ମଲିକା ପୁଖରାଜ

ଉଇକିପିଡ଼ିଆ‌ରୁ
ମଲିକା ପୁଖରାଜ

ମଲିକା ପୁଖରାଜ ୧୯୨୦ ମସିହାର, ଜାମ୍ମୁ
Background information
ଜନ୍ମ1912
Hamirpur Sidhar, Jammu, British India (present-day Jammu and Kashmir, India)
ଜନ୍ମସ୍ଥାନJammu, India
ମୃତ୍ୟୁ୪ ଫେବୃଆରୀ ୨୦୦୪(2004-02-04) (ବୟସ ୯୧–୯୨)
Lahore, Punjab, Pakistan
ଶୈଳୀFolk music and Ghazal
ପେଷାVocalist
କାର୍ଯ୍ୟକାଳ1921 – 2004
ଲେବଲRadio Pakistan
All-India Radio

ମଲିକା ପୁଖରାଜ (ଉର୍ଦ୍ଦୁ: ملكہ پکھراج) (୧୯୧୨–୨୦୦୪) ପାକିସ୍ଥାନର ଜଣେ ଉଚ୍ଚ ଶ୍ରେଣୀର ଗଜଲ ଓ ଲୋକ ସଙ୍ଗୀତ ଗାୟିକା ଥିଲେ ।[୧] ଲୋକମାନଙ୍କ ପାଖରେ ସେ ମଲିକା ନାମରେ ଜଣାଶୁଣା ଥିଲେ ଯାହାର ଅର୍ଥ ରାଣୀ ।[୨][୧] ହଫିଜ ଜଳନ୍ଧରୀଙ୍କର କବିତା 'ଅଭି ତୋ ମୈଁ ଜ‌ୱାନ ହୁଁ' ଗୀତଟି ଗାଇ କେବଳ ପାକିସ୍ଥାନ ନୁହେଁ ଭାରତରେ ମଧ୍ୟ କୋଟି କୋଟି ଲୋକଙ୍କର ପ୍ରିୟ ହୋଇଥିଲେ ।[୩] ଉର୍ଦ୍ଦୁ ଭାଷାରେ ଗାଇଥିବା ଗୀତ 'ଲୋ ଫିର ବସନ୍ତ ଆଇ', କୁଲି କୁତୁବଙ୍କର ଲିଖିତ 'ପିୟା ବାଜ ପିୟା ଜାୟେ ନା' ଓ ଫଇଜ ଅହମଦ ଫଇଜଙ୍କ ଲିଖିତ 'ମେରେ କାତିଲ ମେରେ ଦିଲଦାର ମେରେ ପାସ ରହୋ' ଗୀତ ଗୁଡ଼ିକ ଅତି ଲୋକପ୍ରିୟ ହୋଇଥିଲା ।[୪]

ପ୍ରାକ୍ ଜୀବନ[ସମ୍ପାଦନା]

ହମିରପୁରର ଏକ ବ୍ୟବସାୟୀକ ସଙ୍ଗୀତଜ୍ଞ ପରିବାରରେ ମଲିକା ପୁଖରାଜ ଜନ୍ମ ଗ୍ରହଣ କରିଥିଲେ ।[୫] ଅଖନୁର ଇଲାକାର ଜଣେ ଧାର୍ମିକ ବ୍ୟକ୍ତି 'ବାବା ରୋଟି ରାମ ମଜ‌ଜୁବ' ତାଙ୍କର ପ୍ରଥମ ନାମ ମଲିକା ନାମକରଣ କରିଥିଲେ ଓ ତାଙ୍କର ବ୍ୟବସାୟୀକ ଗାୟିକା ଓ ନର୍ତ୍ତକୀ ମାଇଁ ତାଙ୍କର ପୁଖରାଜ (Yellow Sapphire) ନାମକରଣ କରିଥିଲେ । [୬][୭]

