ମହାଧମନୀ ସ୍ଥାନାନ୍ତରଣ

ଉଇକିପିଡ଼ିଆ‌ରୁ
Transposition of the great arteries
Congenital heart defect - transposition, transposition of the great vessels (TGV)[୧]
Illustration of transposition of the great arteries
ବିଭାଗCardiac surgery
ଲକ୍ଷଣD-TGA: Bluish skin, fast breathing, poor feeding, heart murmur in first month of life[୨][୩]
L-TGA: Presents later in life with heart failure[୨]
ଆକ୍ରାନ୍ତ ସମୟPresent at birth[୩]
କାରଣUnknown[୩]
ବିପଦ କାରକOlder mother, genetics, maternal diabetes, alcohol, smoking, exposure to rubella during pregnancy[୪]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[୩]
ସଠିକ ରୋଗ ନିର୍ଣ୍ଣୟTetralogy of Fallot, truncus arteriosus, tricuspid atresia[୨]
ଔଷଧOxygen, prostaglandin E1[୨]
ଚିକିତ୍ସାSurgery[୩]
ପୁନଃପୌନିକ1 in 3,400 newborns[୩]

ମହାଧମନୀ ସ୍ଥାନାନ୍ତରଣ (ଇଂରାଜୀରେ Transposition of the great arteries/ TGA ) ଏକ ଜନ୍ମଗତ ହୃତ୍‌ପିଣ୍ଡ ସମ୍ପର୍କୀୟ ତୃଟି ଯେଉଁଥିରେ ଆଓର୍ଟା ବା ମହାଧମନୀ ଏବଂ ଫୁସଫୁସ ଧମନୀଦ୍ୱୟର ସ୍ଥାନାନ୍ତର ହୋଇଥାଏ | [୩] ଏହାର ଦୁଇଟି ମୁଖ୍ୟ ପ୍ରକାର ଥାଏ ଯଥା:- ଡେକ୍ସଟ୍ରୋ-ଟିଜିଏ ଏବଂ ଲେଭୋ-ଟଜିଏ ।[୩] ଡେକ୍ସଟ୍ରୋ-ଟିଜିଏ ରୋଗରେ ସାଧାରଣତଃ ଚର୍ମ ନୀଳ ଦେଖାଯାଏ, ଦୃତ ଶ୍ୱାସକ୍ରିୟା ହୁଏ ଓ ଜୀବନର ପ୍ରଥମ ମାସରେ ହୃତ୍‌ପିଣ୍ଡର ମରମର ଧ୍ୱନୀ ଶୁଣାଯାଏ ।[୨] [୩]ଲେଭୋ-ଟଜିଏରେ ଜୀବନର ଶେଷ ଭାଗ ପର୍ଯ୍ୟନ୍ତ ଲକ୍ଷଣ ପର୍ଯ୍ୟନ୍ତ ଲକ୍ଷଣ ସୃଷ୍ଟି ନହୋଇ ଶେଷରେ ହୃଦ୍‌ପାତ ହୋଇପାରେ | [୨]

ଏହାର କାରଣ ସାଧାରଣତଃ ପଡ଼ିନାହିଁ | [୩] ବୟସ୍କ ମାତା, ଜେନେଟିକ୍ସ, ମାତୃ ମଧୁମେହ, ମଦ୍ୟପାନ, ଧୂମପାନ ଏବଂ ଗର୍ଭାବସ୍ଥାରେ ରୁବେଲା ରୋଗ ଇତ୍ୟାଦି ଏହାର ବିପଦ କାରକ ଅଟନ୍ତି ।[୪] ଭେଣ୍ଟ୍ରିକୁଲାର ସେପ୍ଟାଲ୍ ତ୍ରୁଟି, ଆଟ୍ରିଆଲ୍ ସେପ୍ଟାଲ୍ ତ୍ରୁଟି କିମ୍ବା ଫୁସଫୁସ ସ୍ଟେନୋସିସ ଭଳି ଅନ୍ୟ ହୃଦୟର ତ୍ରୁଟି ସହିତ ଜଡ଼ିତ ହୋଇଥାଏ ।[୩] [୫] ଅଲଟ୍ରାସାଉଣ୍ଡ ମାଧ୍ୟମରେ ଜନ୍ମ ପୂର୍ବରୁ କିମ୍ବା ପରେ ରୋଗ ନିର୍ଣ୍ଣୟ ହୋଇପାରେ | [୩]

