ସୁଗନ୍ଧା ଶକ୍ତିପୀଠ

ଉଇକିପିଡ଼ିଆ‌ରୁ

ସୁଗନ୍ଧା ଶକ୍ତିପୀଠ (ବଙ୍ଗଳା: সুগন্ধা শক্তিপীঠ), ବାଙ୍ଗଲାଦେଶରେ ଥିବା ବରିଶାଲର ୧୦ ମାଇଲ ଉତ୍ତରକୁ ଶିଖରପୁର ଗ୍ରାମରେ ସୁନନ୍ଦା ଦେବୀଙ୍କର ଏକ ମନ୍ଦିର ଅଛି । [୧] ଏହି ହିନ୍ଦୁ ମନ୍ଦିରଟି (Hindu temple) ଶକ୍ତିପୀଠମାନଙ୍କ (Shakti Peethas) ମଧ୍ୟରୁ ଗୋଟିଏ ।

ଶକ୍ତିପୀଠ ମନ୍ଦିର[ସମ୍ପାଦନା]

ଶିବ (ସତୀଦେବୀଙ୍କର

ଶବ ବୋହିନେଉଛନ୍ତି ।

ପୌରାଣିକ କାହାଣୀର ଦକ୍ଷ ଯଜ୍ଞ ଓ ସତୀ ଦାହ ପୁରାତନ ସଂସ୍କୃତ ସାହିତ୍ୟ ଗଠନରେ ଓ ଭାରତୀୟ ସଂସ୍କୃତି ଉପରେ ପ୍ରଭୂତ ପ୍ରଭାବ ପକେଇଥିଲା । ଏହା ଯୋଗୁ ଶକ୍ତିପୀଠ ଧାରଣାର ସୃଷ୍ଟି ହୋଇଥିଲା ଓ ଶକ୍ତିତ୍ୱକୁ (Shaktism) ଶକ୍ତ କରିଥିଲା । ବିପୁଳ ପୌରାଣିକ କାହାଣୀମାନଙ୍କରୁ ଦକ୍ଷ ଯଜ୍ଞର ଧାରଣା ଜନ୍ମ ନେଇଥିଲା । ଦକ୍ଷ ଯଜ୍ଞ ବିଷୟରେ ଅନେକ କାହାଣୀ ଥିବା ଯୋଗୁ ଏହି ମନ୍ଦିର ତିଆରି କଳ୍ପନା ଆସିଥିଲା । ଶୈବ ଧର୍ମରେ ଏହା ଏକ ଅନୁପମ ଘଟଣା ଯେଉଁଥିରେ ସତୀ ବଦଳରେ ପାର୍ବତୀ ସୃଷ୍ଟି ହୋଇ ଗୃହସ୍ଥାଶ୍ରମୀ ହେବାରୁ ଗଣପତି ଓ ସୁବ୍ରମନ୍ୟମ୍ ଜାତ ହୋଇଥିଲେ ।

ଦେବୀ ମାତାଙ୍କର ପବିତ୍ର ମନ୍ଦିର ଗୁଡ଼ିକୁ ଶକ୍ତି ପୀଠ କୁହାଯାଏ । ଦୁଃଖରେ ଅଭିଭୂତ ହୋଇ ଶିବ ପର୍ବତୀଙ୍କର ମୃତ ଶରୀର ଧରି ଆର୍ଯ୍ୟାବର୍ତ୍ତରେ ଯାଉଥିବା ବେଳେ ଦେହ ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ିଥିଲା । ଏହି ଖସି ପଡିଥିବା ସ୍ଥାନମାନଙ୍କୁ ଶକ୍ତିପୀଠ କୁହାଗଲା । ସେହି ସ୍ଥାନଗୁଡିକରେ ସତୀ ଦେବୀଙ୍କର କଟା ଦେହ ଖଣ୍ଡମାନ ପଡିଥିବା ବିଶ୍ୱାସ କରାଯାଏ ଯେଉଁଠାରେ ଶିବ ସତ୍ୟଙ୍କର ମୃତ ଶରୀରକୁ ବହନ କରି ଦୁଃଖରେ ଆର୍ଯ୍ୟା ବର୍ତ୍ତରେ ବୁଲିଥିଲେ । ସମୁଦାୟ ୫୧ଟି ଶକ୍ତିପୀଠ ଅଛି ଯାହା ସଂସ୍କୃତରେ ଥିବା ୫୧ ଅକ୍ଷର ଅନୁସାରେ ଅଛି । ପ୍ରତି ମନ୍ଦିରରେ ଶକ୍ତି (Shakti) ଓ କାଳଭୈରବଙ୍କର (Kalabhairava) ଭିନ୍ନ ଭିନ୍ନ ନାମ ଦିଆଯାଇଛି ।

