ଅବୁନ‌ଦାନ୍ତିଆ

ଉଇକିପିଡ଼ିଆ‌ରୁ
ଅବୁନ‌ଦାନ୍ତିଆ
ପିଟର ପଲ ରୁବେନସ ନିର୍ମିତ ଅବୁନ‌ଦାନ୍ତିଆ ଚିତ୍ର
Abundance, money-flow, prosperity, fortune, valuables, and success
SymbolCornucopia and Fortuna

ପୁରାତନ ରୋମାନ ଧର୍ମରେ (ancient Roman religion), ଅବୁନ‌ଦାନ୍ତିଆ, ଅନ୍ୟ ନାମ ଆବୁନ୍ଦିତା (ଲାଟିନ୍ ଉଚ୍ଚାରଣ: [abʊnˈdantɪ.a]) ପ୍ରାଚୁର୍ଯ୍ୟ ଓ ସମୃଦ୍ଧିର ସ୍ୱର୍ଗୀୟ ଦେବୀ ଅବତାରକୁ (personification) ବୁଝାଏ । [୧] ଅବୁନ‌ଦାନ୍ତିଆ ନାମର ଅର୍ଥ ପ୍ରାଚୁର୍ଯ୍ୟ ବା ଧନ‌ଧାନ୍ୟ ।[୧] ଏହି ନାମଟି ଠିକ୍ ଖାପ ଖାଇଯାଉଛି ଯେହେତୁ ଇଂରାଜୀରେ ଅବୁନ‌ଦାନ୍ତିଆ (Abundantia) ଅର୍ଥ ପ୍ରାଚୁର୍ଯ୍ୟ (abundance), ଅର୍ଥକରୀ, ସମୃଦ୍ଧି, ଭାଗ୍ୟ, ଦାମିକା ଓ ସଫଳତାର ଦେବୀଙ୍କୁ ବୁଝାଉଛି ।[୨] ସେହି ଦେବୀ ଆପଣଙ୍କର ସଞ୍ଚୟ ଓ ପୁଞ୍ଜି ନିବେଶକୁ ସୁରକ୍ଷା ଦିଅନ୍ତି । [୨] ମୁଲ୍ୟବାନ କିଣିବାରେ ଅବୁନ‌ଦାନ୍ତିଆ ସାହାଯ୍ୟ କରନ୍ତି ।[୨] ଧାର୍ମିକ ପ୍ରଚାରରେ ରୋମାନ ସଦଗୁଣର ସେ ପ୍ରତିମୂର୍ତ୍ତୀ ଥିଲେ ଓ ରାଜ ପରିବାରର ସ୍ୱର୍ଣ୍ଣିମ କାଳକୁ ସୁନିଶ୍ଚିତ କରୁଥିଲେ ।[୩] ରୋମାନ କଳା, ସଂସ୍କୃତି ଓ ସାହିତ୍ୟରେ ଅବୁନ‌ଦାନ୍ତିଆଙ୍କର ଭୂମିକା ଥିଲା କିନ୍ତୁ ପୁରାଣରେ ନଥିଲା । ରୋମାନ ଗାଉଲ ଓ ମଧ୍ୟଯୁଗୀୟ ଫ୍ରାନସରେ ସେ ଜୀବିତ ଥାଇପାରନ୍ତି । ଅବୁନ‌ଦାନ୍ତିଆ ଶସ୍ୟ ଓ ମୁଦ୍ରା ଭରା ଗୋଟିଏ ଛେଳି ଶିଙ୍ଗ ଧରିଥାଆନ୍ତି ।[୨] ବେଳେବେଳେ କୌଣସି ଲୋକର ଘରେ ଉପ‌ହାର ସ୍ୱରୂପ ସେ କିଛି ଶସ୍ୟ ବା ମୁଦ୍ରା ଛାଡ଼ିଯାଆନ୍ତି ।[୨]

ରୋମରେ[ସମ୍ପାଦନା]

