ଫ୍ରୋଜନ ସୋଲଡର

ଉଇକିପିଡ଼ିଆ‌ରୁ
Adhesive capsulitis of the shoulder
Frozen shoulder
The right shoulder & glenohumeral joint.
ବିଭାଗOrthopedics
ଲକ୍ଷଣShoulder pain, stiffness[୧]
ଆକ୍ରାନ୍ତ ସମୟ40 to 60 year old[୧]
ଅବଧିMay last years[୧]
କାରଣOften unknown, prior shoulder injury[୧][୨]
ବିପଦ କାରକDiabetes, hypothyroidism[୧]
ସଠିକ ରୋଗ ନିର୍ଣ୍ଣୟPinched nerve, autoimmune disease, biceps tendinopathy, osteoarthritis, rotator cuff tear, cancer, bursitis[୧]
ଚିକିତ୍ସାNSAIDs, physical therapy, steroids, injecting the shoulder at high pressure, surgery[୧]
ପୁନଃପୌନିକ~4%[୧]

ଫ୍ରୋଜନ ସୋଲଡର, ଅନ୍ୟ ନାମ ଆଡେସିଭ୍ କ୍ୟାପସୁଲାଇଟିସ, ରୋଗରେ କାନ୍ଧରେ ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି ହୁଏ | [୧] ଉଭୟ ସ୍ୱେଚ୍ଛାକୃତ ଭାବରେ ବା ଅନ୍ୟମାନଙ୍କଦ୍ୱାରା ଏକାଧିକ ଦିଗରେ କାନ୍ଧ ଚଳାଇବାର କ୍ଷମତା ରହେ ନାହିଁ | [୧] [୨] କାନ୍ଧକୁ ଛୁଇଁଲେ ସାଧାରଣତଃ ବିଶେଷ କଷ୍ଟ ହୁଏ ନାହିଁ | [୧] କାନ୍ଧରେ ମାଂସପେଶୀ ହ୍ରାସ ମଧ୍ୟ ହୋଇପାରେ | [୧] ଏହା ଧୀରେ ଧୀରେ ଆରମ୍ଭ ହୋଇ ସପ୍ତାହରୁ ମାସ ମାସ ସମୟ ନିଏ | [୨] ରୋଗ ଜଟିଳ ହେଲେ ହ୍ୟୁମରସ ଅସ୍ଥି ଭଗ୍ନ କିମ୍ବା ବାଇସେପସ ଟେଣ୍ଡନ ଛିଣ୍ଡିଯାଏ । [୨]

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଜଣା ପଡ଼ିନାହିଁ | [୧] ଆଘାତ କିମ୍ବା କାନ୍ଧରେ ଅସ୍ତ୍ରୋପଚାର ପରେ ମଧ୍ୟ ଏହି ଅବସ୍ଥା ସୃଷ୍ଟି ହୋଇପାରେ। [୨] ମଧୁମେହ ଏବଂ ଥାଇରଏଡ ରୋଗ ଥିଲେ ଏହି ବିପଦ ସଙ୍କଟ ରହିପାରେ । [୧] ଅନ୍ତର୍ନିହିତ ପ୍ରଣାଳୀରେ ପ୍ରଦାହ ଥାଏ ଓ ସ୍କାର ହୋଇଯାଏ । [୨] [୩] ବ୍ୟକ୍ତିର ଲକ୍ଷଣ ଏବଂ ଶାରୀରିକ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧] ଏମଆରଆଇ ପରୀକ୍ଷା କରି ରୋଗ ନିଶ୍ଚିତ କରାଯାଇ ପାରେ । [୧]

ବିନା ଚିକିତ୍ସାରେ ଏହି ରୋଗ ଉପଶମ ହୋଇଯାଏ କିନ୍ତୁ ଏଥି ନିମନ୍ତେ ଅନେକ ବର୍ଷ ଲାଗିପାରେ | [୧] ବିଭିନ୍ନ ଚିକିତ୍ସା ଯେପରିକି ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ, ଶାରୀରିକ ଚିକିତ୍ସା, ଷ୍ଟିରଏଡ ଓ ଉଚ୍ଚ ଚାପ ସାହାଯ୍ୟରେ ଇଞ୍ଜେକସନ ଦେବାକୁ ଚେଷ୍ଟା କରାଯାଇପାରେ କିନ୍ତୁ ସର୍ବୋତ୍ତମ ଚିକିତ୍ସା ଜ୍ଞାତ ନୁହେଁ | [୧] କିଛି ମାସ ପରେ ଭଲ ନ ହେଲେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ | [୧] ପ୍ରାୟ ୪% ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି | [୧] ୪୦-୬୦ ବର୍ଷ ବୟସରେ ଏବଂ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ | [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Ramirez, J (1 March 2019). "Adhesive Capsulitis: Diagnosis and Management". American Family Physician. 99 (5): 297–300. PMID 30811157.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ St Angelo, JM; Fabiano, SE (January 2020). "Adhesive Capsulitis". PMID 30422550. {{cite journal}}: Cite journal requires |journal= (help)
  3. Redler, LH; Dennis, ER (15 June 2019). "Treatment of Adhesive Capsulitis of the Shoulder". The Journal of the American Academy of Orthopaedic Surgeons. 27 (12): e544–e554. doi:10.5435/JAAOS-D-17-00606. PMID 30632986.