ହୀନା ସିଦ୍ଧୁ

ଉଇକିପିଡ଼ିଆ‌ରୁ
ଆଧାର
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଜନ୍ମ (1989-08-29) ୨୯ ଅଗଷ୍ଟ ୧୯୮୯ (ବୟସ ୩୪)
ଲୁଧିଆନା, ପଞ୍ଜାବ, ଭାରତ
ଘରମୁମ୍ବାଇ, ଭାରତ[୧]
ଶିକ୍ଷାସ୍ନାତକ (ଦନ୍ତ ଚିକିତ୍ସା)
ଶିକ୍ଷାଳୟଯାଦବୀନ୍ଦ୍ର ପବ୍ଲିକ ସ୍କୁଲ, ପଟିଆଲା
ଜ୍ଞାନ ସାଗର ଦନ୍ତ ମହାବିଦ୍ୟାଳୟ
ବୃତ୍ତିଖେଳାଳି (ବନ୍ଧୁକଚାଳନା)
ଉଚ୍ଚତା163 cm (5 ft 4 in)
ପତି/ପତ୍ନୀ
(m. ୨୦୧୩)
ର‍୍ୟାଙ୍କ୧ (୭ ଅପ୍ରେଲ ୨୦୧୪)
Medal record
Competitor for  ଭାରତ
ମହିଳା ବନ୍ଧୁକ ଚାଳନା
ସୁଟିଂ ବିଶ୍ୱକପ
Gold ସୁଟିଂ ବିଶ୍ୱକପ ୨୦୧୩ ୧୦ ମି ଏୟାର ପିଷ୍ଟଲ
Gold ସୁଟିଂ ବିଶ୍ୱକପ ୨୦୧୭ ୧୦ ମି ଏୟାର ପିଷ୍ଟଲ ମିକ୍ସଡ଼ ଟିମ
Silver ସୁଟିଂ ବିଶ୍ୱକପ ୨୦୦୯ ୧୦ ମି ଏୟାର ପିଷ୍ଟଲ
Silver ସୁଟିଂ ବିଶ୍ୱକପ ୨୦୧୪ ୧୦ ମି ଏୟାର ପିଷ୍ଟଲ
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା
Gold ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ୨୦୧୦ ୧୦ ମି ଏୟାର ପିଷ୍ଟଲ
Gold ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ୨୦୧୮ ୨୫ ମି ଏୟାର ପିଷ୍ଟଲ
Silver ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ୨୦୧୦ ୧୦ ମି ଏୟାର ପିଷ୍ଟଲ
Silver ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ୨୦୧୮ ୧୦ ମି ଏୟାର ପିଷ୍ଟଲ
ଏସିଆନ ଗେମ୍ସ
Silver ଏସିଆନ ଗେମ୍ସ ୨୦୧୦ ୧୦ ମି ଏୟାର ପିଷ୍ଟଲ
Bronze ଏସିଆନ ଗେମ୍ସ ୨୦୧୪ ୨୫ ମି ଏୟାର ପିଷ୍ଟଲ
Bronze ଏସିଆନ ଗେମ୍ସ ୨୦୧୮ ୧୦ ମି ଏୟାର ପିଷ୍ଟଲ
ରାଜ୍ୟଗୋଷ୍ଠୀ ସୁଟିଂ ଚାମ୍ପିୟନସିପ
Gold medal – first place ରାଜ୍ୟଗୋଷ୍ଠୀ ସୁଟିଂ ଚାମ୍ପିୟନସିପ ୨୦୧୭ ୧୦ ମି ଏୟାର ପିଷ୍ଟଲ
ଏସୀୟ ସୁଟିଂ ଚାମ୍ପିୟନସିପ
Gold ଏସୀୟ ସୁଟିଂ ଚାମ୍ପିୟନସିପ ୨୦୧୫ ୧୦ ମି ଏୟାର ପିଷ୍ଟଲ
Bronze ଏସୀୟ ସୁଟିଂ ଚାମ୍ପିୟନସିପ ୨୦୦୭ ୧୦ ମି ଏୟାର ପିଷ୍ଟଲ

