ବିଷ୍ଣୁ ମାଝୀ

ଉଇକିପିଡ଼ିଆ‌ରୁ
ବିଷ୍ଣୁ ମାଝୀ‌
ବିଷ୍ଣୁ ମାଝୀ
Background information
ମୂଳ ନାମ
विष्णु माझी
ଜନ୍ମ1986 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଚପାକୋଟ, ସ୍ୟାଙ୍ଗଜା, ନେପାଳ
ଶୈଳୀଲୋକକଥା
ପେଷାକଣ୍ଠଶିଳ୍ପୀ
ବାଦ୍ୟଯନ୍ତ୍ରଭୋକାଲ୍‌ସ୍
କାର୍ଯ୍ୟକାଳ୨୦୦୩–ଏବେଯାଏଁ

' ବିଷ୍ଣୁ ମାଝୀ' (ନେପାଳୀ: विष्णु माझी; ଜନ୍ମ ୧୯୮୬) ଜଣେ ନେପାଳୀ ଲୋକ ସଙ୍ଗୀତ ଗାୟିକା ଅଟନ୍ତି । ସେ ତାଙ୍କର ୧୫ ବର୍ଷର ଗାୟିକା ଜୀବନରେ ୫୦୦୦ ଗୀତ ରେକର୍ଡ଼ କରି ସର୍ବୋଚ୍ଚ ଆୟକାରୀ ନେପାଳୀ ଗାୟିକା ଭାବରେ ପରିଚିତା ହୋଇଛନ୍ତି,[୧][୨] ଓ ଏମାନଙ୍କ ମଧ୍ୟରେ 'ସିତଲ ଦିନେ ପିପଲ ସମି ଚ୍ଛା', 'ଡ୍ରାଇଭର ଦାଇ ମନ ପର୍ୟୋ ମଲାଇ' 'ଲାଲୁପତେ ନୁଘ୍ୟୋ', 'ପୁର୍ବାକୋ ମେଛି ନି ହମରାଇ ହୋ', 'ପଶ୍ଚିମ ମହାକାଳୀ ନି ହମରାଇ ହୋ' ଓ 'ରୁମାଲ ହଲାଇ ହଲାଇ' ମୂଖ୍ୟ ସଙ୍ଗୀତ ଥିଲେ । [୩] ତାଙ୍କର ନେପାଳୀ ଲୋକ ଗୀତ "ସାଲକୋ ପତ ତାପାରି ହୁନି" ୟୁଟ୍ୟୁବରେ ୨୦୨୦ ସୁଦ୍ଧା ସର୍ବୋଚ୍ଚ ସଂଖ୍ୟକ ଦର୍ଶକ ଦେଖିଥିଲେ । ସେ ହିଟସ ଏଫଏମ ସଙ୍ଗୀତ ପୁରସ୍କାର ଓ କାଲିକା ଏଫଏମ ପୁରସ୍କାର ପାଇଥିଲେ ।

ସ୍ୟାଙ୍ଗଜା ଗ୍ରାମର ଗୋଟିଏ ଗରିବ ପରିବାରରେ ସେ ଜନ୍ମ ହୋଇ ପଞ୍ଚମ ଗ୍ରେଡ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଓ ଲୋକମାନଙ୍କ ସମ୍ମୁଖରେ ୧୩ ବର୍ଷ ବୟସେ ଗାଇବାକୁ ଆରମ୍ଭ କରିଥିଲେ । ସୁନ୍ଦରମଣୀଙ୍କ ସାହାଯ୍ୟରେ କାଠମାଣ୍ଡୁରେ ପ୍ରାୟ ୨୦୦୪ ମସିହାରୁ ସେ ଅତି ଶୀଘ୍ର ଖ୍ୟାତିର ଶିର୍ଷକୁ ଉଠିଥିଲେ ଓ ପରବର୍ତ୍ତୀ ସମୟରେ ସେ ସୁନ୍ଦରମଣୀଙ୍କୁ ବିବାହ କରିଥିଲେ । ତାଙ୍କର ସାରା ପେଷାଦାର ଜୀବନରେ ସେ ବ୍ୟକ୍ତିଗତ ଜୀବନ ବିତଉଥିଲେ ଓ ତାଙ୍କର ସ୍ୱାମୀ ତାଙ୍କର ସମସ୍ତ କଣ୍ଟ୍ରାକ୍ଟ ବା ଅନୁବନ୍ଧ, ସଞ୍ଚାର ଓ ଯୋଗାଯୋଗ କରନ୍ତି । [୧][୨][୩][୪][୫][୬][୪]