ଜନଶୃତି[ସମ୍ପାଦନା]

ପାର୍ବତୀଙ୍କର ପ୍ରଥମ ଅବତାର ଥିଲେ ସତୀ ଯିଏ କି ଶିବଙ୍କର ପ୍ରଥମ ପତ୍ନୀ ଥିଲେ । ବ୍ରହ୍ମାଙ୍କର କନ୍ୟା ଥିଲେ ରାଜା ଦକ୍ଷଙ୍କର ରାଣୀ ଓ ସତୀ ଥିଲେ ସେମାନଙ୍କର କନ୍ୟା । ପିତା ଦକ୍ଷ ଏକ ଯଜ୍ଞ କରିଥିଲେ ଓ ସେଠାକୁ ଅନେକ ଦେବ ଦେବୀଙ୍କୁ ଡାକିଥିଲେ ମଧ୍ୟ ତାଙ୍କ ସ୍ୱାମୀ ଶିବ ଓ ସତୀଙ୍କୁ ନିମନ୍ତ୍ରଣ କରିନଥିବାରୁ ସତୀ ଅତ୍ୟନ୍ତ ଅପମାନିତା ହୋଇ ଯଜ୍ଞ ଅଗ୍ନିରେ ନିଜକୁ ଝାସ ଦେଇଥିଲେ । ସତୀଙ୍କର ମୃତ୍ୟୁ ଖବର ଶୁଣି ଶିବ ଦୁଃଖରେ ଜ୍ଞାନଶୂନ୍ୟ ହୋଇ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଗଲେ ଓ ମୃତ ଶରୀରକୁ କାନ୍ଧରେ ପକେଇ ତାଣ୍ଡବ ନୃତ୍ୟ କରିଥିଲେ ଯାହାକୁ ଧ୍ୱଂସ ନୃତ୍ୟ କୁହାଯାଏ । ଏହି ଅବସ୍ଥା ଅବଲୋକନ କରି ନାରାୟଣ ବ୍ୟସ୍ତ ହୋଇଉଠିଲେ ଓ ସୁଦର୍ଶନ ଚକ୍ର ବ୍ୟବହାର କରିବାକୁ ସ୍ଥିର କଲେ । ସେ ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗିଦେଲେ । ଯେଉଁଠି ଦେହ ଖଣ୍ଡ ପଡ଼ିଲା ସେ ସମସ୍ତ ସ୍ଥାନମାନଙ୍କୁ ଶକ୍ତିପୀଠ କୁହାଗଲା ଓ ସେ ସମସ୍ତ ସ୍ଥାନରେ ଶିବ ଓ ସତୀଙ୍କୁ ପୂଜା କରାଗଲା । ଭାରତ, ପାକିସ୍ଥାନ, ବାଂଲାଦେଶ, ଓ ନେପାଳ ଆଦି ରାଜ୍ୟରେ ସେହି ସ୍ଥାନ ଗୁଡ଼ିକ ପୀଠ ବା ଶକ୍ତିପୀଠ ନାମରେ ବିଖ୍ୟାତ ହୋଇଗଲେ ଓ ତୀର୍ଥଯାତ୍ରୀମାନେ ସେ ସମସ୍ତ ସ୍ଥାନମାନଙ୍କୁ ପବିତ୍ର ଭାବି ଦର୍ଶନ କରିବ ନିମନ୍ତେ ଯିବାକୁ ଲାଗିଲେ । ଦେବୀ ବା ଶକ୍ତି ନାମରେ ସତୀ ପରିଚିତା ହୋଇଗଲେ ଓ ନାରାୟଣଙ୍କ ଆଶୀର୍ବାଦ ଫଳରେ ସେ ହିମବତ ବା ହିମାଳୟଙ୍କ କନ୍ୟା ରୂପେ ପୁନର୍ଜନ୍ମ ଲାଭ କରିଥିବାରୁ ତାଙ୍କୁ ପାର୍ବତୀ (ପର୍ବତ କନ୍ୟା) କୁହାଗଲା । ସେ ମୃଗଶୀର୍ଷ ମାସ ଶୁକ୍ଳ ପକ୍ଷର ୧୪ତମ ଦିନ ଜନ୍ମ ଗ୍ରହଣ କରିଥିବାରୁ ସେହି ଦିନକୁ ଶିବରାତ୍ରି ଉତ୍ସବ ନାମ ଦିଆଗଲା ।[୨]

ଆଧାର[ସମ୍ପାଦନା]

  1. "Explained: What is the significance of the places on PM Modi's Bangladesh itinerary?". The Indian Express (in ଇଂରାଜୀ). 2021-03-20. Retrieved 2021-03-21.
  2. Kapoor, Subodh (2002). The Indian Encyclopaedia. New Delhi: Cosmo Publications. p. 6325.