ହୀନା ସିଦ୍ଧୁ (ଜନ୍ମ : ୧୯ ଅଗଷ୍ଟ ୧୯୮୯) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି । ୨୦୧୪ ଅପ୍ରେଲ ୭ ତାରିଖରେ ପ୍ରଥମ ଭାରତୀୟ ପିଷ୍ଟଲ ସୁଟର ଭାବରେ ଆନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟସ ଫେଡେରେସନର ୧ ନମ୍ବର ବିଶ୍ୱମାନ୍ୟତା ହାସଲ କରିଥିଲେ ।[୨] ୨୦୧୩ ସୁଟିଂ ବିଶ୍ୱକପରେ ସେ ପ୍ରଥମ ଭାରତୀୟ ପିଷ୍ଟଲ ସୁଟର ଭାବରେ ୧୦ମି ଏୟାର ପିଷ୍ଟଲ ସ୍ପର୍ଦ୍ଧାରେ ସ୍ୱର୍ଣ୍ଣପଦକ ଜିତିଥିଲେ । ୨୦୧୪ ମସିହାରେ ୧୦ମି ଏୟାର ପିଷ୍ଟଲ ସ୍ପର୍ଦ୍ଧାରେ ୨୦୩.୮ ସ୍କୋର କରି ସେ ବିଶ୍ୱ ରେକର୍ଡ଼ ସ୍ଥାପନା କରିଥିଲେ ।[୩] ହୀନା ଡାହାଣ ଆଖିରେ ଦେଖି, ଡାହାଣ ହାତରେ ସୁଟିଂ କରନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ହୀନା ଦନ୍ତ ଚିକିତ୍ସାରେ ଡିଗ୍ରୀ ହାସଲ କରିଛନ୍ତି ।[୪] ତାଙ୍କ ପିତା ଓ ଭାଇ ଉଭୟ ସୁଟିଂ ଖେଳାଳି । ତାଙ୍କ ଦାଦା ଜଣେ ବନ୍ଧୁକ ଓ ଗୋଳାବାରୁଦ ବ୍ୟାପାରୀ । ୨୦୧୩ ମସିହାରେ ହୀନା ରୋନକ ପଣ୍ଡିତଙ୍କୁ ବିବାହ କରିଥିଲେ । ରୋନକ ନିଜେ ଜଣେ ବନ୍ଧୁକ ଚାଳକ ଓ ପରେ ହୀନାଙ୍କର ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି ।[୪] ହୀନା ମୁମ୍ବାଇର ଗୋରେଗାଓଁରେ ରହନ୍ତି ।[୫]

ଖେଳ ଜୀବନ[ସମ୍ପାଦନା]

ହୀନା ୨୦୦୬ରେ ସୁଟିଂ ଆରମ୍ଭ କରିଥିଲେ । ୨୦୦୯ ମସିହାରେ ସେ ବେଜିଂଠାରେ ସୁଟିଂ ବିଶ୍ୱକପରେ ରୌପ୍ୟପଦକ ହାସଲ କରିଥିଲେ ।[୬] ସେହି ବର୍ଷ କେରଳଠାରେ ଅନୁଷ୍ଠିତ ଜାତୀୟ ସୁଟିଂ ଚାମ୍ପିୟନସିପରେ ମଧ୍ୟ ସେ ପ୍ରଥମ ସ୍ଥାନରେ ରହିଥିଲେ । ୨୦୧୦ ଏସୀୟ କ୍ରୀଡ଼ାରେ ସେ ୧୦ମି ଦଳଗତ ସ୍ପର୍ଦ୍ଧାରେ ଅନୁ ରାଜ ସିଂହଙ୍କ ସହ ଦଳଗତ ରୌପ୍ୟପଦକ ହାସଲ କରିଥିଲେ । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହୀନା ଓ ଅନୁ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୭] ଏକଳ ପ୍ରତିଯୋଗିତାରେ ହୀନା ରୌପ୍ୟ ପଦକ ହାସଲ କରିଥିଲେ ।[୪]

୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ହୀନା ଭାରତୀୟ ଦଳରେ ଥିଲେ ।[୮] ଏହି ଅଲିମ୍ପିକ୍ସରେ ୧୦ମି ଏୟାର ପିଷ୍ଟଲ ଇଭେଣ୍ଟର କ୍ୟାଲିଫାଇଂ ପ୍ରତିଯୋଗିତାରେ ତାଙ୍କର ସ୍ଥାନ ୧୨ ରହିଥିଲା । ଏହି ଅଲିମ୍ପିକ ଅବସରରେ ଫାଷ୍ଟ : ଦ ଷ୍ଟୋରୀ ଅଫ ଲଣ୍ଡନ ୨୦୧୨ ଅଲିମ୍ପିକ୍ସ ଗେମ୍ସ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ଓ ହୀନାଙ୍କ କଥା ଏହି ଚଳଚ୍ଚିତ୍ରରେ ପ୍ରଦର୍ଶନ କରାଯାଇଥିଲା ।[୯][୧୦]

୨୦୧୩ ସୁଟିଂ ବିଶ୍ୱକପରେ ହୀନା ସ୍ୱର୍ଣ୍ଣପଦକ ଜିତିଥିଲେ । [୧୧] ଏହି ପ୍ରତିଯୋଗିତା ଫାଇନାଲରେ ହୀନା ବିଶ୍ୱ ଚାମ୍ପିୟନ ଜୋରୋନା ଅରୁଣୋବିଚ ଓ ପୂର୍ବତନ ଚାମ୍ପିୟନ ଓଲେନା କୋଷ୍ଟୋଭିଚଙ୍କୁ ପରାସ୍ତ କରିଥିଲେ ।[୧୨]

