମ ଲୋହିତ ରକ୍ତ କଣିକା କିମ୍ବା ପରଜୀବୀ ସଂକ୍ରମଣର ହୋଇପାରେ। [୨]

ଗର୍ଭଧାରଣ, ଲୌହ ଅଭାବ, କେତେକ ମାନସିକ ବିକୃତି, ଦାରିଦ୍ର୍ୟ, ପୁଷ୍ଟିହୀନତା ଏବଂ ଭାବପ୍ରବଣ ଆଘାତ ସହିତ ପିକା ଜଡିତ ରହିପାରେ ।[୪] [୬] ରୋଗ ନିର୍ଣ୍ଣୟ ନିମନ୍ତେ ଅତି କମରେ ଏକ ମାସ ପର୍ଯ୍ୟନ୍ତ ଉପରୋକ୍ତ ଆଚରଣ ରହିବା ଆବଶ୍ୟକ ଏବଂ ବ୍ୟକ୍ତିଙ୍କ ବୟସ ଏବଂ ସଂସ୍କୃତି ପାଇଁ ଅନୁପଯୁକ୍ତ ହେବା ଆବଶ୍ୟକ ।[୨] ରୋଗ ନିର୍ଣ୍ଣୟ ପାଇଁ ବ୍ୟକ୍ତିକୁ ଅତି କମରେ ଦୁଇ ବର୍ଷ ବୟସ ହୋଇଥିବା ଆବଶ୍ୟକ । [୭]

ଯେଉଁ ପିଲାମାନେ ଅନ୍ୟଥା ସ୍ୱାଭାବିକ ଥିବା ପିଲାମାନଙ୍କତ ପିକା ରୋଗ ସାଧାରଣତଃ ଉପ‌ଯୁକ୍ତ ଖାଦ୍ୟ ଖାଇବା ଶିକ୍ଷା ପାଇଲେ ଉପଶମ ହୋଇଯାଏ ।[୪] ବ୍ୟବ‌ହାରୀକ ଚିକିତ୍ସା ସହିତ କାଉନସେଲିଂ ମଧ୍ୟ ଉପଯୋଗୀ ହୋଇପାରେ | [୨] ଲୌହ ଅଭାବ ଥିଲେ ଉପ‌ଯକ୍ତ ଚିକିତ୍ସା କରାଯିବା ଉଚିତ | [୨]

୩୦% ପିଲା ଏବଂ ଗର୍ଭବତୀ ମହିଳା ଏହି ରୋଗରେ ପ୍ରଭାବିତ ହେବା ଦେଖାଯାଏ । [୪] ପିଲାମାନଙ୍କଠାରେ ଏହା ୧୮ ମାସରୁ 6 ବର୍ଷ ବୟସ ମଧ୍ୟରେ ପ୍ରାୟ ଦେଖାଯାଏ | [୨] ୨୦୦୦ ବର୍ଷରୁ ଅଧିକ ସମୟ ସମୟରେ ହିପୋକ୍ରେଟସ ଅମଳରେ ପିକା ବିଷୟରେ ବର୍ଣ୍ଣନା କରାଯାଇଛି | [୬] [୮] ଏହି ଶବ୍ଦଟି ମାଗପାଇ ଚଢ଼େଇ (ପିକା ପିକା) ଶବ୍ଦରୁ ଆନିତ ହୋଇଛି ଯିଏ ଅସାଧାରଣ ଜିନିଷ ଖାଏ | [୨]

ଆଧାର[ସମ୍ପାଦନା]

  1. "Pica". Merriam-Webster. Archived from the original on April 23, 2020. Retrieved April 19, 2020.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Leung, AKC; Hon, KL (2019). "Pica: A Common Condition that is Commonly Missed - An Update Review". Current pediatric reviews. 15 (3): 164–169. doi:10.2174/1573396315666190313163530. PMID 30868957.
  3. Al Nasser, Y; Muco, E; Alsaad, AJ (January 2020). "Pica". PMID 30335275. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ ୪.୩ Leung, AKC; Hon, KL (2019). "Pica: A Common Condition that is Commonly Missed - An Update Review". Current pediatric reviews. 15 (3): 164–169. doi:10.2174/1573396315666190313163530. PMID 30868957.
  5. Luby, Joan L., ed. (2009). Handbook of preschool mental health : development, disorders, and treatment. New York: Guilford Press. p. 129. ISBN 9781606233504. Archived from the original on 21 November 2020. Retrieved 3 June 2016.
  6. ୬.୦ ୬.୧ Rose EA, Porcerelli JH, Neale AV (2000). "Pica: Common but commonly missed". The Journal of the American Board of Family Practice. 13 (5): 353–8. PMID 11001006.
  7. Al Nasser, Y; Muco, E; Alsaad, AJ (January 2020). "Pica". PMID 30335275. {{cite journal}}: Cite journal requires |journal= (help)
  8. Michalska, Aneta; Szejko, Natalia; Jakubczyk, Andrzej; Wojnar, Marcin (2016). "Nonspecific eating disorders - a subjective review". Psychiatria Polska. 50 (3): 497–507. doi:10.12740/PP/59217. ISSN 2391-5854. PMID 27556109.