ଅକାଳ ଅଳିନ୍ଦ ସଙ୍କୋଚନ

ଉଇକିପିଡ଼ିଆ‌ରୁ

 

Premature atrial contraction
Supraventricular extra systole (SVES), atrial premature complexes (APC), atrial premature beats (APB)[୧]
Two PACs as seen on a rhythm strip
ବିଭାଗCardiology
ଲକ୍ଷଣNone, feeling of skipped beat[୨]
କାରଣUnclear, coronary artery disease, valvular heart disease, hypertrophic cardiomyopathy[୧]
ବିପଦ କାରକBeta blockers, digoxin, alcohol, pregnancy[୧]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[୧]
ସଠିକ ରୋଗ ନିର୍ଣ୍ଣୟPremature junctional contractions, premature ventricular contractions, panic attacks
ଚିକିତ୍ସାReassurance, beta blockers[୧]
PrognosisGenerally not serious[୧]
ପୁନଃପୌନିକCommon[୧]

ଅକାଳ ଅଳିନ୍ଦ ସଙ୍କୋଚନ (Premature atrial contractions/ PACs ) ରୋଗରେ ହୃତ୍‌ପିଣ୍ଡର ସାଇନୋଆଟ୍ରିଆଲ ନୋଡରୁ ସୃଷ୍ଟି ନ ହୋଇ ଅଳିନ୍ଦରୁ ଏକ ସ୍ପନ୍ଦନ ସୃଷ୍ଟି ହୁଏ ।[୧] ଏହି ରୋଗରେ ପ୍ରାୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ କିନ୍ତୁ ଛାତିରେ ଏକ ସ୍ପନ୍ଦନ ହଜିଗଲା ଭଳି ଅନୁଭବ କରାଯାଇପାରେ | [୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଦ୍‌ବେଗ କିମ୍ବା ଅଣନିଶ୍ୱାସହୋଇପାରେ | [୧] ଏହି ଅବସ୍ଥା ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ବାରମ୍ବାର ହେଲେଆଟ୍ରିଆଲ୍ ଫାଇବ୍ରିଲେସନ ଏବଂ ଆଟ୍ରିଆଲ୍ ଫ୍ଲଟର ସଙ୍କଟ ସୃଷ୍ଟି ହୋଇପାରେ | [୧]

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ, ଯଦିଓ ସେଗୁଡିକ କରୋନାରୀ ଧମନୀ ରୋଗ, କପାଟିକା ହୃଦ୍‌ରୋଗ ଏବଂ ହାଇପରଟ୍ରଫିକ କାର୍ଡିଓମାଇଓପାଥି ଯୋଗୁ ସୃଷ୍ଟି ହୋଇପାରେ | [୧] ବିଟା ବ୍ଲକର କିମ୍ବା ଡିଗକ୍ସିନ ବ୍ୟବ‌ହାର, ମଦ୍ୟପାନ ଏବଂ ଗର୍ଭାବସ୍ଥା ଏହି ବିପଦ ସଙ୍କଟ ଆଣିପାରେ | [୧] ଇସିଜିରେ ଏକ ସାଧାରଣ କିନ୍ତୁ ଅସମୟ କ୍ୟୁଆରଏସ କମ୍ପ୍ଲେକ୍ସ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧] ବାରମ୍ବାର ଏହି ରୋଗ ହେଉଥିଲେ ଅଲଟ୍ରାସାଉଣ୍ଡ କରିବାକୁ ସୁପାରିଶ କରାଯାଏ | [୧]

ଅଧିକାଂଶ କ୍ଷେତ୍ରରେ ଆଶ୍ୱାସନା ଏବଂ ଟ୍ରିଗରରୁ ଦୂରେଇ ରହିବା ବ୍ୟତୀତ ଅନ୍ୟ କୌଣସି ଚିକିତ୍ସା ଆବଶ୍ୟକ ହୁଏ ନାହିଁ | [୨] ଯେଉଁମାନେ ଲକ୍ଷଣଦ୍ୱାରା ବ୍ୟସ୍ତ ହୁଅନ୍ତି, ତାଙ୍କୁ ବିଟା ବ୍ଲକର ବ୍ୟବହାର କରିବାକୁ ଉପଦେଶ ଦିଆଯାଇପାରେ | [୧] ବେଳେବେଳେ କାଥେଟର ଆବ୍ଲାସନ କରାଯାଇପାରେ | [୧] ସମସ୍ତ ବୟସ ବର୍ଗରେ ଏହି ରୋଗ ସାଧାରଣତଃ ଦେଖାଯାଏ | [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Heaton, J; Yandrapalli, S (January 2020). "Premature Atrial Contractions". PMID 32644630. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ "Types of Arrhythmia". July 1, 2011. Archived from the original on 7 June 2015. Retrieved 19 March 2015.