ପୂନମ କୌର

ଉଇକିପିଡ଼ିଆ‌ରୁ
ପୂନମ କୌର
Born (1983-10-21) ୨୧ ଅକ୍ଟୋବର ୧୯୮୩ (ବୟସ ୪୦)
Other namesଦୀପା[୧]
Nakshatra[୨]
Occupation(s)ଅଭିନେତ୍ରୀ
ମଡେଲ୍
Years active୨୦୦୬ - ଏବେଯାଏଁ

ପୂନମ କୌର (ଜନ୍ମ: ୨୧ ଅକ୍ଟୋବର ୧୯୮୩) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ୍ ଯିଏକି ମୁଖ୍ୟତଃ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରନ୍ତି ।[୩][୪]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପୂନମ ୧୯୮୩ ମସିହାର ଅକ୍ଟୋବର ୨୧ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ହାଇଦ୍ରାବାଦ ପବ୍ଲିକ୍ ସ୍କୁଲରୁ ତାଙ୍କ ସ୍କୁଲ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀସ୍ଥିତ ନ୍ୟାସ୍‌ନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଡିଜାଇନିଂରେ ପଢ଼ିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

୨୦୦୬ରେ ତାଙ୍କ ଅଧ୍ୟୟନ ସମାପ୍ତ ପରେ ସେ ତେଜାଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ, ମାତ୍ର କୌଣସି କାରଣ ବଶତଃ ଏହା ମୁକ୍ତିଲାଭ କରିପାରିନଥିଲା । ଏହାପରେ ସେ ତେଜାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଓକା ଭି ଚିତ୍ରମ୍‌ରେ କାର୍ଯ୍ୟ କରିଥିଲେ ।[୧] ମାତ୍ର ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ସେ ମୁଖ୍ୟ ନାୟିକା ଭାବରେ ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମାୟାଜାଲମ୍ ମୁକ୍ତିଲାଭକରିଥିଲା ।[୧]

୨୦୦୭ ମସିହାରେ ସେ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ତାମିଲ କଥାଚିତ୍ର ଥିଲା ନେଜିରୁକମ୍ ବରାଇ । ୨୦୦୮ ମସିହାରେ ସେ ବନ୍ଧୁ ବଲଗା ଜରିଆରେ ସେ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୦୮ ମସିହାର ଚର୍ଚ୍ଚିତ ହିନ୍ଦୀ କଥାଚିତ୍ର ଏ ୱେଡ୍‌ନେସ୍‌‌ଡେ ଚଳଚ୍ଚିତ୍ରର ତାମିଲ ରିମେକ୍‌ରେ ସେ ୨୦୧୦ ମସିହାରେ ଅଭିନୟ କରିଥିଲେ, ଯେଉଁଥିରେ ସେ କମଲ ହାସନ୍ ଏବଂ ମୋହନଲାଲ୍‌ଙ୍କ ସହିତ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ । ସେ ତେଲୁଗୁ, ତାମିଲ, ମଲାୟଲମ୍, କନ୍ନଡ଼ ଏବଂ ହିନ୍ଦୀ କଥାଚିତ୍ରରେ ଅଭିନୟ କରିବା ସହିତ ଇଟିଭି ତେଲୁଗୁର ଦୁଇଟି କାର୍ଯ୍ୟକ୍ରମରେ ଅଭିନୟ କରିଛନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Deepa". totalbollywood.com. Archived from the original on 31 December 2013. Retrieved 25 September 2009.
  2. "Poonam Kaur becomes Nakshatra!". Sify.com. 14 March 2011. Archived from the original on 16 March 2011. Retrieved 17 August 2013.
  3. "'Never thought I'll perform pooja at Pakistan's iconic Katas Raj temples".
  4. https://www.thehindu.com/news/cities/Visakhapatnam/on-a-high-after-ipl-show/article18371134.ece

ବାହାର ଆଧାର[ସମ୍ପାଦନା]