ଉସ୍ତାଦ ଅଲି ବକ୍ସି କସୁରିଙ୍କଠାରୁ ମଲିକା ପୁଖରାଜ ପାରମ୍ପରିକ ସଙ୍ଗୀତ ଶିକ୍ଷା କରିଥିଲେ ଓ ତାଙ୍କର ସେହି ଗୁରୁଙ୍କର ପୁତ୍ର ଥିଲେ ବିଖ୍ୟାତ କିମ୍ବଦନ୍ତୀ ଗାୟକ ବଡ଼େ ଗୁଲାମ ଅଲି ଖାନ (Bade Ghulam Ali Khan) ।[୮]

ବୃତ୍ତି[ସମ୍ପାଦନା]

ତାଙ୍କର ମାତ୍ର କୋମଳ ୯ ବର୍ଷ ବୟସ ହୋଇଥିଲା ବେଳେ ସେ ଜାମ୍ମୁ ଗସ୍ତ କରି ସେଠାରେ ମହାରାଜ ହରି ସିଂଙ୍କର (Hari Singh) ରାଜ୍ୟାଭିଷେକ ଉତ୍ସବରେ ପ୍ରଦର୍ଶନ କରିଥିଲେ ଓ ତାଙ୍କର ପ୍ରଦର୍ଶନରେ ଅତ୍ୟନ୍ତ ପ୍ରଭାବିତ ହୋଇ ରାଜା ତାଙ୍କୁ ରାଜ ଦରବାରର ଗାୟିକା ଭାବରେ ନିଯୁକ୍ତ କରିଥିଲେ ।[୯][୧୦] ସେଠାରେ ସେ ଆହୁରି ନଅ ବର୍ଷ ଧରି ଗାୟିକା ଭାବରେ ରହିଥିଲେ । [୭]

୧୯୪୦ ଦଶକରେ ସେ ଭାରତରେ ଜଣେ ପ୍ରସିଦ୍ଧ ଗାୟିକା ଭାବରେ ପରିଚିତ ହୋଇଥିଲେ ଓ ୧୯୪୭ ମସିହାରେ ବ୍ରିଟିଶ ଭାରତର ବିଭାଜନ ପରେ ସେ ପାକିସ୍ଥାନର ଲାହୋରକୁ ଚାଲିଗଲେ ଓ ସେଠାରେ ଲାହୋରର ରେଡିଓ ପାକିସ୍ଥାନରେ କାଲେ ଖାନ ପ୍ରସ୍ତୁତ କରିଥିବା 'ରେଡିଓ ପାକିସ୍ଥାନ'ରେ ପ୍ରଦର୍ଶନ କରି ଆହୁରି ଅଧିକ ପ୍ରଶଂସା ପାଇଥିଲେ । [୧୧] ପାହାଡ଼ି ଲୋକଗୀତ ଗାଇବା ପାଇଁ ତାଙ୍କର ସ୍ୱର ଉପ‌ଯୁକ୍ତ ଥିଲା । [୧୨]

ପାକିସ୍ଥାନର ରାଷ୍ଟ୍ରପତିଙ୍କଠାରୁ ସେ 'ପ୍ରଦର୍ଶନର ଗର୍ବ' (Pride of Performance) ପୁରସ୍କାର ଗ୍ରହଣ କରିଥିଲେ ।[୧] ୧୯୭୭ ମସିହାରେ ଅଲ ଇଣ୍ଡିଆ ରେଡିଓ (All India Radio) ତାଙ୍କର ଗୋଲ୍ଡେନ ଜୁବୁଲି ଉତ୍ସବ ପାଳନ କରିବା ଉପଲକ୍ଷେ ୧୯୪୭ ମସିହା ପର୍ଯ୍ୟନ୍ତ ଭାରତରେ ଗୀତ ଗାଇଥିବା ମଲିକା ପୁଖରାଜଙ୍କୁ ବିଶେଷ ଭାବରେ ନିମନ୍ତ୍ରଣ କରି ତାଙ୍କୁ ଲିଜେଣ୍ଡ ଅଫ ଭଏସ ପୁରସ୍କାର ଦିଆଯାଇଥିଲା ।[୧୩] ଗୀତ ଗାଇଥିବା ସତ୍ୟ (Song Sung True) ନାମକ ଏକ ଉପନ୍ୟାସରେ ସେ ତାଙ୍କର ସ୍ମୃତି ଲେଖି ଛାଡ଼ିଯାଇଛନ୍ତି । [୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପଞ୍ଜାବରେ ଚାକିରୀ କରୁଥିବା ଶବିର ହୁସେନଙ୍କୁ ସେ ବିବାହ କରିଥିଲେ ଓ ତାଙ୍କର ଛଅ ଶିଶୁଙ୍କ ମଧ୍ୟରୁ ଜଣେ ଥିଲେ ତାହିରା ସୟେଦ (Tahira Syed) ଯିଏ ପାକିସ୍ଥାନର ଗାୟିକା ମଧ୍ୟ ଥିଲେ । [୧୪][୧୫]

