ପଞ୍ଚମ ରୋଗ

ଉଇକିପିଡ଼ିଆ‌ରୁ
fifth disease
Erythema infectiosum, human erythrovirus infection, slapped cheek syndrome, slapcheek, slap face, slapped face[୧][୨][୩]
16-month-old with the typical rash
ବିଭାଗInfectious disease
ଲକ୍ଷଣFever, rash, runny nose[୪][୫]
ଆକ୍ରାନ୍ତ ସମୟ5 to 15 years old[୪]
ଅବଧି6 weeks[୩]
କାରଣParvovirus B19[୪]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୩]
ସଠିକ ରୋଗ ନିର୍ଣ୍ଣୟMeasles, rubella, roseola, scarlet fever[୪]
ଔଷଧParacetamol (acetaminophen), NSAIDs[୪]
ପୁନଃପୌନିକCommon[୩]

ପଞ୍ଚମ ରୋଗ (ଅନ୍ୟ ନାମ ଏରିଥେମା ଇନଫେକ୍ସିଓସମ) ଏକ ପ୍ରକାର ଭୂତାଣୁ ସଂକ୍ରମଣ ଯାହା ସାଧାରଣତଃ ପିଲାମାନଙ୍କଠାରେ ଦେଖାଯାଏ | [୪] ଏହାର ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ସ୍ୱଳ୍ପ ଜ୍ୱର ଏବଂ ରାସ | [୪] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଗଣ୍ଠି ଯନ୍ତ୍ରଣା, ତରଳ ଝାଡ଼ା, ନାକରୁ ପାଣି ବୋହିବା, ବାନ୍ତି ଏବଂ ମୁଣ୍ଡବିନ୍ଧା ହୋଇପାରେ | [୪] [୫] ସାଧାରଣତଃ ସଂକ୍ରମଣର ଶେଷ ଭାଗରେ ଗାଲରେ ରାସ ଆରମ୍ଭ ହୁଏ ଓ ଛାତି ଏବଂ ବାହୁରେ ବିସ୍ତାର ହୁଏ | [୪] ଏହାର ଜଟିଳତାରେ ଆପ୍ଲାଷ୍ଟିକ ରକ୍ତହୀନତା, ଏକାଧିକ ଗଣ୍ଠି ଯନ୍ତ୍ରଣା, ଏବଂ ଗର୍ଭାବସ୍ଥା ଥିଲେ ହାଇଡ୍ରପସ ଫିଟାଲିସ ହୋଇପାରେ । [୪]

ପାର୍ବୋଭୂତାଣୁ ବି୧୯ ଯୋଗୁ ଏହି ରୋଗ ସଂକ୍ରମଣ ହୋଇଥାଏ। [୬] ଏହା ସାଧାରଣତଃ ଶ୍ୱାସକ୍ରିୟା ମାର୍ଗ ମାଧ୍ୟମରେ ବ୍ୟାପିଥାଏ, ଯଦିଓ ରକ୍ତ ଟ୍ରାନସଫ୍ୟୁଜନ ସମୟରେ ଓ ଗର୍ଭାବସ୍ଥାରେ ମାତାଠାରୁ ଶିଶୁକୁ ବିସ୍ତାର ହୋଇପାରେ | [୪] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ଓ ରକ୍ତ ପରୀକ୍ଷାଦ୍ୱାରା ନିଶ୍ଚିତ କରାଯାଏ | [୩]

ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ ଓ ପାରାସେଟାମୋଲ (ଆସେଟାମିନୋଫେନ) ଏବଂ ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲାମେଟୋରୀ ଔଷଧ ଦେଇ ସ‌ହାୟକ ଚିକିତ୍ସା କରାଯାଇପାରେ | [୪] ଏହା ଏକ ସାଧାରଣ ରୋଗ ଅଟେ ଏବଂ ୫ରୁ ୧୫ ବୟସରେ ପିଲାଙ୍କର ହୁଏ ।[୪] [୩] ୧୭୯୯ ମସିହାରେ ରବର୍ଟ ଉଇଲାନ ଓ ୧୮୮୯ ମସିହାରେ ଏହି ରୋଗର ତ‌ଥ୍ୟ ସାମେର (Tschamer) ଦେଇଥିଲେ । [୭] [୮] ୧୯୦୫ ମସିହାରେ ରାସ ସୃଷ୍ଟି କରୁଥିବା ପିଲାଙ୍କ ରୋଗମାନଙ୍କର ମାନକ ତାଲିକାରେ "ପଞ୍ଚମ ରାସ ରୋଗ" ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା | [୯] [୫]

ଆଧାର[ସମ୍ପାଦନା]

  1. Sabella C, Goldfarb J (October 1999). "Parvovirus B19 infections". Am Fam Physician. 60 (5): 1455–60. PMID 10524489. Archived from the original on 2008-05-14. Retrieved 2009-11-06.
  2. Servey JT, Reamy BV, Hodge J (February 2007). "Clinical presentations of parvovirus B19 infection". Am Fam Physician. 75 (3): 373–6. PMID 17304869. Archived from the original on 2008-08-21. Retrieved 2009-11-06.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Erythema infectiosum | DermNet NZ". dermnetnz.org (in ଇଂରାଜୀ). Retrieved 22 October 2020.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ Kostolansky, S; Waymack, JR (January 2020). "Erythema Infectiosum (Fifth Disease)". PMID 30020681. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ "Parvovirus B19 | About Fifth Disease | CDC". www.cdc.gov (in ଆମେରିକୀୟ ଇଂରାଜୀ). 26 November 2019. Retrieved 23 October 2020.
  6. Weir E (March 2005). "Parvovirus B19 infection: fifth disease and more". CMAJ. 172 (6): 743. doi:10.1503/cmaj.045293. PMC 552884. PMID 15767606.
  7. Morens, David M. (6 August 1982). "Fifth Disease: Still Hazy After All These Years". JAMA: The Journal of the American Medical Association. 248 (5): 553. doi:10.1001/jama.1982.03330050035026.
  8. Zuckerman, Arie J.; Banatvala, Jangu E.; Pattison, John R.; Griffiths, Paul; Schoub, Barry (2004). Principles and Practice of Clinical Virology (in ଇଂରାଜୀ). John Wiley & Sons. p. 710. ISBN 978-0-470-02096-8.
  9. Zuckerman, Arie J.; Banatvala, Jangu E.; Pattison, John R.; Griffiths, Paul; Schoub, Barry (2004). Principles and Practice of Clinical Virology (in ଇଂରାଜୀ). John Wiley & Sons. p. 710. ISBN 978-0-470-02096-8.