ଅଗଷ୍ଟାନ କବି (Augustan poet) ଓଭିଡ Ovid) ଅନୁସାରେ ଅବୁନ‌ଦାନ୍ତିଆ ଏକ ନ‌ଦୀ ଭଗବାନ ଭୁମିକାରେ ଥିଲେ ଯାହା ମଥାର ଗୋଟିଏ ଶିଙ୍ଘକୁ ହରକୁଲେସ (Hercules) ଉପାଡ଼ି ଦେଇଥିଲେ । ସେହି ଶିଙ୍ଘକୁ ନୈଆଦସ (Naiads) ନେଇ ଛେଳି ଶିଙ୍ଘରେ ପରିଣତ କରି ଅବୁନ‌ଦାନ୍ତିଆଙ୍କୁ ଦେଇଥିଲେ ।[୪] ବିଭିନ୍ନ ଲୋକ‌କଥାରେ ସେହି ଶିଙ୍ଘର ସୃଷ୍ଟି ବିଷୟରେ ଭିନ୍ନ ଭିନ୍ନ ମତ ଦିଆଯାଇଛି । ନିରୋଙ୍କ ରୋମାନ ମୁଦ୍ରାରେ ତାଙ୍କୁ ସେରେସ (Ceres) ସ‌ହିତ ଯୋଗାଯୋଗ କରେଇ ଅନ୍ନୋନା (Annona) ଦେବୀ କରାଯାଇଛି ଯିଏ ରୋମ ସାମ୍ରାଜ୍ୟକୁ ଶସ୍ୟ ଯୋଗାଣ କରୁଥିଲେ ।[୩] ଆନ୍ନୋନାଙ୍କ ଭଳି ଅବୁଦାନ୍ତିଆ ସ‌ହରକୁ ଆସୁଥିବା ଶସ୍ୟ ପୋତାଶ୍ରୟରେ ଜଣେ ସକ୍ରିୟ ସାଧୁ ଥିଲେ । [୩] ରୋମାନ ମୁଦ୍ରାରେ ଅବୁନ‌ଦାନ୍ତିଆଙ୍କର ଛବି ଅଛି ଯେଉଁଥିରେ ସେ ଶିଙ୍ଘ ଧରିଛନ୍ତି ବା ଶିଙ୍ଘରୁ କିଛି ଧନ ଓଜାଡ଼ୁଛାନ୍ତି ।[୧] ଜାହାଜରେ ଠିଆ ହୋଇଥିବା ବା ଗ‌ହମ ଧରିଥିବା ଚିତ୍ରମାନଙ୍କର ବର୍ଣ୍ଣନା ମଧ୍ୟ ଦେଖାଯାଏ ।[୧] ଜାହାଜ ଉପରେ ଥିବା ବେଳେ କାହାର ପ୍ରତିନିଧିତ୍ୱ କରନ୍ତି ତାହା ଅଜ୍ଞାତ ଅଛି । ସମ୍ଭବତଃ ସେତେବେଳେ ରୋମାନ ସାମ୍ରାଜ୍ୟକୁ ଭିନ୍ନ ଦେଶ ଜୟ କରି ଆଣୁଥିବା ଧନରତ୍ନ ବିଷୟ ଦେଖେଇଛନ୍ତି ।[୧] ଅନେକ ସମ୍ରାଟଙ୍କର ଯେପରିକି ଟ୍ରାଜାନ , ଆଣ୍ଟୋନିଓ ପାଇଅସ , କାରାକାଲ୍ଲା , ଏଲାଗାବାଲସ , ସେଭରୁସ ଆଲେକଜାଣ୍ଡର , ଗୋର୍ଡ଼ିଆନ , ଡେସିଅସ , ଗାଲିଏନିଅସ , ଟେଟ୍ରିକସ, ପ୍ରୋବସ , ନୁମେରିଆନ , କାରିନସ , କାରୁସ , ଡାୟୋକ୍ଲେଣ୍ଟିଆନ ଓ ଗାଲେରିଅସଙ୍କର ମେଡାଲରେ ଅବୁନ‌ଦନ୍ତିଆଙ୍କର ଛବି ଥିବା ଦେଖାଯାଏ । [୫] ଅବୁନ‌ଦନ୍ତିଆ ଛବି ଥିବା ମୁଦ୍ରାରେ ସର୍ବଦା କିଛି ଖୋଦେଇ ଥାଏ ଯେପରିକି ଅବୁନ‌ଦନ୍ତିଆ, ଅବୁନ‌ଦନ୍ତିଆ ପରପେଟୁଆ, ଅଗଷ୍ଟୋରମ ନୋଷ୍ଟ୍ରୋରମ, ଅଗଷ୍ଟୋରମ ଅଗ ଏନଏନ ଓ ଅଗଷ୍ଟିଆ ଅଗ ।[୫] ରୋମାନ ଜିଲ୍ଲାର ଗାଲିଆ ଆକ୍ୱିଟାନିଆରେ ଥିବା ଲେଜୌକ୍ସରେ କେତେକ ମିଥ୍ରାଇକ ରହସ୍ୟମୟ ପୁରାତନ ଫୁଲଦାନୀ ଖୋଦେଇରେ ଅବୁନ‌ଦାନ୍ତିଆଙ୍କର ଛବି ଦେଖାଯାଏ ଧର୍ମରେ ଥିବା ଯାହା ଷଣ୍ଢ ହତ୍ୟାକୁ ପ୍ରଦର୍ଶନ କରେ । ଗୋଟିଏ ମେଣ୍ଢା ଶିଙ୍ଘ ଧରି ବସିଥିବା ଅବୁନ‌ଦାନ୍ତିଆଙ୍କର 'ମିଥ୍ରାଙ୍କର ଆକ୍ଟରୁ ଶାଖା ହୋଇ ବାହାରିଥିବା'ଏକ ଛବି ଅଛି ।"[୬] ପମ୍ପେଇର (Pompeii) ଏକ ଝରଣାରେ ଅବୁନ‌ଦାନ୍ତିଆ ଥିବା ବର୍ଣ୍ଣନା ଅଛି ।[୧] ଏହି ଝରଣାକୁ ଯାଇଥିବା ଏକ ରାସ୍ତାର ନାମ ଭାଏ ଡେଲ ଆବ୍ବୋଡାଞ୍ଜା ।[୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Abundantia, Roman Goddess of Abundance". www.thaliatook.com. Retrieved 2020-09-10.
  2. ୨.୦ ୨.୧ ୨.୨ ୨.୩ ୨.୪ Virtue, Doreen (2005). Goddesses and Angels. United States of America: Hay House. p. 215. ISBN 978-1-4019-0473-9.
  3. ୩.୦ ୩.୧ ୩.୨ J. Rufus Fears, "The Cult of Virtues and Roman Imperial Ideology," Aufstieg und Niedergang der römischen Welt II.17.2 (1981), p. 812.
  4. Ovid, Metamorphoses; 9.87–88, as cited by Fears, p. 821.
  5. ୫.୦ ୫.୧ Universal Technological Dictionary Volume 1. London: Baldwin. 1823.
  6. Manfred Claus, The Roman Cult of Mithras: The God and His Mysteries, translated by Richard Gordon (Routledge, 2000, originally published 1990 in German), p. 118.