ଡେକ୍ସଟ୍ରୋ-ଟିଜିଏ ଥିଲେ ସାଧାରଣତଃ ଜୀବନର ପ୍ରଥମ ମାସରେ ଅସ୍ତ୍ରୋପଚାର କରାଯାଏ | [୩] ଅସ୍ତ୍ରୋପଚାର କରିବା ପର୍ଯ୍ୟନ୍ତ ଅମ୍ଳଜାନ ଚିକିତ୍ସା, ପ୍ରୋଷ୍ଟାଗ୍ଲାଡିନ ଇ୧, କିମ୍ବା ବେଲୁନ ଆଟ୍ରିଆଲ ସେପ୍ଟୋଷ୍ଟୋମି ମାଧ୍ୟମରେ ଶିଶୁର ଅବସ୍ଥା ସ୍ଥିର ରଖିବା ପାଇଁ ଚେଷ୍ଟା କରାଯାଏ | [୨] ଜୀବନର ପରବର୍ତ୍ତୀ କାଳରେ କେତେକ ରୋଗୀଙ୍କର ହୃତ୍‌ପିଣ୍ଡ ପ୍ରତିରୋପଣ ଆବଶ୍ୟକ ହୁଏ | [୬] ଡେକ୍ସଟ୍ରୋ-ଟିଜିଏ ରୋଗରେ ଅସ୍ତ୍ରୋପଚାର କଲେ ଫଳାଫଳଗୁଡ଼ିକ ଆପେକ୍ଷାକୃତ ଭଲ ହୁଏ ଓ ବଞ୍ଚିବାର ହାର ୯୦%ରୁ ଅଧିକ ହୁଏ | [୨]

୩,୪୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକର ଡେକ୍ସଟ୍ରୋ-ଟିଜିଏ ରୋଗ ଥିବା ଦେଖାଯାଏ ।[୩] ସ୍ୟାନୋସିସ ସୃଷ୍ଟି କରୁଥିବା ରୋଗମାନଙ୍କ ମଧ୍ୟରେ ଟେଟ୍ରୋଲୋଜି ଅଫ ଫ୍ୟାଲଟ ପରେ ହୃତ୍‌ପିଣ୍ଡ ଜନ୍ମ ତ୍ରୁଟି ସମ୍ପର୍କୀୟ ଦ୍ୱିତୀୟ ହୃତ୍‌ପିଣ୍ଡ ରୋଗ ହୋଇଥାଏ ।[୭] ଲେଭୋ- ଟିଜିଏ ଅପେକ୍ଷା ଡେକ୍ସଟ୍ରା-ଟିଜିଏ ଅଧିକ ସାଧାରଣ ସାଧାରଣ ରୋଗ ଅଟେ | [୩] ଟିଜିଏ ରୋଗ ପ୍ରଥମେ ୧୭୯୭ ମସିହାରେ ମାଥ୍ୟୁ ବେଲିଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା | [୮]  

ଆଧାର[ସମ୍ପାଦନା]

  1. "Transposition of the Great Arteries - Minnesota Department of Health". www.health.state.mn.us. Retrieved 28 February 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Szymanski, MW; Moore, SM; Kritzmire, SM; Goyal, A (January 2021). "Transposition Of The Great Arteries". PMID 30860704. {{cite journal}}: Cite journal requires |journal= (help)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ "Congenital Heart Defects - dextro-Transposition of the Great Arteries". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 22 November 2019. Retrieved 28 February 2021.
  4. ୪.୦ ୪.୧ Transposition of the great arteries - Symptoms and causes (in ଇଂରାଜୀ). Mayo Clinic. Retrieved 28 February 2021.
  5. Warnes, Carole A. (2006). "Transposition of the Great Arteries". Circulation. 114 (24): 2699–2709. doi:10.1161/circulationaha.105.592352. PMID 17159076.
  6. Warnes, Carole A. (2006). "Transposition of the Great Arteries". Circulation. 114 (24): 2699–2709. doi:10.1161/circulationaha.105.592352. PMID 17159076.
  7. Coley, Brian D. (2013). Caffey's Pediatric Diagnostic Imaging E-Book (in ଇଂରାଜୀ). Elsevier Health Sciences. p. 858. ISBN 978-1-4557-5360-4.
  8. Perloff, Joseph K.; Marelli, Ariane (2012). Perloff's Clinical Recognition of Congenital Heart Disease: Expert Consult - Online and Print (in ଇଂରାଜୀ). Elsevier Health Sciences. p. 472. ISBN 978-1-4377-1618-4.