ଭାନୁ ଅଥୈଆ

ଉଇକିପିଡ଼ିଆ‌ରୁ
ଭାନୁ ଅଥୈଆ
ଜନ୍ମ
ଭାନୁମତି ଆନ୍ନାସାହେବ ରାଜୋପାଧ୍ୟାୟ

(1929-04-28)୨୮ ଅପ୍ରେଲ ୧୯୨୯
ମୃତ୍ୟୁ୧୫ ଅକ୍ଟୋବର ୨୦୨୦(2020-10-15) (ବୟସ ୯୧)
ବୃତ୍ତିକଷ୍ଟ୍ୟୁମ ଡିଜାଇନର
ସକ୍ରିୟ ବର୍ଷ୧୯୫୬-୨୦୦୪
ବୈବାହିକ-ସାଥୀସତ୍ୟେନ୍ଦ୍ର ଅଥୈଆ (ବିବାହ ବିଚ୍ଚେଦ)
ସନ୍ତାନ
ପୁରସ୍କାରଓସ୍କାର ସମ୍ମାନ -୧୯୮୩ (ଗାନ୍ଧୀ ଚଳଚ୍ଚିତ୍ର)
ଜାତୀୟ ଚଳଚ୍ଚିତ୍ର ସମ୍ମାନ - ୧୯୯୧ (ଲେକିନ)
ଜାତୀୟ ଚଳଚ୍ଚିତ୍ର ସମ୍ମାନ - ୨୦୦୨ (ଲଗାନ)

ଭାନୁ ଅଥୈଆ( ୧୮ ଅପ୍ରେଲ ୧୯୨୯ - ୧୫ ଅକ୍ଟୋବର ୨୦୨୦) ଜଣେ କଷ୍ଟ୍ୟୁମ ଡିଜାଇନର ଥିଲେ । ଓସ୍କାର ସମ୍ମାନ ପ୍ରାପ୍ତ କରିବାରେ ସେ ପ୍ରଥମ ଭାରତୀୟ ଥିଲେ । ଏହି ସମ୍ମାନ ସେ ୧୯୯୧ ମସିହାର ଗାନ୍ଧୀ ଚଳଚ୍ଚିତ୍ର ପାଇଁ ପାଇଥିଲେ । ସେ ବହୁ ଭାରତୀୟ ଓ ବିଦେଶୀ ଚଳଚ୍ଚିତ୍ର ନିମନ୍ତେ କଷ୍ଟ୍ୟୁମ ଡିଜାଇନ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଭାନୁ, ୧୯୨୯ ମସିହାରେ କୋହ୍ଲାପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଆନ୍ନାସାହେବ ଓ ମାତାଙ୍କ ନାମ ଶାନ୍ତାବାଈ ରାଜୋପାଧ୍ୟାୟ ଥିଲା । ୭ ଭାଇ-ଭଉଣୀଙ୍କ ମଧ୍ୟରେ ସେ ଥିଲେ ତୃତୀୟ ସନ୍ତାନ । ତାଙ୍କ ପିତା ଆନ୍ନାସାହେବ ଜଣେ ଚିତ୍ରକର ଥିଲେ ଓ ଭାନୁଙ୍କୁ ୯ବର୍ଷ ବୟସ ହୋଇଥିବା ସମୟରେ ତାଙ୍କର ପରଲୋକ ଘଟିଥିଲା ।[୧]

ଭାନୁ, ମସ୍ତିଷ୍କ କର୍କଟରେ ପୀଡ଼ିତ ହୋଇ ୯୧ ବର୍ଷ ବୟସରେ ମୁମ୍ବାଇଠାରେ ଇହଲିଳା ସମ୍ବରଣ କରିଥିଲେ ।[୨]

ବୃତ୍ତିଗତ ଜୀବନ[ସମ୍ପାଦନା]

