ରାମ ପ୍ରସାଦ ମିଶ୍ର
ରାମ ପ୍ରସାଦ ମିଶ୍ର | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୮ – ୧୯୮୦ | |
ପୂର୍ବ ଅଧିକାରୀ | ଅନଙ୍ଗ ଉଦୟ ସିଂହ ଦେଓ |
ପର ଅଧିକାରୀ | ବାଳଗୋପାଳ ମିଶ୍ର |
ନିର୍ବାଚନ ମଣ୍ଡଳୀ | ଲୋଇସିଂହା |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଅଚ୍ୟୁତାନନ୍ଦ ମହାନନ୍ଦ |
ପର ଅଧିକାରୀ | ପ୍ରସନ୍ନ କୁମାର ପାଳ |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା, | |
କାର୍ଯ୍ୟକାଳ ୧୯୫୭ – ୧୯୬୭ | |
ପର ଅଧିକାରୀ | ନନ୍ଦ କିଶୋର ମିଶ୍ର |
ନିର୍ବାଚନ ମଣ୍ଡଳୀ | ଲୋଇସିଂହା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୯ ସେପ୍ଟେମ୍ବର ୧୯୨୦ |
ମୃତ୍ୟୁ | ୨୦ ଜୁଲାଇ ୨୦୧୪ | (ବୟସ ୯୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ ସ୍ୱତନ୍ତ୍ର ପାର୍ଟି ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ବିଷ୍ଣୁପ୍ରିୟା ମିଶ୍ର |
ବାପା/ବୋଉ | କପିଳେଶ୍ୱର ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାମ ପ୍ରସାଦ ମିଶ୍ର (୨୯ ସେପ୍ଟେମ୍ବର ୧୯୨୦ - ୨୦ ଜୁଲାଇ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୭୪ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ଓ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବୁର୍ଲା ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତଙ୍କ ମଧ୍ୟରୁ ଜଣେ ଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାମ ପ୍ରସାଦ ମିଶ୍ର ୧୯୨୦ ମସିହାର ସେପ୍ଟେମ୍ବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କପିଳେଶ୍ୱର ମିଶ୍ର ଏବଂ ପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା ମିଶ୍ର ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ରାମ ପ୍ରସାଦ ମିଶ୍ର ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ ।[୨] ୧୯୫୯ରୁ ୧୯୬୧, ୧୯୬୫ରୁ ୧୯୬୭ ଓ ୧୯୭୭ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୩]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ଲୋଇସିଂହା | ଗଣତନ୍ତ୍ର ପରିଷଦ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଲୋଇସିଂହା | କଂଗ୍ରେସ |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ସ୍ୱତନ୍ତ୍ର ପାର୍ଟି |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଲୋଇସିଂହା | ଜନତା ପାର୍ଟି |
ମୃତ୍ୟୁ
[ସମ୍ପାଦନା]ରାମ ପ୍ରସାଦ ମିଶ୍ର ୨୦୧୪ ମସିହାର ଜୁଲାଇ ୨୦ ତାରିଖରେ ୯୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ Pioneer, The. "Assembly mourns Ram Prasad Mishra's death". The Pioneer (in ଇଂରାଜୀ). Retrieved 2021-08-30.
- ↑ ୨.୦ ୨.୧ "Shri Ram Prasad Mishra". odishaassembly.nic.in. Odisha Assembly. Retrieved 30 August 2021.
- ↑ "ଅବିଭକ୍ତ ବଲାଙ୍ଗୀରକୁ ୪୦ ବର୍ଷ ପରେ ଫେରିଲା ଅର୍ଥ ବିଭାଗ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 30 May 2019. Archived from the original on 30 August 2021. Retrieved 30 August 2021.
{{cite news}}
: CS1 maint: unrecognized language (link) - ↑ "Odisha Assembly condoles veteran leader Dr Ram Prasad Mishra's death | Sambad English". Odisha TV (in English). 21 July 2014. Archived from the original on 30 August 2021. Retrieved 30 August 2021.
{{cite news}}
: CS1 maint: unrecognized language (link)