ମହାରାଷ୍ଟ୍ର ଦିବସ

ଉଇକିପିଡ଼ିଆ‌ରୁ
ମହାରାଷ୍ଟ୍ର ଦିବସ
ଫାଇଲ:Maharashtra State map.jpg
୧ ମଇ ୧୯୬୦ରେ ଜବାହାରଲାଲ ନେହେରୁ, ଯଶବନ୍ତରାଓ ଚୌହାନ ଏବଂ ଶ୍ରୀ ପ୍ରକାଶ ମହାରାଷ୍ଟ୍ର ରାଜ୍ୟର ମାନଚିତ୍ର ଉନ୍ମୋଚନ କରିବାର ଦୃଶ୍ୟ ।
ଅନ୍ୟ ନାମମହାରାଷ୍ଟ୍ର ଦିନ
ପାଳନକାରୀମହାରାଷ୍ଟ୍ର, ଭାରତ
ପାଳନପ୍ୟାରେଡ୍
ତାରିଖ୧ ମଇ
ପୁନଃପୌନିକତାବାର୍ଷିକ

ମହାରାଷ୍ଟ୍ର ଦିବସ (ସାଧାରଣତଃ ମହାରାଷ୍ଟ୍ର ଦିନ ଭାବରେ ଜଣା; ମରାଠୀ: महाराष्ट्र दिन) ଭାରତର ମହାରାଷ୍ଟ୍ର ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଏକ ଦିନ ।[୧] ୧୯୬୦ ମସିହାର ମଇ ୧ ତାରିଖରେ ବମ୍ବେ ପ୍ରେସିଡେନ୍ସିରୁ ଅଲଗା ହୋଇ ମହାରାଷ୍ଟ୍ର ରାଜ୍ୟ ଗଠନ କରାଯାଇଥିଲା ।[୨] ଏହି ଦିନଟି ରାଜ୍ୟରେ ପାଳନ ହେଉଥିବା ଏକ ଛୁଟିଦିନ ଭାବରେ ପାଳିତ ହେଉ ଆସୁଛି । ମହାରାଷ୍ଟ୍ର ଦିବସରେ ସାଧାରଣତଃ ପ୍ୟାରେଡ୍ ଏବଂ ରାଜନୈତିକ ଭାଷଣ ଆୟୋଜନ କରାଯିବା ସହିତ ମହାରାଷ୍ଟ୍ରର ଇତିହାସ ତଥା ପରମ୍ପରାକୁ ପାଳନ କରାଯାଏ ।

ପୃଷ୍ଠଭୂମି[ସମ୍ପାଦନା]

୧୯୫୬ ମସିହାର ରାଜ୍ୟ ଅଧିନିୟମ ଅନୁସାରେ ସମାନ ଭାଷାଭାଷୀର ଲୋକମାନଙ୍କୁ ନେଇ ସୀମା ନିର୍ଦ୍ଧାରଣ ସହିତ ରାଜ୍ୟ ଗଠନ କରିବା ଆରମ୍ଭ ହେଲା ।[୩] ବମ୍ବେ ପ୍ରେସିଡେନ୍ସିରେ ମୁଖ୍ୟତଃ ମରାଠୀ, ଗୁଜରାଟୀ, କୁଚି ଓ କୋଙ୍କଣୀ ଭାଷାଭାଷୀର ଲୋକମାନେ ବସବାସ କରୁଥିଲେ । ମରାଠୀ ଓ କୋଙ୍କଣୀ ଭାଷା କହୁଥିବା ଲୋକମାନଙ୍କୁ ନେଇ ମହାରାଷ୍ଟ୍ର ରାଜ୍ୟ ଗଠନ କରାଯାଇଥିଲା ।[୪][୫] କୁଚି ଓ ଗୁଜରାଟୀ ଭାଷାଭାଷୀର ଲୋକମାନଙ୍କୁ ନେଇ ଗୁଜରାଟ ଗଠନ କରାଯାଇଥିଲା । ୧ ମଇ ୧୯୬୦ରେ ଏହି ଦୁଇ ରାଜ୍ୟକୁ ଭାରତର ସଂସଦରେ ଅନୁମୋଦନ ମିଳିଥିଲା ।[୬]

ପାଳନ[ସମ୍ପାଦନା]

ମହାରାଷ୍ଟ୍ର ରାଜ୍ୟ ଗଠନ ହେବା ପରେ ମହାରାଷ୍ଟ୍ର ସରକାର ମଇ ୧ ତାରିଖକୁ ମହାରାଷ୍ଟ୍ର ଦିବସ ପାଳନ କରିବାକୁ ଏକ ବିଜ୍ଞପ୍ତି ଜାରି କରି ଘୋଷଣା କରିଥିଲେ । ଏହି ଦିନ ସାରା ରାଜ୍ୟରେ ସରକାରୀ ତଥା ବେସରକାରୀ କାର୍ଯ୍ୟଳୟରେ ସମୂହ ଛୁଟି ହେବା ସହିତ ମହାରାଷ୍ଟ୍ର ଦିବନ ପାଳନ କରାଯାଉଛି ।[୭]

ଆଧାର[ସମ୍ପାଦନା]

 

  1. "Maharashtra Day – Maharashtra Day Celebration". www.maharashtratourism.net.
  2. "Public Holidays in Maharashtra, India in 2014 – Office Holidays". Office Holidays.
  3. "THE STATES REORGANISATION ACT, 1956". Government of India. Retrieved 6 December 2012.
  4. Guha, Ramachandra (2008). India After Gandhi: The History of the World's Largest Democracy. Harper Perennial. p. 320.
  5. Kaminsky, Arnold P.; Long, Roger D. (23 September 2011). India Today: An Encyclopedia of Life in the Republic. ABC-CLIO. p. 440. ISBN 978-0-313-37462-3. Retrieved 30 April 2012.
  6. "THE BOMBAY RE-ORGANISATION ACT, 1960 No.11 OF 1960". Government of India. Archived from the original on 3 December 2011. Retrieved 6 December 2012.
  7. "Public Holiday – 2015" (PDF). Government of Maharashtra. Government of Maharashtra. Retrieved 11 May 2015.