ଭାନୁ ଇଭସ ଉଇକ୍ଲି ଭଳି ବିଭିନ୍ନ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକାରେ ଜଣେ ଫେସନ ଇଲୁଷ୍ଟ୍ରେଟର ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଇଭସ ଉଇକ୍ଲିର ସମ୍ପାଦକ ନିଜର ଏକ ପୋଷାକ ଦୋକାନ ଖୋଲିଥିଲେ ଓ ଭାନୁଙ୍କୁ ଏଥିପାଇଁ ଡ୍ରେସ ଡିଜାଇନ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଏଠାରେ ଭାନୁଙ୍କୁ ନିଜ ପ୍ରତିଭାର ବିକାଶ କରିବାକୁ ସୁଯୋଗ ମିଳିଥିଲା ଓ ସେ ପୂର୍ଣ୍ଣଭାବରେ କଷ୍ଟ୍ୟୁମ ଡିଜାଇନ ବୃତ୍ତିକୁ ଆବୋରୀ ଥିଲେ । ୧୯୫୬ ମସିହାର ଗୁରୁ ଦତ୍ତଙ୍କ ଚଳଚ୍ଚିତ୍ର ସିଆଇଡ଼ିରେ ତାଙ୍କୁ ପ୍ରଥମେ କଷ୍ଟ୍ୟୁମ ଡିଜାଇନ କରିବାର ସୁଯୋଗ ମିଳିଥିଲା । ପରେ ସେ ଗୁରୁ ଦତ୍ତଙ୍କ ଦଳର ସଦସ୍ୟ ହୋଇଯାଇଥିଲେ[୩]

ସିଆଇଡ଼ି ଚଳଚ୍ଚିତ୍ରରୁ ଆରମ୍ଭ କରି,[୪] ସେ ପ୍ୟାସା, ଚୌଦମୀ କା ଚାଁଦ, ସାହେବ ବିବି ଗୁଲାମା ଆଦି ଚଳଚ୍ଚିତ୍ରରେ କଷ୍ଟ୍ୟୁମ ଡିଜାଇନ କରିଥିଲେ । ୫୦ବର୍ଷର ବୃତ୍ତିଗତ ଜୀବନ ମଧ୍ୟରେ ସେ ଅନେକ ପୁରସ୍କାର ଜିତିଥିଲେ । ୧୯୮୨ରେ ଗାନ୍ଧୀ ଚଳଚ୍ଚିତ୍ର ପାଇଁ ସେ ଓସ୍କାର ପୁରସ୍କାର ଜିତିଥିଲେ । ଏହି ପୁରସ୍କାର ପାଇଁ ତାଙ୍କର ସହବିଜେତା ଥିଲେ ଜନ ମୋଲୋ । ଏହି ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ଭାରତୀୟ ।[୪][୫] ସେ ୧୯୯୧ ଓ ୨୦୦୨ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଜିତିଥିଲେ ।[୬] [୭] ୨୦୧୦ ମାର୍ଚ୍ଚ ମାସରେ ଭାନୁଙ୍କର ପୁସ୍ତକ ଦ ଆର୍ଟ ଅଫ କଷ୍ଟ୍ୟୁମ ଡିଜାଇନ ପ୍ରକାଶ ପାଇଥିଲା । ଏହାର ପ୍ରକାଶକ ଥିଲେ ହାର୍ପର କଲିନ୍ସ[୮]

୨୦୧୨ ମସିହାରେ ଭାନୁ ତାଙ୍କର ପୁରସ୍କାର ଓସ୍କାର ଏକାଡେମୀକୁ ଫେରେଇବାକୁ ଚାହାନ୍ତି ବୋଲି ଖବର ପ୍ରକାଶ ପାଇଥିଲେ । ଏହାର କାରଣରେ କୁହାଯାଇଥିଲା ଯେ, ଭାନୁଙ୍କ ଅନ୍ତେ ତାଙ୍କ ପରିବାର ହୁଏତ ଏହି ପୁରସ୍କାରଟି ଯତ୍ନ ସହକାରେ ରଖିପାରିବେ ନାହିଁ ।[୯] ୨୦୧୨ ମସିହା ଡିସେମ୍ବର ୧୫ ତାରିଖରେ ଏହି ଟ୍ରଫି ଓସ୍କାର ଏକାଡେମୀକୁ ଫେରା ଯାଇଥିବାର ଖବର ପୁଷ୍ଟ ହୋଇଥିଲା ।[୧୦]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