୨୦୧୬ ଅଲିମ୍ପିକ୍ସରେ ହୀନା ୧୦ମି ଏୟାର ପିଷ୍ଟଲ ସ୍ପର୍ଦ୍ଧାରେ ୧୪ତମ ସ୍ଥାନରେ ଓ ୨୫ମି ଏୟାର ପିଷ୍ଟଲରେ ୧୨ଶ ସ୍ଥାନରେ ରହିଥିଲେ ।[୧୩] ସେହି ବର୍ଷ ଇରାନର ତେହେରାନଠାରେ ଅନୁଷ୍ଠିତ ଏସୀୟ ସୁଟିଂ ଚାମ୍ପିୟନସିପରେ ମହିଳାମାନଙ୍କ ପାଇଁ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରାଯିବାରୁ ହୀନା ଏହାର ପ୍ରତିବାଦ କରି ପ୍ରତିଯୋଗିତାରୁ ଓହରି ଯାଇଥିଲେ ।[୧୪][୧୫]

୨୦୧୭ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମି ଏହାର ପିଷ୍ଟଲ ସ୍ପର୍ଦ୍ଧାରେ ହୀନା ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଥିଲେ ।[୧୬] ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦ମି ସ୍ପର୍ଦ୍ଧାରେ ସେ ରୌପ୍ୟ ଓ ୨୫ମି ସ୍ପର୍ଦ୍ଧାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଅର୍ଜୁନ ପୁରସ୍କାର - ୨୦୧୪[୧୮]

ଆଧାର[ସମ୍ପାଦନା]

  1. Nandakumar Marar (2014-02-05). "ISSF cover girl Heena Sidhu says performance matters". The Hindu. Retrieved 2014-04-12.
  2. "Shooter Heena Sidhu claims numero uno spot in 10 m air pistol Rankings". Post.jagran.com. 2014-04-07. Retrieved 2014-04-12.
  3. Firstpost. "ISSF ratifies Heena Sidhu's world pistol record". Firstpost. Retrieved 2014-04-12.
  4. ୪.୦ ୪.୧ ୪.୨ "Shooting | Athlete Profile: Heena SIDHU - Gold Coast 2018 Commonwealth Games". results.gc2018.com (in ଅଷ୍ଟ୍ରେଲିୟ ଇଂରାଜୀ). Archived from the original on 2018-08-19. Retrieved 2018-08-18.
  5. "Gold medal-winning shooter Heena Sidhu on her struggles, husband s support". mid-day (in ଇଂରାଜୀ). 2017-10-29. Retrieved 2018-04-18.
  6. "With World Cup silver, Sidhu comes of age". The Indian Express. 2009-04-22. Retrieved 2014-04-12.
  7. "Heena Sidhu, Anu Raj Singh bag gold in shooting". NDTV. 12 October 2010. Archived from the original on 15 October 2010. Retrieved 13 October 2010.
  8. "Results of 52nd National Shooting Championships in Kerala". Indianshooting.com. Archived from the original on 1 July 2014. Retrieved 2014-04-12.
  9. Rowland, Caroline (2013-05-30), First, John Orozco, Heena Sidhu, David Rudisha, retrieved 2018-03-16
  10. "London 2012: Caroline Rowland's 'First' to Chronicle 12 Competitors' Stories at the Olympics". The Hollywood Reporter. 2012-07-13. Retrieved 2014-04-12.
  11. "Heena Sidhu beats World Champion to clinch Gold in Shooting World Cup finals | India at Sports". Indiaatsports.in. 2013-11-11. Archived from the original on 11 November 2013. Retrieved 2014-04-12.
  12. "Indian Shooter Heena Sidhu Will Appear on Cover Page of ISSF Journal". Womenpla.net. 2014-01-03. Retrieved 2014-04-12.
  13. "Rio Olympics 2016: Heena Sidhu's campaign ends after failing to qualify for 25m air pistol final". First Post. 9 August 2016. Retrieved 10 August 2016.
  14. Indian shooter Heena Sidhu refuses to wear ‘hijab’, pulls out of Asian shooting championship in Iran, India TV, 29 October 2016
  15. Joshua Arpit Nath: Indian Shooter Heena Sidhu Refuses To Wear A Hijab, Withdraws From Airgun Competition In Iran, The Times of India, 29 October 2016
  16. "Sidhu clinches gold, Deepak gets bronze at Commonwealth shooting". The Hindu. Press Trust of India (PTI). 31 October 2017. Archived from the original on 11 December 2017. Retrieved 11 December 2017.
  17. Express Web Desk (10 April 2018). "CWG 2018: Heena Sidhu breaks Commonwealth Games record, wins 11th gold for India". The Indian Express. IE Online Media Services Pvt Ltd. Retrieved 10 April 2018.
  18. "Heena Sidhu Profile, Stats, Record: Heena Sidhu breaks CWG record to clinch gold medal in Women's 25m Pistol in Gold Coast". The Indian Express. 1 April 2018. Retrieved 18 April 2018.

ବାହାର ଆଧାର[ସମ୍ପାଦନା]