ପ୍ରାକ୍ ଜୀବନ[ସମ୍ପାଦନା]

ପିତା ତାରା ବାହାଦୂର ମାଝୀ ଓ ମାତା ଧର୍ମ କୁମାରୀଙ୍କ ଔରଷରୁ ବିଷ୍ଣ ମାଝୀ,[୭] ୨୬ ଜୁନ ୧୯୮୬ ମସିହାରେ ଜନ୍ମ (୧୨ ଆଷାଢ଼ ୨୦୪୩ ବିକ୍ରମ ସମ୍ବତ) ଗ୍ରହଣ କରିଥିଲେ[୨] ଓ ତାଙ୍କର ଜନ୍ମ ସ୍ଥାନ ନେପାଳର ସିଙ୍ଗଜା ଜିଲ୍ଲାରେ ରତନପୁର ଗ୍ରାମରେ ଥଲା ।[୧] ତାଙ୍କର ଜଣେ ବଡ଼ ଭାଇ ଓ ଜଣେ ଛୋଟ ଭଉଣୀ ଥିଲେ ।[୭] ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇଥିବାରୁ ତାଙ୍କର ଶିକ୍ଷା କେବଳ ୫ମ ଗ୍ରେଡ ପର୍ଯ୍ୟନ୍ତ ସୀମିତ ଥିଲା । [୧]

ବୃତ୍ତି[ସମ୍ପାଦନା]

ହିସାବରୁ ଜଣାଯାଏ, ମାଝୀ ୫୦୦୦ରୁ ଅଧିକ ଗୀତ ଗାଇଥିଲେ,[୨] ଓ ତାଙ୍କ ମଧ୍ୟରୁ ଲୋକପ୍ରିୟ ଗୀତ ଗୁଡ଼ିକର ନାମ ଯଥାକ୍ରମେ "କସଲାଅଇ ସୋଧନେ ହୋଲା", "ସିତଲ ଦିନେ ପିପଲ ସମି ଚା", "ଡ୍ରାଇଭର ଦାଇ ମନ ପର୍ୟୋ ମଲାଇ", "ଲାଲୁପତେ ନୁଘ୍ୟୋ ଭୁଇନ୍ତର", "ମାଇ ଚୋରୀ ସଲାଲା", "ନା ଜାଉ ହାଏ ସାନୁ ପନ୍ଧେରିମା", "ତ୍ୟୋ ମନ ରୁନ୍ନା ହୋଲା ରା?", "ପୂର୍ବକୋ ମେଚି ନି ହାମରାଇ ହୋ ପଶ୍ଚିମ ମହାକାଳି ନି ହମରାଇ ହୋ", "ଘମଲେ ନି ପଲଡିୟୋ, ଜୁନଲେ ନି ଜାଦୋ ଭୋ", "ହରେ ଶିବ ରାମ", "ରୁମାଲ ହଲାଇ ହଲାଇ" ଓ "ଭେତାଇ ହୁନ୍ନା ହୋଲା ରା" ।[୫]

ଆରମ୍ଭ[ସମ୍ପାଦନା]