Year Award Film Result Ref.
୫୫ତମ ଓସ୍କାର ପୁରସ୍କାର ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ ଗାନ୍ଧୀ ଚଳଚ୍ଚିତ୍ର ଜିତିଥିଲେ [୧୧]
୩୬ତମ ବ୍ରିଟିଶ ଫିଲ୍ମ ପୁରସ୍କାର ବାଫ୍ତା ସମ୍ମାନ ଗାନ୍ଧୀ ଚଳଚ୍ଚିତ୍ର ନୋମିନେସନ [୧୨]
୩୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର ଲେକିନ ଚଳଚ୍ଚିତ୍ର ଜିତିଥିଲେ [୬]
୪୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର ଲଗାନ ଚଳଚ୍ଚିତ୍ର ଜିତିଥିଲେ [୭]
୫୪ତମ ଫିଲ୍ମଫେୟାର ପୁରସ୍କାର ଜୀବନବ୍ୟାପୀ ଅବଦାନ ସମ୍ମାନ ଜିତିଥିଲେ [୧୩]
୨୦୧୩ ୪ଥ ଲାଡଲୀ ଜୀବନବ୍ୟାପୀ ଅବଦାନ ସମ୍ମାନ ଜିତିଥିଲେ [୧୪]

ଆଧାର[ସମ୍ପାଦନା]

  1. Lala, Smita (7 May 2008). "My Fundays: Bhanu Athaiya". The Telegraph. Retrieved 3 May 2013.
  2. "Oscar-winning costume designer Bhanu Athaiya passes away". The Indian Express (in ଇଂରାଜୀ). 15 October 2020. Retrieved 15 October 2020.
  3. Guru Dutt: A Life in Cinema, by Nasreen Munni Kabir. Published by Oxford University Press, 1996. ISBN 0-19-563849-2. pp 117-118.
  4. ୪.୦ ୪.୧ Chatterjee, Madhusree (20 February 2009). "Bhanu Athaiya - India's first Oscar winner walks down memory lane". Hindustan Times. Archived from the original on 27 December 2013. Retrieved 3 May 2013.
  5. "From dandy to Dandi, it was a long journey". Hindustan Times. Retrieved 3 May 2013.
  6. ୬.୦ ୬.୧ "38th National Film Awards". Directorate of Film Festivals. Archived from the original on 5 November 2013. Retrieved 3 May 2013.
  7. ୭.୦ ୭.୧ "49th National Film Awards". Directorate of Film Festivals. Archived from the original on 24 December 2013. Retrieved 3 May 2013.
  8. "The Art of Costume Design, by Bhanu Rajopadhye Athaiya". HarperCollins Publishers India. Archived from the original on 4 March 2012. Retrieved 3 May 2013.
  9. Singh, Lada (23 February 2012). "First Indian to win an Oscar, Bhanu Athaiya wants to return her award". Hindustan Times. Archived from the original on 17 October 2020. Retrieved 3 May 2013.
  10. Ghosh, Avijit (15 December 2012). "Bhanu Athaiya returns Oscar fearing theft". The Times of India. Archived from the original on 16 June 2013. Retrieved 3 May 2013.
  11. "The 55th Academy Awards (1983) Nominees and Winners". Academy of Motion Picture Arts and Sciences. Archived from the original on 5 September 2012. Retrieved 2 May 2013.
  12. "Film in 1983 - BAFTA Awards". British Academy of Film and Television Arts. Archived from the original on 5 September 2017. Retrieved 2 May 2013.
  13. "Filmfare: 'Jodha...' bags 5, Priyanka, Hrithik shine". The Times of India. The Times Group. 1 March 2009. Archived from the original on 23 October 2012. Retrieved 11 July 2013.
  14. "NGO to honour Bhanu Athaiya with Lifetime Achievement award". The Times of India. The Times Group. 21 January 2013. Archived from the original on 27 May 2013. Retrieved 11 July 2013.

ବାହାର ଆଧାର[ସମ୍ପାଦନା]