ମୃତ୍ୟୁ[ସମ୍ପାଦନା]

ପାକିସ୍ଥାନର ଲାହୋରରେ ଫେବ୍ରୁଆରୀ ୪, ୨୦୦୪ ମସିହା ଦିନ ମଲିକାଙ୍କର ମୃତ୍ୟୁ ହୋଇଥିଲା ।[୧] ଲାହୋରର ଶାହ ଜମାଲ ମଶାଣୀରେ ତାଙ୍କୁ କବର ଦିଆଯାଇଥିଲା ।[୧୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Malika Pukhraj — a strong, unique and tuneful voice". Daily Times. November 17, 2021. Archived from the original on February 17, 2022. Retrieved February 27, 2022.
  2. "Forgotten Melody Queen?". The Statesman. August 28, 2021.
  3. https://www.youtube.com/watch?v=6F87TnnTdpw, "Abhi tau mein jawan hoon" song on YouTube by Malika Pukhraj, uploaded 10 May 2010. Retrieved 1 February 2016
  4. "NON-FICTION: A WOMAN AHEAD OF HER TIMES". Dawn News. February 14, 2022.
  5. Prof RL Kaul, Kashmir and Jammu: A History pub Jammu: Indar V Press, 1955, p. 102
  6. http://www.dawn.com/news/783586/abhi-to-main-jawan-hoon&sa, Malika Pukhraj article on Dawn, Karachi newspaper. Retrieved 1 February 2016
  7. ୭.୦ ୭.୧ Biography, Biography of Malika Pukhraj on tripod.com website. Retrieved 1 February 2016
  8. "Death anniversary of Malika Pukhraj observed". Geo TV.
  9. "Malika Pukhraj lived here in Jammu". The Dispatch. July 3, 2021. Archived from the original on December 6, 2022. Retrieved February 27, 2022.
  10. Unparalleled queen of gayaki The Hindu, published 4 June 2004. Retrieved 1 February 2016
  11. "Her Swan Song". Caravan Magazine. December 4, 2021.
  12. "15th death anniversary of Malika Pukhraj observed". www.radio.gov.pk (in ଇଂରାଜୀ). Archived from the original on 2022-09-20. Retrieved 2022-02-27.
  13. "Mallikas of yesteryear". The Hindu. January 11, 2022.
  14. http://www.dawn.com/news/783586/abhi-to-main-jawan-hoon&sa, Biography of Malika Pukhraj on Dawn, Karachi newspaper, published 4 February 2013. Retrieved 1 February 2016
  15. https://www.youtube.com/watch?v=m9TG8Dhusg4, Tahira Syed 'Profile' on YouTube, uploaded 9 January 2012. Retrieved 1 February 2016
  16. http://www.radio.gov.pk/newsdetail/342/57 Archived 2016-02-02 at the Wayback Machine., Death Anniversary of Malika Pukhraj, Radio Pakistan News website, published 4 February 2015. Retrieved 1 February 2016