ପଡ଼ୋଶୀ ଗ୍ରାମ‌ବାସୀ ନାରାୟଣ ଲେକାଲିଙ୍କ ସାହାଯ୍ୟରେ ମାଝୀ ମାତ୍ର ତେର ବର୍ଷ ବୟସରେ ଜନ ସଭାମାନଙ୍କରେ ଗାଇବାକୁ ଆରମ୍ଭ କରିଥିଲେ ।[୪] ପନ୍ଦର ବର୍ଷ ବୟସ ବେଳକୁ କ୍ଷେତ୍ରୀୟ ଲୋକ ସଙ୍ଗୀତ ପ୍ରତିଯୋଗୀତାରେ ସେ ନିୟମିତ ଭାଗ ନେଉଥିଲେ ।[୧] ତାଙ୍କୁ ପନ୍ଦର ବର୍ଷ ବୟସ ହୋଇଥିଲା ବେଳେ ସେ ଓ ଲେକାଲି ଉଭୟ ବୁଟ‌ୱାଲ ମେଳାର ପ୍ରତିଯୋଗୀତାରେ ଭାଗ ନେଇଥିଲେ ଓ ଦ୍ୱିତୀୟ ପୁରସ୍କାର ଜିତିଥିଲେ ।[୪] ଏହା ପରେ ପାଲପା ଉତ୍ସବରେ ସେମାନେ ପ୍ରଥମ ପୁରସ୍କାର ଲାଭ କରିଥିଲେ ।[୪] ସେହି ସ୍ଥାନରେ ଥିବା ଅନ୍ୟ ଏକ ପ୍ରତିଯୋଗୀ ସୁନ୍ଦରମଣୀ ଅଧିକାରୀ ତାଙ୍କର ପ୍ରତିଭା ଅବଲୋକନ କରି ତାଙ୍କ ଅଭିଭାବକତ୍ୱରେ ମାଝୀଙ୍କୁ ପୋଖରାକୁ ପଠେଇବାକୁ ତାଙ୍କ ପରିବାରକୁ ପ୍ରୋତ୍ସାହିତ କରିଥିଲେ ।[୧] ଦୁହେଁ ମିଶି ପୋଖରାର ଲେଖନାଥ ଉତ୍ସବରେ ଭାଗ ନେଇ ପ୍ରଥମ ପୁରସ୍କାର ଲାଭ କରିଥିଲେ ।[୧][୪] ଏହା ପରେ ସୁନ୍ଦରମଣୀ ତାଙ୍କ ନେଇ କାଠମାଣ୍ଡୁରେ ବ୍ୟବସାୟୀକ ପେଷା ଆରମ୍ଭ କରିଥିଲେ ।[୧] ଅଧିକାରୀଙ୍କ ସ‌ହିତ ସାକ୍ଷାତ ପୂର୍ବରୁ ମାଝୀ ତାଙ୍କର ପ୍ରଥମ ଗୀତ "ଅମଲା ଆରତୀ ଦିନେ ଘର ଜନେ ବେଲା" ପୋଖରାର ଫିୱା ଡିଜିଟାଲ ଷ୍ଟୁଡିଓରେ ରେକର୍ଡ଼ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "गुमनाम गायिका". nepalmag.com.np (in English). Archived from the original on 27 April 2020. Retrieved 11 May 2020.{{cite web}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ ୨.୩ "गुमनाम सुपरस्टार विष्णु माझी". narimag.com.np (in Nepali). Archived from the original on 27 April 2020. Retrieved 11 May 2020.{{cite web}}: CS1 maint: unrecognized language (link)
  3. ୩.୦ ୩.୧ "सर्वाधिक महँगी गायिका विष्णु माझी, जो नेपथ्यबाट 'ब्याक टु ब्याक' हिट गीत दिइरहेकी छिन् -". Ujyaalo Network (in ଆମେରିକୀୟ ଇଂରାଜୀ). 7 June 2019. Archived from the original on 14 April 2021. Retrieved 11 May 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "विष्णु माझीको स्वेच्छिक गुप्तवास कि बाध्यता ?". Online Khabar (in ଆମେରିକୀୟ ଇଂରାଜୀ). Archived from the original on 27 April 2020. Retrieved 11 May 2020.
  5. ୫.୦ ୫.୧ "रहस्यमय गायिका विष्णु माझीको बारेमा सनसनीपुर्ण खुलासा". saptahik.com.np (in Nepali). Archived from the original on 27 April 2020. Retrieved 27 April 2020.{{cite web}}: CS1 maint: unrecognized language (link)
  6. "मिडियामा सार्वजनिक हुँदै विष्णु माझी !". saptahik.com.np (in Nepali). Retrieved 11 May 2020.{{cite web}}: CS1 maint: unrecognized language (link)
  7. ୭.୦ ୭.୧ "म बन्धक छैन : गायिका विष्णु माझी". म बन्धक छैन : गायिका विष्णु माझी (in ଇଂରାଜୀ). Archived from the original on 27 April 2020. Retrieved 11 May 2020.